STORYMIRROR

Govind chandra

Abstract Children Stories Comedy

3  

Govind chandra

Abstract Children Stories Comedy

ଥଣ୍ଡା ଥଣ୍ଡା ବରଷା ଟୋପା

ଥଣ୍ଡା ଥଣ୍ଡା ବରଷା ଟୋପା

1 min
165

ଗୋଟିଏ ବୁଢ଼ୀ ଥିଲା । ସେ କୁଡ଼ିଆରେ ରହୁଥିଲା । ବର୍ଷାଦିନେ ମୁଷଳଧାରାରେ ବର୍ଷା ହେଲା । ବୁଢ଼ୀ ଚାଳରୁ ପାଣି ଗଳିଲା ଟପ୍ ଟପ୍ ଟପ୍ । ରାତିରେ ଗୋଟିଏ ସିଂହ ବୁଢ଼ୀର କୁଡ଼ିଆ ପଛଆଡ଼େ ଆଶ୍ରୟ ନେଇଥିଲା । ଭିତରେ ବୁଢ଼ୀ ଥଣ୍ଡାରେ କମ୍ପୁଥିଲା । ତା’ ଲୁଗାପଟା ଓଦା ହୋଇଯାଇଥିଲା । ତଥାପି ବର୍ଷା ଟୋପା ପଡୁଥିଲା । ସେ ଥଣ୍ଡା ଥଣ୍ଡା ବୁନ୍ଦା ବୁଢ଼ୀ ଉପରେ ପଡୁଥିଲା । ବୁଢ଼ୀ କହିଲା :


ମୁଁ ସିଂହକୁ ଡରେନି ହେ ରାମ ମୁଁ ବାଘକୁ ଡରେନି ହେ ଶ୍ୟାମ ମୁଁ ତ ଏ ଥଣ୍ଡା ଥଣ୍ଡା ଟୋପାକୁ ଡରୁଛି ।


ବୁଢ଼ୀର କଥା ଶୁଣି ସିଂହ ଚିନ୍ତାରେ ପଡ଼ିଗଲା । ଏ ବୁଢ଼ୀ ସିଂହକୁ ଡରୁନି । ବାଘକୁ ବି ଡରୁନି । କେବଳ ଥଣ୍ଡା ଥଣ୍ଡା ଟୋପାକୁ ଡରୁଛି । ତେବେ ଏ ଥଣ୍ଡା ଥଣ୍ଡା ଟୋପା କ’ଣ ? ସେତିକିବେଳେ ବୁଢ଼ୀର ପିଠିରେ ଗୋଟିଏ ବଡ଼ ବର୍ଷା ଟୋପା ପଡ଼ିଗଲା । ବୁଢ଼ୀର ଦେହ ଶୀତେଇ ଗଲା । ସେ କହିଲା :


ମୁଁ ସିଂହକୁ ଡରେନି ହେ ରାମ ମୁଁ ବାଘକୁ ଡରେନି ହେ ଶ୍ୟାମ ମୁଁ ତ ଏ ଥଣ୍ଡା ଥଣ୍ଡା ଟୋପାକୁ ଡରୁଛି ।


Rate this content
Log in

Similar oriya story from Abstract