STORYMIRROR

Bikranta behera

Abstract Romance Inspirational

4.8  

Bikranta behera

Abstract Romance Inspirational

ଝଡ଼ ପରେ ନୀରବତା

ଝଡ଼ ପରେ ନୀରବତା

6 mins
75



ଅବ୍ୟକ୍ତ କୋହକୁ ଛାତିତଳେ ଲୋଚେଇ ଏକାନ୍ତରେ ବସିଥାଏ ମାନବ, ସମୁଦ୍ରର ତଟରେ I ସମୁଦ୍ର ଗର୍ଭରୁ ସୂର୍ଯ୍ୟଦେବ ଉଭା ହେବାକୁ ଆଉ ମାତ୍ର କିଛିକ୍ଷଣର ଅପେକ୍ଷା I ବେଳାଭୂମି ବି ଅପେକ୍ଷା କରିଛି ସକାଳର ରଙ୍ଗମଞ୍ଚକୁ I ହେଲେ ଏହି ରଙ୍ଗମଞ୍ଚ କେବେ ଫିକା ଜୀବନକୁ, ରଙ୍ଗତୁଳୀରେ ସଜେଇ ଦିଏ, ତ କେବେ ଆଖିରେ ଭାସୁଥିବା ସ୍ବପ୍ନକୁ ଧୂଇଦିଏ ଟୋପା ଟୋପା ବର୍ଷାରେ I 


ମାନବ ତା' ଜୀବନରେ ସବୁ ପାଇଛି I ଯାହା ପାଖରେ ଥାଇବି ପାଇ ପାରିନି, ତାହା କେବଳ ପ୍ରୀତିର ପ୍ରେମକୁ I ପାଇବ ଯେ କେମିତି? ପ୍ରେମ ପା ଏଠି ମରୀଚିକା I ଜହ୍ନ ରାଇଜର ଅସୁମାରୀ ସ୍ୱପ୍ନକୁ ଆଖିରେ ଭରିଦେଇ କ୍ଷଣିକରେ ଜୀବନକୁ ଠେଲିଦିଏ ରଣଭୂମିକୁ I


ପ୍ରୀତି ଏବଂ ମାନବ ଭିତରେ ପାଞ୍ଚ ବର୍ଷର ଘନିଷ୍ଠ ସମ୍ପର୍କ I ମାନବର ସବୁ କଥାକୁ ବୁଝିପାରେ ପ୍ରୀତି I ଆଖି ଦେଖି ପଢ଼ିପାରେ ମାନବର ପୃଥିବୀକୁ I କିନ୍ତୁ କେଜାଣି କାହିଁକି ପଢ଼ିପାରେନି ହୃଦୟରେ ଲେଖିଥିବା ପ୍ରୀତିର ନାଁ'କୁ I 


ପ୍ରୀତି କିନ୍ତୁ ଏହି ସମ୍ପର୍କର ଖିଅକୁ କେବଳ ଏକ ବନ୍ଧୁତାର ଲକ୍ଷ୍ମଣ ରେଖାରେ ବାନ୍ଧି ରଖିଥିଲା I ତା' ପାଇଁ "ପ୍ରେମ" ଥିଲା ଏକ ପ୍ରପଞ୍ଚର ବାଲିଘର, ଡରୁଥିଲା.... ଡରୁଥିଲା, ଲହଡ଼ିରେ ଧୋଇଯିବ ବୋଲି !! କିନ୍ତୁ ପ୍ରେମ ତ, ବନ୍ଧୁତାରୁ ଆରମ୍ଭ ହୁଏ I ବନ୍ଧୁତାର ବୃକ୍ଷତଳେ ଆଶ୍ରୟ ନେଇଥାଏ ପବିତ୍ର ସମ୍ପର୍କ I ଆଉ "ସମ୍ପର୍କ" ବହୁଥିବା ନଈ ଭଳି, ବହିଯାଏ ଅଙ୍କା ବଙ୍କା ରାସ୍ତାରେ, ପୁଣି କେବେ ଯାଇ ମିଶେ ମହାନଦୀ ଗର୍ଭରେ I 


ମାନବ ଏବଂ ପ୍ରୀତି ଉଭୟ ଗୋଟେ କଲେଜରେ ଅଲଗା ଅଲଗା ବିଭାଗରେ ପଢୁଥିଲେ I ସମସ୍ତଙ୍କ ଭିତରୁ କିଛି ଭିନ୍ନ ଥିଲା, ମାନବ I କଲେଜର ଅତ୍ୟନ୍ତ ଚତୁର ଏବଂ Tech ଦୁନିଆକୁ ଖୋବ ଭଲପାଉଥିବା ମଣିଷଟିଏ ଥିଲା I ତା' ସହ ଥିଲା ପ୍ରେମ କରିବାର ଏକ ନିଷ୍ପାପ ହୃଦୟ I 


କୋମ୍ପୁଟର କ୍ଲାସରେ ପ୍ରଥମ କରି ପ୍ରୀତି ସହ ଦେଖା ହେଇଥିଲା I ପ୍ରୀତି କୌଣସି କାରଣରୁ ସେଦିନ କମ୍ପୁଟର ଷ୍ଟାର୍ଟ କରିବାକୁ ଅସମର୍ଥ ଥିଲା I ଏହି ସୁଯୋଗର ସମ୍ପୂର୍ଣ ଫାଇଦା ମାନବ ଉଠେଇଥିଲା I ବାସ ତା' ପରଠୁ ଉଭୟଙ୍କ ଭିତରେ ବନ୍ଧୁତାର ସମ୍ପର୍କ ଗଢ଼ିଉଠିଥିଲା I


ପ୍ରୀତିର ଦୁନିଆ କହିଲେ କେବଳ ତା'ର ମା I ଯେବେ ସେ ବର୍ଷକର ହେଇଥିଲା ଏକ ସଡକ ଦୁର୍ଘଟଣାରେ ବାପାଙ୍କର ଦେହାନ୍ତ ହେଇ ଯାଇଥିଲା I ସେବେଠୁ ମା ଏବଂ ଝିଅ ମାମୁ'ଙ୍କ ଘର ଗାଁ' ରେ ରହନ୍ତି I ମା' ତାର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ I ପ୍ରୀତି କିନ୍ତୁ ପିଲାଦିନୁ ଖୋବ ସ୍ନେହ ଆଦରରେ ବଢ଼ି ଆସିଛି I ମା' ଭିତରେ ସେ ସାରା ଦୁନିଆ ଦେଖିଛି I ବାପାଙ୍କର ସ୍ନେହ ସେଇ ମା'ଙ୍କ ଭିତରେ ପାଇଛି I ନିରୁଳାରେ ବାପାଙ୍କ କଥା ଭାରି ମନେପଡ଼େ I ଆକାଶରେ ସୂର୍ଯ୍ୟ ଥାଇ ଯେମିତି ଅନ୍ଧକାର ହୁଏ, ସେଭଳି ବାପା ନଥିଲେ ଜୀବନ ବି ଅନ୍ଧକାର ଲାଗେ I ବାପାଙ୍କ ବିନା ଏକ ସୁନ୍ଦର ଜୀବନର ପରିକଳ୍ପନା କେବେ ସମ୍ଭବ ନୁହଁ I କିନ୍ତୁ ପ୍ରୀତିର ଜୀବନ ଖୁବ ସୁନ୍ଦର ଥିଲା, ଅବୁଝା ହେଇ କାନ୍ଦି ପକେଇଲେ ସବୁ ଇଛା ପୂରଣ ହେଇଯାଏ I କିନ୍ତୁ ମା'ଙ୍କର ଅନିଚ୍ଛାରେ କେବେ କୌଣସି କାମ କରେନାହିଁ I ପ୍ରେମ ବି ନୁହଁ I ଏତେ ସରଳ ହୃଦୟକୁ ଏତେ ସହଜରେ କାହାକୁ କେମିତି ଦେଇ ଦବ ଯେ!!!!


ମାନବ ସବୁ ବୁଝି ପରେ, ବୁଝିପାରେ ପ୍ରୀତିର ଜୀବନକୁ I ପ୍ରଥମ ଥର କେହି ମାନବକୁ ନିଜର କରିଛି, ସେ ସାଙ୍ଗ ହଉ କି ପ୍ରେମିକ...ପ୍ରୀତିକୁ Impress କରିବାକୁ ସବୁ ଚେଷ୍ଟା କରିଚାଲେ I ଇଛା କରେ ତା' ପାଇଁ ଗଢ଼ିବାକୁ, ପ୍ରେମର କୋଣାର୍କ I ହେଲେ ଭୟ କରେ, ଚନ୍ଦ୍ରଭାଗାର ସେହି କଳା ଜୁଆରକୁ I କେତେଯେ ସ୍ବପ୍ନ ଲଙ୍ଘିଛି ସେ ଚନ୍ଦ୍ରଭାଗା I ସେଥିପାଇଁ କେବେ ନିଜର ମନର କଥା ଜଣେଇବାକୁ ଇଛା କରିନାହିଁI 


କଲେଜରେ ଏକା ସାଙ୍ଗରେ ବସିବା, ସୁଖଦୁଃଖ ର ଆଦାନ ପ୍ରଦାନ ପ୍ରାୟ ସବୁଦିନ ହୁଏ I ସାଙ୍ଗ ଭାବେ ପ୍ରୀତିକୁ ସମସ୍ତ ସହଯୋଗର ହାତ ବଢ଼ାଏ ମାନବ I ଉଭୟଙ୍କ ଭିତରେ ସମ୍ପର୍କ ଏହୁରି ନିବିଡ଼ ହେଇଯାଏ I 


କଲେଜ ସାରି ମାନବ, ଏବେ ବ୍ୟାଙ୍ଗଲୋର ର IT କମ୍ପାନୀରେ ଉଚ୍ଚ ଦରମାରେ ଚାକିରୀ କରୁଛି I ନିଜ ସହରରୁ ଅନେକ ଦୂରରେ ରହି ମଧ୍ୟ ପ୍ରୀତି ସହ ବାନ୍ଧିଥିବା ସମ୍ପର୍କକୁ କେବେ ଭୁଲିପାରିନି I ସବୁଦିନ ଫୋନରେ କଥା ହୁଅନ୍ତି, ଅତୀତକୁ ସଜାନ୍ତି, ବନ୍ଧୁତା ରୁ ପ୍ରେମର ଦୂରତା ହିସାବ କରନ୍ତି I କିନ୍ତୁ ପ୍ରୀତି ସବୁଥର ପରି ଏଥର ବି ଚୁପ ଥିଲା I ପ୍ରେମ ପାଇଁ ମନରେ ଦୁର୍ବଳତା ଥିଲେବି, ସେ ଚୁପ ଥିଲା I ଯାହା କେବେ ଜୀବନରେ ହେଇନାହିଁ ତାହା କେମିତି ମାନବ ସହ..... ଆଖି ଦେଖି ପଢ଼ି ପାରୁଥିଲା ସବୁକିଛି I ଜାଣି ସାରିଥିଲା ମାନବ ହୃଦୟରେ ଥିବା ନିଜ ପାଇଁ ପବିତ୍ର ପ୍ରେମକୁ I 


ଦେଖାହେଲେ ଏଥର ନିଶ୍ଚୟଭାବେ ପ୍ରୀତିକୁ ବାହାଘର ପ୍ରସ୍ତାବ ଦବ ବୋଲି ମନସ୍ତ କରିଥାଏ ମାନବ I ଘରକୁ ଆସିବାକୁ ଆଉ କିଛି ଦିନ ବାକି ଅଛି I ସବୁଥର ପରି ଆଜି ରାତିରେ ବି ଫୋନ କରିଥିଲା, ହେଲେ ପ୍ରୀତି ନୁହଁ ତା' ମାଙ୍କ ସ୍ୱର ଥିଲା........... କିଛି ସମୟ କଥା ହେଇ ଫୋନ ରଖିଲା I ପ୍ରୀତିର ବାହାଘର ଅନ୍ୟ କଉଠି ଠିକ ହେଇଥିଲା, ବାହାଘରକୁ ଆସିବା ପାଇଁ ନିମନ୍ତ୍ରଣ ରଖିଲେ ତାଙ୍କ ମା I 


ବାଷ୍ପରୁଦ୍ଧ ହେଇ ବହିଗଲା ଲୁହ ଧାର, ଲୁହ ନୁହଁ ନଦୀ ବହୁଥିଲା ସେ ଆଖିରେ I ସେ ଆଖି

ଭିତରେ କେତେ ଯେ ସ୍ବପ୍ନ ସଜେଇ ରଖିଥିଲା ପ୍ରୀତି ପାଇଁ I ହୃଦୟର କୋଠରୀରୁ ଗର୍ଜନ ଶୁଭିଲା, କିଛି ହଜେଇ ଦେବା ଭୟରେ I ଫୁଲ ଫଗୁଣରେ ବୁଣିଥିବା ପ୍ରେମ ସବୁ, ଝରି ପଡ଼ିଥିଲା ବିରହର ତାତିରେ I 


ପ୍ରୀତି ବି କାନ୍ଦୁଥିଲା I ବିବାହ ପ୍ରସ୍ତାବରେ ଖୁସି ନଥିଲା, କିନ୍ତୁ ମା'ଙ୍କ ଖୁସିଦେଖି କେବେ ନିଜ ଇଛାକୁ ପ୍ରକାଶ କରିନଥିଲା I ଆଖିର ଲୁହକୁ ଆଖିରେ ମାରି, ଝୁରୁଥିଲା କଦମ୍ବ ବନରେ, ଯମୁନାର ଜଳେ, ନୀଳ ଆକାଶ ତଳେ....... ହେଲେ କାହା ପାଇଁ? ନିଜ ଇଛାକୁ ତ ବାନ୍ଧିଥିଲା ବନ୍ଧୁତାର ପାଚେରୀରେ I କେବେ ମାନବର ଇଛାକୁ ଜାଣିବାକୁ ଚାହିଁନାହିଁ I ଲୁହ ଝରେଇ କିଛି ମୂଲ୍ୟ ହିଁ ନଥିଲା......ଫଗୁଣ ତ ଆସିଥିଲା, ହେଲେ ସାଙ୍ଗରେ ଆଣିନଥିଲା ଫଗୁକୁ I ବଗିଚାରେ ଫୁଲ ତ ଫୁଟିଥିଲା, ହେଲେ ମହକ ନଥିଲା I 


ଏହି ଭିତରେ ସମୟ ବହୁତ ଆଗକୁ ଚାଲି ଯାଇଛି I ପ୍ରୀତି ଏବେ ଆଉ କାହାର ପତ୍ନୀ, ଆଉ କାହା ପାଇଁ ତା' ମଥାରେ ନାଉଥିଲା ସିନ୍ଦୁର I ହଜେଇ ଦେଇଛି ତା' ଭଗ୍ନ ଅତୀତକୁ କୋଣାର୍କର ଝାଉଁବୋଦା ମୂଳେ I


ବୟସର ପାହାଚରେ ଆଉ କିଛି ବୟସ ଖର୍ଚ୍ଚ ହେଇଛି ଏଇ ଭିତରେ I ମାନବ ଏବେ ପ୍ରୀତି ପାଇଁ ଥିଲା ସମ୍ପୂର୍ଣ ଅଜଣା I ହୃଦୟର ଅନ୍ତହୀନ ଇଲାକାରେ, ଅତୀତକୁ ହଜେଇ ଦେଇଛି I ସବୁକିଛି ଭୁଲି ନିଜ କର୍ମ ଜୀବନରେ ବ୍ୟସ୍ତ ରହୁଛି I ରାତି ହେଲେ ଅଫିସରୁ ଘରକୁ ଫେରେ ଏବଂ ସବୁଦିନ ପରି ରାତିରେ ସ୍ମୃତି ସବକୁ ଜୀବନ୍ତ କରେ ନିଜ ମାନସପଟ୍ଟରେ I 


ବାହାଘର ପରେ ପ୍ରୀତି, ସ୍ୱାମୀ ଅଭିଜିତଙ୍କ ପ୍ରେମରେ ବେଶ ଖୁସି ଥିଲା I କିନ୍ତୁ ସେ ଖୁସି ଥିଲା ଅଳ୍ପଦିନର I ହଟାତ ଦେନେ ଅସୁସ୍ଥ ହେଇ ପଡ଼ିଥିଲେ ଅଭିଜିତ I ଦିନକୁ ଦିନ ଦେହ ଆହୁରି ଖରାପ ହେବାକୁ ଲାଗିଲା I ସମସ୍ତ ରିପୋର୍ଟ ଆସିଲା ପରେ, ଡାକ୍ତର ଜଣେଇଥିଲେ, ଅଭିଜିତକୁ କ୍ୟାନ୍ସର I ହାତରେ ସମୟ ଖୁବ କମ I ଯଥାଶୀଘ୍ର ଅପରେସନ କରିବାକୁ ପଡ଼ିବ I ବ୍ୟାଙ୍ଗଲୋର ର କେଉଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରିବାକୁ ହେବ I ବ୍ୟାଙ୍ଗଲୋର ର କଥା ଶୁଣି, ମାନବ କଥା ମନେ ପଡ଼ିଲା I ମନ ଭିତରେ ଦବେଇ ରଖିଥିବା ସେ ନମ୍ବକୁ ନିଜ ଫୋନରେ ମେଳେଇବାକୁ ଲାଗିଲା I


ଅଦିନିଆ ବର୍ଷଟା ସେଦିନ ନିଗାଡ଼ି ପଡୁଥିଲା, ବ୍ୟାଙ୍ଗଲୋର ସହରରେ I କଳା ବାଦଲକୁ ଆଡେଇ ଝରି ପଡ଼ୁଥିଲେ ଟୋପା ଟୋପା ବର୍ଷା I ଆକାଶଟା ଗର୍ଜୁଥିଲା, ବିଜୁଳିର ଚମକରେ I ଏକ ଅଜଣା ନମ୍ବରରୁ ବାରମ୍ବାର କଲ ଆସୁଥାଏ ମାନବ କୁ, କିନ୍ତୁ ଫୋନ ଉଠେଇବାକୁ କୌଣସି ଇଛା ନଥିଲା ମନରେ I ଏଥର ମେସେଜର ଶବ୍ଦ ଥିଲା, ମେସେଜ ପଢ଼ି ନିଜ ତରଫରୁ କଲ କରିଲା I ପ୍ରୀତିର ସ୍ୱର, ସେ ପୁଣି ଏତେ ରାତିରେ ଫୋନ କରିଛି? ହେଲେ କାନ୍ଦୁଛି କଣ ପାଇଁ?  


ସମୟ କାହାକୁ ପ୍ରତିଶୃତି ଦିଏନି! ସମସ୍ତଙ୍କୁ ହିସାବ ଦେବାକୁ ହୁଏ ସେଇ ସମୟ ପାଖରେ I କେତେବେଳେ ମଣିଷ ସମୟ ପାଖରେ ଜିତିଯାଏ, ପୁଣି କେବେ ହରିବାକୁ ପଡ଼େ I ପ୍ରୀତି କିନ୍ତୁ ଆଜି ବନ୍ଧା ପଡ଼ିଛି ସମୟର ଚକ୍ରଭିୟୁରେ I ପ୍ରୀତିର ସମସ୍ତ କଥାକୁ ଶୁଣି, ବାହାରିଲା ପ୍ରୀତି ସହ ଦେଖା କରିବାକୁ I ଦରଦୀ ବନ୍ଧୁର ଦୁଃଖରେ ଦୁଃଖୀ ହବାକୁ I 


ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରେଇଥିଲେ, ଅଭିଜିତ I ଅଜାଡି ପଡିଥିଲା ଦୁଃଖର ପାହାଡ ପ୍ରୀତି ଉପରେ I ମାନବର କାନ୍ଧରେ ମୁଣ୍ଡ ରଖି ନିଗାଡ଼ି ଦେଲା ଲୁହ ସବୁ I ପୁଣିଥରେ ହାରି ଯାଇଥିଲା ପ୍ରୀତି I ଏବେ ସେ ଥିଲା ଅଲୋଡ଼ା ଶିଳାଖଣ୍ଡ କେଉଁ ଏକ ଭଗ୍ନ ପର୍ବତର I 


ପ୍ରୀତି ନିଜର ସର୍ବସ୍ବ ହରେଇ, ହାରି ଯାଇଛି ସମୟର ଅବିରତ ସ୍ରୋତରେ I ନା ଆଉ ପାଇବାର ଇଛା ଅଛି, ନା ହରେଇବାର ଭୟ I ଏବେ କେବଳ ବଞ୍ଚିବାକୁ କାହାର ସାହାରା ନୁହଁ, ଅଭିଜିତଙ୍କ ସ୍ମୃତି ହଁ ଯଥେଷ୍ଟ ଥିଲା I ରାତି ପାହିଲେ ଥରଟିଏ ଦେଖା କରିବକୁ ବାଧ୍ୟ୍ୟ କରିଥିଲା, ମାନବ I ରାତିର ଶେଷ ପ୍ରହରୀରେ ଦର୍ପଣ ଆଗରେ ଠିଆହେଇ ଦେଖୁଥିଲା ନିଜକୁ I ରଙ୍ଗ ଥିଲା ସବୁ ଫିକା ଫିକା I କୃଷ୍ଣଚୂଡ଼ା ରଙ୍ଗ ଛାଡ଼ି, ଯାଇସାରିଥିଲା ବହୁତ ଦୂରକୁ I ଦୁଃଖର ରଙ୍ଗ ବୋଧେ ଧଳା I ଏବେ କେବଳ ଧଳା ରଙ୍ଗ ହିଁ ଜୀବନର ଶେଷ ପରିଚୟ I ଘୋଡ଼ିହେଲା ଧଳା ରଙ୍ଗର ଶାଢ଼ୀ ତା' ଦେହରେ I ସିନ୍ଧୁରା ଫାଟିବାର କିଛି କ୍ଷଣରେ ବାହାରିଲା ମାନବକୁ ଦେଖା କରିବାକୁ I


ମାନବ, ଏକାନ୍ତରେ ବସିଥିଲା ସମୁଦ୍ରର ତଟରେ I ଅପେକ୍ଷା କରୁଥିଲା ପ୍ରୀତିକୁ I ଅବ୍ୟକ୍ତ କୁହ ଓ ବେଦନାର ଲୁହକୁ ଚାପିଧରି ଏକଲୟରେ ଚାହିଁଥାଏ, ପ୍ରୀତି ଆସିବାର ବାଟକୁ I ସମୁଦ୍ର ଗର୍ଭରୁ ସୂର୍ଯ୍ୟାଦେବ ଉଭା ହେବାକୁ ଆଉ ମାତ୍ର କିଛି କ୍ଷଣର ଅପେକ୍ଷା I 


ପ୍ରୀତି ଆସିଲା..... ଡେରି ନକରି ମାନବ, ନିଜ ବାହୁରେ କୁଳେଇନେଲା ପ୍ରୀତିକୁ I ପୁଛିଦେଲା ଲୁହ ସବୁ I ତା' ପାଦରେ ପାଦ ମେଳେଇ ଚାଲିଲା, ଭାଙ୍ଗି ଯାଇଥିବା ବାଲିଘରକୁ ପୁଣିଥରେ ତୁଳିବାକୁ ଚେଷ୍ଟା କଲା I ପୁଣିଥରେ ଇନ୍ଦ୍ରଧନୁର ବର୍ଣାଳୀରୁ କିଛି ରଙ୍ଗ ଚୁରିକଲା I ପୁଣିଥରେ ପ୍ରୀତିର ଜୀବନକୁ ରଙ୍ଗ ଦେବାକୁ ଚେଷ୍ଟା କଲା I 


କିନ୍ତୁ ପ୍ରୀତିର ଇଛା ସବୁ ମରିଯାଇଥିଲା, ଅଭିଜିତଙ୍କ ସହ I ଅସଂଖ୍ୟ ଯନ୍ତ୍ରଣାର ଲହଡ଼ି ଚାପି ରଖିଥିଲା ତା' ଆଖିରେ I ସେ ତ ଆଖି ନୁହଁ, ଥିଲା ବୈତରଣୀ I ଜୀବନର ସମସ୍ତ ଦୁଃଖକୁ ନିଜ ପିଠିରେ ପକେଇ, ଆଖିରେ ଆଖିରେ ମିଶେଇ, ବନ୍ଧୁତାର ସମ୍ପର୍କ ହିଁ ଶେଷ ସମ୍ପର୍କ ବୋଲି କହିଲା ମାନବକୁ I


Rate this content
Log in

Similar oriya story from Abstract