Bikranta behera

Romance

4.4  

Bikranta behera

Romance

ମେଘ ତା' ପ୍ରେମିକା

ମେଘ ତା' ପ୍ରେମିକା

1 min
179


ଆଜି ଏଇ ମେଘ ପ୍ରେମର ବାର୍ତ୍ତା ନେଇ ବାଣ୍ଟିବାକୁ ଆସିଛି I ବିରହର ତାପରେ ଜଳୁଥିବା ପୃଥିବୀକୁ କୋମଳ ଛଳରେ ଭିଜେଇବାକୁ ଆସିଛି I ପ୍ରେମର ପ୍ରତାରଣାରେ କୁହୁଳୁଥିବା ଅଗ୍ନିକୁ ଆଲିଙ୍ଗନ କରି ପ୍ରେମ ଭରିବାକୁ ଆସିଛି I ବିଜୁଳିର ଚମକକୁ ସମର୍ପଣ କରି ଅନୁରାଗ ବିତରଣ କରିବାକୁ ଆସିଛି I ସେ ମେଘରେ ଅଛି ପ୍ରେମର ବାସ୍ନା, ପ୍ରୀତିର ବାସ୍ନା I


ଅଶାନ୍ତ ଏଇ ପବିତ୍ର ମାଟି ଆଜି ମେଘର ପ୍ରେମରେ ପ୍ରସନ୍ନ I ବୃକ୍ଷର ପତ୍ର ସବୁ ସେମାନଙ୍କର ତୃଷ୍ଣା ମେଣ୍ଟେଇଲେଣି I କୋଇଲି ବି ପ୍ରେମର ସାରେଗାମା ଗାଇଲାଣି I ସତେ ଯେମିତି ପୁଣି ଥରେ ରାଧା ଆଉ କୃଷ୍ଣଙ୍କର ମିଳନ ହେଇଛି I


Rate this content
Log in

Similar oriya story from Romance