Prabhas Mohapatra

Inspirational

2  

Prabhas Mohapatra

Inspirational

ହେ ଶିବ କର ଉଦ୍ଧାର

ହେ ଶିବ କର ଉଦ୍ଧାର

3 mins
579


ଗୋଟିଏ ଗ୍ରାମରେ ଜଣେ ଶିବ ଉପାସକ ଥାନ୍ତି । ସେ ଶିବ ଙ୍କୁ ବହୁତ ଭକ୍ତି କରନ୍ତି । ଯାହା ହେଉ ନା କାହିଁକି ସେ ପ୍ରତ୍ୟେକ ଦିନ ବଡ଼ିଭୋରରୁ ଉଠି ନିତ୍ୟକର୍ମ ସାରି ଶିବ ଙ୍କ ପାଇଁ ଫୁଲ, ବେଲପତ୍ର ତୋଳନ୍ତି । ଏବଂ ତା ପରେ ତାଙ୍କ ଘରେ ଥିବା କାଳି ଗାଈ ପାଖକୁ ଯାଇ କ୍ଷୀର ଦୁହନ୍ତି । ମାତ୍ର ସେ ଗାଈ ଟିର କ୍ଷୀର ଏତେ ଭଲ ହୁଏନାହିଁ । ଯାହାଫଳରେ ତାର ବାଛୁରୀ ରୁଗ୍ଣ ହୋଇଥାଏ। ମାତ୍ର ସେ ଯାହା ହେଉନା କାହିଁକି ଶିବ ଉପାସକ ଜଣ ପ୍ରତି ଦିନ ଗାଈ ଠାରୁ ଅଧପାଏ କ୍ଷୀର ଦୁହିଁ ମନ୍ଦିର କୁ ନେଇ ଯାନ୍ତି । ଏବଂ ଶିବଙ୍କ ଉପରେ ବେଲପତ୍ର କ୍ଷୀର ଫୁଲ ଆଦିକୁ ଅର୍ପଣ କରି ଦୀର୍ଘ ସମୟ ଧରି ମନ୍ଦିର ରେ ଜପ କରିବାକୁ ଲାଗନ୍ତି । ମାତ୍ର ମନ୍ଦିର ରୁ ଫେରିଲା ପରେ ସେ ପ୍ରତ୍ୟେକ ଦିନ ତାମସିକ ଖାଦ୍ୟ (ମାଛ ,ମାଂସ, ଅଣ୍ଡା )ଖାନ୍ତି ।


ସେ ଉପାସକ ଜଣକ ଶିବଙ୍କୁ ସିନା ଉପାସନା କରନ୍ତି । ପିତ୍ତଳ ସର୍ପ , ତମ୍ବା ସର୍ପ ଉପରେ ଲିଟର ଲିଟର କ୍ଷୀର ସିନା ଢ଼ାଳନ୍ତି ମାତ୍ର ଜୀବନ୍ତ ସର୍ପକୁ ଦେଖିଲେ ତାକୁ ଗୋଡ଼ାଇ ଗୋଡ଼ାଇ କଳେ ବଳେ କୌଶଳେ ଯେମିତି ହେଲେବି ମାରନ୍ତି ।


ଏଇଠୁ ଅନୁମାନ କରନ୍ତୁ ବି ସମାଜର ଜନ ସାଧାରଣ ମାନେ , କେତେ ଭକ୍ତି ଭିରି ରହିଛି ଉପାସକ ମଧ୍ୟରେ । ମୁଁ ତୋ କହିବି ଏହା ଲୋକ ଦେଖା ଛଡ଼ା ଆଉ କିଛି ନୁହଁ । ଆପଣଙ୍କ ମଧ୍ୟରେ ପ୍ରଶ୍ନ ଆସିପାରେ ଯେ ଆମେ ମଧ୍ୟ ପ୍ରତ୍ୟେକ ଦିନ ଏଇଆ କରିଥାଉ ନା କଣ । ଏବଂ ମୋତେ ଆପଣ ଙ୍କ ସମ୍ମୁଖ ରେ ପାଇଲେ ମଧ୍ୟ ମାଡ଼ ମାରି ପାରନ୍ତି କିମ୍ବା ଅସଭ୍ୟ ଭାଷାରେ ଗାଳି ଦେଇ ପାରନ୍ତି । ମାତ୍ର ମୁଁ କହୁ ନି ଶିବ ନାହାନ୍ତି , ହଁ ମୁଁ ଦୃଢ ବିଶ୍ବାସ ର ସହ ନି ସନ୍ଦେହ ହରେ କହୁଛି ଶିବ ଅଛନ୍ତି । ଯାହା ଫଳରେ ସୃଷ୍ଟି ଅଛି । କିନ୍ତୁ ମୋ ମତରେ ଶିବ ଏପରି ଉପବାସ ଚାହାନ୍ତି ନାହିଁ । ତାର ସତ୍ୟା ସତ୍ୟ ଆପଣ ନିଜେ ଦେଖନ୍ତୁ ।


୧_ଶିବ ଉପାସକ ପ୍ରଥମେ ଗୋଟିଏ ବୃକ୍ଷ ର ସୌନ୍ଦର୍ଯ୍ୟ କୁ ନଷ୍ଟ କଲେ ଏବଂ ତା ଠାରୁ ଫୁଲ ଫଳ ବେଲ ପତ୍ର ଛିଣ୍ଡାଇ ଆଣିଲେ ଯାହା ଉପରେ କେବଳ ତାର ଅଧିକାର ଅଛି କିନ୍ତୁ ତାର ବିନା ପରାମର୍ଶ ଆମେ ଛିଣ୍ଡାଇ ଆଣିଲୁ । ଏଇଟା କଣ ହିଂସା ନୁହେଁ କି?

୨_ଶିବ ଉପାସକ ଜଣକ ଗୋଟିଏ ଋଗ୍ଣ ବାଛୁରୀ ଠାରୁ କ୍ଷୀର ଛଡାଇ ଆଣି ପିତ୍ତଳ ସର୍ପ ଓ ଶିବ ଲିଙ୍ଗ ଉପରେ ଢାଳୁଛନ୍ତି ଯାହାକି ଅନ୍ୟର ଅର୍ଥାତ୍ ବାଛୁରୀର ଯାହା ଉପରେ କି କେବଳ ବାଛୁରୀ ର ଅଧିକାର ଅଛି କାରଣ ମା କ୍ଷୀର ଉପରେ କେବଳ ଆଉ କେବଳ ସନ୍ତାନ ର ଅଧିକାର ଅଛି ଆଉ ତାକୁ ଛାଡି ଦେଲେ ଦୁନିଆରେ କାହାରି ଅଧିକାର ନାହିଁ। ମାତ୍ର ବାଛୁରୀ ଖାଇବାକୁ ନ ପାଇ ଭୋକିଲା ରଗିଣା ହୋଇ କାନ୍ଦୁଛି । ଏବଂ ପରିଶେଷରେ ସେ ମୃତ୍ୟୁ ର ନିକଟ ତର ହେଉଛି । ଆଉ ଆମେ ନିତି ଦିନ ତା ଠାରୁ କ୍ଷୀର ଛଡାଇ ଆଣୁଛୁ କଣ ଏଇଟା ଆମର ପାପ ନୁହେଁ ?

୩_ଆପଣ ଦେଖନ୍ତୁ ଯେଉଁ ଶିବ ଉପାସକ ଜଣକ ପିତ୍ତଳ ସର୍ପ ଉପରେ ଲିଟର ଲିଟର କ୍ଷୀର ଢ଼ାଳି ଥିଲେ । ମାତ୍ର ସେ ସାପକୁ ଦେଖିବା କ୍ଷଣି ମାରୁଛନ୍ତି ।

କଣ ଜୀବନ୍ତ ସାପ ଶିବ ନୁହନ୍ତି କେବଳ ପିତ୍ତଳ ସାପ ଶିବ ?

୪_ଆପଣ ଦେଖନ୍ତୁ ଯେଉଁ ଶିବ ଉପାସକ ଜଣକ ଦୀର୍ଘ ସମୟ ଧରି ଉପାସନା କରୁଥିଲେ , ନିଜକୁ ଶ୍ରେଷ୍ଠ ଭକ୍ତ ଏବଂ ଧାର୍ମିକ ବୋଲି ଦେଖାଇ ହେଉଥିଲେ ସେ ଘରକୁ ପହଞ୍ଚିବା କ୍ଷଣି ନିଜର ଲାଳସା ମେଣ୍ଟେଇବା ପାଇଁ ତାମସିକ ଖାଦ୍ୟ ଭକ୍ଷଣ କରୁଛନ୍ତି । ତେବେ ଭାବନ୍ତୁ ଏହା କେତେ ଧୂର୍ ଠିକ୍ ।

ଆଉ ସେ କେତେ ଧୁର୍ ଶିବ ଉପାସକ ?


ଏଇଠୁ ଆପଣ ମାନେ ସ୍ଥିର କରନ୍ତୁ। ଆମେ କେତେଧୂର୍ ଶିବ ଉପାସନା କରୁଛେ । ତାଙ୍କରି ଦ୍ରବ୍ୟ କୁ ତାଙ୍କୁ ଅର୍ପଣ କରୁଛେ । ମାତ୍ର ନିଜ ଭିତରେ ଥିବା ଭକ୍ତି ରୂପକ ପୁଷ୍ପ, ଫଳ ,ପତ୍ର ଅର୍ପଣ ନ କରି ଆମେ ଅନ୍ୟ କୁ କଷ୍ଟ ଦେଇ କାର ସୌନ୍ଦର୍ଯ୍ୟ ଙ୍କୁ ନଷ୍ଟ କରି କାହାକୁ ମାରି ଉପାସନା କରୁଛୁ । ଆପଣ ସତରେ ଥରେ ଭାବିଲେ ଯଦି ଶିବ ଖାଉ ଥାନ୍ତେ ତ ଆମେ କଣ ଦିଅନ୍ତେ ଜମା ନୁହଁ । କାହିକିଁ ନା ଏଠି ଯିଏ ମାଗେ ତାକୁ ମିଳେ ନା ମାତ୍ର ଚାହୁଁ ନଥିବା ଲୋକକୁ ମିଳେ । ଯେପରି ଶିଶୁଟି କ୍ଷୀର ପାଇଁ କାନ୍ଦୁଛି ବାଛୁରୀ ଟି କ୍ଷୀର ପାଇଁ କାନ୍ଦୁଛି ମାତ୍ର ଆମେ ତାଙ୍କୁ ନ ଦେଇ ଆମେ ନିର୍ଜୀବ ଉପରେ ଭଗବାନ ଙ୍କ ନା ନେଇ ତା ଉପରେ ଢାଳି ଚାଲୁଛୁ କିନ୍ତୁ ଶିବ ଙ୍କ ରୂପ ଶିବ ଙ୍କ ଅଂଶ ଜୀବ ଟିଏ ଶିଶୁ ଟିଏ ମାଗି ଭକରେ ମରି ଯାଉଛି ଆମେ ଦଉନେ , ଭାବୁଛେ ପଥର ଉପରେ ଅର୍ପଣ କରି ବହୁତ୍ ଧର୍ମ, ପୁଣ୍ୟ ଓ ମହାନ୍ କାର୍ଯ୍ୟ କରୁଛେ । ମାତ୍ର ଥରୁଟିଏ ସମତା ରଖି ସ୍ଥିର ମସ୍ତିଷ୍କ ରେ ଚିନ୍ତା କରି ଦେଖନ୍ତୁ ଆପଣ କଣ କରୁଛନ୍ତି ? ଆଉ କଣ କରିଛନ୍ତି ଆଉ କଣ ଆଗକୁ କରିବେ ???

କେତେ ଧୂର୍ ପୁଣ୍ୟ, ଧର୍ମ ଅର୍ଜନ କରିଛନ୍ତି ନା ଅଧର୍ମ , ପାପ ଅର୍ଜନ କରିଛନ୍ତି ?

ପ୍ରଶ୍ନ ଆପଣ ଙ୍କ ପାଖରେ ଉତ୍ତର ବି ଆପଣ ଙ୍କ ପାଖରେ।


Rate this content
Log in

Similar oriya story from Inspirational