STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଝିପି ଝିପି ବରଷାରେ

ଝିପି ଝିପି ବରଷାରେ

4 mins
225


ସେଦିନ ଲିପି ଓ ପ୍ରିତମ ଗୋଟିଏ ଛତା ତଳେ ଝିପି ଝିପି ବରଷାରେ ଅଧା ଶୁଖିଲା ଅଧା ଓଦା ହୋଇ ହସି ହସି ବୁଲୁଥିବା ଖାଲି ଗାଁ ଲୋକ କାହିଁକି ଲିପିର ମାଆ ମଧ୍ୟ ଜାଣିବାକୁ ପାଇଲେ. ଖାଲି ସେତିକି ନୁହେଁ ପାଠ ପଢ଼ା ଟେବୁଲ ଡ୍ରରୁ ଗଦାଏ ପ୍ରେମ ଚିଠି ବି ପାଇଲେ ତ ସ୍ଥିର କଲେ ଆଜି ଯେମିତି ହେଲେ ସ୍ୱାମୀଙ୍କୁ କହିବେ ଝିଅ ବାହାଘର ଯଥା ଶୀଘ୍ର ବୁଝି କରିବାକୁ. ସେୟା ହେଲା. ପ୍ରଥମରୁ ସ୍ୱାମୀ ବିଶ୍ୱାସ କରୁନଥିଲେ ଭାବୁଥିଲେ ସାବତ ମାଆ ବୋଲି ମୋ ଝିଅ ନାମରେ ଅପ୍ରପ୍ରଚାର କରୁଛି କିନ୍ତୁ ସେ ନିଜ ଆଖିରେ ଯେବେ ଦେଖିଲେ ହାଟ, ବଜାର ଓ ଗାଁ ମନ୍ଦିର ସବୁଠି ଲିପି ଓ ପ୍ରିତମ ହାତ ଧରାଧରି ହୋଇ ବୁଲୁଛନ୍ତି, ଗପୁଛନ୍ତି ପୁଣି କେଵେ ଗୋଟିଏ ପ୍ଲେଟରୁ ଦହିବରା ଆଳୁଦମ ଖାଉଛନ୍ତି ତ କେଵେ ଗୋଟିଏ ଛତା ତଳେ ଝିପି ଝିପି ବର୍ଷାରେ ଅଳସୀ କ୍ଷେତ ଭିତରେ ବୁଲୁଛନ୍ତି. ମୁଣ୍ଡକୁ ପିତ୍ତ ଚହଟି ଗଲା. ସତ କଥା ସେଇଥି ପାଇଁ ବଡ଼ପୁରୁଷ କହିଛନ୍ତି ଝିଅ ଘିଅ. ବେଶୀ ଦିନ ରହିଲେ ଗନ୍ଧାଏ. ସେ ମିଛଟାକୁ ଦ୍ୱିତୀୟ ସ୍ତ୍ରୀ ରାଧାଙ୍କୁ ଭୁଲ ବୁଝୁଥିଲେ. ସେ ବିଚାରୀ ଲିପି ପାଇଁ ନିଜର ମାତୃତ୍ୱ ଚାହିଁନି. ଅନେକ ସାବତମାଆ କହୁଥିଲେ ମଧ୍ୟ ସେ ସେକଥାକୁ ଭ୍ରୁକ୍ଷେପ ନକରି ଝିଅକୁ ନିଜର କରିବା ସହ ଝିଅ ଲିପିର ଉଚ୍ଚଶିକ୍ଷା ପାଇଁ ଜିଦ କରିଛି. କଲେଜ ଯାଇ ଲିପି ଯେ ପାଦ ଖସାଉଛି ଏକଥା କୋଉ ମାଆ ସହିବ!

  ଆଜି ଯାଏଁ ଲିପି ପାଇଁ ସବୁ ମୁଣ୍ଡ ପୋତି ଦେଇଥିଲେ ମଧ୍ୟ ତାର ଅଧୋଗତି ପାଇଁ ଆଜି ବାପା ସୁମନ୍ତ କାନ୍ଦିପକେଇ ଥିଲେ. ଅଫିସରେ ମନ ଲାଗୁନଥିଲା ବେଳେ ତାଙ୍କଠୁ ଢେର ବର୍ଷ ସାନ ସହକର୍ମୀ ବିନୋଦ ଯେବେ କହୁଥିଲେ ଆଉ ସହି ପାରୁନି ସୁମନ୍ତ ବାବୁ. ମାତୃହରା ପିଲାଟିର ବିକଳ କାନ୍ଦଣା ସାହିପାରୁନି. ଯାହା କୁହନ୍ତୁ ମୋ ପୁଅ ପାଇଁ ମତେ ଦ୍ୱିତୀୟ ବିବାହ କରିବାକୁ ପଡିବ. ଆପଣତ ଆମରି ଜାତିର ଯଦି ଝିଅଟିଏ ଯୋଗାଡ଼ କରିଦିଅନ୍ତେ ଖୁବ ଭଲ ହୁଅନ୍ତା. ସହକର୍ମୀଙ୍କ ଦରଦ ଭରା କଥାରେ ସୁମନ୍ତ ଭୁଲିଗଲେ ସ୍ଥାନ, କାଳ, ପାତ୍ର. କହି ବସିଲେ ମୋ ଝିଅ ଅବାଟରେ ଯିବା ଆଗରୁ ତାକୁ ବାହା କରିବାକୁ ଚାହେଁ. ଆପଣ ଯଦି ରାଜି ହେବେ ତ ମୁଁ ବି ରାଜି. ସୁମନ୍ତ ସେତେବେଳେ ଖାଲି ଭାବୁଥିଲେ ଝିଅଟା ସେ ଟୋକା ସାଙ୍ଗେ ପଳେଇଲେ ତାଙ୍କ ନାକ କାନ ତଳେ ପଡିବ. ବରଂ ଗୋଟେ ଅନାଥ ମାଆ ଛେଉଣ୍ଡ ଶିଶୁକୁ ନିଜର କରି ବିନୋଦବାବୁଙ୍କ ଭଳି ସୁନ୍ଦର, ଶିକ୍ଷିତ, ସରକାରୀ ଚାକିରିଆ ବରକୁ ବିବାହ କଲେ କ୍ଷତି କଣ! ବିନୋଦ ବାବୁ ପ୍ରଥମେ ରାଜି ହେଉନଥିଲେ କିନ୍ତୁ ପରେ ନିଜ ପୁଅର ବୁକୁ ଫଟା ଚିତ୍କାର ସମ୍ଭାଳି ନପାରି ରାଜି ହୋଇଗଲେ. ମନ୍ଦିରରେ ବାହାଘର ହେଲା ବେଳେ ଲିପି ମାଆକୁ କହିଥିଲା ତୁ ମୋ ସାବତମାଆ ହୋଇନଥିଲେ ମତେ ଆଜି ଏ ପରିସ୍ଥିତି ଦେଖିବାକୁ ପଡ଼ିନଥାନ୍ତା. ମୋ ନିଜ ମାଆ ଥିଲେ କେଵେ ଏ ପ୍ରସ୍ତାବରେ ରାଜି ହୋଇନଥାନ୍ତା. ଖାଲି ବାପା ଯେତେବେଳେ କହୁଛନ୍ତି ତାଙ୍କ ସମ୍ମାନ ରଖିବାକୁ ଯାଇ ମୁଁ ରାଜି ହୋଇ ବାହା ହେଉଛି ସତ ହେଲେ ଫଳ ଓଲଟା ହେଲେ ମତେ ଦୋଷ ଦେବନି.

  ସତକୁ ସତ ଲିପି ବାହାବେଦୀରୁ ଉଠୁ ଉଠୁ ଓଢଣା ଖୋଲି ରଣଚଣ୍ଡୀ ବେଶ ଧାରଣ କରିଥିଲା. ବିନୋଦବାବୁଙ୍କୁ ସ୍ୱାମୀ ରୂପେ ମାନିବା ଦୁରେଥାଉ ପୁଅର କାନ୍ଦ ଶୁଣି ବି ତା ହୃଦୟ ଗୋଟେ ମାତୃହରା କଅଁଳ ଶିଶୁ ପାଇଁ ତରଳୁ ନଥିଲା. ରାହା ଧରି ପିଲାଟା କାନ୍ଦୁଥିଲା ବେଳେ ଲିପି ଫୋନରେ ଘଣ୍ଟା ଘଣ୍ଟା କାହା ସହିତ ଗପୁ ଥିଲା. ବିନୋଦ କହିଥିଲେ ମତେ ସ୍ୱାମୀ ରୂପେ ଗ୍ରହଣ ନକର ପଛେ ମୋ ପୁଅ ଆଡକୁ ଥରେ

ଚାହଁ ଲିପି. ଘୃଣାରେ ଲିପି ମୁହଁ ବୁଲେଇ ନେଇ ଲିପି କହିଥିଲା ମୋଠୁ ସେଭଳି ଆଶା କରିବା ବୃଥା. ମୋର ସାବତମାଆ ହୋଇନଥିଲେ ମୋ ବାପାଙ୍କୁ ମୋ ବିରୁଦ୍ଧରେ କହି ମୋ ସହିତ ତୁମର ବିବାହ କରିବାକୁ ବାପା କେଵେ ବି ରାଜି ହୋଇନଥାନ୍ତେ.ମୁଁ ସବୁ ବୁଝୁଛି ଲିପି. ତୁମେ ଖାଲି ମୋ ପୁଅକୁ ଟିକେ କୋଳକୁ ନିଅ. ସେ ବର୍ଷେ ଦୁଇ ବର୍ଷର ହୋଇଗଲେ ତୁମ ପ୍ରେମିକ ସଙ୍ଗେ ମୁଁ ନିଜେ ତୁମର ବିବାହ କରାଇ ଦେବି. ତୁମ ବାପା ତୁମ ପ୍ରେମକୁ ରୋକିବା ପାଇଁ ତୁମ ବାହାଘର ମୋ ସାଙ୍ଗରେ କରୁଛନ୍ତି ଜାଣିଥିଲେ ମୁଁ କଦାପି ତାଙ୍କ କଥାରେ ରାଜି ହୋଇନଥାନ୍ତି ବରଂ ତୁମ ମାଆଙ୍କ କ୍ୟାନସର ରୋଗ ଭଲ କରିବା ପାଇଁ ତୁମ ବାପା ସର୍ବଶ୍ଵାନ୍ତ ହେଇଯାଇଛନ୍ତି ଜାଣି ତୁମକୁ ବିବାହ କରିବାକୁ ରାଜି ହୋଇଗଲି. ତୁମ ବାପାଙ୍କ ସହକର୍ମୀ ହେଲେ ବି ମୁଁ ତାଙ୍କ ପୁଅ ବା ପୁରୁରା ବୟସର ହେବି ବୋଲି ସେ ଜାଣି ଓ ବୁଝି ରାଜି ହୋଇଥିଲେ. ତୁମେ କେବଳ ମୋ ପୁଅକୁ ଟିକେ ମଣିଷ କରିଦିଅ ଆଉ ସବୁ କଥା ମୁଁ ବୁଝିବି.

   ଲିପି ସେଦିନ ପ୍ରଥମ କରି ରାତିରେ ଫୋନ ବନ୍ଦ କରି କାନ୍ଦି କାନ୍ଦି ଶୋଇଲା. ତା ଅତୀତର ସମସ୍ତ ଚିତ୍ରପଟ ତା ଆଖିରେ ନାଚୁଥିଲା. ତା ସାବତମାଆ ତା ପାଇଁ ଦେବୀ ହିଁ ଥିଲା. ତାକୁ ଜ୍ୱର ହେଲେ ରାତି ରାତି ତା ପାଖେ ଜଗି ବସୁଥିଲା. ତାର ସମସ୍ତ ଆବଶ୍ୟକତା ପୁରଣ କରୁଥିଲେ ବି ଲିପି ସବୁବେଳେ ତାକୁ ତୁ ମୋ ସାବତ ମାଆ ବୋଲି କହୁଥିଲା. ତାରି ପାଇଁ ସେ ନିଜେ ମାଆ ହେଲନାହିଁ ପୁଣି ଏତେ ବଡ଼ ରୋଗଟାକୁ ଲୁଚାଇ ରଖିଛି ଭାବି ସେଦିନ ରାତିରେ ଲିପି ଶୋଇପାରିନଥିଲା. ତା ଆରଦିନ ପ୍ରିତମ ସଙ୍ଗେ ଚାଲିଯିବାକୁ ସମସ୍ତ ଯୋଜନା କରିସାରିଥିଲା ଲିପି. ଫୋନ ମଧ୍ୟ ଘନ ଘନ ବାଜୁଥିଲା. ପ୍ରିତମ କହୁଥିଲା ତୁମ ଶାଶୁଘର ଗାଁ ମୁଣ୍ଡେ ଝିପି ଝିପି ବର୍ଷାରେ ଓଦା ହୋଇ ବାଇକ ଧରି ଠିଆ ହୋଇଛି ଲିପି.ଶୀଘ୍ର ଆସ ଗୋଟିଏ ଛତା ତଳେ ଦୁହେଁ ହଜି ଭିଜି ବାଇକ ଉଡେଇ ଚାଲିଯିବା ଆଖି ପାଇଲା ଯାଏଁ. ଲିପି ଥରେ ଚାହିଁଲା ମାଆ ଛେଉଣ୍ଡ ପିଲାଟିକୁ,ପୁଅ ଆଡ଼େ. ଯିଏ ତାକୁ ଚାହିଁ ମ.ମ..ମ କହୁଥିଲା. ପୁଣି ଶୁଭୁଥିଲା ବିନୋଦଙ୍କ କଣ୍ଠ.ତୁମ ସାବତ ମାଆଙ୍କର ଆଉ ଅଳ୍ପ ଦିନ ରହଣି ଏ ସଂସାରରେ. ପୁଣି ଶୁଭୁଥିଲା ବିନୋଦ କହୁଥିଲେ ମୋ ପୁଅକୁ ବର୍ଷେ କି ଦିବର୍ଷ ହୋଇଯାଉ ତୁମ ପ୍ରେମିକ ସଙ୍ଗେ ମୁଁ ନିଜେ ତୁମର ବିବାହ କରାଇ ଦେବି. ଏଣେ ପ୍ରିତମର ଘନ ଘନ ଫୋନ.

  ଲିପି କାଢିଥିବା ମଙ୍ଗଳସୂତ୍ର ପୁଣି ପିନ୍ଧି ପକେଇଲା.ଲେଖିଥିବା ଚିଠିକୁ ଚିରି ପକେଇଲା.ପୁଅକୁ ଛାତିରେ ଭିଡି ଧରି ବହେ ଗେଲ କଲା ତ ପରମ ବିଶ୍ୱାସରେ ନିଶ୍ଵାସ ମାରି ତା କୋଳରେ ଶୋଇପଡ଼ିଥିବା ପିଲା ପୁଅକୁ ଧରି ପ୍ରିତମ ପାଖେ ପହଁଞ୍ଚିଗଲା ଲିପି. ପିଲାକୁ କାହିଁକି ଆଣିଲ?ଲିପି କହୁଥିଲା ପିଲାକୁ ମାନେ ମୋ ପୁଅକୁ ଛାଡି ତୁମ ସଙ୍ଗେ ବର୍ଷାରେ ଭିଜି ଭିଜି ପ୍ରେମ କରିବାକୁ ଆସିନି ପ୍ରିତମ ବରଂ ଯଦି ମୋର ମଙ୍ଗଳ ଚାହଁ ମତେ ଟିକେ ଆମ ଗାଁ ମୁଣ୍ଡେ ଛାଡି ଦିଅ. ମୁଁ ମୋ ମାଆକୁ ଦେଖିବାକୁ ପୁଅକୁ ନେଇ ଯିବାକୁ ଚାହେଁ. ଫେରିଯାଇଥିଲା ପ୍ରିତମ. ବିନୋଦଙ୍କ ବାଇକ ଲାଗିଥିଲା ପଛରୁ.କହିଥିଲେ ବସ ଲିପି ମୁଁ ଛାଡ଼ିଦେବି. ଲିପି ଆଶ୍ଚଯ୍ୟରେ ଚାହିଁଥିଲା ତା ସ୍ୱାମୀଙ୍କୁ ଆଉ ଧନ୍ୟବାଦ ଜଣାଉଥିଲା ପ୍ରଭୁଙ୍କୁ. ମୋ ମାଆକୁ ଭଲ କରିଦିଅ ପ୍ରଭୁ କହି ତା କୋଳରେ ନିର୍ଭୟ ଆଶ୍ରୟରେ ଶୋଇଯାଇଥିବା ପୁଅକୁ ନିବିଡ଼ ଭାବେ ବୁକୁରେ ଚାପି ବସିଥିଲା ସ୍ୱାମୀଙ୍କ ବାଇକ ପଛରେ କହୁଥିଲା ଆସ୍ତେ ଚଲାଅ ପୁଅ ଉଠିଯିବ.



Rate this content
Log in

Similar oriya story from Romance