ଲୋଭ
ଲୋଭ
କୁରଟିଏ ପାଟିରେ ଖଣ୍ଡ ମାଂସଲଗା ହାଡ଼ ଧରିଥାଏ । ସେ ଗାଁ ଆଡ଼କୁ ପଡ଼ିଥିବା ରାସ୍ତାରେ ଚାଲିଥାଏ । ଆରାମରେ ଲାଞ୍ଜଟିକୁ ହଲାଇ ହଲାଇ ଗୀତ ଗାଇ ବାଟ ଚାଲୁଥାଏ । ସେହି ବାଟରେ ଝରଣାଟିଏ ପଡ଼ିଲା । କିନ୍ତୁ ଝରଣା ପାରିହେବାକୁ କୌଣସି ରାସ୍ତା ନ ଥାଏ । ସେଥୂପାଇଁ ଲୋକେ ଝରଣା ପାରିହେବା ପାଇଁ ତା' ଉପରେ କାଠଗଡ଼ଟିଏ ପକାଇଥାନ୍ତି ।
କୁକୁରଟି ତା' ଉପର ଦେଇ ଝରଣା ପାରିହେବାକୁ ଲାଗିଲା । ଏପଟେ ମୁଣ୍ଡ ଉପରେ ଖରା । ବହୁତ କଷ୍ଟରେ ସେ ତା' ଘରକୁ ଯାଉଥାଏ । ମୁଣ୍ଡ ଉପରେ ଖରା ଥିବାରୁ ତା'ର ଛାଇ ଝରଣା ପାଣିରେ ପଡୁଥାଏ । କିଛି ସମୟ ପରେ ସେ ପାଣିରେ ନିଜ ଛାଇକୁ ଦେଖୁ ଆଉ ଗୋଟିଏ କୁକୁର ବୋଲି ଭାବିଲା । ଛାଇ-କୁକୁରର ପାଟିରେ ଖଣ୍ଡେ ମାଂସଲଗା ହାଡ଼ ଥିବା ପରି ସେ ଦେଖୁଲା । ତାକୁ ଦେଖୁ କୁକୁରର ଲୋଭ ଆସିଗଲା । ସେ ଆଉ ଖଣ୍ଡିଏ ମାଂସଲଗା ହାଡ଼ କିପରି ଖାଇବ ବୋଲି ଭାବିଲା ।
ଏହାପରେ ହଠାତ୍ ସେ 'ଭୋ ଭୋ' କହି ଛାଇ ଆଡ଼କୁ ଭୁକିବାକୁ ଲାଗିଲା । ଭୁଲି ଯାଇଥିଲା ଯେ ତା' ପାଟିରେ ଗୋଟିଏ ମାଂସଲଗା ହାଡ଼ ଅଛି । ହଠାତ୍ ପାଟିରୁ ମାଂସ ଖଣ୍ଡକ ପାଣିରେ ଖସିପଡ଼ିଲା । ଫଳରେ ତାହା ପାଣି ସୁଅରେ ଭାସିଗଲା । ଲୋଭୀ କୁକୁର ଛାଇମାଂସ ଲୋଭରେ ଅସଲ ମାଂସକୁ ମଧ୍ଯ ହରାଇଲା ।

