ଜନ୍ମଦିନ ର ଉପହାର
ଜନ୍ମଦିନ ର ଉପହାର
ହ୍ଵାଟ୍ସଆପ, ଫେସବୁକ୍ ଇନବକ୍ସ ରେ ଖୁନ୍ଦା ଖୁନ୍ଦି ଶୁଭେଚ୍ଛାର ବାର୍ତ୍ତା।ସାରା ଦିନ ମଧ୍ୟ ଶୁଭେଚ୍ଛାର ବାର୍ତ୍ତା ମୋ ଜନ୍ମଦିନ ପାଇଁ।ଏତେ ଏତେ ଫୋନ୍ କଲ ଭିତରେ ଓ ଶୁଭେଚ୍ଛା ର ବାର୍ତ୍ତା ଭିତରେ ମୁଁ କିନ୍ତୁ ଜମା ବି ଖୁସି ହେଇପାରୁନଥିଲି।ତଥାପି କିଛି ଗୋଟେ ର ଅଭାବ ରହିଯାଇଥିଲା ମୋ ଭିତରେ।ମୁଁ ତାର ଶୁଭେଚ୍ଛା କୁ ଅପେକ୍ଷା କରୁଥିଲି ମନେ ମନେ।ସେ ମୋ ପାଖରେ ଥିଲାବେଳେ କେତେ ଆଗ୍ରହରେ ପାଳନ କରୁଥିଲା ମୋ ଜନ୍ମଦିନକୁ।ଘରକୁ ସଜେଇ ଦେଉଥିଲା ରୋଷୋଣି ରେ,କେତେ କେତେ ଖାଦ୍ୟ କରୁଥିଲା ମୋ ମନ ପସନ୍ଦର,ଯାହା ଯାହା ତା ଦ୍ଵାରା ସମ୍ଭବ ସବୁ କରୁଥିଲା ମୋ ପାଇଁ ,ମୋତେ ତା ପ୍ରେମରେ ଭରପୁର କରି ରଖୁଥିଲେ ସେଦିନ କିନ୍ତୁ ଆଜି ସେ ନା ଥିଲା ମୋ ପାଖରେ। କରୋନା ସବୁକିଛି ବିଗାଡି ଦେଇଥିଲା।ସେ ପାଇଁ ସେ ରହୁଥିଲା ମୋ ଠାରୁ ଶହ ଶହ କିଲୋମିଟର ଦୂରରେ।ମୁଁ ତାର ଅଭାବ ମୁଁ ଖୁବ୍ ଅନୁଭବ କରୁଥିଲି ଭିତରେ ଭିତରେ। ଶହ ଶହ ଶୁଭେଚ୍ଛା ମୋତେ ଆନନ୍ଦ ଦେଇପାରିନଥିଲେ।ଜଣଙ୍କ ଅଭାବରେ ଯେ ତାର ମହତ୍ତ୍ଵ କେତେ ଅଧିକ ହେଇଥାଏ ତାହା ମୁଁ ଖୁବ୍ ଅନୁଭବ କରୁଥିଲି ଭିତରେ ଭିତରେ।ଭରି ଅଭିମାନ କରୁଥିଲି ମୋଭିତରେ କିନ୍ତୁ ମୋ ଅଭିମାନ ମୂଲ୍ୟହୀନ ଥିଲା ତା ବିନା ।ତଥାପି ସେ ମୋତେ ଶୁଭେଚ୍ଛା ଜଣାଉନଥିଲା।ମୁଁ ଅଭିମାନରେ ଗୁମୁରି ଗୁମୁରି କାନ୍ଦି ଉଠୁଥିଲି।ମୋ ସାଙ୍ଗ ବେବି ମୋ ଅସହାୟତା ଜାଣୁଥିଲା ହେଲେ ଥିଲା ନିରୁପାୟ ତ ଅସହାୟତା ର ଆଖି ଯୋଡ଼ିକରେ ମୋ ଅସହାୟତା ଆହୁରି ଅଧିକ ଫୁଟି ଉଠୁଥିଲା।କେମିତି ଏମିତି ନିଷ୍ଟୁର ହେଇପାରେ ମୋ ମନର ମଣିଷ।ସତରେ କଣ ଆଜିର ଦିନଟିକୁ ସେ ଭୁଲିଗଲା? କରୋନାର ଚାକିରି ଜାଗାରୁ ସିନା ଲକଡୋନ୍ ପାଇଁ ଆସିହବ ନାହିଁ ,ହେଲେ କାରୋନା କଣ ମନ ଭିତରୁ ପ୍ରେମକୁ ପୋଛିଡବ।ଅସ୍ଥିରତା ର ସବୁ ସୀମା ଟପି ଯାଉଥିଲା ମୋର।ମୁଁ ଆଉ ମୋତେ ବୁଝିପାରୁଥିଲି।ତଥାପି ବି ମୁଁ ତାକୁ ଫୋନ୍ କରୁନଥିଲି।ଏମିତି ଏମିତି ସନ୍ଧ୍ୟା ହୋଇଯାଇଥିଲା ।ମୁଁ ମୋ ଭିତରେ ଏକ ବିରାଟ ଶୂନ୍ୟତା ଅନୁଭବ କରିପାରୁଥିଲି।ବୋଧହୁଏ ସମସ୍ତ ପ୍ରକାର ପ୍ରାପ୍ତି ଅପ୍ରାପ୍ତି ର ଉର୍ଦ୍ୱକୁ ଉଠିଯାଇଥିଲି ମୁଁ।ହଠାତ୍ ସେ ତାର ଗୁଡ଼ିଏ ବିଭିନ୍ନ ପ୍ରକାର ପୋଜ୍ ର ଫୋଟୋ ପଠାଇଲା ମୋ ହ୍ଵାଟ୍ସଆପ କୁ। ତାର ସେ ଫଟୋ ଗୁଡ଼ିକ ଏତେ ଜୀବନ୍ତ ଥିଲା ଯେ ମୋ ଭିତରେ ଥିବା ସମସ୍ତ ଦୁଃଖ, ଅଭାବ ଓ ଅଭିମାଙ୍କୁ କୁ ପୋଛି ଦେଇଥିଲା ନିମିଷକରେ।ମୁଁ ଫୁଲ ଭଳି ହସି ଉଠିଲି। ସ୍ଵର୍ଗର ସମସ୍ତ ଶାନ୍ତି ପ୍ରାପ୍ତ କରୁଥିଲି ମୁଁ। ଏହାଠାରୁ ଅଧିକ କଣ ବା ହୋଇପାରେ ମୋ ପାଇଁ ମୋ ଜନ୍ମଦିନ ର ଉପହାର।ସାମାନ୍ୟ ଫଟୋ କେଇଟାରେ ମୋତେ ଏତେ ଖୁସି ହବାର ଦେଖି ବେବୀ ମତେ ଅବାକ୍ ହୋଇ ଅନାଇ ରହିଥିଲା।ହେଲେ ମୁଁ କେମିତି ତାକୁ ବୁଝାଇ ଥାଆନ୍ତି ଆନନ୍ଦର ଆପେକ୍ଷିକତାକୁ। ଯାହା ଜଣକ ପାଇଁ ମୂଲ୍ୟହୀନ ହୋଇଥିବା ବେଳେ ତାହା ଅନ୍ୟ ଜଣକ ପାଇଁ କେତେ ମୂଲ୍ୟବାନ ହୋଇପାରେ ସତେ।