Jyotiranjan Sahu

Romance Thriller

3  

Jyotiranjan Sahu

Romance Thriller

ହ୍ୟାପି ଏଣ୍ଡିଂଗ୍-କନ୍ଫ୍ୟୁଜଇଂ ଲଭ୍ ଷ୍ଟୋରି

ହ୍ୟାପି ଏଣ୍ଡିଂଗ୍-କନ୍ଫ୍ୟୁଜଇଂ ଲଭ୍ ଷ୍ଟୋରି

6 mins
265



" ଆଜ୍ଞା ! ଆପଣଙ୍କର ଲଭ୍ ଷ୍ଟୋରି ସବୁର ଏଣ୍ଡିଙ୍ଗ ଗୋଟିଏ ହେଲେ ହ୍ୟାପି ନୁହେଁ " । ଉତ୍ତରରେ ହରି ମାଷ୍ଟ୍ରେ ରାମ ବାବୁଙ୍କୁ କହିଲେ " ଆରେ ଭାଇ ! ଲଭ୍ ଷ୍ଟୋରି ମାନେ ନୁହେଁ ସବୁବେଳେ ହ୍ୟାପି ଏଣ୍ଡିଙ୍ଗ ହେବ ! ଏକଥା ସତ ଯେ ହ୍ୟାପି ଏଣ୍ଡିଙ୍ଗର କାହାଣୀ ମୋ ଦେଇ ଲେଖି ହେଉନି । ଏଥର ଚେଷ୍ଟା କରିବି ଯେମିତି ଲଭ୍ ଷ୍ଟିରିର ହ୍ୟାପି ଏଣ୍ଡିଙ୍ଗ ହେଉ " । ଦିନ ଦ୍ବିପ୍ରହର ଟାରେ କଚେରୀ ପାଖ ଖଟିରେ ବସି କଥାବାର୍ତ୍ତା ହେଉଥାନ୍ତି ରାମ ବାବୁ ଆଉ ହରିମାଷ୍ଟ୍ରେ । ହରିମାଷ୍ଟ୍ରେ ! ଏଇ ନାଁରେ ସେ ବିଖ୍ୟାତ । ଗୋଟିଏ ବିରଳ ବ୍ୟକ୍ତିତ୍ବ । ଜିଲ୍ଲା ସ୍କୁଲରେ ସାହିତ୍ୟ ଶିକ୍ଷକ । ଲେଖାଲେଖିରେ ଅନେକ ସଉକ । ଖାସ୍ କରି ଲଭ୍ ଷ୍ଟୋରି । ତେଣୁ ସମସ୍ତଙ୍କର ଲଭ୍ ଷ୍ଟୋରି ଜାଣିବାକୁ ତାଙ୍କର ଅନେକ ଆଗ୍ରହ । ଲେଖାଲେଖି ଛାଡିଦେଲେ ସମାଜ ସେବାରେ ବି ତାଙ୍କର ଆଗ୍ରହ ଅନେକ । ଅସୁବିଧା ସମୟରେ ଯିଏ ଯେତେବେଳେ ଯେଉଁଠି ଡାକନ୍ତି ବିନା ଦ୍ବିଧାରେ ହରିମାଷ୍ଟ୍ରେ ସେଇଠି ହାଜର ହୋଇଯାଆନ୍ତି । ସେଦିନ କଚେରୀ ପାଖ ଖଟିରେ ବସି ରାମ ବାବୁଙ୍କ ସହ କଥା ହେଉହେଉ ହଠାତ୍ ଗୋଟିଏ ବିସ୍ଫୋରଣର ଶବ୍ଦରେ ଅନ୍ୟମନସ୍କ ହୋଇପଡିଲେ ଦୁଇଜଣ । ଶବ୍ଦ ଶୁଣାଯାଇଥିବା ଦିଗପଟେ ଦୃଷ୍ଟି ଦେବାରୁ ଜାଣିଲେ ରାସ୍ତାରେ ଗୋଟିଏ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଦୁହେଁ ଦୌଡିଗଲେ ଦୁର୍ଘଟଣା ସ୍ଥାନକୁ । ଦେଖିଲେ କାର୍ ସହ ଦ୍ରୁତଗତିରେ ଆସୁଥିବା ଗୋଟିଏ ବାଇକ୍ ର ଧକ୍କା ହୋଇଛି । କାର୍ ର ସେମିତି କିଛି ହୋଇନଥିଲେ ବି ବାଇକ୍ ରେ ଥିବା ଯୁବକ ଯୁବତୀ ଦୁଇଜଣ ସଂଜ୍ଞାହୀନ ହୋଇ ଦୂରରେ ପଡିଛନ୍ତି । ଶରୀରର ଅନେକ ଜାଗାରୁ ଧାରଧାର ରକ୍ତ ବହିଚାଲିଛି । ଧକ୍କା ଦେଇଥିବା କାର୍ କୁ ପବ୍ଲିକ୍ ଅଟକାଇ ରଖିଛନ୍ତି । ଆଉ ବିଳମ୍ବ ନକରି ଫୋନ୍ ଲଗାଇଲେ ହରିମାଷ୍ଟ୍ରେ ରବିକୁ । ରବି ! ହସ୍ପିଟାଲର କଣ୍ଟ୍ରାକ୍ଚୁଆଲ ଆମ୍ବୁଲେନସ୍ ଡ୍ରାଇଭର । କିଛିଦିନ ହେଲା ବହୁତ ଅନ୍ୟମନସ୍କ ରହୁଛି । ହେଲେ ଆଜି କାହିଁକି କେଜାଣି ସେ ଖୁବ୍ ଜୋର୍ ରେ ଗାଡି ଚଲାଉଛି ସିଏ । ହେଲେ ଏ କଣ ! ଏ ରବିଟା ପାଗଳା ହୋଇଯାଇନି ତ ! ଆଗରେ ପରା ବିରାଟ ଏକ ଟ୍ରକଟା ଆସୁଛି । ତାକୁ ଦେଖାଯାଉଛି ନା ନାହିଁ କେଜାଣି ! ଲାଗୁଛି ଯେମିତି ସୁଇସାଇଡ୍ କରିବାକୁ ଟ୍ରକ୍ ଆଗକୁ ମାଡିଯାଉଛି । ଠିକ୍ ଏତିକି ବେଳେ ରବିର ମୋବାଇଲ୍ ଟା ବାଜିଉଠିଲା । ମୋବାଇଲ୍ ବାଜିବା ଭିତରେ ଅଳ୍ପକେ ଟ୍ରକ୍ ଟା ଆମ୍ବୁଲାନସ୍ କୁ ନବାଡେଇ ଚାଲିଗଲା । କିଛି ଦୂର ଭିତରେ ଆମ୍ବୁଲେନସ୍ ଟା ଅଟକିଗଲା ରବିର । ପଛରୁ ଟ୍ରକ୍ ଡ୍ରାଇଭର୍ ଟା ପାଟିକଲା " ମରେଗା କ୍ୟା ! ଗାଡି ଚଲାନା ନେହିଁ ଆତା କ୍ୟା "? ଏପଟେ ମୋବାଇଲ୍ ରିସିଭ୍ କଲା ରବି । ସେପଟୁ ଭାସିଆସିଲା ହରିମାଷ୍ଟ୍ରେଙ୍କ ସ୍ବର । " ହ୍ୟାଲୋ ହ୍ୟାଲୋ ! କିଏ କହୁଛ ରବି ! ଶୀଘ୍ର ଆସ । କଚେରୀ ପାଖେରେ ବଡ ଏକ୍ସିଡେଣ୍ଟଟେ ହୋଇଛି । ଯୁବକ ଯୁବତୀ ଦୁଇଜଣଙ୍କ ଅବସ୍ଥା ସିରିୟସ୍ " ! ହଠାତ୍ ରବି ପଚାରିଦେଲା " କଚେରୀ ପାଖରେ ହୋଇଛି ! ଆଚ୍ଛା ଝିଅଟା ନୀଳ ଡ୍ରେସ୍ ପିନ୍ଧିଛି କି " ? ହରି ମାଷ୍ଟ୍ରେ କହିଲେ " ହଁ ହଁ ! ତୁ ଶୀଘ୍ର ଆସ୍ " । ଅଳ୍ପ ସମୟ ଭିତରେ ରବି ଆମ୍ବୁଲାନସ୍ କୁ ନେଇ ପହଞ୍ଚିଗଲା । ସଙ୍ଗେସଙ୍ଗେ ଦୁଇଜଣଙ୍କୁ ଆମ୍ବୁଲେନସ୍ ରେ ରଖାଗଲା । ସାଙ୍ଗରେ ଗଲେ ହରିମାଷ୍ଟ୍ରେ । ଦ୍ରୁତଗତିରେ ଆମ୍ବୁଲାନେସ୍ ମାଡିଚାଲିଲା ହସ୍ପିଟାଲ ଅଭିମୂଖେ । ସେଠାରେ ପହନ୍ଚି ଦୁହିଁଙ୍କୁ ଏମରଜେନସି ୱାର୍ଡରେ ଭର୍ତ୍ତିକରାଗଲା । ହରି ମାଷ୍ଟ୍ରେ ସବୁ ବୁଝାବୁଝି କରି ବାହାରକୁ ଆସି ଦେଖନ୍ତି ତ ରବି ଖୁବ୍ ବିବ୍ରତ ଆଉ ଅନ୍ୟମନସ୍କ ଦେଖାଯାଉଥିଲା । ହରିମାଷ୍ଟ୍ରେ ପଚାରିଦେଲେ " କିରେ ରବି ! କଣ ହୋଇଛି ! ଏତେ ବିବ୍ରତ ଜଣାପଡୁଛୁ ! ଆଚ୍ଛା ! ସେ ନୀଳ ଡ୍ରେସ୍ କଥା ମୋତେ କଣ ପାଇଁ ପଚାରିଲୁ ? ତୁ କଣ ଏମାନଙ୍କୁ ଜାଣିଛୁ " ? ମୁଣ୍ଡ ହଲାଇ ଜାଣିଛି ବୋଲି ସ୍ବୀକାର କଲା ରବି । " କିଏ ଏ ଦୁହେଁ ? କଣ ତାଙ୍କ ପରିଚୟ " ? ବୋଲି ପ୍ରଶ୍ନକଲେ ହରିମାଷ୍ଟ୍ରେ । ରବି କିଛି ସମୟ ଚୁପ୍ ରହି କହିଲା " ସେ ଯୁବତୀ ର ନାଁ ମାନି । ପିଲାଟା ସେ ଯୁବତୀର ପ୍ରେମିକ ! ଆଉ ସେ ଯୁବତୀ ଟା ମୋର ସ୍ତ୍ରୀ " ! ଆଶ୍ଚର୍ଯ୍ୟ ହୋଇ କହିଲେ ହରିମାଷ୍ଟ୍ରେ


" କଣ କହୁଛୁ ତୁ " !!! ଦୀର୍ଘ ଶ୍ବାସଟେ ଛାଡି ରବି କହିଲା-


" ହଁ ସାର୍ ! ମୁଁ ସେ ହତଭାଗା ସ୍ବାମୀ ! ପାଖାପାଖି ବର୍ଷେ ଆଗରୁ ତାର ମୋର ବିବାହ । ସର୍ବ ସମ୍ମତି ଆଉ ସ୍ବୀକୃତିରେ ହୋଇଥିଲା ଆମ ବାହାଘର । ହେଲେ ଏଇ ବର୍ଷେ ଭିତରେ କେମିତି ଗୋଟିଏ ଅଜଣା ଦୂରତା ଆମ ଭିତରେ ରହିଆସିଛି । ଆଉ ସେଇ ଭିତରେ ଏ ଯୁବକ କେତେବେଳେ ଆମ ସମ୍ପର୍କ ଭିତରେ ପଶିଆସିଲା ମୁଁ କିଛି ଜାଣିପାରିଲି ସାର୍ । ସେ ଯୁବକ ମୋ ପାଇଁ ଅଜଣା । ଅନେକ ସମୟରେ ପଡିଶା ଘର ଲୋକେ ମୋତେ ଏଥିପାଇଁ ସତର୍କ କରିଥିଲେ ! ମୁଁ କିନ୍ତୁ ମାନିକୁ ଅନ୍ଧଭାବେ ଭଲପାଏ ସାର୍ । ସେ ଯାହା ଯେମିତି ହେଉ ମୁଁ କିନ୍ତୁ ତାବିନା ବଞ୍ଚିପାରିବିନି ସାର୍ ! ତାର ସବୁ ଭୁଲ୍ ସବୁ ଅଳି ସବୁ ଦାବି ମୁଁ ମାନିବାକୁ ପ୍ରସ୍ତୁତ ସାର୍ । ତେଣୁ ସବୁଜାଣି ବି ମୁଁ ଚୁପ୍ ଥିଲି ! ଗତକାଲି ରାତିରେ ମୁଁ ତାକୁ ସେ ଟୋକାସହ ଫୋନ୍ ରେ କଥାହେବାର ଶୁଣିଲି ସେମାନେ ଆଜି କଚେରୀ ଛକରେ ମିଶି ଘରଛାଡି ଫେରାର୍ ହେବାକୁ ନିଷ୍ପତ୍ତି ନେଉଛନ୍ତି । ତେଣୁ ଆଜି ମୁଁ ସୁଇସାଇଡ୍ କରିବାକୁ ନିଷ୍ପତ୍ତି ନେଇଥିଲି । ଠିକ୍ ସେତିକିବେଳେ ଆପଣ କଲ୍ ରେ ମୋ ଫୋନ୍ ବାଜିଉଠିଲା । ସେଇଟା ମୋ ଜୀବନରେ ଆଉକିଛି ଶ୍ବାସ ଭରିଦେଲା । ଇଚ୍ଛା ତ ହେଉଥିଲା ଆସିନଥାନ୍ତି ! ଯଦି ଆସିଥାନ୍ତି ସେ ଆମ୍ବୁଲେନସ୍ ଟା ସେ ଦୁହିଁଙ୍କ ଉପରେ ଚଢାଇ ଦେଇଥାଆନ୍ତି । କିନ୍ତୁ ମନଟା ମାନିଲାନି । ପ୍ରେମ ପାଇଁ ମୁଁ କେବେ ସ୍ବାର୍ଥୀ ହୋଇପାରିବିନି ! ପ୍ରେମ ତ ଦୁଇଟି ମନର ମିଳନ । ଜୋର୍ କରି କେବେ କଣ ପ୍ରେମ ପାଇହୁଏ ? ମନେପଡିଗଲା ମୋ କର୍ତ୍ତବ୍ୟ ଆଉ ଅଗ୍ନିକୁ ସାକ୍ଷୀ ରଖି ମାନିମଥାରେ ଦେଇଥିବା ବିଶ୍ବାସର ସିନ୍ଦୁର । କଣ ହେଲା ଯଦି ମାନି ମୋତେ ଭଲପାଉନାହିଁ ! ମୁଁ ତ ତାକୁ ହୃଦୟଦେଇ ଭଲପାଉଛି ନା "!!! ରବିର କଥା ଶୁଣି ସ୍ତବ୍ଧ ରହିଗଲେ ହରିମାଷ୍ଟ୍ରେ । ମନେମନେ ଭାବୁଥିଲେ ' ଏମିତିବି କଣ କେହିକାହାକୁ ଅନ୍ଧ ଭଳି ପ୍ରେମ କରିପାରେ ! ବିଶ୍ବାସ ଘାତକକୁ କେହି କେବେ କଣ କ୍ଷମା ଦେଇପାରେ '!! କିଛି ସମୟର ନିରବତା ପରେ ହରିମାଷ୍ଟ୍ରେ କହିଲେ " ରବି ! ତୁମର ଏ ଲଭ୍ ଷ୍ଟୋରିଟା ଆଧା ଶୁଣିଲି । ଆଶା କରେ ଖୁବ୍ ଶିଘ୍ର ମୁଁ ଏହାର ହ୍ୟାପି ଏଣ୍ଡିଂଗ ତୁମ ମୁହଁରୁ ଶୁଣିବି । ଏଇ ନିଅ ମୋ ଠିକଣା । ଦରକାର ହେଲେ ନିଃସଂକୋଚରେ ଆସିପାର " କହି ଠିକଣାଟା ରବିକୁ ଦେଇ ଯିବାକୁ ବାହାରିଲେ ହରିମାଷ୍ଟ୍ରେ ।  


       ଏହାର ଠିକ୍ ଆଠ/ଦଶ ଦିନ ପରେ ହରିମାଷ୍ଟ୍ରେଙ୍କ ଘରେ ଡାକବାଲା ପାର୍ଶଲଟିଏ ଆଣିଦେଇଗଲା । ଆଶ୍ଚର୍ଯ୍ୟ ଆଉ ଦ୍ବନ୍ଦ୍ବ ଭିତରେ ପାର୍ଶଲ ଖୋଲିଲେ ହରି ମାଷ୍ଟ୍ରେ । ଭିତରେ ଥିଲା ଗୋଟିଏ ବୀମା ବଣ୍ଡ ପେପର ଆଉ ଖଣ୍ଡିଏ ଚିଠି । ଚିଠିରେ ଲେଖାଥିଲା " ସାର୍ ! ଏଚିଠି ପାଇଲାବେଳକୁ ହୁଏତ ବହୁତ ଡେରି ହୋଇଯାଇଥିବ । ଆପଣ ପରା କହିଥିଲେ ମୋ ଲଭ୍ ଷ୍ଟୋରିର ଏଣ୍ଡିଂଗ ଜଣାଇବାକୁ ! ସାର୍ ! ମୋ ଲଭ୍ ଷ୍ଟୋରିର ବାକି ଅଧକ କାହାଣୀ ଆପଣ ଲେଖିବେ ! ଏ ପାର୍ଶଲରେ କିଛି ବୀମା ବଣ୍ଡ ଅଛି । ଅଳ୍ପ ଦରମାରେ ଅଳ୍ପ କିଛି କରିଥିଲି । ମାନିର ସୁଖୀ ଭବିଷ୍ୟ ପାଇଁ ତାକୁ ଦେବେ । ତା ପାଇଁ ସିନା ମୋ ଭଲପାଇବାର ମୂଲ୍ୟ ନାହିଁ କିନ୍ତୁ ସିଏତ ମୋପାଇଁ ସବୁକିଛି । ମାନି ଭଲପାଉଥିବା ଯୁବକଟି ଏକ୍ସିଡେଣ୍ଟରେ ନିଜ ଦୃଷ୍ଟି ହରାଇଛି । ମାନି ଏକଥା ଜାଣି ଖୁବ୍ ଦୁଃଖି । ମୁଁ ଜିଇଁ ଥାଉଥାଉ ଯଦି ତା ସୁଖର କାରଣ ନହୋଇପାରୁଛି କିଛିନହେଲେ ମୋ ଅନ୍ତେ ସେ ସୁଖ ପାଉ ! ଆଶା କରେ ଆପଣ ମୋ ଲଭ୍ ଷ୍ଟୋରିର ଏଣ୍ଡିଂଗ ନିଶ୍ଚୟ ଲେଖିବେ । ଆଉ ହଁ ! ଏ ଚିଠି ଯେମିତି ଆପଣଙ୍କ ଅନ୍ତେ ତା ଅସ୍ତିତ୍ବ ହରାଉ ' । ଚିଠି ପଢି କିଛିମନେପଡିଗଲା ହରି ମାଷ୍ଟ୍ରେଙ୍କର । ସିଏ ଦୌଡିଯାଇ ଆଠ/ଦଶ ଦିନ ଭିତରର ସବୁ ପେପର ଗୁଡା ଓଲଟାଇ ପକାଇଲେ । ସେଥିରେ ଗୋଟିକରେ ବାହାରିଥିଲା ଆମ୍ବୁଲାନସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ । ହରି ମାଷ୍ଟ୍ରେ ଖାଲି ହେଡ୍ ଲାଇନ୍ ପଢି ଖବରଟିକୁ ଏଡାଇ ଯାଇଥିଲେ । ପୁରା ଖବରଟା ଥିଲା ଆମ୍ବୁଲାନ୍ସ ଟି ଭାରସାମ୍ୟ ହରାଇ ଗଛକୁ ଧକ୍କାଦେଇଛି । ଏହି ମର୍ମନ୍ତୁତ ଦୁର୍ଘଟଣାରେ ଆମ୍ବୁଲାନସ୍ ଚାଳକଙ୍କ ମୃତ୍ୟୁ । ଚାଳକ ମୁଖ୍ୟ ଚିକିତ୍ସାଳୟର କନ୍ଟ୍ରାକଚୁଆଲ୍ ଡ୍ରାଇଭର ରବି କୁମାର ଦାସ । ଖବରଟା ଜାଣିପାରି ଏକ ଦୀର୍ଘ ନିଶ୍ବାସ ଛାଡିଲେ ହରି ମାଷ୍ଟ୍ରେ । ମନେମନେ ଭାବୁଥିଲେ ମୋ କାହାଣୀର କୌଣସି ଗୋଟିଏ ହେଲେ ଲଭ ଷ୍ଟୋରି ର କଣ ହ୍ୟାପି ଏଣ୍ଡିଂଗ ନାହିଁ !!! ଏହାପରେ ନିଜ ପୁରୁଣା ସ୍କୁଟର ରେ ହସ୍ପିଟାଲ ଅଭିମୁଖେ ବାହାରିଲେ ହରି ମାଷ୍ଟ୍ରେ । ହସ୍ପିଟାଲରେ ବୁଝାବୁଝି କଲାରୁ ଡକ୍ଟର କହିଲେ " ଦୁଇ ଦିନ ଆଗରୁ ଆମର ଜଣେ ପ୍ୟାସେଣ୍ଟଙ୍କର ହଜବେଣ୍ଟଙ୍କ ଏକ୍ସିଡେଣ୍ଟରେ ଡେଥ୍ ହୋଇଗଲା । ଡେଥ୍ ଆଗରୁ ସେ ତାଙ୍କ ରିଲେଟିଭ୍ ଙ୍କୁ ଆଇ ଡୋନେଟ୍ କରିଦେଇଗଲେ ଯାହାକୁ ଆପଣ ଏଡମିଟ୍ କରିଥିଲେ " ! ଡାକ୍ତରଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ହରି ମାଷ୍ଟ୍ରେ । ଦେଖିବାକୁ ଗଲେ ସେ ଯୁବକକୁ । ଦେଖିଲେ ପାଖରେ ବସିଛି ରବିର ୱାଇଫ୍ । ଦେହର ଅନେକ ଜାଗାରେ ବ୍ୟାଣ୍ଡେଜ୍ । ଆଉ ଆଖିରେ ଧାରଧାର ଲୁହ । ପାଖ ବେଡ୍ ରେ ଥିବା ଯୁବକ ଆଖିରେ ପଟି ବନ୍ଧାହୋଇଛି । ହେଲେ ମୁହଁରେ ପଶ୍ଚାତାପର ଚିହ୍ନ । କହୁଥାଏ ' ଆମ ଲଭ୍ ବିଷୟରେ ମ୍ୟାରେଜ୍ ପୂର୍ବରୁ ତୁମେ ଘରେ କହିଦେବାର ଥିଲା ' ! ମାନି ଆଖିରୁ ବହୁଥିବା ଧାରଧାର ଲୁହ ପଶ୍ଚାତାପରେ ନା ପ୍ରେମକୁ ଫେରି ପାଇବାର ଆନନ୍ଦ ରେ କିଛି ବୁଝିପାରୁନଥିଲେ ହରି ମାଷ୍ଟ୍ରେ । ଗୋଟିଏ ପଟେ ପ୍ରେମର ଚିତା ଜଳୁଛି ତ ଗୋଟିଏ ପଟେ ପ୍ରେମ ନୂଆ ସଂଜ୍ଞାଟିଏ ଖୋଜୁଛି । ଗୋଟିଏ ପଟେ ବିଶ୍ବାସ ଆଉ ଗୋଟିଏ ପଟେ ଅବିଶ୍ଵାସ । କଣ ଏଣ୍ଡିଙ୍ଗ କରିବେ ଏ ଲଭ୍ ଷ୍ଟୋରି ର କିଛି ବୁଝିପାରୁନଥିଲେ ହରିମାଷ୍ଟ୍ରେ । ଏଇଟା କେଉଁ ଏଣ୍ଡଂଗ୍ ? ମୁଣ୍ଡ ଭିତରଟା ଗୋଳମାଳ ହୋଇଗଲା ହରିମାଷ୍ଟ୍ର୍ରେଙ୍କର । ଭାବୁଥିଲେ ' ଇଏ କି କଳି ଯୁଗାଆ ଲଭ୍ ଷ୍ଟୋରି ହେଲା ହୋ ! ଏଣ୍ଡିଂଗ ଫୁଲ୍ କନ୍ଫ୍ୟୁଜଇଂ ' !!! ( ସମାପ୍ତ )




Rate this content
Log in

Similar oriya story from Romance