suchismita Sahu

Inspirational

3  

suchismita Sahu

Inspirational

ଇଶ୍ୱର

ଇଶ୍ୱର

3 mins
166


ଈଶ୍ୱରଙ୍କ ସତ୍ତା କେବେ କେବେ ଅନୁଭୂତ ହୁଏ । ସେ କଣ ସତରେ ଆସନ୍ତି ଆମକୁ ସାହାଯ୍ୟ କରିବାକୁ । ଭଲ କାମ କରୁଥିବା କି ସାହାଯ୍ୟ କରୁଥିବା ଲୋକଙ୍କୁ ଦେଖି ଲାଗେ ଈଶ୍ୱର ଅଛନ୍ତି । ଆମକୁ ଦୁଃଖ ବେଳେ ଯିଏ ସାହାଯ୍ୟ କରନ୍ତି ସେ ହିଁ ତ ଈଶ୍ୱର । ଡାକ୍ତରଙ୍କୁ ତ ଏମିତି ବି ଆମେ ଈଶ୍ୱରଙ୍କ ଆଖ୍ୟା ଦେଇ ଥାଉ ।

 ସ୍ନିଧାଙ୍କର ଶାଶୁଙ୍କ ଦେହ ପ୍ରାୟ ଖରାପ ରହୁଥାଏ । ବହୁତ କଷ୍ଟ ପାଉଥିଲେ ହୃଦୟ ଜନିତ ରୋଗରେ । ପ୍ରାୟ ଡାକ୍ତରଖାନାରେ କାଟୁଥିଲା ଦିନ । ସେମାନେ ସୁନ୍ଦରଗଡ ବାସିନ୍ଦା । ଛୋଟ ପରିବାର ଶାଶୁ ଶଶୁରଙ୍କୁ ନେଇ । ଶାଶୁ ରୁଗ୍ଣ । ସେବା ଚାଲିଥାଏ ତାଙ୍କର । ପ୍ରଥମେ ରୋଗ ଚିହିଁବା କଷ୍ଟ କର ହେଲା । ପରେ ଜଣା ପଡିଲା ଯେ ହୃଦୟ ଜନିତ କଷ୍ଟରେ ସେ ପୀଡିତ । କେହି ଜଣେ କହିଲେ ଯେ ଆଦିତ୍ୟ କେୟାର ଡାକ୍ତରଖାନାରେ ଭଲ ହୃଦୟ ଡାକ୍ତର ଆସୁଛନ୍ତି । କେବେ କେବେ ଶାଶୁ ମା ବେଶି ଅସୁସ୍ଥ ହୋଇ ପଡନ୍ତି ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କେୟାରରେ ଭର୍ତ୍ତି କରା ଯାଏ । କିଛି ମାତ୍ରାରେ ସୁସ୍ଥ ହୋଇ ଯାଆନ୍ତି ମା । ଏମିତି ଆସିବା ଯିବା ଅବସ୍ଥାରେ ଦୁଇଟି ଡାକ୍ତରଙ୍କର ମହାନତା ବଖାଣୁ ଥାନ୍ତି ସ୍ନିଧାଙ୍କ ମା । ଶାଶୁ ବୋହୂଙ୍କର ସମ୍ପର୍କ ମା ଝିଅ ପରି । ପରସ୍ପରକୁ ଖୁବ ଭଲ ପାଆନ୍ତି ସେମାନେ । ଦୁଇ ଜଣ ଯାକ ଉଚ୍ଚକୋଟିର ଡାକ୍ତର ଏମିତି ବି ହାଇଦ୍ରାବାଦରୁ ମଧ୍ୟ ଡାକ୍ତର ସେ ହସ୍ପିଟାଲକୁ ଆସୁଥାନ୍ତି । ସ୍ନିଧା ମଧ୍ୟ ଅସୁବିଧା ହେଲେ ଫୋନ କରେ ଡାକ୍ତରଙ୍କୁ । ମା କୁହନ୍ତି ଛୋଟିଆ ହେଇ ଡାକ୍ତର ଟିଏ କିନ୍ତୁ ବହୁତ ଜ୍ଞାନର ଅଧିକାରୀ । ଖୁବ ସୁନ୍ଦର କଥା । କଥାରେ ରୋଗ ଭଲ ହୋଇଯିବ । ରୋଗୀ ସେବାରେ ତତ୍ପର ସଦା ସେ । ଆଉ ବଡ ଅଜ୍ଞାଧୀନ ମଧ୍ୟ । ସ୍ନିଧା ମଧ୍ୟ ଫୋନରେ କଥା ହେବ ଅବସ୍ଥାରେ ବୁଝି ସାରି ଥାଏ କେତେ ଭଲ ମଣିଷ ମାନସ ସାର ବୋଲି । ଖୁବ ବ୍ୟସ୍ତ ଥାନ୍ତି ନିଜ କାମରେ ତଥାପି ମଧ୍ୟ ଯେତେ ବେଳେ ଫୋନ କଲେ ଫୋନ ଉଠାନ୍ତି । ଏହା ତାଙ୍କ ମହାନତାକୁ ସୂଚାଏ ଦିନେ ଶାଶୁ ମା ଅସହ୍ୟ ବେଦନା ଅନୁଭବ କରନ୍ତି ଛାତିରେ । ରକ୍ତଚାପ ସହ ହୃଦୟର ସ୍ପନ୍ଦନ ବଢ଼ି ଯାଇ ଥାଏ ନେବାକୁ ପଡେ ତାଙ୍କୁ ଆଦିତ୍ୟ କେୟାରକୁ ଆଗରୁ ଡାକ୍ତରଙ୍କ ସହ ଯୋଗାଯୋଗ କରା ଯାଏ । ମାନସ ସାର ରୋଗୀ ଯିବା ଯାଏ ଫୋନ ଯୋଗେ ସହ ଯୋଗ ଯୋଗେଇ ଦେଉଥାନ୍ତି । ପ୍ରଭୂଙ୍କର ଆଶୀର୍ବାଦରୁ ବୋଉ ପହଂଚି ଯାଆନ୍ତି ଡାକ୍ତରଖାନାରେ । ଭୁବନେଶ୍ୱରରେ ସ୍ନିଧା ପାଇଁ ତା ପରିବାର ପାଇଁ ସବୁ ନୂଆ । ସାର ପାଖରେ ଥିବା ଲୋକକୁ ନିର୍ଦେଶ ଦିଅନ୍ତି ଘର ଯୋଗାଡ ପାଇଁ ଯୋଉଠି ରୋଗୀ ସହ ସହ ଯୋଗୀ ରହି ଡାକ୍ତରଖାନାର କାମ କରି ପାରିବ । ବହୁତ ଚେଷ୍ଟା ପରେ ବୋଉ ବେଡ଼କୁ ଫେରି ଆସନ୍ତି । ହଠାତ ଆଉ ଜଣେ ରୋଗୀ ଯିଏ ଗୁରୁତର ହୋଇ ଥାଏ ଦୁର୍ଘଟଣାରେ ଅସି ପହଞ୍ଚେ । ବୋଉ ସେତେ ବେଳେ କମଜୋର । ସମସ୍ତେ ଜଗିଥାନ୍ତି ବୋଉଙ୍କୁ କିନ୍ତୁ ସବୁ ତାଙ୍କ ଆଖି ଆଗରେ ଅନ୍ଧାର ଦିଶିବା କଥା ସେ ଚିତ୍କାର କରି ଉଠନ୍ତି ହଠାତ ସବୁ ଯନ୍ତ୍ର ବନ୍ଦ ହୋଇଯାଏ । ଭାଗ୍ୟ ବଶତଃ ସାର ସେଠି ଉପସ୍ଥିତ ଥାନ୍ତି । ସାଙ୍ଗେ ସାଙ୍ଗେ ସମସ୍ତେ ଲାଗି ପଡନ୍ତି । କୁହନ୍ତି ରଖେ ହରି ମାରେ କିଏ ମାରେ ହରି ରଖେ କିଏ । ତଥାପି ସାରଙ୍କ ଚେଷ୍ଟାରେ ବୋଉ ଜୀବନ ଦାନ ପାଆନ୍ତି । ଭଗବାନଙ୍କ କୃପାରୁ ସ୍ନିଧାଙ୍କ ବୋଉ ଏବେ ସୁସ୍ଥ । ପୂର୍ବ ପରି ସମସ୍ୟା କେବେ ହୋଇନାହିଁ । ମନେ ମନେ କେତେ ଧନ୍ୟବାଦ ଦିଏ ସେ ଡାକ୍ତରଙ୍କୁ ଏପରି ମଣିଷ ଥିଲେ ଈଶ୍ୱରୀୟ ସତ୍ତା ସବୁ ବେଳେ ମିଳୁଥିବ । ପରିବାରକୁ ମଧ୍ୟ ସାନ୍ତ୍ଵନା ଦିଅନ୍ତି ଡାକ୍ତର ବାବୁ । ଅପାସୋରା ଏହି ସ୍ମୃତି ଯେ ଈଶ୍ୱର ଅଛନ୍ତି କେବେ କୋଉ ରୂପରେ ସାହାଯ୍ୟ କରି ଯାଆନ୍ତି ଆମକୁ ।



Rate this content
Log in

Similar oriya story from Inspirational