Mitali Mohanty

Tragedy

2  

Mitali Mohanty

Tragedy

ବିଲପିତ ମା

ବିଲପିତ ମା

2 mins
520


ସାରା ଦୁନିଆଁ ପାଳୁଛି ମାତୃଦିବସ।ମା ର ତ୍ୟାଗ ,ମହନତାକୁ ସଂମାନ ଜଣାଇବା ଏ ଦିବସର ଉଦେଶ୍ୟ।ଦୁନିଆଁ ସାରାର ପୁଅ,ଝିଅ ଓ ମା ମାନଙ୍କ ମନରେ ଉତ୍ସାହ।ପିଲମାନେ ଯିଏ ଯେଉଁଠି ଅଛନ୍ତି ନିଜ ନିଜ ସାଧ୍ୟମତେ ପାଳୁଛନ୍ତି ଏହି ଦିବସ ଟିକୁ।ଯିଏ ଯେଉଁଠି ଅଛନ୍ତି ମାଆ ମାନଙ୍କ ପାଖକୁ ଆସିବାକୁ ବ୍ୟାକୁଳ।ଯୋଗ୍ୟ ପୁଅ ଝିଅ ପାଇ'ମାଆ' ହେବାର ଗର୍ବ ଅନୁଭବ କରୁଛନ୍ତି ମାଆ ମାନେ।ହେଲେ ଗର୍ବ କରିପାରୁନି ଜେମା।ଏକ ମାତ୍ର ପୁଅ ସୋମୁ କୁ ହରେଇ ବିଳପି ଉଠୁଛି ତାର ମାତୃତ୍ବ।


୨୨ବର୍ଷର ଭେଣ୍ଡା ପୁଅକୁ ହରେଇ କେମିତି ଯେ କାହା ମାତୃତ୍ୱ ଧର୍ଯ୍ୟ ଧରି ରହିପରି ବ।କି ଧନୀ କି ଗରିବ ସବୁ ମାଆ ମନ ସମାନ।ହେଲେ ଗରିବ ପାଇଁ ସବୁବେଳେ ଦୁର୍ଯୋଗ ହିଁ ଆସିଥାଏ।ଏଣେ ପେଟର ଜ୍ୱାଳା ସାଙ୍ଗକୁ ପୁଅର ବିୟୋଗ।ପୁଅର ବିୟୋଗ ଆଗରେ ପେଟର ଜ୍ୱାଳା ତୁଚ୍ଛ।କ୍ଷଣେ ଜୀବନ ଧରିବାକୁ ମନ ନଥିଲା ଜେମାର।ହାୟ ବିଧାତା କାଳିଆ ଠାକୁର ତୁ ଏକି କଲୁ।ତୋ ସେବା କରିବାର ଫଳ ମୋତେ ଏଇଆ ଦେଲୁ ।ଶେଷରେ ତୁ ମୋ ଏକମାତ୍ର ସାହା ଭରସା କୁ ମୋଠୁ ଛଡେଇ ନେଲୁ କହି ବାରମ୍ବାର ମୂର୍ଚ୍ଛା ଯାଉଥିଲା ସେ।ପୁରୀ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ବଳରାମ ପୁର ଗାଁ।ଗାଁ ର ପ୍ରାୟ ସବୁ ଲୋକ କୁମ୍ଭାର।ଜଗତର ନାଥ କାଳିଆ ଠାକୁର ପାଇଁ ମାଟି କୁଡୁଆ କରି ସେବା କରିଆସୁଛନ୍ତି ପୁରୁଷ ପୁରୁଷ ଧରି।ଯଦିଓ ଗାଁ ର ଲୋକମାନେଏତେ ସ୍ୱଚ୍ଛଳ ନୁହେଁ ହେଲେବି କିଛି ଅଭାବ ନାହିଁ ଜଗନ୍ନାଥଙ୍କ କୃପାରୁ।ସବୁବେଳେ ଲୟ କାଳିଆ ସେବାରେ।ଜେମା ଓ ତା ବର ସାଙ୍ଗ ହେଇ କୁଡୁଆ ବନାନ୍ତି ମହାନନ୍ଦରେ।ହେଲେ ବାହାଘରର ୧୦ବର୍ଷ ପର୍ଯ୍ୟନ୍ତ କୋଳ ପୁରୁନଥିଲା ଜେମାର।କେତେ ବ୍ରତ କେତେ ଓପାସ କରି କରି ଶେଷରେ କାଳିଆ ର ଶରନ ନେଲା ସେ।କୁହନ୍ତି ଆନ୍ତରିକ ପ୍ରାର୍ଥନା ର ଉତ୍ତର ଥାଏ।


ଦୀର୍ଘ ଦଶ ବର୍ଷ ପରେ ତା ସଂସାରକୁ ପରିପୂର୍ଣ୍ଣ କରିବାକୁ ଜେମା କୋଳକୁ ସୋମୁ ଆସିଲା ।ଦୁଃଖର ସଂସାର ତାର ହସି ଉଠିଲା।ରୂପରେ ,ଗୁଣରେ,ପାଠରେ ଶାଠ ରେ କେଉଁଥିରେ କମ ନଥିଲା ପିଲାଟା।ଚନ୍ଦ୍ର ଉଦିଆ ପରି ଦିନକୁ ଦିନ ବଢ଼ିବାରେ ଲାଗିଲା ସୋମୁ।ଏତେ ଅଭାବୀ ପରିବାରରେ ବି ଭଲ ପଢୁଥିଲା ସେ।ତୃତୀୟ ଶ୍ରେଣୀରୁ ବୃତ୍ତି ପାଇ ଆସୁଥିଲା ସେ।ବିଦ୍ୟା ବୁଧି ଯେମିତି ଆଚାର ବ୍ୟବହାର ବି ସେମିତି ।ଗାଁ ର ସମସ୍ତେ ତାକୁ ଭାରି ଭଲପାଆନ୍ତି।ସମସ୍ତେ ତାର ଶୁଭ ମନାସନ୍ତି।ପାଠ ପଢି m c a ପରେ ଚାକିରୀରେ ଯୋଗ ଦେଇଥାନ୍ତା ସେ।ବାପା ମା ସହ ଗାଁରେ ସମସ୍ତେ ଖୁସିଥିଲେ ସେପାଇଁ।ହେଲେପ୍ରକୃତି ଏ ଖୁସି ସହିପରିଲ ନାହିଁ।ପ୍ରଳୟଙ୍କରୀ ବାତ୍ୟା ଫନି ରଚିଥିଲା ତାଣ୍ଡବ।ପୁରୀରେ ସ୍ଥଳ ଭାଗ ଛୁଇଁବ ବୋଲି ପ୍ରଶାସନ ଜାଗା ଛାଡିବାକୁ ବାରମ୍ବାର କହିବା ପରେ ସକାଳୁ ସକାଳୁ ଘର ଛାଡି ଥିଲେ ଗାଁ ଲୋକେ।ହେଲେ ପିଲାମାନେ ଅଳ୍ପ ପବନ ବର୍ଷାର ମଜା ନେବା ପାଇଁ ଅଳ୍ପ ଦୂରକୁ ଚାଲିଯାଇଥିଲେ।ସେଠି କାଳ ତାକୁ ଟାକି ବସିଥିଲା।ପବନର ବେଗ ବଢ଼ୁଥିଲା ଧୀରେ ଧୀରେ।ଏକ ବିରାଟ ଗଛ ଉପୁଡି ଚାପିଦେଲା ତାକୁ ସମସ୍ତଙ୍କ ସାମନାରେ।ଆଖି ପିଛୁଳାକେ ସବୁକିଛି ଶେଷ ହେଇଯାଇଥିଲା।ଉଜୁଡି ଯାଇଥିଲା ଜେମାର ଘରଦ୍ୱାର,ଚାଳ ଛପର, କୁମ୍ଭାର ଚକ।ତା ସହ ଉଜୁଡି ଯାଇଥିଲା ଜେମା ର ଜୀବନ ଜୀଇଁ ବାର ରାହା ଓ ସାହା।


Rate this content
Log in

Similar oriya story from Tragedy