'କ', ଓ 'କା' - ୨
'କ', ଓ 'କା' - ୨


--କିଛି ଶୁଣିଲ ? ପଚାରିଲା 'କା' ।
- କଣ ? ଉତ୍ତର ଦେଲା 'କ' ।
- ଏଇ ତମ ଆମ ହୃଦୟର କଥା ।
- ତମେ ଶୁଣିଲ ?
- ହୁଁ - - - - କିଛି କିଛି .........।
- କଣ କହିଲା ତମ ହୃଦୟ ?
- ସିଏ ଅଲଗା କଥା କହୁଥିଲା ।
- ମାନେ ?
- ଏଇ ଯେମିତି ତା କଥାରେ ମୁଁ ଆଦୌ ନଥିଲି ।
- ଆଉ ତେବେ ?
- ସିଏ ବଦଳି ଯାଇଛି !!
- କିପରି ଜାଣିଲ ?
- ନୁହେଁ ତ ଆଉ କଣ ? ସିଏ ଧକ ଧକ କରୁଛି ତୁମ ନାଁ ରେ , ନିଃଶ୍ୱାସ ପ୍ରଶ୍ଵାସ ନେଉଛି ତୁମ ଶବ୍ଦରେ , କଡ଼ ଲେଉଟଉଛି ତୁମ ହସରେ ଆଉ ସବୁଠୁ ବଦମାସ ହେଇଯାଇଛି ତାର ହସ ।
- କେମିତି ?
- କେତେବେଳେ ତୁମକୁ ମନେ ପକାଇ ହସୁଛି ତ କେତେବେଳେ ସଂସାର ଉଜୁଡି ଗଲାପରି କଇଁ କଇଁ କାନ୍ଦୁଛି । ତା ଯୋଗୁ ମୁଁ କଣ କମ ହଇରାଣ ହେଉଛି ।
- ଓହୋ - - - ଏମିତି ହେଉଛି ?
- ହଁ ପରା , କାଇଁ ତୁମ ହୃଦୟ କିଛି କହୁନି କି ?
- ହଁ , ହଁ କହୁନି କାହିଁକି ? ସିଏ ତମ ନାଁ କୁ ଖୋଦେଇ କରିଦେଇଛି ନିଜ ଉପରେ । ପ୍ରତିଟି ରକ୍ତ ବିନ୍ଦୁରେ କେବଳ ଭଲ ପାଇବାର ବର୍ଷା । ଆଉ ସବୁଠୁ ବଡ଼ କଥା ହେଲା
ସେ ମୋତେ ଭୁଲି ଯାଇଛି ।
- ତେବେ ସେ କାହାକୁ ମନେ ରଖିଛି ?
- ବୁଦ୍ଦୁ ! ତୁମକୁ କେବଳ ତୁମକୁ ............
-ଇସସସସ- - - - ଆମ ହୃଦୟ ସବୁ ତାହେଲେ ଆଉ ଆମର ହେଇ ନାହାନ୍ତି ?
- ହଁ , ଯେଉଁଦିନୁ ପ୍ରେମରେ ପଡିଲେ ସେଇଦିନୁ ସେମାନେ ନିଜ କଥା ଭୁଲି ଯାଇଛନ୍ତି ।
- ହେତ - - - - -ମୋର ବୋଲି ଆଉ ରହିଲା କଣ ?
- କିଛି ନାଇଁ , ଏ ହୃଦୟ ମାନେ ସେମିତି । ଟିକିଏ ମଉକା ପାଇଲେ ଖାଲି ଘରେ ଆଉ କାହାକୁ ରଖିଦେବେ । ତା ପରେ ଯାହା କିଛି ତାଙ୍କର ହେଇ ଥିବ ତାକୁ ମଧ୍ୟ ଦେଇଦେବେ ବିନା ଦ୍ବିଧାରେ ।
-- କି - ସାଙ୍ଘାତିକ !
-- ଏଇଆ ହିଁ ହୁଏ ସଚରାଚର । ଆଗରୁ ହେଉଥିଲା , ଏବେ ହେଉଛି ।ଆଗକୁ ମଧ୍ୟ ହେଉଥିବ । ପ୍ରେମରେ ପଡିଲେ ହୃଦୟ ର ଭାଷା , ସ୍ୱର ,ରଙ୍ଗ
ସବୁ କିଛି ବଦଳି ଯାଉଥିବ । ନିଜକୁ ହଜେଇ ଆଉ କାହାର ହେଇଯିବାରେ
ଆନନ୍ଦ ପାଉଥିବ । ଆଉ କାହା ହୃଦୟକୁ ଜିତିବା ପାଇଁ ନିଜକୁ ସହସ୍ର ବାର ହାରୁଥିବ । ଅନ୍ୟର ନାଁ ରେ ନିଜକୁ ଭୁଲିଯାଉଥିବ ।
--ଓଃ !! ,............ଏମିତି - - - ତେବେ ପ୍ରେମରେ ପଡିଲେ ଶେଷରେ ନିଜ
ହୃଦୟ ଟା ବି ନିଜ ପାଇଁ ବେଇମାନ ହେଇ ଯିବ ।ନିଜକୁ ଭୁଲିଯାଇ ଆଉ କାହାର ହେଇଯିବ ।
ହା -- ହା-- ହା--ହା ଦୁହେଁ ଏକସ୍ୱରରେ ହସି ଉଠିଲେ ।