STORYMIRROR

Gitanjali Pujapanda

Romance Tragedy

4  

Gitanjali Pujapanda

Romance Tragedy

ହାର-ଜିତ

ହାର-ଜିତ

3 mins
262


ଖାଲି ଜିତିବା ମୋହ ରେ ନିଜ କୁ ମୁଁ ତୁମ ପାଖ ରେ ହାରି ଗଲି ତୃଷ୍ଣା ଜୀବନ ରେ ପ୍ରଥମ ଥର ତୁମ କୁ ହରେଇ ବା ର ମୋହ ମୋ ହୃଦୟ କୁ ଡ଼ରାଉଛି .....ତୁମ ଛଡା ମୁଁ ଆଉ କିଛି ଚାହେଁ ନା !!

ତୃଷ୍ଣା ହସିହସି ହଁ ଭଲ ଡ୍ରାମା କରିପାରୁଛ ସଂଜୀବ ତୁମେ ମୋ ହୃଦୟ କୁ ନେଇ ଖେଳ ମିଛ ପ୍ରେମ ର ଖେଳ ଖେଳିଲା ପରେ ଏବେ ଆଉ ଗୋଟେ ଡ୍ରାମା ର ବାସ୍ନା ଆସୁଛି ମତେ !!

ନା ତୃଷ୍ଣା ମୁଁ ତୁମ ଛଡ଼ା ଆଉ କିଛି ବି ଚାହେଁ ନା ଖାଲି ତୁମ ସେ ହସ ଯାହା ମତେ ପ୍ରଥମ ଦିନ ରୁ ହିଁ କିମିଆଁ କରିଥିଲା ମାତ୍ର ମୁଁ କମ୍ପିଟିସନ ଜିତି ବା ର ଲାଳଶା ତା ଠାରୁ ଦୁଇ ଗୁଣ ଥିଲା ଆଜି ମୁଁ ଜାଣି ପାରୁଛି

ମୁଁ ତୁମ ପ୍ରେମ ରେ ସତେ ରେ ପଡିଛି ଆଉ ତୁମେ କୁହ ମତେ ନିଦ ନାହିଁ ମୁଁ ଜିତି ମଧ୍ୟ ଖୁଶି ହେଇ ପାରୁ ନାହିଁ କାହିଁକି??ଲାଗୁଛି ତୁମେ ଜିତି ଥିଲେ ହୁଏତ ମୁଁ ବେଶୀ ଖୁଶି ହେଇ ଥାନ୍ତି ।

ସେ କଥା ଗୁଡିକ ଏବେ କାହିଁକି? କହୁଛ ଆଉ କିଛି ବି ଲାଭ ନାହିଁ ସେ କଥା ର ମତେ ଯେତେ ବେଳେ ଫାଇନାଲ ରାଉଣ୍ଡ ରେ ତୁମେ ରିତେଶ କୁ ପଠେଇ ମୁଁ ବର୍ଥ ରୁମ ଥିଲା ବେଳେ କରିଡୋର କୁ ଆସି ଧିରେ ସେ କବାଟ ବନ୍ଦ କରିଚାଲି ଗଲା କେବଳ ତୁମ ନିର୍ଦେଶ ରେ ଆଉ ମୁଁ ଜିତୁ ଜିତୁ ହାରି ଗଲି ମୋ କମ୍ପିଟିସନ ଟି !!ଷ୍ଟେଜ ରେ ସମୟ ରେ ନ ଯାଇପାରି କି ଦୋଷ ମୋର ଥିଲା ତୁମ କୁ ପଚାରୁଛି ମୁଁ କହିଲ କଣ ନା ମତେ ତୁମେ ଭଲପାଅ !!

ଭୂଲ୍ କହିଲ ତୁମେ ଖାଲି ନିଜ କୁ ଭଲପାଅ ଆଉ ମତେ ତୁମେ ତୁମ ଜିତିବା ପାଇଁ ବ୍ୟବହାର କରୁଥିଲ କାରଣ ମୁଁ ଏକା ତୁମର ପ୍ରତିଦ୍ୱନ୍ଦୀ ଥିଲି ଆଉ ରିତେଶ ଜଣେ ଦୁର୍ବଳ ପ୍ରତିଦ୍ୱନ୍ଦୀ ଥିଲା ଆଉ ସାଙ୍ଗ ବି !!

ମୁଁ ଜିତୁ ଜିତୁ ହାରି ଯାଇଛି ତୃଷ୍ଣା ତୁମ ପ୍ରେମ ର ସ୍ପର୍ଶ ମତେ ହାରି ବା ଶିଖେ ଇଛି !!

ମୁଁ କମ୍ପିଟିସନ ସିନା ହାରିଗଲି ହେଲେ ତୁମ ପରି ମଣିଷ କୁ ସହଜେ ଚିହ୍ନି ଗଲି ଜୀବନ ରେ ଆଉ ସେ ଭୂଲ୍ ହେବନି !!

ତୃଷ୍ଣା ପ୍ଲିଜ ମତେ ଛାଡି ଯାଅ ନା ମୁଁ କିଛି ଚାହେଁ ନା ତୁମ ଛଡା କହିବ ଯ ଦି ମୁଁ ସବୁ ହାରି ଦେବି ତୁମ କୁ ପାଇ ବା ପାଇଁ !!

ହଁ ମୁଁ କଣ ପାଇ ବା ବସ୍ତୁ କି ?କଣ ଭାବିଚ ନିଜ କୁ ସଂଜୀବ ଆମେ ଝିଅ ମାନେ ଗୋଟେ ଗୋଟେ ଖେଳନା ଆଉ ତୁମ ଇସାରା ରେ ନାଚିବୁ!!

ଆଉ ସେ ଭୂଲ୍ ହେବନି ଯେଉଁ ଗୋଟେ ଭୂଲ୍ ମୁଁ କରିଛି ମୋ ବୋଉ ବାପା ଙ୍କର ବିଶ୍ୱାସ ରେ ବିଷ ଦେଇ ନିଜ ଲକ୍ଷ୍ୟ ସ୍ଥଳ ରୁ ବିଚ୍ୟୁତ ହୋଇ ତୁମ କୁ ମନ ଦେଇ ଥିଲି ଆଉ ମୋ ରୁମ ମେଟ ଠାରୁ ତୁମ କଥା ର ରେକର୍ଡ଼ିଂଗ ଶୁଣିବା ପରେ ମୋର ପ୍ରେମ ଉପରୁ ବିଶ୍ୱାସ ତୁଟିଗଲା ଆଉ ଏଥି ପାଇଁ କେବଳ ତୁମେ ହିଁ ଦାୟୀ !!

ମୋ ସହିତ ଦୀର୍ଘ ମାସେ ହେବ ତୁମେ ପ୍ରେମ ର ନାଟକ କରୁଥିଲ ଖାଲି ଏ କମ୍ପିଟିସନ ରେ ଜିତିବା ପାଇଁ ପୁଣି ନିଜ ସ୍ୱର ରେ ତୁମେ କହିଛ ରିତେଶ କୁ ଆଉ ମୋ ରୁମ ମେଟ ସଂପୂର୍ଣା ସେ ସବୁ କୁ ରେକର୍ଡ କରି ମତେ ଶୁଣେଇ ଲା ପରେ ମୁଁ ଜାଣିଲି ...।

ତୁମ କୁ ମୁଁ ଅନ୍ଧ ଭାବେ ଭଲପାଇଲି ଆଉ ତୁମେ ମତେ ପ୍ରତି ବଦଳ ରେ ଦେଲ ଧୋକା ଆଉ ଏବେ ଜିତି ସରିଲା ପରେ କହୁଚ ପ୍ରେମ ତୁମର ସତ ଥିଲା ମୁଁ କେମିତି ବିଶ୍ୱାସ କରିବି ଧୋକା ଦେବାର ପ୍ରମାଣ ତ ଅଛି ହେଲେ ତୁମ ପ୍ରେମ ର ସତ୍ୟତା କିଛି ନାହିଁ !!

ତେଣୁ ସବୁ ଦିନ ପାଇଁ ତୁମେ କିଏ ମତେ ଭୂଲି ବା କୁ ଦିଅ କଣ ହାରିଲ କଣ ଜିତିଲ ହିସାବ କରିବ ଏ ସମୟ .....।

ପ୍ରେମ କେତେବେଳ ସ୍ୱାର୍ଥ ପର ହେଇ ଗଲା ମୁଁ ଜାଣିପାରିଲି ନାହିଁ ଆଉ ଖେଳ ଖେଳି କମ୍ପିଟିସନ ସିନା ଜିତିଲି ହେଲେ ନିଜ କୁ ହାରି ଦେଲି ତୃଷ୍ଣା ତୁମ ପାଖେ !!!


Rate this content
Log in

Similar oriya story from Romance