Bishwa ranjan Tripathy

Drama Tragedy Thriller

3  

Bishwa ranjan Tripathy

Drama Tragedy Thriller

ଜୀବନ୍ତ ଉପହାର

ଜୀବନ୍ତ ଉପହାର

9 mins
41


ସେଦିନ ଥାଏ ମାସର ଶେଷ ରବିବାର, ଉତ୍ପଳ ଯାଇଥିଲା ବଜ଼ାର କୁ ଘରର ସୌଦାପତ୍ର କିଣିକି ଆଣିବା ପାଇଁ। ହେଲେ ଆସୁ ଆସୁ ଟିକେ ଡେରି ହୋଇଯିବାରୁ ଏପଟେ ତାର ଧର୍ମପତ୍ନୀ ଅମୃତା ମନକୁ ମାରି ବସିଥାଏ। କାରଣ ଥିଲା ଜଲ୍ଦି ଆସିଲେ ଖାଇବା ପିଇବା ଶେଷକରି ତାର ଫେବରାଇଟ ହିରୋ ଅକ୍ଷୟ କୁମାର ର ଫିଲ୍ମ 'ଟଏଲେଟ ଏକ ପ୍ରେମ କଥା' ଦେଖିଯିବା ପାଇଁ ମ୍ୟାଟିନି ଶୋ ୧୨.୦୦ - ୩.୦୦। ହେଲେ ଏବେ ଆସି ସମୟ ଦିନ ୧୧.୩୦ ହେଲାଣି। ସେ କେତେବେଳେ ଆସିବେ ରୋଷେଇ ହବ, ପୁଣି ଗାଧୁଆ ଅଛି ତାପରେ ଖାଇବା ପିଇବା। ପୁଣି ରେଡି ହୋଇକି ହଲ ଯାଏଁ ଯିବାର ଅଛି। ଏତେସବୁ ଭାବି ଭାବି ଅମୃତା ରାଗରେ ପୁରା ଲାଲ ହେଲେ କଣ କରିବ।

ଉତ୍ପଳ ଆସି ଘର ସାମ୍ନାରେ ପହଁଚି କଲିଂ ବେଲ ବଜାଏ, ହେଲେ କିଛି ସମୟ ଯାଏଁ କବାଟ ନଖୋଲିବାରୁ ସେ ବାଧ୍ୟହୋଇ ଅମୃତା ଅମୃତା କହି ଡାକେ,ତଥାପି ସେପଟୁ କିଛି ଉତ୍ତର ନଆସିବାରୁ ଉତ୍ପଳ ବାଧ୍ୟହୋଇ କଲ ଲଗାଏ ତଥାପି ଅମୃତା କଲ ଉଠାଏ ନାହିଁ। ଏମିତି ୭-୮ ଥର ବାରମ୍ବାର କଲ କରିବାରୁ ବାଧ୍ୟହୋଇ ଅମୃତା କଲ ଉଠାଇ କଥା ହୁଏ,

ଉତ୍ପଳ: ଆରେ ଏତେ ସମୟ ହେଲାଣି ତୁମକୁ ଡାକୁଛି, କଲିଂ ବେଲ ବଜଉଛି, ପୁଣି କଲ କରୁଛି ଅଥଚ ତୁମକୁ ଶୁଭୁନି।

ଅମୃତା: ରାଗିକି କୁହ, ନାଇଁ ଶୁଭୁନି, କେତେବେଳୁ ବଜ଼ାର ଗଲଣି ଆଉ ଏବେ ଆସୁଛ, କୁଆଡେ ଯିବାର ଥିଲା ମନେ ଅଛି କି ନାହିଁ?

ଉତ୍ପଳ:ଆରେ ପ୍ରଥମେ କବାଟ ତ ଖୋଲ, ତାପରେ ଡେରି ହବାର କାରଣ କହିବି, ଏପଟେ ଗରମରେ ମୋର ହାଲତ ପୁରା ଖରାପ ହୋଇସାରିଲାଣି।

ଅମୃତା:ନାଇଁ ଆଗେ କୁହ, ତାପରେ ଯାଇ କବାଟ ଖୋଲିବି।

ଉତ୍ପଳ:ଆରେ ମୁଁ ଜଲ୍ଦି ଜଲ୍ଦି ସଉଦା ପତ୍ର କିଣି ଆସୁଥିଲି, ହଠାତ ଏକ ଟ୍ରକ ସହ ମୋ ବାଇକକୁ ଧକ୍କା ଦେଲା, ଭାଗ୍ୟଭଲ ମୋର କିଛି ହୋଇନି। ସେଇଠୁ ଆସୁ ଆସୁ ଟିକେ ଲେଟ ହୋଇଗଲା।

ଅମୃତା: ହେ ଭଗବାନ, ତୁମର କିଛି ହେଇନି ତ? ମତେ ସେତେବେଳୁ କହୁନ ମୁଁ ମିଛଟାରେ ତୁମ ଉପରେ ଚିଡୁଛି।

ଉତ୍ପଳ ଏପଟେ ମନେ ମନେ ଭାବୁଥାଏ ମିଛ ତ କହିଦେଲି ହେଲେ କବାଟ ଖୋଲିଲା ପରେ ଅବସ୍ଥା କଣ ହବ କେଜାଣି? ଅମୃତା ଦଉଡି ଆସି କବାଟ ଖୋଲି ଦେଖେ ତ ଉତ୍ପଳ ଶରୀରରେ କିଛି ବି ଆଘାତ ହୋଇନି, ତେଣୁ ସେ ପଚାରେ,

ଅମୃତା: ତୁମେ ପା କହୁଥିଲ ତୁମର ଗୋଟେ ଗାଡି ସହ ଧକ୍କା ହୋଇଯାଇଥିଲା, ହେଲେ ତୁମେ ତ ପୁରା ଠିକ ଅଛ।

ଉତ୍ପଳ: ଅଭିନୟ କରି ଛୋଟେଇ ଛୋଟେଇ ଘର ଭିତରେ ପସିଯାଏ ଆଉ କୁହେ, ତୁମେ କଣ ଚାହୁଁଥିଲ ମୋର କିଛି ହେଇଯାଉ ବୋଲି।

ଅମୃତା: ଆରେ ମୁଁ କେତେବେଳେ ସେମିତି କହିଲି, ତୁମେ କହୁଥିଲ ତୁମ ଗାଡି ସହ ଆଉ ଗୋଟେ ଗାଡି ଧକ୍କା ଦେଇଛି ତେଣୁ ଭାବିଲି ଖଣ୍ଡିଆ ଖାବରା ହୋଇଯାଇଥିବ।

ଉତ୍ପଳ: ଓଃ ତାମାନେ ମୋର ଦେହରେ ଖଣ୍ଡିଆ ଖାବରା ହୋଇଥିଲେ ତୁମେ ବିଶ୍ୱାସ କରିଥାନ୍ତ ଯେ ମୋର ଆକ୍ସିଡେଣ୍ଟ ହୋଇଛି ବୋଲି। ଏପଟେ ମୋର ଗୋଡ଼ ଜଖମ ହେଇ ବିନ୍ଧୁଛି ତୁମକୁ ଦେଖାଯାଉନି।

ଅମୃତା: ହେଃ ତୁମ ସହ ମୁଁ ଯୁକ୍ତି କରିପାରିବିନି, ରୁହ ମୁଁ ମୁଭ ଟା ନେଇଆସୁଛି ଘସିଦେବି। 

ଏତିକି କହି ଅମୃତା ଚାଲିଯାଏ ମୁଭ ଆଣିବା ପାଇଁ, ଏପଟେ ଉତ୍ପଳ ଆରାମ ରେ ଏକ ଦୀର୍ଘ ନିଶ୍ଵାସ ଛାଡି କୁହେ ପ୍ରଭୁ ଆଜି ଏକ ବଡ ବିପଦରୁ ବଞ୍ଚେଇଦେଲ। ଏହିଭିତରେ ଅମୃତା ଆସି ପହଁଞ୍ଚିଯାଏ ଆଉ ପଚାରେ,

ଅମୃତା: ଆରେ କାହାକୁ ପ୍ରଭୁ ଆଜି କୋଉ ବଡ ବିପଦରୁ ବଞ୍ଚେଇଦେଲେ?

ଉତ୍ପଳ: ଚମକି ପଡି କୁହେ, ନାଇଁ ନାଇଁ କିଛି ନାହିଁ, ମତେ ଆଜି ପ୍ରଭୁ ବଞ୍ଚେଇଦେଲେ ସେ ଆକ୍ସିଡେଣ୍ଟ ରୁ।

ଅମୃତା: ହଁ ସେୟା ନୁହେଁ ଆଉ କଣ, ହେଲେ ତୁମେ ଏମିତି ଥରୁଛ କଣ ପାଇଁ? ହଉ ଆଗେ ପାଣି ଗ୍ଲାସ ଟେ ପିଇଦିଅ ଭଲ ଲାଗିବ। ତାପରେ ତୁମ ଗୋଡ଼ରେ ମୁଭ ଘସିଦେବି।

ଉତ୍ପଳ: ହଁ ହଁ ଠିକ କଥା, ମତେ ପାଣି ଗ୍ଲାସ ଟେ ଦେଲ, ବାହାରେ ଯେମିତି ଖରା ଗରମ ହଉଛି ନା ସହି ହଉନି।

ଅମୃତା: ହଉ ଧରିଲ ମୁଭଟା ମୁଁ ପାଣି ଗ୍ଲାସ ଟେ ନେଇକି ଆସେ।

ଏତିକି କହି ପାଣି ପାଇଁ ଚାଲିଯାଏ ଅମୃତା। ଉତ୍ପଳ ଏହିଭିତରେ ତାର ଡ୍ରେସ ବଦଳୁଥାଏ। ଡ୍ରେସ ବଦଳି ସାରିବା ପରେ ଯାଇ ସୋଫା ଉପରେ ବସିଯାଏ, ଏହିଭିତରେ ଅମୃତା ପାଣି ଗ୍ଲାସ ଟେ ଧରି ଆସି ପହଁଚେ, ଉତ୍ପଳ ପାଣି ଗ୍ଲାସଟିକୁ ଢକ ଢକ କରି ପିଇଯାଏ। ଏହି ଭିତରେ ଅମୃତା କୁହେ,

ଅମୃତା: ଦେଖେଇଲ ତୁମ ଗୋଡ ଟା ମୁଁ ମୁଭ ଘସିଦେବି।

ଉତ୍ପଳ: ହଁ ହଁ ଦେଖଉଛି କହିକି ତାର ଡାହାଣ ଗୋଡାଟିକୁ ବଢ଼େଇଦିଏ ।

ଅମୃତା: ଆରେ ତୁମର ପା ବାମ ଗୋଡ଼ରେ ଆଘାତ ଲାଗିଥିଲା ଏବେ ଡାହାଣ ଗୋଡ଼ କଣ ଦେଖଉଛ।

ଉତ୍ପଳ: ଆରେ ହଁ ମୁଁ ପାଣି ପିଇବା ବେଳେ ଭୁଲି ଯାଇଥିଲି ତେଣୁ ଡାହାଣ ଗୋଡ଼କୁ ବଢ଼େଇଦେଲି।

ଅମୃତା: ସନ୍ଦେହ କରେ, କିଛି ନକହି ସିଧା ଚାଲିଯାଏ ଉତ୍ପଳ ର ବାଇକ ପାଖକୁ, ଆଉ ନିରିଖେଇକି ଦେଖେ ତାର ବାଇକ କୁ ହେଲେ କୋଉଠି ବି ଗୋଟେ ହେଲେ ଧକ୍କା ହେବାର ଚିହ୍ନ ପାଇଲାନି ଗାଡ଼ିରେ। ତେଣୁ ରାଗ ତମ ତମ ହୋଇ ଉତ୍ପଳ ପାଖକୁ ଆସି ପଚାରେ, ସତ କୁହ ତୁମର ଗାଡି ଆକ୍ସିଡେଣ୍ଟ ହେଇଥିଲା କି ନାହିଁ?

ଉତ୍ପଳ: ଆରେ ସ.ସ..ସତରେ ହେଇଥିଲା,ମିଛ କଣ ପାଇଁ କହିବି ଯେ?

ଅମୃତା: ତମେ ସତ କହୁଛ ବୋଲି ମୁଁ କଣ ପାଇଁ ବିଶ୍ୱାସ କରିବି ମତେ ଗୋଟେ କାରଣ କୁହ।

ଉତ୍ପଳ: ମୋର ଗୋଡ଼ରେ ଜଖମ ହୋଇଛି ସେତିକି ତୁମପାଇଁ ଯଥେଷ୍ଟ ନୁହେଁ କି?

ଅମୃତା: ହଁ ସେତିକି ମୋ ପାଇଁ ବହୁତ ହେଇଥାନ୍ତା, ଯଦି ସତରେ ସେମିତି କିଛି ଘଟିଥାନ୍ତା। ତୁମର ତ ଡାହାଣ ଗୋଡ଼ରୁ ବାମ ଗୋଡ଼କୁ ଜଖମ ଟ୍ରାନ୍ସଫର ହୋଇଯାଉଛି ନା, ତାପରେ ତୁମ ଗାଡି ରେ ଆଉ ଗୋଟେ ଗାଡି ଧକ୍କା ଖାଇଲା ହେଲେ ତୁମ ଗାଡିର କିଛି ହେଲାନି, ଅଦ୍ଭୁତ ଘଟଣା ୟେ।

ଉତ୍ପଳ:ଆରେ ଯଦି ତମେ ସବୁ ଜାଣିଗଲଣି ତେବେ ମମୁଁ ସତ କହିଦଉଛି ଶୁଣ, ମୁଁ ସୌଦା ପତ୍ର କିଣିସାରି ତର ତର ହୋଇ ଫେରୁଥିଲି, ଏକ ଟ୍ରକ ମତେ ଧକା ଦେଲା ହେଲେ ସୌଭାଗ୍ୟ ବଶତଃ ମୋର କି ମୋ ଗାଡିର କିଛି ହୋଇନି। ସେଠୁ ମୁଁ ଫେରୁଥାଏ ହଠାତ ମୋର କଲେଜ ବେଳର ସାଙ୍ଗ ରମେଶ ଓ ତାର ସ୍ତ୍ରୀ ଦେଖା ହୋଇଗଲେ, ତେଣୁ ସେଇଠି ଟିକେ ଅଟକିଗଲି ଓ ତାଙ୍କସହ କଥା ହଉ ହଉ ଡେରି ହୋଇଗଲା..

ଅମୃତା: ଆଉ ମତେ ଯୋଉ କହିକି ଯାଇଥିଲ ଆସିଲେ ଫିଲ୍ମ ଦେଖିଯିବା ବୋଲି ଆମର ୨ୟ ବିବାହ ବର୍ଷିକୀ ପାଇଁ। ସେସବୁ ଭୁଲିଗଲ।

ଉତ୍ପଳ: ଆରେ ମୋ କଥାକୁ ସମ୍ପୂର୍ଣ୍ଣ ହବାକୁ ଦିଅ ପ୍ରଥମେ, ତାପରେ କହିବ,

ଅମୃତା: ହଉ କୁହ, ।

ଉତ୍ପଳ: ସେମାନଙ୍କ ସହ କଥା ହେବା ଭିତରେ, ମୁଁ କହିଦେଲି ତାଙ୍କୁ ଯେ ଆସନ୍ତା କାଲି ଆମର ୨ୟ ବିବାହ ବର୍ଷିକୀ ପଡୁଛି, ଯେହେତୁ କାଲି ସୋମବାର, ତେଣୁ ଆଜି ଆମେ ଫିଲ୍ମ ଦେଖି ଯିବାପାଇଁ ପ୍ଲାନ କରିଛୁ।

ଦିଲ୍ଲୀପ: ଆରେ ତୁମେ କୋଉ ହଲ କୁ ଯିବ?

ଉତ୍ପଳ: ମହାରାଜା ରେ ୧୨-୩ ମ୍ୟାଟିନି ଶୋ ପାଇଁ ଟିକେଟ କରିଛି।

ଦିଲ୍ଲୀପ: ଆରେ ସେ ହଲ ସାମ୍ନାରେ ଏବେ ଗୋଟେ ବଡ଼ ଧରଣର ଆକ୍ସିଡେଣ୍ଟ ହୋଇଯାଇଛି, ଆଉ କେହି ଜଣେ ବାଇକ ଚାଳକଙ୍କର ମୃତ୍ୟ ଘଟିଛି। ତେଣୁ ସେଇଠି ଏବେ ବହୁତ ଗହଳି ଅଛି ଆଉ ଲୋକମାନେ ହଡ଼ତାଲ କରିବାରୁ ପୋଲିସ ବାଧ୍ୟହୋଇ ସେହି ଏରିଆ ରେ ୨୪ ଘଣ୍ଟିଆ କର୍ଫ୍ୟୁ ଲାଗେଇଛି। ଆମେ ବି ଟିକେଟ କରିଥିଲୁ ହେଲେ ବାଧ୍ୟହୋଇ କ୍ୟାନ୍ସଲ କରିଲୁ। ତୁମେ ତାହେଲେ କେମିତି ଯିବ? ହଉ ତେବେ ଆମେ ଏବେ ଆସୁଛୁ।

ତାପରେ ତୁମେ ମନ ଦୁଃଖ କରିବ ବୋଲି ଗୋଟେ କେକ ଆଉ କିଛି ତୁମର ଫେବୋରେଟ ଚକୋଲେଟ ସହ, ପାଖ ଏକ ଜୁୱେଲାରୀ କୁ ଯାଇ ତୁମପାଇଁ ଏକ ମୁଦି ନେଇଆସିଛି। ଖାଇବା ପିଇବା ଶେଷକରି ଆମେ ସେଲିବ୍ରଟ କରିବା ଆମ ୨ୟ ବିବାହ ବାର୍ଷିକ।

ଅମୃତା: ଖୁସି ହୋଇ କୁହେ ଆରେ କେକଟା ନଷ୍ଟ ହିଇଯିବଣୀ ତ?

ଉତ୍ପଳ: ନାଇଁ ତୁମେ ଯେତେବେଳେ ମୁଭ ଆଣିବାପାଇଁ ଯାଇଥିଲ ମୁଁ କେକ ଓ ଚକୋଲେଟ ନେଇ ଫ୍ରିଜ଼ ରେ ରଖିଦେଇଛି।

ଅମୃତା: ଆଉ ତୁମେ କାଲି ସନ୍ଧ୍ୟାରେ ଆଣିଥିବା ଛତୁକୁ ମୁଁ ତୁମ ପସନ୍ଦର ଛତୁ ରାଇ କରି ରଖିଛି। ଯାଅ ଗାଧୋଇପଡ଼ ସାଙ୍ଗ ହୋଇ ଖାଇବା ତାପରେ ସନ୍ଧ୍ୟାରେ ସେଲିବ୍ରେଟ କରିବା।

ଉତ୍ପଳ ଯାଏ ଗାଧୋଇବା ପାଇଁ, ଏପଟେ ଅମୃତା ସମସ୍ତ ସୌଦା ପତ୍ର ସଜାଡ଼ିକି ରଖେ । କିଛିସମୟ ପରେ ଉତ୍ପଳ ଗାଧୁଆ ଶେଷକରି ଆଶେ ଆଉ ଉଭୟ ମିଶି ଖାନ୍ତି। ତାପରେ କିଛିସମୟ ରେଷ୍ଟ ବି କରନ୍ତି। 

ହଠାତ ଅମୃତା ର ଫୋନ ରିଙ୍ଗ ହେବାରୁ ସେ ଉଠିକି ଯାଇ ଫୋନ ଉଠାଏ ଆଉ ସେପଟୁ ଜଣେ ଗମ୍ଭୀର କଣ୍ଠରେ କୁହେ, ଆପଣ ଅମୃତା ମାଡାମ କହୁଛନ୍ତି କି?

ହଁ ମୁଁ ଅମୃତା କହୁଛି । ଆପଣ କିଏ ? ଆଉ କଣ ପାଇଁ ଫୋନ କରିଛନ୍ତି?

ମୁଁ କିଏ ଜାଣିବା ଏବେ ଜରୁରୀ ନୁହେଁ ଆପଣଙ୍କ ପାଇଁ, ଆପଣଙ୍କ ସ୍ୱାମୀ ଉତ୍ପଳଙ୍କର ଆକ୍ସିଡେଣ୍ଟ ହୋଇଛି ତେଣୁ ଆପଣ ଜଲ୍ଦି କ୍ୟାପିଟାଲ ହସ୍ପିଟାଲ ରେ ଆସି ପହଞ୍ଚନ୍ତୁ।

ଅମୃତା ଫୋନ ରେ ସେ କଥା ଶୁଣି ହସିବାକୁ ଲାଗେ ଆଉ କୁହେ, ଆପଣ କଣ ପାଗଳ ନା କଣ? କୋଉଠୁ କହୁଛନ୍ତି? ମୋ ସ୍ୱାମୀ ଏବେ ମୋ ପାଖରେ ଶୋଇଛନ୍ତି, ଏବେ ଆମେ ସାଙ୍ଗ ହୋଇ ଲଂଚ କରିଲୁ। ଆପଣ ବୋଧେ ମତେ ଭୁଲରେ ଫୋନ ଲଗେଇଦେଇଛନ୍ତି।

ଯଦି ଆପଙ୍କର ବିଶ୍ୱାସ ହଉନି ତେବେ ସଂଗେ ସଂଗେ ଟିଭି ଲଗେଇ ଦେଖନ୍ତୁ, ଏବେ ଏଇ ଖବର ବ୍ରେକିଙ୍ଗ ନିଉଜ ରେ ଦଉଛି।

ଆପଣ କିଏ କଣ ପାଇଁ ମତେ ଏମିତି ଡରଉଛନ୍ତି? ମୁଁ ବାଧ୍ୟହୋଇ ଆପଣଙ୍କ ନାମରେ ପୋଲିସ ରେ କମ୍ପ୍ଲେନ କରିବି।

ମାଡାମ ମୁଁ ପୋଲିସ ଷ୍ଟେସନରୁ କହୁଛି ଏସ.ଆଇ ବିକ୍ରମ। ମୋ ପାଖରେ ସମୟ ନାହିଁ, ତେଣୁ ଆପଣ ଜଲ୍ଦି ଆସି ମେଡିକାଲ ରେ ପହଂଚନ୍ତୁ। ଏତିକି କହି ଫୋନ କଟିଯାଏ।

ଏପଟେ ଅମୃତା ଡ଼ରିଯାଇଥାଏ ପୋଲିସ ପାଖରୁ ଏପରି ଖରାପ ଖବର ଶୁଣି, ପୁଣି ଭାବେ ଯଦି ସେ ପୋଲିସ ର କଥା ସତ ତେବେ ଏତେବେଳ ଯାଏଁ ଜାହାସହ ଏତେକଥା ହଉଥିଲି ସେ କିଏ? ନା ନା ଏମିତି ହୋଇନପାରେ, ସେ ପୋଲିସ ଭୁଲ ରେ ବୋଧେ ମତେ କଲ କରିଦେଇଛି। ସଂଗେ ସଂଗେ ତାର ବେଡ଼ ରୁମ କୁ ଯାଇ ଦେଖେ ତ ଉତ୍ପଳ ନାହାନ୍ତି ବେଡ଼ ଉପରେ, ଉତ୍ପଳ ଙ୍କୁ ବେଡ଼ ଉପରେ ନଦେଖି ଅମୃତା ମନରେ ପାପ ଭାବନା ଯାତ ହୁଏ । ତେଣୁ ସେ ଜୋର ଜୋରସେ ଉତ୍ପଳ ଉତ୍ପଳ କହି ଚିଲାଏ,ହେଲେ କିଛିବି ଉତ୍ତର ମିଳେନି। ତେଣୁ ସେ ଘରର ସବୁ ରୁମକୁ ଯାଇ ଖୋଜେ,ବାଥ ରୁମ, ଛାତ ଉପର,ପୁରା ବଗିଚା, ଏମିତିକି ସେ ଆଖ ପାଖ ସବୁ ଜାଗା ବୁଲିକି ଦେଖେ ହେଲେ କୋଉଠି ବି ଉତ୍ପଳ କୁ ପାଏନା। ତେଣୁ ସେ ପୋଲିସ ର କଥା ଅନୁଯାଇ ବାଧ୍ୟହୋଇ ଯାଇ ଟିଭି ଲଗେଇ ଦେଖେ। 

ଟିଭିରେ ଉତ୍ପଳ ର ମୃତ୍ୟୁ ଖବର ଶୁଣିବା ପରେ ବି ବିଶ୍ୱାସ କରିପାରୁନଥାଏ, ଯେତେବେଳେ ତାର ଫୋଟୋ ଦେଖେ ତ ତାର ପାଦ ତଳୁ ମାଟି ଖସିଗଲା ପରି ତାକୁ ଅନୁଭବ ହେଉଥିଲା, ଯେମିତି ତାର ମଥାରେ ଦୁଃଖର ପାହାଡ଼ ଛିଣ୍ଡି ପଡିଥିଲା। ସେତେବେଳେ ସେ କଣ କରିବ କିଛି ବୁଝିପାରୁନଥାଏ, ହଠାତ ତାର ମନେପଡେ ସେହି ପୋଲିସ ର କଥା ତେଣୁ ସେ ସେହି ଅବସ୍ଥାରେ ଏକ ଅଟୋ ସାହାଯ୍ୟ ରେ କ୍ୟାପିଟାଲ ହସ୍ପିଟାଲ ରେ ଯାଇ ପହଞ୍ଚେ। ସେଠି ନିଜର ପରିଚୟ ଦେବାପରେ ତାକୁ ଉତ୍ପଳ ର ମର ଶରୀର ଦେଖିବା ପାଇଁ ଛାଡ଼ନ୍ତି। ଉତ୍ପଳ ର ମରଶରୀରକୁ ଦେଖି ଅମୃତା ନିଜ କୋହକୁ ସମ୍ଭାଳି ପାରେନି ତେଣୁ ସେ ସେଇଠି ଉତ୍ପଳ କୁ ଧରି କାନ୍ଦିବାକୁ ଲାଗେ, ଏହିଭିତରେ ସେ ସେଇଠି ମୂର୍ଚ୍ଛା ହୋଇ ପଡ଼ିଯାଏ। ତେଣୁ ତାକୁ ସଙ୍ଗେ ସଙ୍ଗେ ସେହି ହସ୍ପିଟାଲ ରେ ଆଡ଼ମିଶନ କରି ଦେଇ ଏକ ଶାଲାଇନ ଦିଅନ୍ତି।

କିଛିସମୟ ପରେ ବନ୍ଧୁ ପରିଜନ ଖବର ପାଇ ଆସି ହସ୍ପିଟାଲ ରେ ପହଞ୍ଚନ୍ତି, ଅମୃତା କୁ ଏମିତି ଅବସ୍ଥାରେ ଦେଖି ଦୁଃଖ ପ୍ରକାଶ କରନ୍ତି। ତାପରେ ଉତ୍ପଳ ମର ଶରୀରକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠେଇଦିଏ। ଅମୃତା ର ହୋସ ଆସିଲା ବେଳକୁ ସେ ତାର ପାଖରେ ପାଏ ତାର ମା,ବାପା ଓ ତାର ଏକ ମାତ୍ର ବଡ ଭାଇ, ଶାଶୁ ଶଶୁର ଓ ଅନ୍ୟ ପରିଜନ ଙ୍କୁ। ସେମାନଙ୍କୁ ଦେଖି ଆହୁରି ଜୋରରେ କାନ୍ଦିବାକୁ ଲାଗେ ଅମୃତା। ସମସ୍ତେ ତାକୁ ବୁଝେଇବାକୁ ଚେଷ୍ଟା କରନ୍ତି ହେଲେ ବି ସେହିମାନେ ତାଙ୍କର ଅମାନିଆ ଲୁହ ଗୁଡାକୁ ବୁଝେଇ ରଖିପାରନ୍ତିନି। କିଛିସମୟ ପରେ ପୋଲିସ କୁହେ ଯେ ଶବ ବ୍ୟବଚ୍ଛେଦ ପରେ ଉତ୍ପଳର ମର ଶରୀରକୁ ଆପଣଙ୍କୁ ହସ୍ତାନ୍ତର କରାଯିବ। ଏହାର କିଛିସମୟ ପରେ ଅମୃତା କୁ ଡିସଚାର୍ଜ କରି ସମସ୍ତେ ଡାକ୍ତରଖାନା ରୁ ଘରକୁ ଫେରନ୍ତି।

ଠିକ ଏହାର ଗୋଟେଦିନ ପରେ ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଉତ୍ପଳର ମର ଶରୀରକୁ ନେଇଯିବା ପାଇଁ କୁହେ,ଅମୃତା ର ଭାଇ ଓ ଉତ୍ପଳ ର ବାପା ଯାଆନ୍ତି ଉତ୍ପଳ ର ମର ଶରୀରକୁ ଆଣିବା ପାଇଁ। ସେତେବେଳକୁ ଦୁଃଖରେ ଭାଙ୍ଗିପଡୁଥାନ୍ତି ଉତ୍ପଲର ବାପା ହେଲେ ବି ବହୁତ ଦମ୍ଭର ସହ ଉତ୍ପଲ ର ଶବ କୁ ସତ୍କାର କରନ୍ତି। ସମସ୍ତେ ଝୁରି ହଉଥାନ୍ତି ଉତ୍ପଳକୁ, ହେଲେ ଉତ୍ପଳ ଶୋଇଯାଇଥିଲେ ଚିର ନିଦ୍ରାରେ, ଆଉ ଚାଲିଯାଇଥିଲା ଅଫେରା ରାଇଜକୁ। ସେହି ଭିତରେ ପୋଲିସ ବି ତାର ତଦନ୍ତ ଜାରି ରଖିଥାଏ, ଓ ବାରମ୍ବାର ଘରକୁ ଆସି ସମସ୍ତଙ୍କୁ ଜେରା କରୁଥାଏ ଓ ବିଭିନ୍ନ ପ୍ରକାର ପ୍ରଶ୍ନ କରିବା ସହ ସମସ୍ତ କୋଣ,ଅନୁକୋଣ ରୁ ତଦନ୍ତ କରୁଥାଏ। ଏମିତି ଚାହୁଁ ଚାହୁଁ ଦଶାହ, ଏକାଦଶାହ କାର୍ଯ୍ୟ ଶେଷ ହୋଇଯାଏ।

ଏହାପରେ ପୋଲିସ ତାର ତଦନ୍ତ ର ଗତି ଆହୁରି ତୀବ୍ରତର କରେ, ତିନୋଟି ଟିମ ଗଠନ କରି ତଦନ୍ତ ର ପ୍ରକ୍ରିୟା କୁ ତ୍ୱରାନ୍ୱିତ କରେ। ଏକ ଟିମ ଯାଇ ଉତ୍ପଳ ର ଅଫସି ଷ୍ଟାଫ ଙ୍କୁ ପଚରା ଉଚରା କରିବା ସହ ତାର କେଉଁ ଷ୍ଟାଫ ଙ୍କ ସହ କେମିତି ସମ୍ପର୍କ ଥିଲା, କେଉଁ ଷ୍ଟାଫଙ୍କ ସହ ଘନିଷ୍ଠତା ଥିଲା, କାମର ଚାପ, ଇତ୍ୟାଦି ଅନେକ ଦିଗକୁ ନେଇ ତଦନ୍ତ ଚଳାଏ। ସମସ୍ତେ କିନ୍ତୁ କୁହନ୍ତି ଯେ ଉତ୍ପଳ ଥିଲା ଏକ ମେଳାପୀ ସ୍ୱଭାବର ଲୋକ, କେବେ ବି କାହାସହ ଝଗଡା କରିବାର ଆମେ ଦେଖିନୁ। ତାର ଏଠି କେହିବି ଶତ୍ରୁ ନାହାନ୍ତି। ଓଲଟି ସେ ଅନ୍ୟ ମାନଙ୍କୁ ସାହାଯ୍ୟ କରେ। ଏମିତି ବାରମ୍ବାର କ୍ରସ ଚେକିଂ ପରେବି ପୋଲିସ ହାତରେ କିଛି ବି ସୁରାକ ଲାଗେନି ଉତ୍ପଳ ର ଅଫସି ରୁ ତେଣୁ ପୋଲିସ ଉତ୍ପଳ ର ସମସ୍ତ ଅଫସି ଷ୍ଟାଫ ଙ୍କୁ କ୍ଲିନ ଚିଟ ଦିଏ। ହେଲେ କହିଦେଇ ଆସେ ଯେ ପୋଲିସ ର ବିନା ଅନୁମତି ରେ ଏ ସହର ଛାଡି ନଯିବା ପାଇଁ। କାରଣ ଏ କେସ ର ଅନ୍ୟ ଦିଗ ଏବେବି ତଦନ୍ତା ଧିନ ରହିଛି।

ଅନ୍ୟ ଦୁଇଟି ଟିମ ପୃଥକ ପୃଥକ ଭାବେ ଯାଇ ଭୁବନେଶ୍ୱର ରେ ଥିବା ତାର ସ୍ତ୍ରୀ,ସମସ୍ତ ପରିବାର ସଦସ୍ୟ ଙ୍କୁ ଜେରା କରେ।,ଓ ସମସ୍ତଙ୍କୁ ତାଗିଦ କରିଆସେ ଯେ କେହି ବି ପୋଲିସ ର ବିନା ଅନୁମତିରେ ଏସହର ଛାଡି ନଯିବା ପାଇଁ। ଅନ୍ୟ ଏକ ଟିମ ଉତ୍ପଳ ର ଗାଁକୁ ଯାଇ ବନ୍ଧୁ ପରିଜନ ମାନଙ୍କୁ ବିଭିନ୍ନ ଦିଗରୁ ଜେରା କରେ, ଓ ଜାଣିବାକୁ ଚେଷ୍ଟା କରେ ଉତ୍ପଳ ର ସମ୍ପର୍କ କେମିତି ଥିଲା ସେମାନଙ୍କ ସହ। ତଦନ୍ତ ସମୟରେ ପୋଲିସ ବିଭିନ୍ନ ଦିଗକୁ ତନ୍ନ ତନ୍ନ କରି ଛାନ୍ନ ଭିନ କରୁଥାଏ। ପୋଲିସ ତାର ପ୍ରଶ୍ନ ବାଣ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିପକାଉଥାଏ। ଏମିତି ତଦନ୍ତ ପ୍ରକ୍ରିୟା ପ୍ରାୟ ୧୫ଦିନ ଧରି ଚାଲେ। ଏହି ପନ୍ଦର ଦିନ ମଧ୍ୟରେ ପୋଲିସ ଉତ୍ପଳ ର ସମସ୍ତ ବନ୍ଧୁ ପରିଜନଙ୍କ ଇତିହାସ କୁ ଖୋଳତାଡ଼ କରି ଉତ୍ପଳ ର ମୃତ୍ୟ ସହ କଣ ସମର୍କ ଥାଇପାରେ ତାକୁ ଖୋଜିବାକୁ ଚେଷ୍ଟା କରୁଥାଏ। ହେଲେ ସେମିତି କିଛି ସଫଳତା ହାତରେ ଲାଗେନି।

ଶେଷରେ ସେହି ରାସ୍ତା କଡରେ ଥିବା କିଛି ଦୋକାନ ମାନଙ୍କରୁ ସଂଗ୍ରହ କରିଥିବା ସିସି ଟିଭି ଫୁଟେଜ ରୁ ଗାଡିର ସମ୍ପୂର୍ଣ୍ଣ ବିବରଣୀ ହସ୍ତଗତ କରେ, ତା ସହିତ ସେହି ଗାଡିକୁ ଚାଲଉଥିବା ଡ୍ରାଇଭର କୁ ବି କାବୁ କରିନିଏ, ସେହି ଡ୍ରାଇଭର ପ୍ରଶ୍ନ କରିବାରୁ ସେ ବି କୁହେକି ଉତ୍ପଳ ସ୍ତ୍ରୀ, ପରିବାର କିମ୍ବା ଅଫସି ଷ୍ଟାଫ ଙ୍କ ସହ ତାର କିଛି ବି ସମ୍ପର୍କ ନାହିଁ। ତେଣୁ ପୋଲିସ ବାଧ୍ୟହୋଇ ଏକ ଏକ ସାଧାରଣ ଦୁର୍ଘଟଣା ଜନିତ କେସ ରୁଜୁ କରି ସେହି ଡ୍ରାଇଭର କୁ କୋର୍ଟ କୁ ଫରୱାର୍ଡ କରେ। ଏମିତି ଭାବରେ ପୋଲିସ ତାର ତଦନ୍ତ ପ୍ରକ୍ରିୟା କୁ ଶେଷକରେ।

ଏମିତି କିଛିଦିନ ବିତିଯିବା ପରେ ଅମୃତା କୁ ତାର ସ୍ୱାମୀ ଉତ୍ପଳ ର ଚାକିରୀ ଟି ମିଳିଯାଏ, ତା ସହିତ ଉତ୍ପଳ ର ଔରସ ରୁ ଗର୍ଭବତୀ ଥିବା ଅମୃତା ଏକ ପୁତ୍ର ସନ୍ତାନ କୁ ଜନ୍ମ ଦିଏ। ଘରେ ଓ ଶାଶୁଘର ଲୋକେ ବହୁତ କହିବା ପରେ ବି ସେ ଦ୍ଵିତୀୟ ବିବାହ ପାଇଁ ମନାକରେ, ସେ କେବଳ ବଂଚିରୁହେ ତାର ସେହି ଏକ ମାତ୍ର ଆଖି ଉତ୍ପଳ ଦେଇଯାଇଥିବା ତାଙ୍କ ଔରସରୁ ସେହି ଜୀବନ୍ତ ଉପହାର ମୁହଁକୁ ଚାହିଁ।


Rate this content
Log in

Similar oriya story from Drama