DR SAMIR RANJAN BEHERA

Abstract Comedy Inspirational

3  

DR SAMIR RANJAN BEHERA

Abstract Comedy Inspirational

ହେ ସହର ତୋତେ ଦୂରୁ ଜୁହାର

ହେ ସହର ତୋତେ ଦୂରୁ ଜୁହାର

13 mins
246



ସେଦିନ ହଠାତ ମୋର ଗୋଟେ ଜମି ଜମା ର ଟେକ୍ସ କାମ ପଡିଲା ଭୁବନେଶ୍ୱର ରେ l ମୁଁ କଣ କରିବି ମୁଣ୍ଡ କିଛି କାମ କଲାଣି କହିବାକୁ ଗଲେ ଜୀବନ କାଳ ଭିତରେ ଥରେ ହେଲେ ବି ଭୁବନେଶ୍ୱର ଯାଇନି l ଗାଁ ର ଲୋକ ମୁଁ l ମାଟିର ମଣିଷ , ଚାଷ ବାଷ କରି ଗାଁ ରେ ଚଳେ l ଭୁବନେଶ୍ୱର ବିଷୟରେ ଖାଲି ଶୁଣିଛି l

ଏ ଭୁବନେଶ୍ୱର.... ଏଠି କେହି ନୁହଁ କାହାର.... ସବୁ ଦିୱାନା ଟଙ୍କା ପଛର.... ଏଠି ଧଳା ହୁଏ କଳା.... କଳା ହୁଏ ଧଳା ବିଚ ବଜାରରେ....

ମୋତେ ଟିକେ ଡର ଲାଗିଲା l ନାଇଟ କୋଚ ରେ ତ ପଳେଇବି

ହେଲେ ସକାଳୁ ଉଲ୍ହେଇ ସେଠି କଣ କରିବି l ସେ ଅଫିସ କେମିତି ପାଇବି l ହଠାତ ମନେ ପଡିଲା ରାମହରି କଥା l ସିଏ ମୋ ପିଲା ବେଳର ସାଙ୍ଗ ଜିଗରି ଦୋସ୍ତ l ଭୁବନେଶ୍ୱର ରେ ପ୍ରାୟ ଦଶ ବର୍ଷ ହେଲା ରହିଲାଣି l ମୁଁ ଦୌଡିଲି ବାବୁ ପାଖକୁ l

-" ବାବୁ, ରାମହରି ଫୁନ ନମ୍ବର ରଖିଛୁ କି ଟିକେ ଦେବୁ l"

ବାବୁ ପାଖରୁ ନମ୍ବର ଆଣି ଫୋନ ଲଗେଇଲି

-" ହେଲୋ, ରାମହରି କହୁଛୁ... ମୁଁ ତ ପିଲାଦିନର ସାଙ୍ଗ ସୁକାନ୍ତ କହୁଛି, ଚିହ୍ନି ପାରୁଛୁ l"

-" ଆବେ.... ସୁକାନ୍ତ..... ମୁଁ ଚିହ୍ନି ପାରିବିନି... ଶଳା ତୁ ମୋ ପିଲାଦିନର ବେଷ୍ଟ ଫ୍ରେଣ୍ଡ ତୋତେ ଭୁଲିଯିବି l ଭାବିଲୁ ରାମହରି ସହରୀ ବାବୁ ହେଇଗଲାଣି ଗାଁ ସାଙ୍ଗ କୁ ଭୁଲିଯିବ l

ନାଇଁ ବେ ସାଙ୍ଗ ଯାହାହେଲେ ଗାଁ... ଟା... ଗାଁ...

ଗାଁ ପରିବେଶ, ଗାଁ ର ସେ ସହଯୋଗ... ଗାଁ ର ମିଳିମିଶି ପର୍ବ ମାନିବା.... ଏକସଙ୍ଗେ ମିଳିମିଶି ଗାଁ ମନ୍ଦିର ରେ ପୂଜା କରିବା... କାହାଘରେ ଭୋଜି ହେଲେ ସମସ୍ତେ ଯାଇ ତାଙ୍କ ଘରେ ସାହାଯ୍ୟ କରିବା.... ପଡିଶା ଘରେ କିଏ ମରିଗଲେ ଗାଁ ର ସମସ୍ତେ ଯାଇ ତା ବିପଦ ରେ ଛିଡା ହେବା .....

କାହିଁ ଏ ସବୁ ସହରରେ.... ଏଠି ସକାଳୁ ଉଠିଲେ ଡିଉଟି ଟଙ୍କା ଗାଡି..... ରାତିରେ ବି ସେଇ ଟଙ୍କା... ଏଠି କେହି କାହାର ନୁହଁ.. ପୁଅ ବାପାକୁ ପଇସା ମାଗିବ ନଦେଲେ ରାଗିକି କୁଆଡେ ପଳେଇବ.... ପୁଣି ସ୍ତ୍ରୀ ର ଡିମାଣ୍ଡ ଫୁଲଫିଲ ନ କଲେକେଶ ଧମକ ନହେଲେ କୋର୍ଟ ର ଧମକ l ଏଠି ପାଣି ପବନ ରେ ବିଷ ଭରିଥାଏ l ତୁ ତ ଠିକ ବୁଝିପାରୁଥିବୁ ଗାଁ ର ସେ ଆମ୍ବ ତୋଟା ମୂଳର ସେ ସୁଲୁଶୂଲିଆ ପବନ l ସନ୍ଧ୍ୟା ବେଳେ ଗାଁ ପୋଖରୀ ତୁଟା ରେ ସେ ଯେ ଶାନ୍ତ ମତୁଆଲା ପବନ କାହୁଁ ଏ ସହର ବାସୀ ପାଇବେ l ତୁ ଜାଣିଛୁ ଆମେ ଟିକେ ଥଣ୍ଡା ପବନ ପାଇବା ପାଇଁ ଦିନକୁ ସହେ ଦୁଇ ସହ ଟଙ୍କା ଖର୍ଚ୍ଚ କରୁଛୁ, ଚାଳିଶ ହଜାର ଟଙ୍କାର ଏସି l ଟିକେ ପାଣି ପିଇବା ପାଇଁ କୋଡିଏ ହଜାର ଟଙ୍କା ର ଅକ୍ୱାଗାର୍ଡ ଲଗେଇବାକୁ ପଡୁଛି  l ଏଇ ହେଲା ସହରିଆ ଚଳଣି l ଏମାନେ ଦିନରେ ବସନ୍ତ ଆଉ ରାତିରେ ବାସନ୍ତୀ l ଏଠି ବାବୁ ଖାଲି ଟଙ୍କା ଟଙ୍କା ଟଙ୍କା.....

ହଉ ଛାଡ଼ ତୁ ଶଳା ବେଳେ ଆସୁନୁ ବୁଲି ଯିବୁ l ସବୁଦିନ ତ ଗାଁ ର ଶୁଦ୍ଧ ପାଣି ପବନ ପିଉଛୁ... ଆମର ଏ ଯନ୍ତ୍ର ପାଣି ପବନ ବେଳେ ଖାଇକି ଯା l"

ବିଲେଇ କପାଳ କୁ ଶିକା ଛିଣ୍ଡିଲା ପରି ମୁଁ ଖୁସି ହେଇଗଲି l

-"ଆରେ ରାମହରି ମୁଁ ସୋମବାର ଦିନ ଭୁବନେଶ୍ୱର ଯାଉଛି, ସେ ବାଣୀବିହାର ରେ ଗୋଟେ କଣ ସେଲଟ୍ୟାକ୍ସ ଅଫିସ ରେ କାମ ଅଛି l"

-" ଆବେ ବଢିଆ ହେଲା... ଆ ଆ... ବହୁତ ଦିନ ହେଲା ଶଳା ଦେଖାହେଇନି... ଆ ସାଙ୍ଗ ଆ... ବହୁତ ମଜା ହେବ... ଆବେ ଗାଁ ର ଜିନିଷ କଣ ନେଇଆସିଥିବୁ l ମୋତେ ବହୁତ ଇଛା ହେଲାଣି l

ହଁ ତୁ ଜୟଦେବ ବିହାର ରେ ଓଲ୍ହେଇ ଅଟୋ କୁ କହିବୁ ମଣିତ୍ରିଭୁବନ ଆପାର୍ଟମେଣ୍ଟ ନେଇ ଆସିବ, ତାପରେ ସିକୁରିଟି କୁ ପଚାରିଦେବୁ D10 /10 କ୍ୱାଟାର, ସେ ତୋତେ ବତେଇଦେବ ନହେଲେ ମୋତେ ଫୋନ କରିଦେବୁ ହେଲା l "

-" ମୁଁ ବହୁତ ଖୁସି ହେଇ ରାମହରି ପାଇଁ ଗାଡ଼ିଆ ରୁ ଗୋଟେ ଦୁଇକିଲିକିଆ ରୋହି ଟେ ଧରିଲି, ତାପରେ ସ୍ତ୍ରୀ କୁ କାହି ଗିମା ପତ୍ର ପୋଡା , ବଡି, ମଞ୍ଜା ତରକାରୀ , କଦଳୀ, ଭଣ୍ଡା, ମଞ୍ଜା, ଆଉ ବାଡ଼ିରେ ଫଳିଥିବା ଜାମୁରୁଳୁ, ପିଜୁଳି ଆଉ ମୁଢି କିଛି ଚାଉଳଭଜା ଧରି ଗୋଟେ ଅଖାରେ ପୁରେଇ ଦେଲି l ତାପରେ ବଡଭାଇ ନେଇ ଷ୍ଟାଣ୍ଡ ରେ ଛାଡ଼ିଦେଇ ଆସିଲା l ବସ ଠିକ ନ ଟାରେ ଛାଡିଲା l ମୁଁ ଜୟ ଜଗନ୍ନାଥ କହି ବସ ରେ ବସିଲି l ଚାଲିଥାଏ ଆଗକୁ ଆଗକୁ ମୋର ଉତ୍କଣ୍ଠା ବଢିଚାଲିଥାଏ l

-" କଣ୍ଡକ୍ଟର ଭାଇ ଟିକେ ଜୟଦେବ ବିହାର ହେଲେ ଡାକିଦେବ l"

-" ହଉ ହଉ l ଦିଅ ସାଢେ ତିନିଶ ଦିଅ l'"

-" ସାଢେ ତିନିଶ!!!! ଆମେ ବାଲେଶ୍ୱର ଯାଉଛୁ ପଚାଶ ଟଙ୍କା ଭୁବନେଶ୍ୱର କୁ ସାଢେ ତିନିଶ l ଏଇ ଦୁଇ ସହ ରଖ l"

-" ସାଢେ ତିନିଶ ରୁ ଗୋଟେ ଟଙ୍କା କମ ହେବନି l ନହେଲେ ଆଗ ଷ୍ଟପେଜ ରେ ଓଲ୍ହେଇ ପଡ l"

-" ହଉ ନିଅ.... ଲୁଟୁଛ ପୁଣି ଏତେ ରାଗୁଛ... ହ୍ନୁ....

ଏହା ଭିତରେ ଅଖିଲାଗିଯାଇଥାଏ l ହଟାତ ନିଦ ଭାଙ୍ଗିଗଲା l

ମୁଁ ଛାନିଆ ହେଇ କଣ୍ଡକ୍ଟର କୁ ଖୋଜିଲି l ସିଏ ବୋଧେ ଶୋଇଯାଇଥିଲା l

-" କଣ୍ଡକ୍ଟର ବାବୁ ଜୟଦେବ ବିହାର ଆସିଗଲାଣି କି?

-" ଏ ମଉସା ତମେ ପ୍ରଥମ ଥର ଭୁବନେଶ୍ୱର କୁ ଆସୁଛ କି, କାହିଁକି ମଫ ଭଳି ହେଉଛ l ଜୟଦେବ ବିହାର ଆସିଲେ ମୁଁ କହିଦେବିନି l"

ମୁଁ ଚୁପ ହେଇ ବସିଲି, ଆଉ ନିଦ ହେଲାଣି, କାଳେ ଜୟଦେବ ବିହାର ପଳେଇବ l ଏପଟେ ଝାଡା ପରିଶ୍ରା ବି ଲାଗିଲାଣି, ନାହି ମୂଳକୁ ଚାପି ରଖି ବସିଲି l

କିଛି ସମୟ ଚାଲିଗଲା..

-" ମଙ୍ଗୁଳି ମଙ୍ଗୁଳି........... I"

-" କଣ୍ଡକ୍ଟର ବାବୁ ଜୟଦେବ ବିହାର ଆସିଲାଣି କି? ଆଉ କେତେ ସମୟ ପରେ ଆସିବ l"

-" ମୋତେ ମାର, ମାର ମଉସା ମୋତେ ମାର..........

ଏ ମଉସା ତମ ଗୋଡ଼ ଧରୁଛି, ଜୟଦେବ ବିହାର ଆସିଲେ ଡାକିଦେବି l"

-"ହଉ ହଉ.... ଏତେ ରାଗୁଛ କାଇଁ, ଜାଣେନି ବୋଲି ପଚାରିଲି ନା, ଟିକେ ଜାଣିଛ ବୋଲି କେତେ ଭାଉ ଦେଖ l"

ବସ ଚାଲିଥାଏ ଗିଡି ଗିଡି.... ମୁଁ ଝରକା ପାଖ ଦେଇ ସହର ର ଚାକଚକ୍ୟ ଦେଖୁଥାଏ, କଟକ ସହର ଧବଳ ଟଗର, ସିଲଭର ସିଟି l କେତେ ଅଟ୍ଟାଳିକା, ଆଲୋକ ମାଳା, ଲମ୍ବା ଲମ୍ବା ଖମ୍ବ ରେ କେତେ ବଡ ବଡ ଲାଇଟ l କେତେ କେତେ ଗାଡି ସାଇଁ ସାଇଁ କରି ପାର ହେଇଯାଉଛନ୍ତି l

ବସ ଗୋଟେ ଜାଗାରେ ଟିକେ ଅଟକିଲା l

ବାପରେ ବାପ୍ କେତେ ବଡ ବିଲଡିଂ l ଏଁ ପଚିଶ ମହଲା ଆହୁରି ଗଣି ପାରିଲିଣି ବସ ଛାଡିଦେଲା l

-" ପଳାଶୁଣୀ ପଳାଶୁଣୀ......... I" କଣ୍ଡକ୍ଟର ଚିଲେଇଲା l

-" କଣ୍ଡକ୍ଟର ଭାଇ ଜୟଦେବ ବିହାର ଆସିଗଲା କି? "

-"ଏ ମଉସା ତମେ ଚୁପ ଚାପ ବସ ନହେଲେ ସିଧା ବରମୁଣ୍ଡା ଧରେଇ ଦେବି l"

ମୋତେ ବରମୁଣ୍ଡା ଟା ଯମପୁର ଭଳି ଶୁଭିଲା l ମୁଁ ଡ଼ରିକି ନାହି ଚିପିକି ବସିଥାଏ lଝାଡା ପରିଶ୍ରା ପ୍ରବଳ ଲାଗୁଥାଏ ନା l

ଡରରେ ଆଉ କଣ୍ଡକ୍ଟର କୁ କିଛି କହୁନାଥାଏ l ପୁଣି ବସ ଗୋଟେ ଜାଗାରେ ରହିଲା l

ବାପରେ ବାପ ଏଇଟା ଇନ୍ଦ୍ରମହଲ ନା କଣ l ଇଂଲିଶ ରେ କଣ ଲେଖାଥିଲା ତ ପଢ଼ିପାରିଲିନି l ହେଲେ ମାର୍ବଲ ର ରାଧା କ୍ରିଷ୍ଣା

ହନୁମାନ ସାଇବାବା... ପୁଣି ତା ସାଇଡ ରେ ସୁନ୍ଦର ସୁନ୍ଦର ସିଂହାସନ... ପୁରା କାଚର ଘର l ହଁ ଏଇଟା ତ ପୁରା ସ୍ୱର୍ଗପୁର l

ବାବା ଏ ସହର ରେ କିଶ ନାହିଁ l

-" ଜୟଦେବ ବିହାର.... ଜୟଦେବ ବିହାର.... ଗାଁ ମଉସା କୁଆଡେ ଗଲ..... ଜୟଦେବ ବିହାର...... I"

ମୁଁ ତରବର ହେଇ ମୋ ଦୁଇଟା ବ୍ୟାଗ ଧରି ଓଲ୍ହେଇ ପଡିଲି l

-" ମଉଷା ଧର ତୁମ ଅଖା l"

 ଓହୋ... ଶେଷରେ ପହଂଚିଗଲା ଜୟଦେବ ବିହାର.....

ଆରେ ମୋ ଚାଦର ଟା.... ଏହେ ବସ ଛାଡିଦେଲାଣି.... ଏ କଣ୍ଡକ୍ଟର ଭାଇ, କଣ୍ଡକ୍ଟର ଭାଇ.........ଅଖା ଟା ରଖିଦେଇ ବସ ପଛେ ପଛେ ଦୌଡିଲି........

ଛୁ..... ଯା ଗଲା ଚାଦର ଟା l ଏପଟେ ଅନେଇଲା ବେଳକୁ ଜଣେ କିଏ ମୋ ଅଖା ଟା ଖୋଲିବା ଆରମ୍ଭ କଲାଣି l

ଏ... ହେ... ହେ.... ସେଇଟା ମୋ ଅଖା... କିଏ ତମେ......

ଛାଡି ଦେଇ ଦୌଡିଲା ଲୋକଟା......

ଓହୋ ଅଖା ଟା ବି ଯାଇଥାନ୍ତା..... କି ଡ୍ୟାଞ୍ଜର ବେ ଏ ସହର l

ମୁଁ ସେ ଫୁଟପାଥ ରେ ଟିକେ ନଥ କରି ବସିଗଲି ଦମ ମରିବା ପାଇଁ l

-" ଭାଇ କୁଆଡେ ଯିବ..... ଭାଇ କୁଆଡେ ଯିବ.. I"

ଚାରି ପାଞ୍ଚଟା ଅଟୋ ଡ୍ରାଇଭର ଜଡିଗଲେ l ସତେ ମୋ ମୋ ମାଉସୀ ପୁଅ ଭାଇ l

କିଶ ସେ ଜାଗାଟା ନା... ମଣି..... ଆଉ ଗୋଟେ କିଶ ମନେ ପଡୁନି..... ଭାଇ ଟିକେ ଫୁନ କରୁଛି ରୁହ l ମୁଁ ଫୋନ କରୁଥିଲି

" ହେଲୋ ରାମହରି..... ହଟାତ ପଛରୁ କିଏ ଆସି ଜୋର ସେ ଟାଣି ନେଲା ମୋ ମୋବାଇଲ....

ଆହା ହା ହା..... ଏ ମୋ ମୋବାଇଲ ନେଇଗଲା.... ଆରେ ଧର ଧର ତାକୁ..... ହେଲେ ବାଇକ ରେ ସେ ଛୁ ହେଇଗଲା l

" ଏ ଅଟୋ ଵାଲା ଭାଇ ଟିକେ ଧର ଧର ତାକୁ ମୋ ମୋବାଇଲ ନେଇଗଲା......... I"

-"ଭାଇନା ଏ ହେଲା ସହର... ଥରେ ହାତରୁ ଜିନିଷ ଖସିଗଲେ ସେ ଜିନିଷ ହୁଏ ପର.... ଆଉ ଯାହା ହାତରେ ରହିଲା ସିଏ ସେ ଜିନିଷ ହୁଏ ତାର ........ ସାବଧାନ ରେ କାମ କର...... ନହେଲେ କେତେବେଳେ ଗୋଛି କଟିଯିବ ତୁମର.....l"

କିଶ କରିବି ମୋ ମୁଣ୍ଡ କାମ କଲାଣି..... ବହୁତ କାନ୍ଦ ଲାଗିଲା..

ମୁଁ ହତାଶ ହେଇ ବ୍ୟାଗ ଆଉ ଅଖା କୁ ଜାବୁଡି ଧରି ବସିଲି l

ପୁଣି ଗୋଟେ ଅଟୋ ଵାଲା ଆସିଗଲା

-" ଭାଇନା କୁଆଡେ ଯିବ... ଚାଲ ଛାଡ଼ିଦେବୁ ଯେ... I"

ଭାଇ ମୁଁ ସହର କୁ ପ୍ରଥମ ଥର ଆସିଛି... ମୁଁ କୁଆଡେ ଯିବି ବି ଜାଣେନି.... ମୋ ସାଙ୍ଗ ଏଇଠି ଓଲ୍ହେଇକି ଫୁନ କରିବାକୁ କହିଥିଲା, ହେଲେ ମୋ ଫୁନ ସେ ଲୋକ ଚୁରି କରି ନେଇଗଲା l"

-" ହଁ ଯେ କେଉଁ ଜାଗା ତ ସେ ସାଙ୍ଗ କହିଥିବେ l"

-" ମୁଁ ଜାଣେନି ଭାଇ, ସେ କଣ ମଣି...... ମଣି ଘର କହୁଥିଲା l"

-" ମଣି ଆପାର୍ଟମେଣ୍ଟ....... ହଁ ହଁ ଚାଲ... ତିନସହ ଟଙ୍କା ଦେବ l ଛାଡି ଦେବି l"

-" ମୋତେ ନେଇଯାଉନ, ମୋ ବ୍ୟାଗ ଅଖା ସବୁ ନେଇଯାଉନ, ଶଳା ଗାଁ ରୁ ସହର ପହଂଚିଲି ସାଢେ ତିନିଶ ଟଙ୍କାରେ ଆଉ ଏଇଠି ଟିକେ ବାଟ ତିନିଶ ଟଙ୍କା...... ତମେ ଏକଲା ସହରିଆ l ଯାଅ ବେ ସବୁ......ମୋର ପାଦ ଅଛି ମୁଁ ଚାଲି ଚାଲି ଚାଲିଯିବି l"

ମୁଁ ଚାଲି ଚାଲି ଆଗକୁ ବଢ଼ିଲି l ପଛରୁ ଆଉ ଗୋଟେ ଅଟୋ ଵାଲା ଆସିଲା... ଭାଇନା ଚାଲ....ବହୁତ ବାଟ, ଚାଲିପାରିବନି, ଶହେ ଟଙ୍କା ଦେବ, ମଣି ଆପାର୍ଟମେଣ୍ଟ ପହଞ୍ଚେଇ ଦେବି l ମୁଁ ତ ବସିଗଲି,ତାପରେ ମନକୁ ଆସିଲା ମୁଁ ତ ଠିକ ଅଡ୍ରେସ କହିନି..... ଏ ଅଟୋ ଵାଲା ଏତେ ଦୟା ଦେଖେଇ କମ ପଇସାରେ କାହିଁକି ନଉଛି l ମୁଁ ମୋ ଅଖା ଆଉ ବ୍ୟାଗ ଜୋର ରେ ଜାବୁଡି ଧରି ବସିଥାଏ l ଅଟୋ ଚାଲିଥାଏ l ସେତେବେଳକୁ ସକାଳୁ ସାତ ଟା ପାଖାପାଖି ହେଇଗଲାଣି l ମୁଁ ଖାଲି ଭଗବାନ ଙ୍କୁ ଡାକୁ ଥାଏ l

-" କଣ ମୋ ଭାଇନା ସେ ଅଖା ଆଉ ବ୍ୟାଗ ରେ ଏମିତି କଣ ଅଛି କି ଏମିତି ଜାବୁଡି ଧରିଛ l"

-" ଯାହା ରହିଲା ତମର କିଶ ଯାଉଛି l"

ହଟାତ ଲୋକ ଟି ଅଟୋ ଅଟକେଇ ଦେଲା, ଆଉ ଜଣେ ପାସେଞ୍ଜର ଚଢିଲା l ମୋତେ ବହୁତ ଡର ମାଡୁଥାଏ l ଅଟୋ ଗିଢ଼ି ଗିଢ଼ି ଚାଲିଥାଏ l

ସୁକାନ୍ତ ପ୍ରଧାନ ତୁ ଫସି ଯାଉନୁ ତ?? ମୋବାଇଲ ଗଲା, ଚାଦର ଗଲା ଏବେ ତ ହାଣ୍ଡବ୍ୟାଗ ଗଲେ ଟଙ୍କା ପଚାଶ ହଜାର ସୁଁ......

ମୁଁ ଜୋର ରେ ଟଙ୍କା ବ୍ୟାଗ ଟାକୁ ଜାବୁଡି ଧରିଲି l ହଟାତ ଅଟୋ ଗୋଟେ ଜାଗାରେ ରଖିଦେଲା l ଆଉ ପାଖରେ ବସିଥିବା ଲୋକ ଟି ମୋତେ ଠେଲି ଦେଇ ଗୋଟେ ବ୍ୟାଗ ଟା ଧରି ଦୌଡ଼ିବାରେ ଲାଗିଲା...

ହାଁ ହାଁ ହାଁ.... ମୋ ବ୍ୟାଗ ନେଇଗଲା କହି ମୁଁ ପଛରେ ହ୍ୟାଣ୍ଡ ବ୍ୟାଗ ଟାକୁ ଜୋର ଧରି ଦୌଡିଲି l ହେଲେ ସେ ଲୋକ କୁଆଡେ ପଳେଇଲା l ତାପରେ ପଛ କୁ ଫେରି ଦେଖିଲା ବେଳକୁ ସେ ଅଟୋ ଟା ବି ପଳାଉଛି l ଆରେ ମୋ ଅଖା..... ମୋ ଅଖା....ପୁଣି କାନ୍ଦୁଣୁ କାନ୍ଦୁଣୁ ହେଇ ଦୌଡିଲି ଅଟୋ ପଛରେ....

ହଟାତ ସେ ପଟରୁ ରାମହରି କୁ ଦେଖି ମୁଁ ଟାକୁ ଧରି ଭୋ ଭୋ ହେଇ କାନ୍ଦିପକେଇଲି l

-" ରାମହରି ସେ ଅଟୋ ଵାଲା ଅଖା ଟା ନେଇ ପଳାଉଛି... ଏଇ ଆଗ ଅଟୋ ଟା........ I"

-" ହଉ ହଉ ତୁ ବାଇକ ରେ ଆମେ ଫୋଲୋ କରିବା l"

ବହୁତ ବାଟ ଫୋଲୋ କଲୁ... ଦୁଇ ତିନିଟା ଅଟୋ କୁ ଧରିଲୁ କିନ୍ତୁ ସବୁ ଅଟୋ ତ ସମାନ ଲାଗିଲା, କାହାକୁ ଧରି ପାରିଲୁନି l

ମୁଁ କାନ୍ଦି ପକେଇଲି

-" ସାଙ୍ଗ ମୋର ଚାଦର ଗଲା, ମୋବାଇଲ ଗଲା ଯେତିକି ଦୁଃଖ ଲାଗିଲାଣି....ତୋ ପାଇଁ କେତେ ଆଦରରେ ରୋହିମାଛ, ମଞ୍ଜା ଗିମାଶାଗ,ନଡ଼ିଆ,ଚାଉଳ ଭଜା, ମୁଢି, ନଡ଼ିଆ ମିଠେଇ ତୋ ଫେବରାଇଟ କୁଟା ଛତୁ ସବୁ ଏ ସହରୀ ନେଇଗଲା l"

-" ହଉ ତୁ କାନ୍ଦନି ସୁକାନ୍ତ..... ଏ ସହର ଟା ଏମିତି ରେ l ଏଠି ହାତେ ମାପି ଆଙ୍ଗୁଳିଏ ଚାଲିବାକୁ ପଡେ l ଏଠି କେହି ନୁହେଁ କାହାର, ଏଠି କାହାର ବି କାହାକୁ ସାହାଯ୍ୟ ମନବୃତ୍ତି ନାହିଁ ରେ ସାଙ୍ଗ l ଏଠି ସଭେଁ ଖାଲି ସ୍ୱାର୍ଥ ଆଉ ଟଙ୍କା ପଛରେ ଦିବାନା ଆଉ ସୁଯୋଗ ପାଇଲେ ପୁରା ମୂଳପୋଛ କରିଦିଅନ୍ତି l

ହଉ ତୁ ଚାଲ ଘରକୁ ଯିବା..... ଟିକେ ଖିଆ ପିଆ କରି ରେଷ୍ଟ ନେବୁ l"

ରାମହରି ସଙ୍ଗେ ତା ଘରକୁ ଗଲି l ମଣି ତ୍ରିଭୁବନ........

ବାପରେ ବାପ.... ଏଇଟା ଘର ନା ଇନ୍ଦ୍ରଭବନ...... ମୁଁ ଟେରା ହେଇ ଅନେଇଥାଏ... ଆଉ ମନେ ମନେ କେତେ ମହଲା ଗଣୁ ଥାଏ.... ମୋତେ ପୁରା ହତାଶିଆ ପରି ଲାଗୁଥାଏ l ହଟାତ ସେ ଗେଟକିପର ସାଲୁଟ ମାରିଦେଲା l ମୁଁ ଚମକି ପଡିଲି l

-" ହେୟ ସୁକାନ୍ତ....କେଉଁଠି ଅନେଇଛୁ ବେ... ଗାଡ଼ିରୁ ଓଲ୍ହ l ଘରକୁ ଯିବାନି କି l"

-" ଏ ରାମହରି ଏଇଟା ତୋ ଘର.... ଏତେ ବଡ.... ଆମ ଗାଁ କଣ ଦଶଟା ଗାଁ ପଶିଯିବ ଈହା ଭିତରେ l ମୋତେ ଭାରି ଡର ମାଡୁଛିl

ତମର ଏ ସହରିଆ ବାବୁ ମୋତେ ଏଠି ଲଣ୍ଢା କରିଦେବେ l"

-" ଆବେ ମୂର୍ଖ, ଏଇଟା ଗୋଟେ ଆପାର୍ଟମେଣ୍ଟ , ଏଠି ପାଖାପାଖି ହଜାରେ ଫେମିଲି ରହୁଛନ୍ତି, ମୋର ବି ଦଶ ମହଲା ରେ ଗୋଟେ ରୁମ ଅଛି ଚାଲ ଯିବା l

ମୁଁ ପାଦ ଚିପି ଚିପି ଆଗକୁ ବଢ଼ିଲି l ଡର ଲାଗୁଥାଏ, ସବୁଆଡେ ଅନେଇ ଅନେଇ ଚାଲିଥାଏ l ରାମ କଣ ଗୋଟେ ଚିପି ଦେଲା ଗୋଟେ ଗୁମୁଟି ଭଳିଆ କଣ ଗୋଟେ ଖୋଲିଗଲା l

-" ଆ ବେ ଭିତରକୁ ଆ, ଯିବା ପରା ରୁମ କୁ l"

-" ଏଇଟା କିଶ ବେ, ମୋତେ ତୁ ମରିବା ପ୍ଲାନ କରିଛୁ କି l"

-" ଆବେ ଆ, ବେଶୀ ଗଜ ମୂର୍ଖ ଭଳିଆ ହଉଛୁ l"

ରାମ ମୋତେ ଟାଣି ଆଣିଲା କ୍ଷଣି ସେଟା ବନ୍ଦ ହେଇଗଲା, ତାପରେ ଉପରକୁ ଉଠିଲା ଭଳି ଲାଗିଲା... ମୁଁ ପୁରା ଆଖି ବନ୍ଦ କରିଦେଇଥାଏ l "

-" ହେ ପ୍ରଭୁ.....ଆବେ ଶଳା ସୁକାନ୍ତ ଏଇଟା ଲିଫ୍ଟ l ଏଥିରେ ଉଚ୍ଚା ଉଚ୍ଚା ମହଲା କୁ ଯିବା ଆସିବା କରାଯାଏ l"

ତାପରେ ଯେମିତି କବାଟ ଖୋଲିଲା ମୁଁ ଡିଆଁ ମାରିଦେଲି l

-" ସୁକାନ୍ତ ତୁ ଏଇଠି ଠିଆ ହେଇଥା, ମୁଁ ଗୋଟେ ମିନିଟ ରେ ତଳ ଫ୍ଲୋର ରୁ ଆସୁଛି l"

ମୁଁ ଏଠି ସେଠି ଖାଲି ଦେଖୁଥାଏ l ସବୁଆଡେ ଖାଲି ଶଙ୍ଖ ମଲ ମଲ ଆଉ କାଚ l

ହଟାତ ଜଣେ ଡୋର ଖୋଲିଲା

-" ଅଙ୍କଲ କୁଆଡେ ଯିବେ l"

-" ରାମହରି ଦାଶ ଙ୍କ ଘରକୁ, ତମେ ଜାଣିଛ l"

କିଶ ଗୋଟେ ନୋପ୍ସ କହିଦେଇ ପଳେଇଲା l

ରାମହରି ଘର ଭିତରକୁ ଗଲି l ବାପରେ ବାପ ଖାଲି ଚିକି ମିକି କରୁଥାଏ କାନ୍ଥ ଆଉ ଚଟାଣ l ମୁଁ ଚାଲୁ ଚାଲୁ ଦୁଇଥର ଗୋଡ ବି ସ୍ଲିପ କରିଗଲା l

-" ହଁ ଶୁଣ ସୁକାନ୍ତ ସେଇଟି ବାଥରୁମ, ତୁ ଗାଧୋଇ ପାଧୋଇ ରେଡି ହେଇଜା.. ବ୍ରେକଫାଷ୍ଟ କରିବା l ତୋ ଭାଉଜ ତ ନାହିଁ, ତା ବାପା ଘର ଯାଇଛି ଯାହା ବଜାର ରୁ ମିଳିଲା ସେଇଗୁଡ଼ା   ଖାଇବା l"

ମୁଁ ଗାଧୋଇବାକୁ ଗଲି କିଶ ସେଟା ବାଥରୁମ l ମୋତେ ଭିତରେ କେମିତି କେମିତି ଲାଗିଲା l ଆଉ ସେ ଚେୟାର ବସା ଲାଟ୍ରିନ l ଧେତ.... ସେଥିରେ କଣ ଝାଡା ହେବ l ସେମିତି ଆଡ଼ଜଷ୍ଟ କରି ନିତ୍ୟକର୍ମ ସାରିଲି l

-" ଯାହାକର ରାମ... ନଦୀତୁଠ ରେ ଝାଡା ବସିବା କି ନଦୀ ପୋଖରୀ ରେ ଗାଧୋଇବା ମଜା କାହୁଁ ଆସିବ ତମର ଏ ଶଙ୍ଖ ମଲ ମଲ ଚେୟାର ବସା ପାଇଖାନା ଘରରୁ l"

-"ହଉ ତୁ ଆଉ ବେଶୀ ବକ ବକ ହେନି, ଜଳଖିଆ ଖାଇ ଟିକେ ସୋଇପଡ଼.. ଦଶ ଟା ବେଳେ ମୁଁ ଅଫିସ ଗଲେ ତୋତେ ସେଲଟ୍ୟାକ୍ସ ଅଫିସ ରେ ଛାଡ଼ିଦେବି l"

-"ହଁ ପରା କେତେ ଜିନିଷ ଆଣିଥିଲି ତୋ ପାଇଁ, ସେ ପୋଡ଼ାମୁହାଁ ଘୋଡ଼ାମୁହାଁ ସହରିଆ ଗୁଣ୍ଡା ଗୁଡା ଖାଇଗଲେ l"

ମୁଁ କିଛି ଜଳଖିଆ ନେଇ ତଳେ ବସିଗଲି

-" ଆରେ ହେ ସାଙ୍ଗ... ଏ ଡାଇନିଂ ଟେବୁଲ ରେ ବସିକି ଖା l"

-" ହେ ତଳେ କେତେ ପାକା, ଚିକ୍ ଚକ୍ କରୁଛି l ମୁଁ ଏଇଠି ବସିକି ଖାଉଛି l"

କେତେ ପ୍ରକାର ଜଳଖିଆ ଖାଇସାରି, ସେଇ ସୋଫା ଉପରେ ଟିକେ ଗଡୁ ଗଡୁ ନିଦ ଆସିଯାଇଛି l

ହଟାତ ରାମହରି ର ଡାକରେ ମୋ ନିଦ ଭାଙ୍ଗିଗଲା l ଦଶ ଟା ହେଲାଣି ଚାଲ ବାହାର , ମୁଁ ସାର୍ଟ ପେଣ୍ଟ ପିନ୍ଧି ବାହାରିପଡିଲି l

ରାମ କାର ରେ ଆମେ ଯାଉଥାଉ

-" ବୁଝିଲୁ ସାଙ୍ଗ.. ତୁ ଯାହା କହୁଥିଲୁ ପୁରା ସତ, ତୋ ଘର ଆଗରେ ଗୋଟେ ଟୋକା କୁ ତୋ ନାମ ପଚାରିଲି କହିପାରିଲାଣି ପରା l "

-" ହେ ହେ ଏଇଟା କେଉଁ ନୂଆ କଥା, ଏ ସହରିଆ କାହାର ନୁହଁନ୍ତି ରେ l ସମ୍ପତ୍ତି ବେଳେ ସମସ୍ତେ ନେସର ପେସର ହେବେ, ବିପତ୍ତି ପଡିଲେ ମୁହଁ କୁ ଅନେଇବେନି l"

ଆମେ ଖୁସିରେ ଖୁସିରେ ଦୁଇ ସାଙ୍ଗ ଗପି ଚାଲି ଥାଉ l ହଟାତ ରାମ ମୋତେ ହାତ ଠାରି ଦେଇ କହିପକେଇଲା, -"ଆସିଲା ତୋ ଅଫିସ l ଶୁଣ ତୁ କାମ ସାରି ଠିକ ଗୋଟେ ବେଳକୁ ଏଇ ଯେଉଁ ଦୋକାନ ଟା ଅଛି ସେଇଠି ଠିଆ ହେଇଥିବୁ l ଆଉ ନୁମ୍ବର ଟା ରଖ ଅସୁବିଧା ହେଲେ କାହାକୁ ଟିକେ କହିବୁ ଫୋନ କରିବେ l"

ମୁଣ୍ଡ ଟୁଙ୍ଗାରି ଚାଲିଲି ଅଫିସ ଆଡକୁ l

ସେଠି କାଗଜ ଟା ଦେଖେଇ ଯାହାକୁ ବି ପଚାରିଲେ ଖାଲି ଏଠି ଯାଅ ସେଠି ଯାଅ ଏମିତି କହି ଚାଲିଲେ l ମୁଁ ପୁରା କାନ୍ଦିପକେଇଲି l ହଟାତ ଜଣେ ଲୋକ ଆସି କହିଲେ

-" କଣ ଭାଇନା, କାମ ହେଉନି.... ଏ ଏଇ କାମ ପରା ମୁଁ କରୁଛି ମୋ ଅଫିସର ପାଖେ,( ଗୋଟେ ରୁମ ଭିତରେ ପଶି ବାହାରିଆସିଲା ) ମୋତେ ପାଞ୍ଚ ସହ ଦିଅ, ତମ ନାମ ରେ ଚେକ ଟା କଟିଆଣି ଲା ପରେ ଏ ସବୁ କାମ କରେଇଦେବି l "

ମୁଁ ବି ସେତେବେଳେ ପୁରା ବିରକ୍ତି ହେଇଯାଇଥିଲି l

-" ହଉ ନିଅ" କହି ଟଙ୍କା ବଢ଼େଇ ଦେଲି l ତାପରେ ଘଣ୍ଟେ ମୁଁ ବସିଛି ଯେ ବସିଛି l ଶେଷରେ ସେ ରୁମ କୁ ପଶି ଜଣେ ଅଫିସର ଙ୍କୁ ସବୁ ଜଣେଇଲି l"

ବାବୁ ତମେ ବୋଧେ ଗାଁ ରୁ ଆସିଛ, ସେଇଥିପାଇଁ ଫ୍ରଡ଼ ର ଶୀକାର ହେଇଗଲ l ସେ ଲୋକ ତମ ପଇସା ମାରିନେଲା l ତମେ ଈହା ଉପର ଫ୍ଲୋର ରେ ଆକାଉଣ୍ଟ ସେକ୍ସନ ର ପଣ୍ଡା ବାବୁ ପାଖକୁ ଯାଅ, ସେଇଠି ସବୁ କାମ ହେଇଯିବ l ଯାହା ହେଉ ପଚାରି ପଚାରି ଶେଷରେ ପଣ୍ଡା ବାବୁ ପାଖରେ ପହଂଚିଲି l କାମ ତ ହେଇଗଲା... କିନ୍ତୁ ଶେଷରେ ପୁଣି ଲାଞ୍ଚ

-" ଆ ଭାଇନା, ତମର ପଚାଶ ହଜାର ଟଙ୍କାର କାମ କଲି, ମୋ ମୁହଁ ମିଠା କରେଇବନି l"

-" ନିଅ ସହରିଆ ବାବୁ ନିଅ ଖାଓ l"

ବିରକ୍ତି ହେଇ ଶହେ ଟଙ୍କା ଧରି ଦେଇ ପଳେଇଆସିଲି l ସିଏ କଣ ଚିଲାଉଥିଲା, ହେଲେ ହଟାତ କିଏ ଜଣେ ପଶିଯିବାରୁ ଚୁପ ମାରିଗଲା l

ସାଢେ ବାରଟା ପାଖାପାଖି ହେଇଗଲାଣି l ମୁଁ ଆସି ସେ ଫଳ ଦୋକାନ ପାଖରେ ଛିଡା ହେଲି l

-"ହୋ ଭାଇନା କଣ ଫଳ ନେବ l"

ମୁଁ ନା କଲି l

-" ତାହେଲେ ମୋ ଦୋକାନ ପାଖରେ କାହିଁ ଭିଡ କରୁଛ ଚାଲ ଚାଲ ଆଗକୁ l"

ଶଳା ଯେମିତି ତା ବୋପା ଜାଗା ରେ ଠିଆ ହେଇଛି, ମୁଁ ଆଉ କିଛି ଯୁକ୍ତି ନ କରି ଟିକେ ସାଇଡ ହେଇ ଛିଡା ହେଲି l

ସମୟ ଗୋଟେ ହେଇ ଦେଢ଼ ଟା ହେଲାଣି, କାହିଁ ରାମହରି ଏଯାଏଁ ଆସିଲାଣି l ମୁଁ ଟିକେ ଏଣେ ତେଣେ ହେଲି l ରାମ ତ ଆସିବାରେ ଲେଟ ହେଉଛି, ଏଇ ମୌକାରେ ଟିକେ ସହର ର ପ୍ରଚ୍ଛଦପଟ୍ଟ ବୁଲି ଦେବା l

ହେଲେ ଗାଁ ର ସେଇ ମତୁଆଲା ମନୋରମ ପରିବେଶ ରେ ବଢିଥିବା ଏ ମାଟିର ମଣିଷ ଟାକୁ କାହୁଁ ଏ ସହରର ଚାକଚକ୍ୟ ଭଲଲାଗିବ l ଯେଉଁଠି ଦେଖ ଖାଲି ଗାଡି, ଧୂଳି, କୁଢ଼ କୁଢ଼ ମଣିଷ l ମୋତେ ଟିକେ ଭୋକ ଲାଗୁଥାଏ l ପାଖରେ ଟିକେ ଦହିବରା ଦେଖିକି ଲୋଭ ହେଲା l ଗୋଟେ ପ୍ଲେଟ ମଗେଇ ଖାଇବାରେ ଲାଗିଲି l

-" ଛେ ଛେ... ଏ କଣ ଭାଇ... ଏଗୁଡା ଆଳୁଦମ... ଆମ ଗାଁ କୁ ଥରେ ଯିବ, ଆଳୁଦମ ଖାଇବ, ମୁହଁ ରୁ ଛାଡିବନି l"

-" ହୋ ମୋ ଭାଇନା, ଏ ଆଳୁ ପିଆଜ ଯେମିତି ରେଟ ହେଲାଣି

କେଉଁ ସୁଆଦିଆ ଆଳୁଦମ ତମକୁ ଖୁଏବି ଆ l"

ଦୁଇଟା ବାଜିଗଲାଣି l କଣ ଏ ଯାଏଁ ରାମ ହରି ଆଇଲାଣି l

-" ଭାଇନା ଟିକେ ଏଇ ନୁମ୍ବର କୁ ଲଗେଇଦେଲ l"

-" ହଁ ରାମ... ମୁଁ ସୁକାନ୍ତ କହୁଛି l କେଉଁଠି ଅଛୁ କହିଲୁ l ମୁଁ କେତେବେଳରୁ ତୋତେ ଚାହିଁଛି l ତୁ ଶୀଘ୍ର ଆ l"

-" ଆବେ ଗୋଟେ ଭିଡରେ ଫସି ଗଲି l ତୁ କେଉଁଠି କହିଲୁ l"

-" ହଁ ମୁଁ ଏଇ ଗୋଟେ ଦହିବରା ଦୋକାନ ପାଖରେ ଠିଆ ହେଇଛି l ପାଖରେ ଗୋଟେ ନାଲି ବସ ଟେ ଠିଆ ହେଇଛି l ହଁ ଗୋଟେ ତାର ଖୁଣ୍ଟି ଅଛି l  ଆଉ ଢେର କାର ଖାଲି ଯାଉଛି l "

-" ଆବେ ଚୁପ... ମୋ ମୁଣ୍ଡ ପାଗଳ ହେଇଯିବ l ମୁଁ ଯେଉଁଠି କହିଥିଲି, ଚୁପ ଚାପ ସେଇଠି ଠିଆ ହେଇ ଥା l"

ହଁ ଭାଇନା ନିଅ ତମ ଦହିବରା ଟଙ୍କା l

-" ଏତିକି କଣ, ଆରେ ମୋବାଇଲ ରେ ଯେଉଁ କଥା ହେଲ ତିରିଶ ଟଙ୍କା, ଆଉ ଦହିବରା ତିରିଶି l ମୋଟ ଷାଠିଏ ଦିଅ l"

-" କିଶ ହେଲା, ମୁଁ ତିରିଶ ଟଙ୍କା ମୋବାଇଲ ରେ ପକେଇଲେ ମାସେ ଯାଏ, ତମେ ଏଇ ଟିକେ କଥା ପାଇଁ ତିରିଶ ଟଙ୍କା ନେବ ନା l"

-" ହୋ ଭାଇ ଗାଁ ରୁ ଆସିଛ କି, ଏଇଟା ସହର.. ଏଠି ନେଟୱାର୍କ ର ବି ଚାର୍ଜ ଅଧିକା ପଡେ l"

-" ରଖ ବେ ତୋ ପଇସା l କିଶ ଭାବିଲୁ ବେ ଆମେ ଗାଉଁଲି ହେଲେ ବି ମଣିଷ... ତମ ସହରିଆଠୁଁ ଭଲ ମଣିଷ l ଆମେ ସମସ୍ତଙ୍କୁ ସାହାଯ୍ୟ କରୁ, ଦୁଃଖ ରେ ଠିଆ ହେଉ, ତମ ମାନଙ୍କ ଭଳିଆ ଠକେଇକି ଧପାଇକି ପଇସା  କମାଉନୁ l"

ସିଧା ଚାଲିଲି ସେଇ ଜାଗାକୁ ଯେଉଁଠି ରାମ କହିଥିଲା l କିଛି ସମୟ ପରେ ରାମ ଆସିଗଲା l

-" ବସ ସାଙ୍ଗ ଯିବା, କହନା କହନା ଗୋଟେ ଆକ୍ସିଡେଣ୍ଟ ହେଇଗଲା ଆଗରେ, ତାପରେ ଟ୍ରାଫିକ ଯାମ l ଚାଲ ଆଜି ଆଉ ଅଫିସ ଯିବିନି l ଖାଇସାରି ଟିକେ ଗପିବା l କଣ ହେଇଛି ସାଙ୍ଗ ଏତେ ଗୁମଷୁମ l

-" ନାଇଁବେ ସାଙ୍ଗ ମୋତେ କିଛି ଭଲ ଲାଗୁନି l ଏ ସହରିଆ ଙ୍କୁ ଦେଖି ମୋତେ କଷ୍ଟ ଯେତିକି ଲାଗୁଛି ରାଗ ବି ସେତିକି ଲାଗୁଛି l ଜାଣିଛୁ l ମିନିଟିଏ ମୋବାଇଲ ରେ କଥା ହେଲା ବେଳକୁ ତିରିଶ ଟଙ୍କା ନେଇଗଲା ସେ ଶଳା ଟା l କହୁଛି କଣ ନା ସହରିଆ ନେଟୱାର୍କ l ଛି ସବୁଠି ଖାଲି ଧାପେଇବାରେ ଠକେଇବାରେ ବ୍ୟସ୍ତ l ତାଠୁଁ ଆମ ଗାଁ ବହୁତ ଭଲ ରେ ସାଙ୍ଗ l ଚାଲ ମୋତେ ବସ ରେ ବସେଇଦେବୁ l"

-" ନାହିଁ ତୁ ଆଜି ରହିବୁ l ଆରେ ତୋ ସାଙ୍ଗ ଟା କଣ ଖରାପ l ସବୁ ସହରିଆ ଖରାପ ନୁହଁନ୍ତି l"

ବହୁତ ବାଧ୍ୟ କରିବାରୁ ରାତିଟା ରହିଲି l ମୋତେ କିନ୍ତୁ କିଛି ବି ଭଲ ଲାଗୁନଥାଏ l ପଞ୍ଜୁରୀ ଭିତରେ ରହି ଅଣନିଶ୍ୱାସୀ ଲାଗୁଥାଏ l ଗୋଟେ ଦିନ ଗାଁ ରୁ ଆସିଛି ସତେ ଲାଗୁଛି ଗୋଟେ ବର୍ଷ ହେଇଗଲାଣି l

ସୁକାନ୍ତ ପ୍ରଧାନ, ଫେରିଚାଲ ରେ ବାବା l ତୋତେ ତୋ ଗାଁ ଡ଼ାକିଲାଣି l ଏ ସହର ତୋ ପାଇଁ ଫିଟ ନୁହଁ l

ତାପରଦିନ ସକାଳୁ ନ ହେଉଣୁ ମୁଁ ଗାଧେଇ ପାଧେଇ ରେଡି ହେଇଯାଇଥିଲି l

-" ରାମ ଚାଲ ମୋତେ ଛାଡିଦେଇଆସିବୁ l  ମୋତେ ଏ ସହର ରେ ଆଉ ଗୋଟେ ମିନିଟ ବି ରହିବାକୁ ଇଛା ନାହିଁ l ମୋତେ କେମିତି ଅଣନିଶ୍ୱାସୀ ଲାଗୁଛି l"

ରାମ ବସ ରେ ବସେଇଦେଲା l ବସ ସହରରୁ ଦୁରକୁ ଦୁରକୁ ଯାଉଥାଏ l ମୁଁ ଦୀର୍ଘ ନିଶ୍ୱାସ ଟେ ପକେଇ ପ୍ରଣାମ କଲି

" ହେ ସହର ତୋତେ ଦୂରୁ ଜୁହାର l"



Rate this content
Log in

Similar oriya story from Abstract