Siddhartha Tripathy

Abstract Tragedy Inspirational

4  

Siddhartha Tripathy

Abstract Tragedy Inspirational

ଜିତା

ଜିତା

3 mins
253


ପ୍ରତି ସଫଳ ମଣିଷର ଯେପରି ଗୋଟିଏ ଗୋଟିଏ ପିଲାଦିନ ଥାଏ; ଜିତାର ମଧ୍ୟ ସେହିଭଳି ଏକ ଅଶୃଳ ଶୈଶବ ଥିଲା। ସେହି ଶୈଶବର କାନ୍ଥସାରା ଲୁହ ଓ ସିଂଘାଣିର ଦାଗ। ଆଜିକାଲି ସେଇ ସୁଦୂର ଅଫେରା ଶୈଶବକୁ ସେ ଥକ୍କାମାରି ଚାହିଁ ରହିବାକୁ ଭଲପାଏ ନାହିଁ ବୋଲି ତ ବାପମାଆ ଛେଉଣ୍ଡ ହୋଇ ବି ଅବସରପ୍ରାପ୍ତ ଜିଲ୍ଲାପାଳ। ତା'ର ଏକମାତ୍ର କାରଣ ଛାଡିଆସିଥିବା ପିଲାଦିନକୁ ପିଠିକରି ସେ ଆଗକୁ ଆଗକୁ ପାଦ କାଢି ମାଡିଆସିଛି। କିନ୍ତୁ........ ବେଳେବେଳେ ଭୂତପରି ସେଇ ପିଲାଦିନ ତା' କାନ୍ଧ ଉପରେ ସବାର ହୋଇଥାଏ। ନିଶାର୍ଦ୍ଧରେ ହଠାତ୍ ନିଦଭାଙ୍ଗିଗଲେ କିମ୍ୱା ଉଦାସ ଅପରାହ୍ନରେ ତାର ଏକାକୀ ଜୀବନରେ ସେ ଭୂତ ତା କାନ୍ଧରୁ ଓହ୍ଲାଇ ତା ' ସାମ୍ନାରେ ଛିଡା ହୋଇଯାଏ। ଅପସରି ଯାଇଥିବା ଅପାସୋରା ଘୃଣ୍ୟ ଅତୀତ ତା ସାମ୍ନାରେ ଆଜି ବି ଚିଗୁଲେଇ ନୃତ୍ଯ କରେ। ଚମକିଉଠେ ସେ। ହାତ ହଲେଇ ଦେଲା ନାତୁଣୀ ମିତା। ଜେଜେମା ' ତମେ କେଉଁ ରାଇଜରେ ହଜିଗଲ। ପ୍ରେମକୁ ଘୃଣାକର କାହିଁକି ? ମୋ ପ୍ରେମକୁ ସ୍ୱିକୃତି ଦେବାରେ ତମର ଏତେ କୁଣ୍ଠା କାହିଁକି ? ହୋଇପାରେ ତମେ ସେହି ସମୟରେ ଲଗାମଛଡା ଥିଲ। ତେଣୁ କିଛିଟା ଭୂଲ୍ କରିବସିଲ। କିନ୍ତୁ....... ମୁଁ ପରା ଏଯୁଗର ଝିଅ।ତମ ସମୟରେ ଗାଆଁ ମାଟିର ସୀମିତ କଳ୍ପନା, ଅତୀତର ଦୁଃଖଦ ସ୍ମୃତିରେ ହିଂସା, ପରଶ୍ରୀକାତର, କାମ ର ଛିଟା। କିନ୍ତୁ ଆମେ ପରା ସହରୀ ଶିକ୍ଷିତା। ଏଠି ସାମ୍ୟ ଓ ମୈତ୍ରୀର ଭାବ। ମୁଁ ଓ ଅରବିନ୍ଦ ହୋଟେଲର ଧିମା ଆଲୁଅରେ ମୃଦୁଚୁମ୍ୱନର ଆନନ୍ଦ ନେବା ସମୟରେ ବି ବହୁବାର ଭାବୁ ଆମେ ଭୂଲ୍ କରୁଛୁ ନା ଠିକ୍ । ଏତେ ସୁନ୍ଦର ବୁଝାମଣାଥିବା ମଣିଷଟାକୁ ତମେ ନିଜର ଘୃଣ୍ୟ ଅତୀତର ନିକିତିରେ ତଉଲିବାର ଅପଚେଷ୍ଟା କାହିଁକି କରୁଛ ମୁଁ ତ ଜମା ବୁଝିପାରୁନି । ସ୍ମିତ ହସି ଜିତା କହିଲେ, ମିତା ଲୋ ! ତୋର ଏହି ପ୍ରେମ ଉପରେ ସାରଗର୍ଭକ ଭାଷଣକୁ ମୁଁ ଆଦୌ ଗ୍ରହଣ କରିପାରିବି ନାହିଁ। ପ୍ରେମ ବିରୋଧି ମୁଁ ନୁହଁ । କିନ୍ତୁ ଏକଥା ସ୍ବୀକାର କରିବି ନାହିଁ, ଆଜିକାଲିର ଯୁବପିଢିଙ୍କ ପ୍ରେମ ସୁନ୍ଦର, କାମରହିତ, ଅନାବିଳ। ଯେତେବେଳେ ସମାଜର ଚିନ୍ତାଧାରା ଥିଲା , ନାରୀ ଶୃଙ୍ଖଳରେ ବନ୍ଧା, ପରିବାରପାଇଁ କନ୍ୟାସନ୍ତାନ ଏକ ଅଭିଶାପ ସେହି ସମୟରେ ମୋର ପ୍ରେମର ବୀଜ ବପନ ହୋଇଥିଲା। ସଂଭ୍ରାନ୍ତ ପରିବାରର ଝିଅ ଜିତା ଖୋଜୁନଥିଲା ସୁନ୍ଦର, ଧନାଢ୍ଯ ଯୁବକ। ଯୋଗକୁ ଜିତାକୁ ଦେଖାହେଲା ଅଟୋ ଡ୍ରାଇଭର ଅନିଲ୍। ପ୍ରେମରେ ଜାତି, ବର୍ଣ୍ଣ, ଧର୍ମ ନଥାଏ। ଦିନେ ଚାଲିଚାଲି କଲେଜ ଯିବା ସମୟରେ କିଛି ଅସାମାଜିକ ଯୁବକ ଅସଦାଚରଣ ଆରମ୍ଭ କଲେ। ସେଇଠି ପହଞ୍ଚିଗଲେ ଅନିଲ୍। ସେହି ଅସାମାଜିକ ଯୁବକମାନଙ୍କ କବଳରୁ ମୋତେ ଉଦ୍ଧାର କଲେ। ପ୍ରତିଦିନ ମୋତେ କଲେଜକୁ ନେବାଆଣିବା କରିବା ଭିତରେ ଜାଣିବାକୁ ପାଇଲି ଅନିଲ୍ ଜଣେ ଅଟୋମୋବାଇଲ ଇଞ୍ଜିନିୟର। ଚାକିରୀ ଅଭାବରୁ ଅଟୋଡ୍ରାଇଭର। କିନ୍ତୁ ଉନ୍ନତ ଚିନ୍ତାଧାରାର ବ୍ୟକ୍ତିତ୍ବ ଥିଲେ ଅନିଲ୍ ଯାହା ମୋତେ ଖୁବ୍ ପ୍ରଭାବିତ କରିଥିଲା। ଧିରେଧିରେ ଆମ ସମ୍ପର୍କ ପ୍ରେମର ରୂପ ନେଲା। ପ୍ରେମର ରାଗିଣୀ ଗାଇ ଗାଇ ବିହଙ୍ଗ ଦୁଇଟି ଉଡିବୁଲୁଥିଲେ ମୁକ୍ତ ଆକାଶରେ। କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଦୁହିଁଙ୍କର ପ୍ରେମର ସନ୍ତକ ଥିଲା ତୋ ପାପା । କିନ୍ତୁ........ ଧିରେଧିରେ ମୋର ଗର୍ଭବତୀ ହେବା ଖବର ଶୁଣି ଅନିଲ୍ ର ଆଚାର ବ୍ଯବହାରରେ ପରିବର୍ତ୍ତନ ପରିଲକ୍ଷିତ ହେଲା। ମୋ ସହ ବାହାଘର ପ୍ରସ୍ତାବରେ ଅରାଜି ଥିଲା ଅନିଲ୍। ଗର୍ଭପାତ କରାଇ କୌଣସି ସଂଭ୍ରାନ୍ତ ପରିବାରରେ ବାହାହେବାର ପରାମର୍ଶ ଦେଉଥିଲା ଅନିଲ୍। ହଠାତ୍ ଦିନେ........ ଅନିଲ୍ କୁ ଅସଂଗତ ଅବସ୍ଥାରେ ଆବିଷ୍କାର କଲି ଅନ୍ୟ ଜଣେ ତରୁଣୀସହ। ମରିଗଲା ମନ, ସରିଗଲା ପ୍ରେମ। ନାଚାର ହୋଇ ଘର ଛାଡିଲି। ଜଣେ ସାଙ୍ଗର ସହାୟତାରେ ବଞ୍ଚିବାର ପ୍ରେରଣାସହ ଆଗକୁ ପଢିବାର ସୁଯୋଗ ପାଇଲି। ଜିଲ୍ଲାପାଳ ବି ହେଲି। ପ୍ରଥମ ପଦକ୍ଷେପ ଥିଲା ଅନିଲ୍ ର ଏନକାଉଣ୍ଟର। ଜାଣିଛୁ ! ତା ଶରୀରରକୁ ଜାବୁଡିଧରି ଉଷ୍ମତା ଅନୁଭବ କରୁଥିବା ହାତଦୁଇଟି ସେଦିନ ତାକୁ ଗୁଳିକରିବା ସମୟରେ ଆଦୌ ଥରିନଥିଲା। ତୁ କହ ମିତା, ମୋ ଠାରୁ ଅନାବିଳ, ଅନାସକ୍ତ ପ୍ରେମ କ'ଣ ସଂସାରରେ ଅଛି ? ଚିଡିଉଠି ମିତା କହିଲା, ରଖହୋ ତମ କାହାଣୀ ପେଟି। ଆଜି ଅରବିନ୍ଦ ଓ ମୁଁ ମେଫେୟାର ରେ ଅରବିନ୍ଦଙ୍କ ଜନ୍ମଦିନ ପାଳନ କରିବୁ। ଆମ ପ୍ରେମ ଅଜର, ଅମର। ତମର ଈର୍ଷାଭାବ ଆମ ପ୍ରେମରେ ଫରକ ପକାଇବ ନାହିଁ। ଚାଲିଗଲା ମିତା । ହୋଟେଲ୍ ମେଫେୟାରର ସୁସଜ୍ଜିତ କୋଠରୀ। ଦୃଡ ଆଲିଙ୍ଗନରେ ମୃଦୁପାନୀୟର ମଜା ନେଉଥିଲେ ମିତା ଓ ଅରବିନ୍ଦ। ଧିରେଧିରେ ସ୍ୱପ୍ନାକାଶରେ ଭାସିବୁଲୁଥିଲା ମିତା। ଶରୀରରେ କଷ୍ଟ ଅନୁଭବ କରି ଆଖି ଖୋଲି ଦେଖିଲା ମିତା। ତାର ଉଲଗ୍ନ ଶରୀରଟାକୁ ଉପଭୋଗ କରିବାକୁ ଚେଷ୍ଟାକରୁଥିଲା ଅରବିନ୍ଦ। ଉତୁରିଯାଇଥିଲା ମିତାର ନିଶା। ଅରବିନ୍ଦ ତା'କୁ ପୁରାଣବର୍ଣ୍ଣିତ ଦୁର୍ଯ୍ୟୋଧନ ପରି ଲାଗୁଥିଲା। ଅବଶ ଲାଗୁଥିଲା ଶରୀର। ଆପତ୍ତି କରିଚାଲିଥିଲେ ବି ତା କଥାକୁ କର୍ଣ୍ଣପାତ କରୁନଥିଲା ଅରବିନ୍ଦ। ମନେ ପଡିଯାଉଥିଲା ଜେଜେମା କଥା। ଏକାଳ, ହେଉକି ସେକାଳ, ପ୍ରେମ ସବୁଠି ସମାନ। କିନ୍ତୁ......... ଅମଣିଷ, କାମୁକ ପ୍ରେମିକଟି କେବେବି ପ୍ରେମିକ ହୋଇପାରେନା। ବରଂ ତାକୁ ନାରୀଧର୍ଷଣକାରୀ ବ୍ୟକ୍ତିତ୍ବ କୁହାଯାଇପାରେ। ପ୍ରେମର ଆଖ୍ୟା ବୁଝିଲା ବେଳକୁ କୁମାରୀଲଜ୍ଜା ସମର୍ପିତ ହୋଇସାରିଥିଲା କାମୁକ ପ୍ରେମିକର ମିଥ୍ୟା ପ୍ରେମରେ। କିଛି ସମୟ ପରେ ଅରବିନ୍ଦ କହିଉଠିଲା, ଶାଳୀ ତତେ ଶେଷ କରିବାକୁ ହେବ। ନହେଲେ ମୋ କର୍ମର କଳାଚିଠା ତୁ ଜେଜେମା ଓ ଦୁନିଆ ଆଗରେ ଖୋଲିଦେବୁ। ଛୁରୀରେ ମିତାର ଗଳାଟାକୁ କାଟିଦେଲା ଅରବିନ୍ଦ। ସଜବାଜ ହୋଇ ପ୍ୟାଣ୍ଟ ପରିଧାନ କରି ସ୍ଥାନ ପରିତ୍ଯାଗ କରିବା ଆଗରୁ ଜିତାର ପିସ୍ତଲର ଗୁଳିବିଦ୍ଧ ହୋଇସାରିଥିଲା ଅରବିନ୍ଦ ଶରୀରରେ। ଟଳିପଡିଲା ଅରବିନ୍ଦ। ପୋଲିସ୍ ବାନ୍ଧି ନେଉଥିଲେ ଜିତାକୁ। ପାଖରେ ଠିଆ ହୋଇ ମିତାର ଶବସଂସ୍କାର କରିବାକୁ ପ୍ରସ୍ତୁତ ହେଉଥିଲେ ବାପାମାଆ। ହୋଟେଲ ମ୍ୟାନେଜର କହୁଥିଲା, ପ୍ରେମର ଅନ୍ଧପୁଟୁଳି ବାନ୍ଧି ପ୍ରେମକରିବାରେ ଆପତ୍ତି ନାହିଁ। କିନ୍ତୁ ଗାନ୍ଧାରୀ ପରି ଆଖିଥାଉଥାଉ ଅନ୍ଧପରି ପ୍ରେମ କରିବା ନିଶ୍ଚୟ ଭୂଲ୍। କଥାରେ ଅଛି ପ୍ରେମ କରାଯାଏ ନାହିଁ, ହୋଇଯାଏ, ତାହା ଠିକ୍ କିନ୍ତୁ ଯୁବପିଢି ପ୍ରେମ ନାମରେ ପ୍ରଣୟର ପ୍ରଶ୍ରୟ ଦେବା ନିଶ୍ଚୟ ଆପତ୍ତିଜନକ। ହୋଟେଲର ନିଭୃତ କୋଠରୀରେ ପ୍ରେମ କରିବା ଭୂଲ୍ ନୁହେଁ କିନ୍ତୁ ପ୍ରେମ ନାମରେ କାମକୁ ପ୍ରଶ୍ରୟ ଦେବା ଭୂଲ୍। ଲଘୁପ୍ରଣୟ କ୍ଷଣସ୍ଥାୟୀ।


Rate this content
Log in

Similar oriya story from Abstract