STORYMIRROR

Banasmita Panda

Romance Crime

5.0  

Banasmita Panda

Romance Crime

ହୀନ ପୁରୁଷ

ହୀନ ପୁରୁଷ

3 mins
255



 ମୁଁ ଏବଂ ମନ୍ଦିରା ପଡୋଶୀ ତ ଥିଲୁ ଏବଂ ବହୁ ଘନିଷ୍ଠ ବନ୍ଧୁ ମଧ୍ୟ୍ୟ । ଶୈଶବ ଅବସ୍ଥାର ଏ ବନ୍ଧୁତ୍ୱ କେବେ ଯୁବାଅବସ୍ଥାର ପ୍ରେମରେ ପାଲଟି ଯାଇଥିଲା ଆମେ ଉଭୟେ ଜାଣି ପାରି ନ ଥିଲୁ । ଦୁହିଁଙ୍କର ଚିନ୍ତାଧାରାରେ ଅନେକ ତଫାତ ଥିଲେ ମଧ୍ୟ୍ୟ ପରସ୍ପରକୁ ବହୁତ ପସନ୍ଦ କରୁ । ମନ୍ଦିରା ବହୁ ରୋକଠୋକ ଏବଂ ମୁହଁ ଫଟ ଝିଅ ଥିଲା । କାହାକୁ ଡରିବା କିମ୍ବା ଅସତ ପଥରେ ଚାଲିବା ତାର ଜାତକରେ ନ ଥିଲା । ମୁଁ କିନ୍ତୁ ସବୁ ପରିସ୍ଥିତି ସହ ଖାପ ଖୁଆଇ ଚାଲିବା ପିଲା ତେଣୁ କରି କାହା ସହ ଝଗଡା ଝାଟି ମୋତେ ଭଲ ଲାଗେନାହିଁ । ଏହି କଥାରେ ଅନେକ ସମୟରେ ଆମ ମଧ୍ୟ୍ୟରେ କଳହ ହୁଏ । ସତ କହିବାକୁ ଗଲେ ମୋର ପୁରୁଷ ହେବାର ଅହଂକାର ମୋତେ ଟିକେ ଆତ୍ମଗର୍ବୀ କରି ଦିଏ । ତେଣୁ ମୁଁ ମନ୍ଦିରାର ପ୍ରତ୍ୟକ କାର୍ଯ୍ୟରେ ଖୁଣ ବାହାର କରେ, ତା ଠାରୁ ଟିକେ ଅଧିକା ଖୋସାମତିଆ ପ୍ରେମ ପାଇବା ଉପଲକ୍ଷେ । ପ୍ରତିଦିନ ତାର ଟ୍ୟୁସନ ରୁ ଫେରିବା ରାସ୍ତାକୁ ଚାହିଁ ବସେ । ଏଇଟା ଏକ ପ୍ରକାର ଅତିରିକ୍ତ ପ୍ରେମ କୀ ସନ୍ଦେହ ମନା ପ୍ରେମୀ ର ଡର କହି ପାରିବିନି । କାରଣ ମନ୍ଦିରା ପ୍ରତ୍ୟକ ଲୋକ ସହ ବହୁ ସହଜରେ ମିଶି ଯାଏ ।  


ସେ ଦିନ ଭାଲେଂଟାଇନ ଡେ ଥିଲା । ମୁଁ ଏବଂ ମନ୍ଦିରା ସମୁଦ୍ର ନିକଟସ୍ତ ବସି  ସମସ୍ତ ପ୍ରେମୀ ଯୁଗଳ ପରି ଭବିଷ୍ୟତ ଜୀବନମୟ ସ୍ବପ୍ନରେ ବିଭୋର ହୋଇ ଉଠିଥିଲୁ । ପ୍ରଥମ ଥର ଯୌବନର ଉଷ୍ମତା ମୁଁ ଅନୁଭବ କରି ପାରୁଥିଲି ମନ୍ଦିରାର ଆଲିଙ୍ଗନରେ । କିଛି ସମୟ ମଧ୍ୟ୍ୟରେ ଆମେ ହଜି ଯାଇଥିଲୁ ପରସ୍ପର ସହ ଆଉ ଏକ ସପନ ରାଇଜରେ । ସାନ୍ଧ୍ୟ କାଳୀନ ସମୁଦ୍ର ପବନ ଏବଂ ଜହ୍ନ ଆଲୋକ ବଢ଼ାଇ ଦେଇ ଥିଲା ଆମ ପ୍ରୀତିର ଆବେଗକୁ । ଠିକ ସେଇ ସମୟରେ କିଛି ନିଶାସକ୍ତ ଯୁବକ ଆରମ୍ଭ କରି ଦେଇଥିଲେ ଆମ ଉପରେ ନୀଚ ଭାଷାର ପ୍ରହାର ଏବଂ ନିଜର ନୀଚ୍ଚତା ପୂର୍ବକ ବ୍ୟବହାର । ମୁଁ ଡରି ଯାଇଥିଲି ଏବଂ ମନ୍ଦିରା ସହ ସେଠାରୁ ପଳାଇ ଯିବାକୁ ଉଚିତ ମନେ କଲି । ମନ୍ଦିରା ମଧ୍ୟ୍ୟ ଏକମତ ହୋଇ ମୋ ସହ ବାହାରି ଆସିବା ସମୟରେ ଟାଣି ଧରିଥିଲା ଜଣେ ଯୁବକ ତା ହାତକୁ, କ୍ଷଣକ ମଧ୍ୟ୍ୟ ଡେରି ନ କରି ମନ୍ଦିରା ଛାପି ଦେଇଥିଲା ଏକ ଶକ୍ତ ଚାପୁଡ଼ା ତା ଗାଲରେ । ଏହା ଦ୍ୱାରା ଯୁବକ ଏବଂ ତାର ସାଙ୍ଗ ସାଥୀ ଆହୁରି ଉଗ୍ର ହୋଇ ଉଠିଥିଲେ ଏବଂ ଛୁରା ବାହାର କରିଥିଲେ । ବାସ ଏତିକି ଦେଖି ମୁଁ ବହୁ ଡରି ଯାଇଥିଲି ଏବଂ ପ୍ରାଣପଣେ ସେଠାରୁ ପଳାୟନ କ

ରିଥିଲି । ତା ପରେ କଣ ହେଲା ମୁଁ ଜାଣିନି କିନ୍ତୁ ରାତି ସାରା ମନ୍ଦିରା ଚିନ୍ତାରେ ମୋତେ ନିଦ ହୋଇ ନ ଥିଲା । ବହୁ ପ୍ରକାର ନକରାତ୍ମକ ଚିନ୍ତାଧାରା ଉଙ୍କି ମାରୁଥିଲା ମୋ ମନରେ । ସମୟ ବିତି ଚାଲିଥାଏ ମନ୍ଦିରା ର ଖୋଜ ଖବର ନ ଥାଏ ।  

"ସେ ଦିନ ମନ୍ଦିରାରରେପ୍ ହୋଇଥିଲା ତା ବେହୋସ ଦେହରେ ଏକ ନିର୍ବାଚନ ପୋଷ୍ଟର ଅଟୋରିକ୍ସା ଵାଲା ତାକୁ ଗଟର କଡ଼ରୁ ଉଠାଇ ଆଣିଥିଲା ।  

ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁ ଥିଲି । ମୁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦ୍ଧା ଫାଙ୍କାରେ ତାକୁ ଦେଖିବାକୁ ଚେଷ୍ଟା କରିଥିଲି । ଅଟୋରିକ୍ସା ଵାଲା ତା ଠୁ ପଇସା ମାଗି ନ ଥିଲା । "ସାହି ସାରା ଲୋକ ରୁଣ୍ଡ ହୋଇ ଯାଇଥିଲେ । ମନ୍ଦିରାର ବାପା ଏକ ବେଡ଼ସିଟ ଗୁଡ଼ାଇ ତୁରନ୍ତ ଘର ଭିତରକୁ ନେଇ ଯାଇଥିଲେ ତାକୁ । ମୋର ସାହସ ନ ଥିଲା ମୁଁ ସେଠିକୀ ଯାଇ ପାରିବି କୀ କିଛି କହି ପାରିବି ।  


ଦୀର୍ଘ ଦିନର ମେଡିକାଲ ଏବଂ କୋର୍ଟ ସଂଘର୍ଷ ପରେ ଆଜି ନ୍ୟାୟ ମିଳିଛି ମନ୍ଦିରରlକୁ । ଅନେକ ସାମାଜିକ ପ୍ରତିବନ୍ଧକ, ଲୋକଙ୍କ ଟାହି ଟାପରା ଭାଙ୍ଗି ଦେଇନି ମନ୍ଦିରାକୁ । ସାହସର ସହ ଆଗେଛି ସେ ଆଗକୁ ଏବଂ ବଢ଼ାଇଛି ସାହାଯ୍ୟର ହାତ ଏପରି ଅନେକ ମନ୍ଦିରାଙ୍କୁ । ବଲାତ୍କାରୀ ଝିଅ ଏବଂ ସମାଜ ଆଗରେ ବର୍ତମାନ ସେ ଏକ ଆଦର୍ଶ । ନିଜ ଗୋଡ଼ରେ ଛିଡା ଖାଲି ସେ ହୋଇନି ବହୁ ଝିଅଙ୍କୁ ଛିଡା ମଧ୍ୟ୍ୟ କରାଇଛି ।  


ବହୁ ଥର ଚେଷ୍ଟା କରିଛି ତା ଆଡେ ରାସ୍ତାରେ ଗଲା ବେଳେ ଚାହିଁବାକୁ କେବେ ସାହସ ହୋଇନି, ଆଉ ଯଦି ଭି କେବେ ନଜର ପଡିଯାଇଛି ତାକୁ କେବେ ଦେଖିନି ମୋ ଆଡେ ଅନାଇବାର ।  ଆଜିକୁ ପାଞ୍ଚ ବର୍ଷ ବିତି ଗଲାଣି, ଆଜି ଭାବିଛି ମନ୍ଦିରାକୁ ଯାହାଭି ହଉ ଭୁଲ ମାଗି ପ୍ରାଯଶ୍ଚିତ କରିବି । ଯାଇ ହାଜିର ହୋଇ ଯାଇଥିଲି ମନ୍ଦିରା ଶମ୍ବୁଖରେ, କହିଗଲି ମୋ ମନର ସବୁ ଦୁଃଖ, ଢାଳିଦେଲି ମୋ ପୁରୁଷ ହବାର ଗୌରବ ତା ଗୋଡ ତଳେ । ସବୁ ଶୁଣିବା ପରେ ଖାଲି ଏତିକି କହିଥିଲା ସେ । "ତୁମକୁ ଦେଖିଲେ ମୋତେ ତୁମର ପ୍ରେମ ଏବଂ ସେ ଜହ୍ନ ରାତିର ଉଷ୍ମତା ମୋ ମନ ଏବଂ ଦେହରେ ଲକ୍ଷାଧିକ କଣ୍ଟା ଫୋଡି ହେଲା ପରି ଲାଗେ । ତୁମକୁ ମୋ ନାରୀତ୍ୱ ଆହୁରି ନୀଚ ଦୁଷ୍ଟିରେ ଦେଖୁ ତା ପୂର୍ବରୁ ପଳାଇଯାଏ ଏଠାରୁ । କିଛି ନ କହି ମୁଁ ପଳାଇ ଆସିଥିଲି ଏବଂ ନିଜକୁ ବହୁ ହୀନ ମନେ କରୁଥିଲି ।  


ସମାପ୍ତ 



Rate this content
Log in

Similar oriya story from Romance