STORYMIRROR

Sunanda Mohanty

Abstract Tragedy Classics

3  

Sunanda Mohanty

Abstract Tragedy Classics

ଜହ୍ନ

ଜହ୍ନ

4 mins
147

   ପଞ୍ଚୁକର ଶେଷ ଦିନ ଆଜି. ପୂର୍ଣ୍ଣମୀ ପୂର୍ବ ରାତି. ଆକାଶରେ ଆଲୋକମାଳା ଭିତରେ ସଵାରୀରେ ଜହ୍ନ. ଖୋଜୁଥିଲା ହୁଏତ ନୀଳକଇଁକୁ କିନ୍ତୁ ଗାଁରୁ ହବିଷିଆଳୀ ବୁଢା ବୁଢ଼ୀ ମାନଙ୍କ ଭିତରେ ମୌସୁମୀ ଓ ତାଙ୍କ ସ୍ୱାମୀ ଦିବାକର ଖାଲି କାର୍ତ୍ତିକ ମାସ ବୋଲି ନୁହେଁ, ହଜାଇ ଦେଇ ରୁପାଜହ୍ନ ପରି କନ୍ୟାଟିକୁ ଖୋଜୁଛନ୍ତି ମନ୍ଦିରରୁ ମନ୍ଦିର, ସହରରୁ ସହର, ପୁରୀ ରଥଯାତ୍ରା ବଡଦାଣ୍ଡରେ ହଜାଇ ଖୋଜୁଛନ୍ତି ପାଞ୍ଚବର୍ଷର ବାଳିକାକୁ ପାଞ୍ଚବର୍ଷ ହେବ. ପାଳୁଛନ୍ତି ହବିଷ ବର୍ଷସାରା. ଏବର୍ଷ ବାହାରିଛନ୍ତି ପୁରୀ, କାର୍ତ୍ତିକ ପୂର୍ଣ୍ଣମୀ ରାତି ପୂର୍ବ ରାତିରେ ବଡ଼ ମନ୍ଦିର ଆଗରେ ଭଜନ ସମାରୋହରେ ଗହଳି ଭିତରେ କାଳେ ପାଇଯିବେ ତାଙ୍କ ଜହ୍ନକୁ.

ରଥଯାତ୍ରା ସମୟରେ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ ମାଆ ମୌସୁମୀ ଓ ବାପା, ଦିବାକର,ପୁରୀ. ବଡଦାଣ୍ଡରେ ଭାରି ଗହଳି.ବାପା ଛୋଟ ପୁଅକୁ ଧରିଥିବା ବେଳେ ମାଆ ଧରିଥିଲେ ଜହ୍ନର ହାତ. ହଠାତ ଜନ ସମୁଦ୍ର ଭିତରେ ଝିଅକୁ କାଖକୁ ନେଉ ନେଉ ଠେଲି ହୋଇ ପଡିଲେ ଆଗକୁ, ନିଜେ ଝାଡ଼ି ଝୁଡି ହୋଇ ଉଠି ଜହ୍ନକୁ ଯେତେ ଖୋଜିଲେ ବି ପାଇଲେ ନାହିଁ. ଜହ୍ନ ଲୋ ମୋ ଜହ୍ନ କହି ଡାକୁ ଡାକୁ କେହି ଶୁଣିଲେ ନାହିଁ. ଜନ ସମୁଦ୍ର ମାଡି ଆସୁଛି. ଜଗାଙ୍କ ଜନ୍ଦିଘୋଷ ରଥ ପାଖେଇ ଆସୁଛି. ପ୍ରଭୁହେ ମୋ ଜହ୍ନକୁ ରକ୍ଷାକର କହିବା ବେଳେ ସ୍ବାମୀ ଧରିନେଲେ ଖୋଜି ଖୋଜି ହାତ, କୋଳରେ ଥାଏ ଶିଶୁପୁତ୍ର, ହେଲେ ଜହ୍ନ? କାହିଁ ମୋ ଜହ୍ନ, ଜହ୍ନକୁ ପାଇବାକୁ କସରତ କରି ବାହାରକୁ ଆସି ହେଉନି, ଜଗା ମୁହଁକୁ ଚାହିଁ ହେଉନି. ବିକଳରେ ମୌସୁମୀ ଖାଲି ଠାକୁରେ ମୋ ଜହ୍ନକୁ ରକ୍ଷା କର ପ୍ରଭୁ, ମୋ ଜହ୍ନ ତୁମକୁ ଲାଗିଲା ପ୍ରଭୁ, ମୋ ଜହ୍ନକୁ ଭଲରେ ଫେରାଇ ଦିଅ ପ୍ରଭୁ ଡାକୁ ଡାକୁ ପଛକୁ ପଛ ଜନସମୁଦ୍ର ଭିତରେ ରଥ ଆଗେଇ ଗଲା. ସ୍ୱାମୀ ସ୍ତ୍ରୀ ଦୁହେଁ ସୂଚନା କେନ୍ଦ୍ର ଆସି ଡାକ ପକେଇଲେ ମାଇକିରେ, ଛୋଟ ଗୋଟେ ପାଞ୍ଚବର୍ଷର ବାଳିକା ଜହ୍ନକୁ କେହି ସହୃଦୟ ବ୍ୟକ୍ତି ପାଇଥିଲେ, ଏହି ସୂଚନା କେନ୍ଦ୍ରକୁ ଆସି ତାକୁ ହସ୍ତାନ୍ତର କରନ୍ତୁ. ତାର ବାପା ମାଆ ଅପେକ୍ଷା କରିଛନ୍ତି ଏଠି. ହେଲେ ବୃଥା. ଅନେକ ହଜିଯାଇଥିବା ପିଲାଙ୍କୁ,ତାଙ୍କ ବାପା ମାଆ ମାଇକରେ ଘୋଷଣା ଶୁଣି ତାଙ୍କ ପୁତ୍ର ବା କନ୍ୟାକୁ ଫେରିପାଉଥିବା ବେଳେ, ଜହ୍ନ ହଜିଯାଇଥିଲା ଯେମିତି ଦୂର ଆକାଶରେ।

   ନବଦିନ ବ୍ୟାପୀ ପୁରୀରେ ରହି,ବହୁ ଚେଷ୍ଟା କରି ବାହୁଡା଼ ଗହଳି ଭିତରେ କାଳେ ଜହ୍ନ ମିଳିଯିବ ଭାବି ବଡଦାଣ୍ଡରେ ଭୂଇଁ ସାଉଣ୍ଟୁଥିବା ମୌସୁମୀକୁ ନେଇ ଫେରିଥିଲେ ଗାଁକୁ, ଦିବାକର . ଗାଁ ସ୍କୁଲର ପ୍ରାଥମିକ ଶିକ୍ଷକ ସେ.ସ୍କୁଲରେ ସହକର୍ମୀମାନେ ଆଶ୍ୱାସନା ଦେଉଥିଲେ କିନ୍ତୁ ଛୁଟି କିଏ ଦେବ, ପୁଣି କେତେଦିନ! ସବୁ ଛୁଟିତ ରଥଠୁ ବାହୁଡା଼ ଭିତରେ ସରିଛି, ଦିବାକରଙ୍କର. ଛୋଟ ଛୋଟ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଲା ବେଳେ ଜହ୍ନ ମୁହଁ ଦିଶିଯାଏ. ପଢ଼େଇ ହୁଏନି ଠିକ ଠାକ ତ ଆଖିରୁ ଲୁହ ପୋଛି ପୁଣି ବ୍ଲାକବୋର୍ଡରେ ଲେଖିବାକୁ ଯାଇ ଜହ୍ନର ଚିତ୍ର ଆଙ୍କି ଲେଖନ୍ତି ଜହ୍ନ. ପିଲାମାନେ କହନ୍ତି ସାର ଏ ତ ଛୋଟ ବାଳିକାର ଚିତ୍ର, ଜହ୍ନ କାହିଁ??ବଡ଼ସାର ବିରକ୍ତ ନହେଲେ ମଧ୍ୟ ବୁଝାନ୍ତି, ପ୍ରକୃସ୍ଥିତ ହେବାକୁ କହି କହନ୍ତି ଜଗା ପାଖେ ଝିଅ ହଜିଛି, କୋଉଠି ନା କୋଉଠି ଭଲରେ ଥିବ, ଦିନେନା ଦିନେ ମିଳିଯିବ. ଏତେ ଜହ୍ନ ଏ କ୍ଲାସରେ,ତାଙ୍କ ଭବିଷ୍ୟତ ପ୍ରତି ନିଷ୍ଠୁର ହୁଅନ୍ତୁ ନାହିଁ ଦିବାକର ବାବୁ. ବୁଝିଯାଆନ୍ତି ଦିବାକର, ପରିସ୍ଥିତି ଚାପରେ. ମାଆ ମୌସୁମୀ ବୁଝୁନି. ବାର ମାସେ ତେର ଓଷା କରୁଛି. ସବୁଦିନ ହବିଷ ପାଳୁଛି.ସ୍ତ୍ରୀ ସଙ୍ଗେ ବିବାକର ମଧ୍ୟ ପାଳୁଛନ୍ତି ହବିଷ, କେବଳ କାର୍ତ୍ତିକରେ ନୁହେଁ ବର୍ଷ ବର୍ଷ ହୋଇ ପାଞ୍ଚବର୍ଷ. ଦେବାଳୟ ବୁଲୁଛନ୍ତି, ଭିକାରୀଙ୍କୁ ଦାନ ଦେଲା ବେଳେ, ସେମାନଙ୍କ ମୁହଁକୁ ଏମିତି ଚାହିଁ ରୁହନ୍ତି କେବେ କେବେ ପାଗଳ ନା କଣ କହିବାର ଖଣ୍ଡ ବାକ୍ୟ ମଧ୍ୟ ଶୁଣିବାକୁ ପାଆନ୍ତି, ତଥାପି ନିରାଶ ହୋଇନାହାଁନ୍ତି, ପତି ପତ୍ନୀ. ଜଗା ଉପରେ ଅଖଣ୍ଡ ବିଶ୍ୱାସ ଓ ଭରସା, ଜହ୍ନ ମିଳିଯିବ ନିଶ୍ଚୟ.ଦୀପାବଳୀରେ, ଦରିଦ୍ରନାରାୟଣ ମାନଙ୍କୁ ମାଗଣା ଭୋଜନ ସହ ବସ୍ତ୍ର ଓ କମ୍ବଳ ଦାନ କରିଛନ୍ତି. ତଥାପି ମନ ବୁଝୁନି. କାର୍ତ୍ତିକ ପୂର୍ଣ୍ଣମୀ ପୂର୍ବ ରାତିର ଭଜନ ସନ୍ଧ୍ୟାରେ କାଳେ ଜହ୍ନ ମିଳିଯିବ ଭାବି ଖୋଜିବାକୁ ବାହାରିଛନ୍ତି.ଗାଁରୁ ଯାଉଥିବା ହବିଷ ବୁଢା ବୁଢ଼ୀଙ୍କ ସଙ୍ଗେ ବସ ଯାତ୍ରାରେ ସାମିଲ ହୋଇ, ସଵାର ହୋଇଛନ୍ତି ରାତ୍ରୀ ସଵାରୀରେ. ରଥଯାତ୍ରାରେ ଯେମିତି ଗହଳି,ସେମିତି ଗହଳି. ଜଗନ୍ନାଥଙ୍କୁ ଦେଖିବାକୁ ଯେମିତି ଭିଡ଼, ଜଗନ୍ନାଥଙ୍କ ଭଜନ ଶୁଣିବାକୁ ମଧ୍ୟ ସେତିକି ଭିଡ଼.ମଦନମୋହନଙ୍କ ଆଳତୀ ପରେ, ଜଣ ଜଣ କରି କଳାକାର ମଞ୍ଚ ଉପରକୁ ଆସୁଥାଆନ୍ତି. ଠାକୁ ଠା ଅଳ୍ପ ଟିକେ ଖୋଲା ସ୍ଥାନରେ ଦୀପ ଜଳାଇ ଭକ୍ତମାନେ ଜୟ ଜଗନ୍ନାଥ କହି ମଝିରେ ମଝିରେ ହରିବୋଲ, ହୁଳହୁଳି ଦେଉଥାନ୍ତି ତ ଦିବାକର ମଧ୍ୟ ଦୀପଟିଏ ବଢ଼େଇଲେ ଜଗନ୍ନାଥଙ୍କ ଉଦେଶ୍ୟରେ ଆଉ ଅନ୍ୟମନସ୍କ ହୋଇ ଚାହିଁଲେ ଆକାଶକୁ, ବିଶେଷ କରି ଜହ୍ନକୁ. ତା ଭିତରେ ପାଞ୍ଚବର୍ଷର ଗୁଳୁଗୁଲିଆ ଜହ୍ନକୁ ଠାଵ କରୁ କରୁ ପୁଅ ଭଜନ ଷ୍ଟେଜ ଆଡକୁ ଚାହିଁ କହୁଥିଲା ଅପା, ଆଉ କୁଆଡକୁ ନଚାହିଁ ବଡଦାଣ୍ଡରେ ଲୋଟୁଥିବା ସ୍ତ୍ରୀ ମୌସୁମୀ ନିର୍ବିକାର ଥିଲେ . ଭିକାରୀ ଭିକାରୁଣୀଙ୍କୁ ଦେଖି ଭାବୁଥିଲେ , ମୋ ଜହ୍ନ ବି ଏମିତି କୋଉଠି?? ଆଗକୁ ଆଉ ଭାବିନପାରି ଶୁନ୍ୟକୁ ଚାହିଁ ଥିଲା ବେଳେ, ପୁଅ,ପୁଣି କହୁଥିଲା ଅପା. ପାଞ୍ଚବର୍ଷର ଅପା ଜହ୍ନ ହଜିବା ବେଳେ, ସାନାଭାଇ ଦୁଇ ବର୍ଷର ଥିଲା. ଏ ଭିତରେ ଜହ୍ନକୁ ଦଶ ବର୍ଷର ହେବଣି କହି ମୌସୁମୀ କାନ୍ଦୁଥିଲା ସିନା ପୁଅ ଅପା ଅପା କହିବା ଶୁଣି ଦିବାକର, ଏମିତି ଷ୍ଟେଜ ଆଡକୁ ଦୌଡୁଥିଲେ, ଯେମିତି ତାଙ୍କୁ ଜହ୍ନ ମିଳିଯାଇଛି. ଇଛା ନଥାଇ ବି ମୌସୁମୀ ଚାହିଁଲେ, ଦଶ ବର୍ଷର ବାଳିକା, ଠିକ ତାଙ୍କ ଜହ୍ନ ଭଳି ଗାଉଛି ଭଜନ, ତୁ ଆ ରେ ଫେରି ଆ ମୋ ଅବୁଝା ପୁଅ.. ମୋ ଅବୁଝା ପୁଅ, ଭଜନ ଶୁଣି ଦର୍ଶକ ମୁଗ୍ଧ . ପୁଅ ହାତ ଧରି ମୌସୁମୀ ମଧ୍ୟ ଭିଡ଼ କାଟି ସ୍ୱାମୀଙ୍କ ପାଖରେ ହାଜର. ଜହ୍ନ ମୋ ଜହ୍ନ କହି ଷ୍ଟେଜ ଉପରକୁ ଉଠିବାରୁ, ପୋଲିସ ମାଆ ବାପା ଓ ପୁଅକୁ ଅଟକାଇଲେ, ହେଲେ ବାଳିକା କାନରେ ବାଜିଥିଲା ସେ ସ୍ୱର, ଇତସ୍ତତଃ ହେଲା ଝିଅଟି. ଗହଳି ଭିତରୁ ଶୁଭୁଥିଲା ଆଉ ଗୋଟିଏ ଭଜନ ଶିଶୁ ଶିଳ୍ପୀ ଆଦ୍ୟାଶାଙ୍କ କଣ୍ଠରୁଶୁଣିବାକୁ ଅନୁରୋଧ . ଆଦ୍ୟାଶା କିନ୍ତୁ ଦୌଡୁଥିଲା ହଜିଲା ଦରବ ଫେରିପାଇ, କହୁଥିଲା ମୁଁ ଆଦ୍ୟାଶା ନୁହେଁ ମୁଁ ଜହ୍ନ.. ମୁଁ ଜହ୍ନ, ଆଉ ତା ପଛେ ପଛେ ବିଶିଷ୍ଠ କଣ୍ଠଶିଳ୍ପୀ ଅନନ୍ୟା ପଟନାୟକ. ମାଆ ବାପାଙ୍କ ସହ ସାନଭାଇର ମିଳନରେ ବିଭୋର ଜହ୍ନ ଯେମିତି କହୁଥିଲା ଜୟ ଜଗନ୍ନାଥ, ବାପା ଦିବାକର ମଧ୍ୟ କହୁଥିଲେ ଜୟ ଜଗନ୍ନାଥ. ପଛେ ପଛେ ଅନନ୍ୟା ଦେବୀ ମଧ୍ୟ ଉଚ୍ଚାରଣ କରୁଥିଲେ ଜୟ ଜଗନ୍ନାଥ.ମୌସୁମୀ ଚାହିଁ ରହିଥିଲେ ଆପଲକ ଆଖିରେ ଜହ୍ନ, ତାଙ୍କ ଝିଅକୁ ।


विषय का मूल्यांकन करें
लॉग इन

Similar oriya story from Abstract