STORYMIRROR

Kalpana Kumari Pradhan

Fantasy

4  

Kalpana Kumari Pradhan

Fantasy

ଝଡ଼

ଝଡ଼

2 mins
418

ହଠାତ ଆକାଶ ରେ କଳା ବାଦଲ ଘୋଟିଗଲା, ଚାରିଆଡେ କିଟି କିଟି ଅନ୍ଧାର l ପବନ ଏତେ ଜୋର ରେ ବହିଲଣି ଯେପରି ଝଡ଼ l ଢୁ ଢୁ ବରଷି ଗଲା ଜଳ l ଯେପରି ବାଦଲ ଫଟା ବର୍ଷା l ଚାରିଆଡେ ବେଙ୍ଗ ମାନଙ୍କର "କେଁ କଟର " ରଡି l ଚଉଦିଗ ପ୍ରକମ୍ପିତ ହେଉଥିଲା lଏକାନ୍ତରେ ଜଙ୍ଗଲ ପାଖ ପଡିଆରେ ସାରିଆ ମା ର ଘର l ସଂସାର କହିଲେ ପୁଅ,ବୋହୂ ଓ ନାତୁଣୀ ରିମା l ଘରେ ବିଦ୍ୟୁତ ନାହିଁ l ଲଣ୍ଠନ ର ମିଞ୍ଜି ମିଞ୍ଜି ଆଲୁଅରେ ପୁରାଣ ପଢୁଥିଲା ସାରିଆ ମା l ବର୍ଷା ଯୋଗୁଁ ଜଙ୍ଗଲ ଆଡୁ କୀଟ ପତଙ୍ଗ ଙ୍କ ରଡି ଦେହ ମନରେ ଭୟ ର ସଂଚାର କରୁଥାଏ l ଘର ଚାରି ପାଖର ନିର୍ଜନତା ଯୋଗୁଁ ବାହାର ର ପ୍ରତ୍ୟେକ ଶବ୍ଦ କାନରେ ଆସି ଠାଏ ଠାଏ ବାଜୁ ଥାଏ l

'ଖସ',' ଖସ ' ଶବ୍ଦ ବୁଢ଼ୀ କାନରେ ବାଜିଲା l କାନକୁ ଡେରି ଝରକା ପାଖରେ ଛିଡା ହେଲା l କେହି ଲୋକ ଫୁସଫାସ ହେଲାଭଳି ଲାଗିଲା l

ରାଧୁ :-  'ଦାମୁ 'ଆଜି ପ୍ରବଳ ବରଷିଛି l କରେଣ୍ଟ ଆସିବାର ନାହିଁ l ଏମାନେ ଖାଇ ଶୋଇପଡ଼ିଲା ପରେ ଆମେ ଘରେ ପଶିବା l

ଦାମୁ :-ମୁଁ ତ ପ୍ରଥମ ଥର ଆସିଛି ତୁମେ ଯେପରି କହିବ l

ବୁଢ଼ୀ ଡରିଗଲା, କଣ କରିବ ପୁଅ ବୋହୂ କୁ ଠାରି ଡାକିଲା l ସବୁ କଥା କହିଲା ସମସ୍ତେ ଭୟଭୀତ କରିବେ କଣ? କାହାକୁ ସାହାଯ୍ୟ ମାଗିବେ l

ଭୟ ବଢ଼ି ବଢ଼ି ଚାଲୁଥାଏ ତତ ସହିତ ରାତି ଓ ରାତି ର ସ୍ୱର...

"ହଇହୋ " ଶୁଣୁଛ.... କଣ ସେଠି ବହିଟା ଧରି ଖୁଣ୍ଟ ଟା ପରି ବସିଛ ! ଚା ଥଣ୍ଡା ହୋଇଗଲାଣି ପିଇନ ଯେ ⁵6? ବଜାର କେତେବେଳେ ଯିବ,,!

ଚମକି ପଡିଲେ ବାଳକୃଷ୍ଟ, ଆରେ ଇନ୍ଦୁ ପାଗଳ ହେଲ ! ଏ ବର୍ଷା ପାଗରେ ଅଧରାତିରେ କୁଆଡେ ଯିବି ବଜାର l

ଇନ୍ଦୁ କହିଲା ଟିକିଏ କଳ୍ପନା ରାଇଜ ରୁ ବାହାର l ଝରକା କୁ ଚାହଁ l ବାଳକୃଷ୍ଟ ଚାହିଁଲେ ବାହାରକୁ, ଏ କଣ ବାହାରେ ପ୍ରଚଣ୍ତ ସୂର୍ଯ୍ୟକିରଣ l ବାହାରେ ଛୋଟ ଝିଅ ଫୁଲ ରେ ବସିଥିବା ପ୍ରଜାପତି ସହ ଖେଳୁଛି l

ବାଳକୃଷ୍ଟ ବାବୁ ଖୁବ ଜୋର ରେ ହସି ବାକୁ ଲାଗିଲେ l


Rate this content
Log in

Similar oriya story from Fantasy