STORYMIRROR

Govind chandra

Abstract Drama

3  

Govind chandra

Abstract Drama

ବାଘ ଏବଂ ସୁବର୍ଣ୍ଣ କଙ୍କଣ

ବାଘ ଏବଂ ସୁବର୍ଣ୍ଣ କଙ୍କଣ

2 mins
137

ଥରେ ଜଣେ ବ୍ରାହ୍ମଣ ତୀର୍ଥ କରିବାପାଇଁ ବାହାରିଲେ । ଯିବା ବାଟରେ ଏକ ବଡ ଜଙ୍ଗଲ ଅତିକ୍ରମ କରିବାକୁ ପଡିଲା । ସେ ଜଙ୍ଗଲରେ କିଛି ବାଟ ଯିବାପରେ ଦେଖ‌ିଲେ ଗୋଟିଏ ବାଘ ଘାସ ଖାଉଛି । ବାଘଟି ହ୍ରଦ କୂଳରେ ବସିଥାଏ । ବାଘଟି ଘାସ ଖାଉଥ‌ିବାର ଦେଖି ବ୍ରାହ୍ମଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ଯିଏ ସବୁବେଳେ ଜୀବଜନ୍ତୁ ମାରି ଖାଇବା କଥା, ସେ ପୁଣି ଘାସ ଖାଉଛି ! ପୁଣି ବାଘ, ହାତରେ ଏକ ସୁବର୍ଣ୍ଣ କଙ୍କଣ ଧରିଛି । କଙ୍କଣଟିରେ ସୂର୍ଯ୍ୟ କିରଣ ପଡୁଥ‌ିବାରୁ ବେଶ୍ ଝଲ୍କଲ୍ ଦେଖାଯାଉଛି । ବାଘ ହାତରେ ସୁବର୍ଣ୍ଣ କଙ୍କଣ ଦେଖି ବ୍ରାହ୍ମଣଙ୍କ ମନରେ ଲୋଭ ଜାତ ହେବା ସ୍ବାଭାବିକ୍ କଥା । କିନ୍ତୁ ବାଘ ପାଖକୁ ଯାଇ ବ୍ରାହ୍ମଣ କଙ୍କଣଟିକୁ ଆଣିବେ କିପରି? ବ୍ରାହ୍ମଣ ମନେ ମନେ ଏହି କଥା ଚିନ୍ତା କରୁଥାନ୍ତି ।


କିଛି ସମୟ ପରେ ବାଘଟି ବ୍ରାହ୍ମଣଙ୍କୁ କହିଲା, "ହଇରେ ବ୍ରାହ୍ମଣ ! ମୁଁ ଏଠାରେ ଘାସ ଖାଉଥ‌ିବାର ଦେଖି ତୁ ଆଶ୍ଚର୍ଯ୍ୟ ହୋଇ ଯାଇଥିବୁ । ତା'ପରେ ମୋ ହାତରେ ସୁବର୍ଣ୍ଣ କଙ୍କଣ ଦେଖୁ ଆହୁରି ଆଶ୍ଚର୍ଯ୍ୟ ଲାଗୁଥ‌ିବ । ମୁଁ ତୋତେ ଏହି କଙ୍କଣଟି ଦେବାକୁ ଚାହୁଁଛି । ମୋ ପାଖରେ ଏହି ଜିନିଷଟି ରହି କ'ଣ ଲାଭ? ବରଂ ଜଣେ ମନୁଷ୍ୟକୁ ଏହା ଦାନ କଲେ ଜିନିଷଟି ତା'ର କାମରେ ଆସିବ । ତୁ ମୋ ଠାରୁ ଏହା ଗ୍ରହଣ କର । ମୋତେ ଏକ ହିଂସ୍ରଜନ୍ତୁ ବୋଲି ଭାବି ତୁ ବୋଧହୁଏ ଭୟ କରୁଥାଇପାରୁ । ମୁଁ ମୋର ଯୁବକ ଅବସ୍ଥାରେ ବହୁ ବନ୍ୟଜନ୍ତୁ, ମନୁଷ୍ୟ ମାନଙ୍କୁ ମାରି ଖାଇଛି । ସେହି ପାପ ପାଇଁ ମୁଁ ମୋର ପ୍ରାଣପ୍ରିୟା ପତ୍ନୀ ଏବଂ ପୁତ୍ରକୁ ହରାଇଥିଲି । ଥରେ ଜଣେ ସାଧୁଙ୍କ ସହିତ ମୋର ପରିଚୟ ହେଲା । ସାଧୁ ଜଣକ ମୋତେ ଶିକାର କରିବାକୁ ବାରଣ କଲେ । ସାଧୁ ମହାତ୍ମାଙ୍କ ଉପଦେଶମାନି ମୁଁ ନିରାମିଂଶାଶି ପାଲଟି ଯାଇଛି । ପ୍ରତିଦିନ ମୁଁ ଏହି ନଦୀରେ ଗାଧୋଇ ସାରି ନଦୀ କୂଳରେ ଥ‌ିବା ଘାସକୁ ଖାଏ । ବୋଧହୁଏ ସେଇଥିପାଇଁ ମୋର ଦାନ୍ତି ଏବଂ ପଂଝା ଗୁଡିକ ନଷ୍ଟ ହୋଇଗଲାଣି । ମୋ କଥା ଶୁଣିସାରିବା ପରେ ତୁ ତଥାପି ମୋତେ ବିଶ୍ବାସ କରିପାରୁନୁ । ଦୟାକରି ମୋତେ ତୁ ବିଶ୍ବାସ କର । ମୋଠାରୁ ଏହି ସୁବର୍ଣ୍ଣ କଙ୍କଣଟି ନେଇ ତୁ ତୋ କାର୍ଯ୍ୟରେ ଲଗେଇ ପାରିବ ।


ତଥାପି ମଧ୍ୟ ବ୍ରାହ୍ମଣ ବାଘର କଥାକୁ ବିଶ୍ୱାସ କରିପାରିଲା ନାହିଁ । ବିଶ୍ବାସ ଜନ୍ମାଇବା ପାଇଁ ବାଘଟି ବ୍ରାହ୍ମଣକୁ କହିଲା, ହେ ବ୍ରାହ୍ମଣ! ତୁ ଆଜିପର୍ଯ୍ୟନ୍ତ ଜୀବନର ମାୟା ଛାଡିପାରିନୁ । ଜୀବନ କ୍ଷଣସ୍ଥାୟୀ । ତଥାପି ମଧ୍ଯ ମନୁଷ୍ୟ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ମୂଲ୍ୟବାନ । ମୁଁ ଜାଣିପାରୁଛି ତୁ ଦ୍ବନ୍ଦ୍ବରେ ପଡିଯାଇଛୁ । ଏହି ସୁବର୍ଣ୍ଣ କଂକଣଟି ନିଶ୍ଚୟ ତୋର ଦରକାରରେ ଆସିବ । ଲୋକେ କହନ୍ତି ବ୍ରାହ୍ମଣ ଉଚ୍ଚ ଜାତି; ସେମାନଙ୍କୁ ଦାନଦେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି, କାରଣ ଭଗବାନଙ୍କ ସହ ସେମାନଙ୍କର କୁଆଡେ ସିଧା ସମ୍ପର୍କ ଅଛି ବୋଲି ସ୍ବୟଂ ବ୍ରାହ୍ମଣମାନେ ହିଁ କୁହନ୍ତି । ସାଧାରଣ ଲୋକଙ୍କୁ ଦେବା ଅପେକ୍ଷ୍ୟା ତୋତେ ଦେଲେ ଭଗବାନ ଅଧିକ ଖୁସି ହେବେ ।



Rate this content
Log in

Similar oriya story from Abstract