Ghanashyam Biswal

Fantasy

2  

Ghanashyam Biswal

Fantasy

ହେ ମୃତ୍ୟୁ

ହେ ମୃତ୍ୟୁ

1 min
590


ହେ ମୃତ୍ୟୁ ! ତୁମେ ହିଁ ଏ ଦୁନିଆରେ ଚିରନ୍ତନ ସତ୍ୟ । ତୁମକୁ କାହିଁକି କେଜାଣି ସମସ୍ତେ ଭୟ କରନ୍ତି । ତୁମ ନାଁ ଶୁଣିଲେ ପିମ୍ପୁଡି ଠାରୁ ହାତୀ ଯାଏଁ ସମସ୍ତେ ଥର ହର । ଆଉ ତୁମେ ବି ଅଚାନକ ମାଡିଆସି ସବୁ ନିମିଷକେ ଛାରଖାର କରିବାରେ ବେଶ ମାହିର ।


 ମତେ ବି ବେଳେବେଳେ ତୁମ ଚରିତ୍ର ବିଷୟରେ ଟିକେ ଅଲଗା ଅଲଗା ଲାଗେ । କାହିଁକି ନା ମୁଁ ଭାବେ ତୁମେ ପକ୍ଷପାତ କରିବାକୁ ବି ପଛାଅ ନାହିଁ । ହେ ମୃତ୍ୟୁ ମୁଁ ଠିକ ଭାବରେ ଅନୁଭବ କରିଛି ତୁମେ ଏ ଦୁନିଆରେ ସେଇମାନଙ୍କୁ ଡରାଅ ଯେଉଁମାନେ ସ୍ୱାର୍ଥପର ଓ କାପୁରୁଷ । ସେମାନେ ଏ ଦୁନିଆରେ କେବଳ ବଞ୍ଚି ରହିବା ପାଇଁ ଶହେ ଥର ମାରିବାକୁ ବି ପ୍ରସ୍ତୁତ ଥାଆନ୍ତି । ଆଉ ତୁମେ ବି ସେମାନଙ୍କୁ ଠିକ ଭାବରେ ପରଖି ପାରିଛ । କିନ୍ତୁ ହେ ମୃତ୍ୟୁ ମୁଁ ତୁମକୁ ମୋ ବିଷୟରେ ଅବଗତ କରେଇଦେବାକୁ ଚାହୁଁଛି ଯେ ନା ମୁଁ ତୁମକୁ କେବେ ଡ଼ରିଛି ନା ଡରିବି ଜୀବନ ଥିବା ଯାଏ । ତୁମେ ମୋ ଭଳି ବୀର ମାନଙ୍କର ସାମ୍ନା କରିବାକୁ ଭୟକର ବୋଲି ବି ମୁଁ ହୃଦୟଙ୍ଗମ କରିପାରିଛି । ତୁମେ ଅନାୟାସରେ ସେମାନଙ୍କୁ ତମର ଶୀକାର ବନାଇଥାଅ ଯେଉଁମାନେ ଜୀବନ ଯୁଦ୍ଧରେ ଜିତିବା ଓ ହାରିବାର ପରିଣତିକୁ ଅପେକ୍ଷା ନକରି ଅବିଳମ୍ବେ ନିଃସର୍ତ୍ତରେ ଆତ୍ମସମର୍ପଣ କରନ୍ତି ।


ସେଇଭଳି କାପୁରୁଷ ଆତ୍ମା ମାନଙ୍କୁ ତୁମେ ବୋଧେ ଉଚିତ ଶିକ୍ଷା ଦେବାପାଇଁ ଡରେଇବା ବା ଧମକେଇବାର ଅଭିନୟ କର । କିନ୍ତୁ ହେ ମୃତ୍ୟୁ ତୁମେ ଜାଣିଛ ସେମାନେ ତ ତୁମକୁ ସ୍ୱଇଚ୍ଛାରେ ଆଲିଙ୍ଗନ କରନ୍ତି ନିଜକୁ ଅନ୍ୟମାନଙ୍କ ଆଗରେ ଦେଖେଇ ହେବା ପାଇଁ । ମୁଁ ଏକଥା ବି ଜାଣିଛି ହେ ମୃତ୍ୟୁ ତୁମେ ଏ ଦୁନିଆର ବୀର ମାନଙ୍କୁ ସମ୍ମାନ ଦିଅ । ତାଙ୍କୁ ଡରେଇବା କିମ୍ବା ଅତ୍ୟାଚାର କରିବାର ସାହସ ତୁମ ପାଖରେ ନାହିଁ । ତେଣୁ......


Rate this content
Log in

Similar oriya story from Fantasy