STORYMIRROR

Govind chandra

Others

3  

Govind chandra

Others

ଈଶ୍ବରଙ୍କ ଅସ୍ତିତ୍ବ

ଈଶ୍ବରଙ୍କ ଅସ୍ତିତ୍ବ

2 mins
129

ସହରର ଉପକଣ୍ଠରେ ଜଣେ ସନ୍ଥ ରହୁଥିଲେ । ଜନଗହଳି ଗାଡ଼ିମଟର ଭିଡ଼ଭାଡ଼ ଠାରୁ ଏ ସ୍ଥାନଟି ଥିଲା ସମ୍ପୂର୍ଣ୍ଣ ମୁକ୍ତ । ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ଡେଙ୍ଗା ଡେଙ୍ଗା ଗଛ ଆଉ ଅଳ୍ପ କିଛି କୁଡ଼ିଆ ଘର । ନିଜ କୁଟୀରକୁ ଖୁବ୍ ପରିଷ୍କାର ପରିଚ୍ଛନ୍ନ ରଖୁଥିଲେ । ଚାରିପଟରେ ନାନା ରକମର ଫୁଲଫଳ ଆଉ ପନିପରିବା ଗଛ ଆକର୍ଷଣୀୟ ଦିଶୁଥିଲା । ସନ୍ଥ ନିଜ ସନ୍ତାନ ପରି ସମସ୍ତ ଗଛଲତାର ସେବା ଯନ୍ତ୍ର ନେଉଥିଲେ । କୁଡ଼ିଆକୁ ଆସୁଥିବା ଅତିଥିଙ୍କୁ ସନ୍ଥ ନିଜ ବାରିରୁ ତୋଳିଥୁବା ଫଳ ଆଉ ପନିପରିବା ବାଣ୍ଟି ଦିଅନ୍ତି । ଦିନର ଅନ୍ୟ ସମୟ ପୂଜାପାଠ ଶାସ୍ତ୍ର ଅଧ୍ୟୟନରେ ବିତି ଯାଉଥିଲା । ସନ୍ଧ୍ୟା ସମୟରେ ଆଖପାଖର ଲୋକ ତାଙ୍କ ପାଖକୁ ଛୁଟି ଆସୁଥିଲେ । ସନ୍ଥଙ୍କ ତୁଣ୍ଡରୁ ଗୀତା ଭାଗବତ ପୁରାଣ ଶାସ୍ତ୍ର ଶ୍ରବଣ କରି ଉପସ୍ଥିତ ସ୍ରୋତାଗଣ ଖୁସୀ ହୋଇଉଠୁଥିଲେ ।


ଦିନେ ସକାଳୁ ସନ୍ଥ ପାଖ ବଜାରକୁ ଯାଇଥାନ୍ତି । ଏଇ ସମୟରେ ଦୂର ସହରରୁ ଆସିଥ‌ିବା ଜଣେ ଯୁବକ ସହିତ ତା'ଙ୍କର ଭେଟ ହେଇଗଲା । ଯୁବକଟି ସନ୍ଥଙ୍କ ବିଷୟରେ ଅଳ୍ପବହୁତ ଜାଣିଥିଲେ । ଯୁବକ ଜଣକମେଳାପୀ ଆଉ ମିଷ୍ଟଭାଷୀ । ମାତ୍ର ସ୍ବଳ୍ପ ସମୟରେ ସନ୍ଥଙ୍କ ସହିତ ଖୁବ୍ ଭଲ ଭାବରେ ପରିଚିତ ହୋଇଗଲେ ।


ସନ୍ଥ ଯେତେବେଳେ ନିଜ କୁଟୀରକୁ ପ୍ରସ୍ନାନ କଲେ ଯୁବକ ବି ତାଙ୍କ ସହିତ ଧାଇଁ ଆସିଲେ I ପୂଜା ସମୟ ହେଉଥାଏ, ଯୁବକକୁ ପାଣି ଗିଲାସଟେ ଦେଇ ସେ ବସାଇବାର ଅନୁଗ୍ରହ କଲେ । ସନ୍ଥଙ୍କ ଅମାୟିକ ବ୍ୟବହାରରେ ଯୁବକଟି ପ୍ରସନ୍ନ ଦିଶୁଥାଏ । ଏଇ ସମୟରେ ଯୁବକ ପ୍ରଶ୍ନ କଲେ, ଆଚ୍ଛା ମହାତ୍ମା ସତରେ କଣ ଆପଣ ଈଶ୍ବରଙ୍କୁ ଦେଖୁଛନ୍ତି ? ଏ ପ୍ରଶ୍ନରେ ସନ୍ଥ ପୂରାପୂରି ନିରବ ପଡ଼ିଗଲେ । ଯୁବକ ପୁଣି ପ୍ରଶ୍ନ କଲେ ଆପଣ କ'ଣ ଆତ୍ମାକୁ ବିଶ୍ବାସ କରନ୍ତି ? ଏଥର ବି ସନ୍ଥ ନିରବ । ଯୁବକ ନିଶ୍ଚିତ ହେଲେ ସନ୍ଥଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ, ଏଣୁ ବିଦାୟ ନେବାକୁ ବାହାରିଲେ ।ଯିବାକୁ ପ୍ରସ୍ତୁତ ହେଲେ । ସନ୍ଥ ତାଙ୍କ ସହିତ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ର । ଏଇ ସମୟରେ ଯୁବକଙ୍କ ଆଖୁ ନିକଟରେ ଥ‌ିବା ଗୋଲାପ ଗଛ ଗୁଡିକ ଉପରେ ପଡ଼ିଲା । ସେ କହିଲେ ଗୋଲାପ ଫୁଲର କି ଚମତ୍କାର ମହକ । ସନ୍ଥ ପ୍ରଶ୍ନ କଲେ ତୁମେ କଣ ଫୁଲର ମହକକୁ ଦେଖୁ ପାରିଲ ? ଯୁବକ କହିଲେ, ଭଲା ଫୁଲର ମହକକୁ କ'ଣ ଦେଖୁହୁଏ। ସନ୍ଥ କହିଲେ ଟିକେ ପୂର୍ବରୁ ତୁମେ ପଚାରିଥ‌ିବା ପ୍ରଶ୍ନର ଏହା ହିଁ ଉତ୍ତର । ଏ ଜଗତରେ ଈଶ୍ବରଙ୍କ ଅସ୍ତିତ୍ବ ଠିକ ସେଇଭଳି । ସ୍ବଚକ୍ଷୁରେ ଆମେ ଈଶ୍ବରଙ୍କ ପ୍ରତିମାକୁ ଦେଖୁ ହେଲେ ଆତ୍ମା ଈଶ୍ବରଙ୍କ ଅସ୍ତିତ୍ୱକୁ ଅନୁଭବ କରିପାରେ । ତୁମେ ଯନ୍ତ୍ରଣାରେ କଷ୍ଟ ପାଉଥ‌ିବା ରୋଗୀର ଯନ୍ତ୍ରଣାକୁ କ'ଣ ଦେଖୁପାର? ଯୁବକଟି ଏଥର ନିଜ ଉତ୍ତର ପାଇ ସାରିଥିଲେ । ସନ୍ଥଙ୍କ ପାଦଧୂଳି ମଥାରେ ଲଗାଇ ନିଜ ରାସ୍ତାରେ ଆଗକୁ ବଢ଼ିଲେ ।


Rate this content
Log in