Bikranta behera

Tragedy Inspirational

4.4  

Bikranta behera

Tragedy Inspirational

ବୁଢା ବରଗଛ

ବୁଢା ବରଗଛ

1 min
56


ଖରାରେ, ବର୍ଷାରେ, ଶୀତରେ କାଇଁ କେତେ ବର୍ଷରୁ ସେ ଛିଡା ହେଇଛି । ସାକ୍ଷୀଅଛି ସମସ୍ତ ସୁଖ ଆଉ ଦୁଃଖର । ଆଶ୍ରୟ ଦେଇଛି ଅସଂଖ୍ୟ ବାଟୋଇଙ୍କୁ । ନିଜେ ବର୍ଷାରେ ଭିଜି, ଝାଂଜି ଖରା ଖାଇ ସାହାରା ଦେଇଛି ଅନେକ ପଶୁ ପକ୍ଷୀମାନଙ୍କୁ । ତା' ର ଏହି ସେବାରେ ପ୍ରକୃତି ବି ବେଶ ଖୁସିଥିଲା ।


କିନ୍ତୁ ଆଜି କାହିଁ ଭାଙ୍ଗିପଡିଛି କେଉଁ ଏକ ଉପାସନାରେ । ଲୁହକୁ ହୃଦୟରେ ଚାପିଧରି ଆଜି ସେ ନିଶ୍ଚଳ । ପତ୍ରମାନେ ବି ଗୁମ ମାରି ବସିଛିନ୍ତି । ବୟସ ହଟିଲେ ନିଜ ଲୋକ ବି ଅଣଦେଖା କରିଦିଅନ୍ତି, ଆଜି ସେମିତି ଏହି ବୁଢା ବରଗଛ ସମସ୍ତଙ୍କ ପାଇଁ ଅଚିହ୍ନା । ଆଉ ତା' ଇତିହାସ ପଢିବାକୁ କିଛି ଦାଗ ରହିବନି । 


ଦେଖୁଦେଖୁ ଟଳିପଡିଲା, ଶୋଇଗଲା ସବୁଦିନ ପାଇଁ । ଅନାଦି କାଳରୁ ବାଣ୍ଟୁଥିବା ସ୍ମୃତିର ଆଜି ପୂର୍ଣ୍ଣଛେଦ ପଡିଲା । ଅନ୍ୟକୁ ନିଶ୍ୱାସ ଦଉଥିବା ସେ ବରଗଛ ଟା ଆଜି ନିଜ ନିଶ୍ୱାସ ସବୁଦିନ ପାଇଁ ଛାଡିଦେଲା । ପ୍ରକୃତିର ଋଣ ସୁଝୁ ସୁଝୁ ଅନେକଙ୍କୁ ଋଣୀ କରି ଚାଲିଗଲା ।  


ଆଖିର ଲୁହକୁ ପୁଛିଦେଇ ମନକୁ ବୁଝେଇଦେଲି ଜୀବନ ଯୋଉଠି ମୃତ୍ୟୁ ସେଇଠି ।


Rate this content
Log in

Similar oriya story from Tragedy