ଜୀବନର ମାୟାଜାଲ
ଜୀବନର ମାୟାଜାଲ
ଜୀବନ ସଂଘର୍ଷ କହିଲେ ବୁଝାଏ ଯୁଦ୍ଧ। ଯୁଦ୍ଧ ଏମିତି ଏକ ଵ୍ୟଵସ୍ଥା ଯେଉଁଥିରେ ଆହାତ ହେବା ଓ କ୍ଷତ ବିକ୍ଷତ ହେବ ଏକ ସାଧାରଣ ଘଟଣା। ବେଳେବେଳେ ମଣିଷ ସଜୀଵଞ ବି ଯାଇ ପାରେ। ଏଥିରେ କିଛି ବୈଚିତ୍ର୍ୟ ନାହିଁ। ତେବେ ସଂଘର୍ଷ ବିନା ଜୀବନ ଵା କାହିଁ। ଯିଏ ସଂଘର୍ଷ କରିନାହିଁ ବା କରିବା ଶିଖି ନାହିଁ ସିଏ ଗୋଟିଏ ବିଫଳ ମଣିଷ ବୋଲି ବୁଝିବାକୁ ହେବ। କାରଣ ସିଏ ଜୀବନରେ କେବେ ସଫଳତା ପାଏ ନାହିଁ। କାରଣ ଜୀବନ କଣ ସିଏ ଜାଣିନାହିଁ। ଏହି କଥା ବୁଝାଇବାକୁ ହେଲେ ଆମକୁ କେତେକ ଘଟଣା ଦୁର୍ଘଟଣାର ଉଦାହରଣ ନେଵା।
ଥିଲା କୃଷକ ଟିଏ। ଚାଷବାସ କରିଵା ଓ ଖାଦ୍ୟ ଉତ୍ପାଦନ କରି ଜନସାଧାରଣଙ୍କୁ ସେମାନଙ୍କର ପେଟ ପୋଷିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଯୋଗାଇବା ତା'ର କାମ। ସିଏ ଚାଷ କରି ପରିଶ୍ରମ କରେ କିନ୍ତୁ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଏନାହିଁ। ବନ୍ୟା ବାତ୍ୟା ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟ ତାର ସ୍ବପ୍ନ ଭାଙ୍ଗି ଚୁର ମାର କରିଦିଏ। ସମୟ ଗଡିଚାଲେ। କୃଷକଟି ଗୋଟିଏ ଯୁବକ। ତେଣୁ ମନରେ କ୍ଷୋଭ ଓ ବିରକ୍ତି ଭାବ ଆସେ। ସେ କେବଳ ମୋର ତିକି ଵୁଝିଥାଏ ବିଶ୍ଵ ନିୟନ୍ତା ଈଶ୍ବର ଯିଏ ସଂସାର ପାଇଁ ପଞ୍ଚତନ୍ତ୍ର ସୃଷ୍ଟି କରିଛନ୍ତି। ଏହି ପଞ୍ଚ ତତ୍ତ୍ଵ କେବଳ ସଂସାରର ମଙ୍ଗଳ କରିବେ। ଜୀଵ ଜଗତକୁ ବଞ୍ଚିବା ପାଇଁ ସମ୍ବଳ ଯୋଗାଇବେ। କିନ୍ତୁ ସେମାନେ ଯଦି ଜୀଵ ଜଗତର କିଛି ବି ଅମଙ୍ଗଳ କରନ୍ତି ତେବେ ଈଶ୍ବର ସେମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରିବେ ପ୍ରାଣୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରାଣୀ ହେଲା ମଣିଷ। ତାହାର କାରଣ ମଣିଷର ବୁଦ୍ଧି ଅଛି ଭାଵନାରେ ସମ୍ବେଦନଶୀଳତା ଅଛି। ତେଣୁ ସେ ଶ୍ରେଷ୍ଠ।
ତେଵୈ ଏ ପ୍ରକୃତି ଏମିତି ଦାଉ ସାଧୁଛି କାହିଁକି। ଈଶ୍ବର କଣ ତାକୁ ଉପଯୁକ୍ତ ଦଣ୍ଡ ଦେଉନାହାନ୍ତି! କିନ୍ତୁ କାହିଁକି। ଏମିତି ଅନେକ ଭାବନା ଭିତରେ ବୁଡି ଯାଏ ଯୁବ କୃଷକ ନଵୀନା।
ନବୀନାର ମନେ ଅଛି ପିଲାଦିନରୁ ପାଠ ପଢ଼ାରେ ମନ ଲାଗିଲା ନାହିଁ। କେବଳ ଭାଗବତ ଓ ରାମାୟଣ ପଢିପାରିବା ପରି ପାଠ ପଢ଼ିସାରି ନଵୀନା ବାପା ସହ ଚାଷ କାମରେ ଲାଗିଲା। ବାପା ଥିଲା ଜଣେ ସଫଳ ଚାଷୀ। ସେ ପୁଅକୁ ଚାଷ ଶିଖାଇ ଗୋଟିଏ ଭଲ ଚାଷୀ କରିପାରିଲା। ବାପ ଭାବିଲା ଯେ ଯେହେତୁ ସିଏ ନିରକ୍ଷର ଥିଲା। ସିଏ ଭଲ ଚାଷ କରିପାରେ। ଯଦିପୁଅ ପାଠ ଦି ଅକ୍ଷର ପଢିଲା। ଘରେ ଭାଗବତ ରାମାୟଣ ପଢି ପାରୁଛି ସେତିକି ଯଥେଷ୍ଟ। ଏବେ ଚାଷବାସରେ ନବୀନା ତାର ବୁଦ୍ଧିମତ୍ତାର ପରିଚୟ ହଜେଇ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇ ସରକାରୀ ସାହାଯ୍ୟ ସହଯୋଗରେ ନବୀନ ଭଲ ଦୁଇ ପଇସା ରୋଜଗାର କରେ। ତେବେ ବନ୍ୟା ବାତ୍ୟା ମରୁଡି ସବୁ କିଛି ତା'ର ସ୍ଵପ୍ନକୁ ଭାଙ୍ଗି ଚୁର ମାର କରିଦିଏ। ସରକାରୀ ସହାୟତା ମିଳେ କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ପାରି। ସବୁ କଥା ଭାବି ନଵିନର ମନ ବିଦ୍ରୋହ କରି ଉଠିଲା। ସିଏ ଭାବିଲା। ଏହି ପ୍ରାକୃତିକ ବିପର୍ଯ୍ୟୟ ନଥିଲେ ହୁଏତ ମୁଁ ବହୁତ ରୋଜଗାର କରି ବହୁତ ଧନର ମାଲିକ ହୋଇପାରନ୍ତି।
ଏହି ଭାଵନା ନବୀନା ମନରେ ବାରମ୍ବାର ପ୍ରତିଧ୍ଵନିତ ହେଲା। ନଵୀନା ଏବେ ଈଶ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ମନସ୍ଥ କ୍ଲାସ୍ ତେବେ ଈଶ୍ବରଙ୍କୁ ପାଇବ କୋଉଠି ଯେ ଯୁଦ୍ଧ କରିବ! ତେଣୁ ଶୟନେ ସପନେ ଜାଖରଣେ କେବଳ ଈଶ୍ଵର ଈଶ୍ଵର ହୋଇ ଖୋଜି ବୁଲିଲା। ଈଶ୍ବର ନଵୀନାର ମନୋଭାବ ଵୁଝି ତାକୁ ଦେଖାଦେଲେ, ପଚାରିଲେ କହ କାହିଁକି ମୋଚୈ ଏତେ ଖୋଜୁଛୁ। ତୁ ତ ବହୁତ ଭଲ କାମ କରୁଛୁ। ତୋରମୋ ବ୍ୟତୀତ ଆଉ କାହା ବିରୁଦ୍ଧରେ କୌଣସି ଅଭିଯୋଗ ମନ। ତେବେ ତୋର କଣ ଅସୁବିଧା ଯେ ତୁ ମୋତେ ବ୍ୟତିବ୍ୟସ୍ତ କରିପକାଉଛୁ। ନବୀନ କହିଲା ପ୍ରାଭୁ ମୋର ଗୋଟିଏ ବର ଦରକାର। ଈଶ୍ଵର କହିଲେ ହଁ ଉ କଣ ବର କହ?। ନବୀନା କହିଲା ଆପଣ ବହୁତ ଦୟାଳୁ। ଆପଣଙ୍କ ସୃଷ୍ଟି ରେ ଖାଦ୍ୟ ଉପୁଜାଇବାରେ ସକ୍ଷମ ହୋଇପାରିଛି। ଆପଣଙ୍କରଦୟା ମୋ ପାଇଁ ଯଥେଷ୍ଟ। ତେବେ ବେଳେ ବେଳେ ବନ୍ୟା ବାତ୍ୟା ଓ ମରୁଡି ପାଇଁ ମୁଁ ବହୁତ କ୍ଷତି ସହୁଛି। ଏଣେ ଠାରୁ ଆପଣ ସେ ସଵୂର ଦାୟିତ୍ଢ ମୋ ଉପରେ ଛାଡ଼ନ୍ତୁ। ଫଳରେ ମୁଁ ମୋର ଚାଷକୁ ଠିକ୍ ଭାବେ ପରିଚାଳନା କରିବାକୁ ଅକ୍ଷମ। ତେଣୁ ଏହି ସବୁ ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରାଯାଉ। ଈଶ୍ଵର କହିଲେ ତଥାସ୍୍ତ। ସେହି ଦିନ ଠାରୁ ପ।କୃତିକୁ ବିପର୍ଯ୍ୟୟ ଯୁବ କୃଷକ ନଵୀନ ହାତରେ ରାଖି ଈଶ୍ଵର ଚାଲିଗଲା। ଏବେ ଫସଲର ଉପଯୁକ୍ତ ରକ୍ଷଣା ବେକ୍ଷଣ କରି ନବୀନ କୃତ୍ଦ କୂତ୍ୟ ହୋଇଗଲା ଏବେ କୃଷକ ହାତରେ ଚାବି ରହିଲା
ନଵୀନା ଏବେ ମନ ଲଗାଇ ଚାଷ କଲା। ଯୋଗକୁ ଚାଷ ବି ଭଲ ହେଲା ଠିକ୍ ସମୟରେ ଚାଷ ପାଇଁ ଯାହା ଯାହା ଆବଶ୍ୟକ ସବୁ ଠିକ ରହିଲା। ତେଣୁ ଫସଲ ଭଲ ହେବା ସ୍ଵାଭାବିକ
ଗଛ ବେଶ ହୃଷ୍ଟ ପୃଷ୍ଟ ହେଲା। ଫସଲ ଅମଳ ସମୟ ଆସିଲା। ଫସଲ ଖଳାକୁ ଆସିଲା। ଏବେ ଫସଲର ଅମଳ କଲେ ହାତକୁ ଧନ ଆସିବ। ସେଥିରେ ପରିବାରର ଭରଣ ପୋଷଣ ହେବ।
ଫସଲ ଆମଳକରି ନବୀନ ମୁଣ୍ଡରେ ହାତ ଦେଇ ଖଳାରେ ବସିଗଲା। ଏସନ ଫସଲର ସବୁ ଫଳ ଅଗାଡ଼ି ହୋଇ ଯାଇଛି। ଯଦି ଫସଲ କିଛି ନାହିଁ ପିଲାଏ କେମିତି ଚଳିବେ ଭାଵି ଭାବି ନଵୀନ ପାଲାଙ କାନ୍ଦିବାକୁ ଲାଗିଲା। ଉଶ୍ବାରଙ୍କ ବିରୁଦ୍ଧରେ ପୁଣି ଅଭିଯୋଗ ପୁଣି ପୁରୁଣା ପାଠର ଆରମ୍ଭ ହେଲା।
ଏଥର ଈଶ୍ଵର ଆସି କହିଲେ କଣ ହେଲା ଏତେ ବିକଳ ହୋଇ ମୋତେ କାହିଁକି ଡାକିଲୁ କହ । ନବୀନ କହିଲା ପ୍ରଭୁ ପାଗରାଗତ ଠିକ ଥିଲା ତୈଵେ ଫସଲ କାହିଁ ଯଦିଓ ଫସଲ ଭଲ ହୋଇଥିଲା ତେବେ ଅମଳ ଵୈଳେ ଏତେ କମ୍ କଣ ପୁ ହେଲା। ମୁଁ ବୁଝିପାରୁନାହିଁ। ଈଶ୍ଵର କହିଲେ ମୁଁ ତ ତୋ କଥା ମାନି ପଞ୍ଚଭୁତଙ୍କୁ ତୋ ନିୟନ୍ତ୍ରଣରେ ଛାଡି ଦେଲି। । ତୂ ଫସଲ ଖଲୂ। ତୋରକଣ ହେଲା ନହେଲା ସେକଥା ମୋତେ କହି ଲାଭ କଣ ? ନବୀନା କହିଲା ପ୍ରଭୁ ଆପଣ ପଛେ ପ୍ରାକୃତିକ ବିପର୍ଯ୍ୟୟ ଦିଅନ୍ତୁ ମୋର କିଛି ମନା ନାହିଁ କିନ୍ତୁ ଏ ଦାୟିତ୍ୱ ମୋ ଉପରୁ ପୁଣି ଆପଣଙ୍କ ହାତକୁ ଯାଉ। କାରଣ ସେଥିରେ ମୁଁ ସମସ୍ତଙ୍କ ପେଟ ପୁରାଇ ପାରୁଥଥିଲି କିନ୍ତୁ ମୋ ହାତରେ ପ୍ରକୃତି ରହିଲେ ମଧ୍ୟ ମୁଁ ମୋ ନିଜ ପେଟ ପୁରାଇ ପାରୁନି। ଈଶ୍ବର କହିଲେ ସଂଘର୍ଷ ବିହୀନ ଜୀବନ ଏହିପରି ଦିଶାହୀନ ହୁଏ। ସଂଘର୍ଷ କରିବା ଶିଖ। ଜୀଵନ ସରଳ ଓ ମଧୂମୟ ହେବ।
ପ୍ରକୃତିର ସଂରକ୍ଷଣ ଶିଖ ବିପର୍ଯ୍ୟୟ ଆସିବେନି। କିନ୍ତୁ ସବୁକୁ ନିଜ ନିୟନ୍ତ୍ରଣରେ ରଖିଲେ ମଧ୍ୟ ସଂଘର୍ଷ ନଥିଲେ ଏମିତି ବିଫଳତା ମିଳିବ। କାରଣ ଅନୁଭବ ଓ ଅନୁଭୁତିହୀନଜୀଵନ କେବଳ ବିପର୍ଯ୍ୟୟକୁ ଡାକିଆଣେ।ତଥାପି ସଂସାରର ମାୟାଜାଲରେ ବାନ୍ଧି ହୋଇ ଜୀବନ ବିତେଇବାକୁ ହୁଏ।
ସେମିତି ସଂସାର ମାୟାଜାଲ ରେ ପଡି ଜୀବନରେ ସଂଘର୍ଷ କରୁଥାଏ ମାର୍ଵଲ ଦୋକାନଟିଏ। ସେହି ଦୋକାନରେ ମାର୍ଵଲ ନିର୍ମିତ ଠାକୁର ମୁର୍ତ୍ତି ପ୍ରସ୍ତୁତ ହୋଇ ରହିଛି। ସେଥି ସହିତ ମାର୍ବଲର କିଛି ପତଳା ପ୍ଳେଟ ବି ରହିଛି। ଯାହା ଘର ଓ ମନ୍ଦିର ସଜାଇବା ରେ ଲାଗେ। ରାତିରେ ଦୋକାନୀ ଦୋକାନ ବନ୍ଦ କରି ରକୁ ଗଲା। ଦେଵ ନାମକ ଲୋକଟିଏ ସେହି ଦୋକାନରେ ରହି ଦିନରେ କାମ କରେ ରାତି ହେଲେ ଦୋକାନ ରେ ଶୁଏ। ଫଳରେ ଦୋକାନ ପାଇଁ ଆଉ ଜଗୁଆଳି ଆବଶ୍ୟକତା ପଡ଼େନାହିଁ। ତେଵେ ଦେଵର କାମ ହେଲା ଦିନରେ ଦୋକାନରୁ ଭରିଦ ମୁତାବକ ଓଜନିଆ ମାର୍ବଲ ପଥର ସବୁ ବାହାରେ କରି ତାକୁ ସାବଧାନ ସହକାରେ ଗରାଖଙ୍କ ଘରେ ପହଞ୍ଚାଇଦିଏ। ଏହା ଫଳରେ ମାର୍ବଲ କିଣିଥିବା ଲୋକ ଦେଵକୂ ନିଜ ଭଡା ସହିତ ଅଧିକ କିଛି ଟଙ୍କା ଦିଅନ୍ତି।ଏହା ଫଳରେ ଦେଵର ରୋଜଗାର ବି ଭଲ ହୁଏ।ତେଵେ ଦେଶର ଭଲ ରୋଜଗାର ହେଲେ ଦିନଯାକରହାଡଭଙ୍ଗା ଖଟଣି ଭିତରୁ ବିଶ୍ରାମ ନେବା ପୂର୍ବରୁ ଟିକିଏ ଭଲ ଵଟାଭାଙ୍ଗ ସହିତ ରୁଟି ଡାଲମା ଓଛେଳା ରାଵିଡି ପୁରେ ପେଟରେ ପୁରାଇ ଦେବଦୋକାନ ଭିତରେ ଟିକିଏ ଆରାମ କରେ।
ସେଦିନ ରୋଜଗାର ଭଲ ହୋଇଥିଲା ପରିଶ୍ରମ ବି ହୋଇଥିଲା। ଦେବ ବଟା ଭାଙ୍ଗ ଟିକିଏ ପକେଇ ଦୋକାନର ଫ୍ୟାନଟାକୁ ବହୁତ ଜୋରରେ ଚଳାଇ ଶୋଇଗଲା। ରାତି ଵଢିବା ସହିତ ଦେଶକୁ ଟିକିଏ ଛାଇଷନିଦ ଲାଗି ଯାଇଛି। ଦେବ ଶୁଣିଲା ଦୋକାନଭିତରେ କିଛି କଥାବାର୍ତ୍ତାର ଶବ୍ଦ ଆସୁଛି ଦୋକାନରେ ତ କେହି ନାହାନ୍ତି ଆଉ କଥାର ଶବ୍ଦ କୋଉଠୁ ଆସୁଛି। ତେବେ ଦେବ କାନଡେରିଲା ଶବ୍ଦ ଆସୁଛି ମାର୍ବଲ ମୁର୍ତ୍ତିରୁ। ମାର୍ବଲ ପ୍ରେମ ଓ ମୁର୍ତ୍ତି ଙ୍କ ଭିତରେ କଥାବାର୍ତ୍ତା ଚାଲିଛି।
ମାର୍ଵଲ ପ୍ରଫେଟ କହୁଛି ହେ ମୁର୍ଖ ତୋ ଭାଗ୍ୟତ ଦେଖ ତୁ କେଡେ ଭାଗ୍ୟବାନ। ତୁ ଯୋଉ ଖଣିରୁ ବାହାରିଲୁ ମୁଁ ବି ସେଇ ଖଣିରେ ଥିଲି। ତୁ ଯିବୁ ମନ୍ଦିରରେଵସି ପୂଜା ପାଇବୁ ମୁଁ ବି ଯିବି ଲୋକଙ୍କ ଘରେ ପଡ଼ିବି ମୋ ଉପରେ କେତେ ଅତ୍ୟାଚାର ହେବ। ମୋତେ ଲୋକେ ଗୋଇଠା ମାରିବେ। ମୁଁ କେତେ ଲୋକଙ୍କ ପାଦର ଧୂଳି ଓ ଚପଲ ଜୋତା ମାଡ଼ ଖାଇ ବଞ୍ଚିବି। ତୋ ଭାଗ୍ୟ ଦେଖ ତୁ ପୂଜା ପାଇବୁ। ତୋତେ ଲୋକ ମୁଣ୍ଡ ଲଗାଇ ମୁଣ୍ଡିଆ ମାରିବେ ମୋତେ ଗୋଇଠା ମାରିବେ। ଏଆ ମୋର ଭାଗ୍ୟ।
ମୁର୍ତ୍ତି କହିଲା ଆରେ ଭାଇ ମୁଁ ପୃଜା ପାଇବା ପାଇଁ ଅନେକ ତପସ୍ୟା କରିଛି। ଅନେକ କଷ୍ଟ ସହିଛି। ତେଣୁ ମୁଁ ପୂଜା ପାଇଁ ଯୋଗ୍ୟ ହେଲି ।ତୁ ତପସ୍ୟା କରିବା ସମୟରେ ତପସ୍ୟା ପ୍ରତି ମନଦେଇ ସୁଖ ସୁବିଧା ଖୋଜିଲୁ। ମୁଁ ଲୁହାର ଛେଚି ହାମୁଡ଼ି ପାହାର ଖାଇ କଷ୍ଟ ପାଉଥିବା ଵେଳେ ତୁ ବହୁତ ଖୁସି ହେଉଥିଲୁ। ମୁଁ ଏତିକି କଷ୍ଟ ପାଇଁ ତପସ୍ୟାରେ ସିଦ୍ଧି ଆସିବା ପରେ ମୁଁ ପୂଜାର ଯୋଗ୍ୟ ହେଲି। ତୁ ସେତେବେଳେ ମୋରି ପାଖରେ ଥିଲୁ କିନ୍ତୁ ତୁ କେବେ ତପସ୍ୟା କରିବାକୁ ଚେଷ୍ଟା କରିଛୁ କି? କେବେ ମୋତେ ସମ୍ବେଦନତା ଜଣାଇବୁ କି? ଏବେ ଭାଗ୍ୟକୁ ନିନ୍ଦା କଲେ କଣ ହେବ। ଆଗ ଭଲଭାଗ୍ୟ ପାଇଁ ତପସ୍ୟା କରିବା କଥା ତେବେ ଭାଗ୍ୟ ବଦଳିଵ। କିନ୍ତୁ କଷ୍ଟ ନକରି ଭାଗ୍ୟକୁ ନିନ୍ଦା କଲେ କଣ ହେବ?
ଏହା ଏକ ଛୋଟ କାହାଣୀ ଯାହା ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ମାତ୍ର ତାହାର ଅନ୍ତର୍ନିହିତ କଥାଟି ବୁଝିବାକୁ ହେବ। ଯଦି ମଣିଷ ଜୀବନର ମୂଲ୍ୟବୋଧ ଓ ମୂଲ୍ୟବାନ ସମୟକୁ ନଷ୍ଟ କରିଦୈଇ, ଓ ସୁଖ(ପୂଜା) ଖୋଜିଵ ଓ ନପାଇଲେ ଭାଗ୍ୟକୁ ନିନ୍ଦା କରିବ ତେବେ ତାକୁ ପୂଜା ବଦଳରେ ତାକୁ ଲୋକଙ୍କଠାରୁ ଗୋଇଠା ମାଢ ଖାଇବାକୁ ପ୍ରସ୍ତୁତ ହେବାକୁ ହେବ। ଏଥିରେ ବ୍ୟତିକ୍ରମ ନାହଁ। କାରଣ ସେ ସେତିକି ପାଇଁ ନିଜକୁ ଯୋଗ୍ୟ କରିଛି।
ଏହାହିଁ ସଂସାରର ନିୟମ। ଜୀଵନ କେଵଳ ସଂଘର୍ଷର ଏକ ସରୁ ଛୋଟ ଗଳି । ଜୀବନ ଧାରଣ ପାଇଁ ପ୍ରାଣୀ ମାଆ ପେଟରୁ ହିଁ ସଙ୍ଘର୍ଷର ସୂତ୍ରପାତ ହୁଏ।
ବିଜ୍ଞାନ କହେ ମାଆ ପେଟରେ ଗୋଟିଏ ଡିମ୍ବାଣୁରେ ପ୍ରଵେଶ ପାଇଁ ୪୦ଲକ୍ଷ ଶୁକ୍ରାଣୁ ଭିତରେ ପ୍ରତିଯୋଗିତା ହୁଏ ସେଥିରୁ ଗୋଟିଏ ସଫଳତା ପାଏ ଯାହା ମାଆ ପେଟରେ ଏକ ମୃତ ସଞ୍ଚାର ପାଇଁ ସଫଳ ହୁଏ। ଏଇଠୁ ଜୀବନ ସଂଘର୍ଷ ଆରମ୍ଭ ହୁଏ ତାପରେ ପ୍ରତି ପଦକ୍ଷେପରେ ସଂଘର୍ଷ ହଁ ଚାଲିଥାଏ। ଜନ୍ମ ପରେ ନାନାଦି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ପ୍ରାଣୀଟିଏ ପୂର୍ଣ୍ଣାଙ୍ଗ ପ୍ରାଣୀ ରେ ପରିଣତ ହୁଏ ଖାଦ୍ୟ ପାନୀୟ ସହିତ ଶତ୍ରୁ ସହିତ ଲଢିବା ଓ ସେହି ପ୍ରତିଦ୍ବନ୍ଦିତା ଭିତରେ ସଫଳତା ପାଇବା ହେଉଛି ଏକ ତପସ୍ୟା। ଯିଏ ତପସ୍ୟାରେ ବିଫଳ ହୁଏ, ସିଏ ଵିଫଳତାର ସ୍ଵାଦ ଚାଖି ଅକାଳରେ ଝଡିଯାଏ। ତେଣୁ ତପସ୍ୟା ସଠିକ ମାର।ଗ ଓ ଲକ୍ଷ ସ୍ଥିର ହେବା ଆବଶ୍ୟକ। ଯଦି ଲକ୍ଷ ପରିବର୍ତ୍ତନ ହୁଏ ତେବେ ସଫଳତା ମିଳିବା ମଧ୍ୟ ବିଚଳିତ ହୁଏ। ତେଣୁ ସଠିକ ଲକ୍ଷ ଓ ତାହାକୁ ପାଇବା ପାଇଁ ଦୃଢ ସଂକଳ୍ପ ହିଁ ତପସ୍ୟା।ଏଥିପାଇଁ ଅନେକ ପ୍ରତିକୂଳ ପରିସ୍ଥିତି ଆସେ ସେହି ପରିସ୍ଥିତି ସହିତ ମୁକାବିଲା କରି ଆଗକୁ ଗଲେ ସଫଳତା ମିଳିବ। ନହେଲେ ଅଧା ବାଟରେ ଅଟକି ଯିବା କିଛି ନୂଆ କଥା ନୁହେଁ।
