Pradipta Sundar Rath

Fantasy Inspirational Children

3  

Pradipta Sundar Rath

Fantasy Inspirational Children

ଗୁପ୍ ଚୁପ୍ ପାନୀପୁରୀ

ଗୁପ୍ ଚୁପ୍ ପାନୀପୁରୀ

6 mins
122


"କଣ ତୁ କରିବୁ ତୋ ବାପା ଭଳି ଗୁପ୍ ଚୁପ୍ ବିକିବୁ ସେତିକି ହିଁ ତୋ ଜୀବନ ଆଉ କଣ ବା କରିବୁ ତୁ ଏ ପାଠ ପଢି ପାରିବୁନି ତୁ " ଶିକ୍ଷକ କହିଥିଲେ ବିନୟ କୁ ହସିଥିଲା ପୂରା କ୍ଲାସ୍ ପୂରା କ୍ଲାସ୍ ତ ଡାକୁଥିଲା ବିନୟକୁ ଏ " ପାନି ପୁରି " .

  କିଛି ଗୋଟେ ସ୍ବପ୍ନ ନେଇ ବିନୟର ବାପା ନିଜେ କଷ୍ଟ ସହି ବିନୟକୁ ପଢାଇଥିଲେ ଏତେ ବଡ ସ୍କୁଲ ରେ ବାସ୍ ପୁଅ ଯେପରି ଗୋଟେ ବଡ ହାକିମ ହେବ ବିନୟ ବି ପଢିବା ସହ ଖେଳ ଛୁଟିରେ ସବୁଦିନ ଚାଲି ଆସୁଥିଲା ବାପା ପାଖକୁ ସାହାଯ୍ଯ କରିବା ପାଇଁ ଗୁପ୍ ଚୁପ୍ ବିକିବା ପାଇଁ (ବିନୟର ବାପା ବିନୟ ପଢୁଥିବା ସ୍କୁଲ ର ସାମ୍ନା ରେ ଗୁପ୍ ଚୁପ୍ ବିକୁଥିଲେ )ଦିନେ ବିନୟର ବାପା କହିଥିଲେ ବିନୟକୁ -ଆରେ ତୁ ଯାଉନୁ ଖେଳିବୁ ସଭିଙ୍କ ସହ ହସି ବିନୟ କହିଥିଲା ବାପା ଈଏ କଣ ଗୋଟେ ଖେଳ ନୁହଁ କେତେ ମଜା ଲାଗୁଛି କହିଲ ।

  ଆଜି କିନ୍ତୁ ବହୁତ ଖୁସିର ଦିନ ବିନୟ ପାଇଁ ଆଉ ତାର ପରିବାର ପାଇଁ ଲାଗୁଥିଲା ଯେପରି ବିନୟ ବାପାଙ୍କର ପରିଶ୍ରମ ଆଜି ସାର୍ଥକ କରିଛି ବିନୟ ଆଜି ବିନୟ top କରିଛି ତା school ରେ .

  School function ରେ ବିନୟ କୁ ପୁରସ୍କୃତ କରାଯିବା ସହ ପ୍ରଧାନଶିକ୍ଷକ ସଭିଙ୍କୁ ଉତ୍ସାହିତ କରିବା ପାଇଁ କହିଥିଲେ ଦେଖ କେମିତି ଆଜି ତୁମ ସାଙ୍ଗ ଯାହାର ବାପା ଜଣେ ଗୁପ୍ ଚୁପ୍ ବିକାଳୀ କିପରି ନିଜ ପରିଶ୍ରମ ବଳରେ ହୋଇପାରିଛି ପୂରା ଦେଶରେ topper. ଏମିତି ପ୍ରଶ୍ନ ଛଳରେ ପଚାରିଦେଇଥିଲେ ବିନୟକୁ ବାବା ତୁମେ ବଡ ହେଲେ କଣ ହେବ ?କଣ ଲକ୍ଷ୍ୟ ଅଛି ତୁମର ?ଭାବୁଥିଲେ ପ୍ରଧାନଶିକ୍ଷକ ଓ ଅନ୍ୟମାନେ କହିପାରେ ସେ ହେବା ପାଇଁ engineer ନହେଲେ doctor ନହେଲେ civil service officer. 

  କିନ୍ତୁ ଅତି ସରଳରେ କହିଥିଲା ବିନୟ -ସାର୍ ମୁ ଗୋଟେ ଭଲ ଗୁପ୍ ଚୁପ୍ ବେପାରୀ ହେବାକୁ ଚାହୁଁଛି .।.,ହସିଥିଲା ପୂରା ସ୍କୁଲ କିନ୍ତୁ ହସରେ ଉଡାଇଦେଇଥିଲା କେବଳ ଭାବି ଯେ ଛୋଟ ପିଲା କିଛି ଜାଣିନି ଏମିତି ମଜାକ୍ ରେ କହିଦେଇଥିବ ।

ଭୁଲିଯାଇଥିଲେ ସମସ୍ତେ ସେ ସମୟକୁ ସେ ଘଟଣାକୁ .କିନ୍ତୁ ଭୁଲିନଥିଲା ବିନୟ କି ଭୁଲି ନଥିଲେ ବିନୟର ବାପା ।ବିନୟର ବାପା ଭାବିଥିଲେ ବୋଧହୁଏ ସବୁବେଳେ ବିନୟ ତାଙ୍କୁ ସାହାଯ୍ୟ କରି କରି ତାର ଏ କାମ ପ୍ରତି ଈଛା ବଢିଯାଇଛି କିନ୍ତୁ ଯଦି ତାର ଏ କଥା ସତ ହେଇଯାଏ .ସେ ବଡ ହେଇ ତାଙ୍କ ଭଳି ଗୁପ୍ ଚୁପ୍ ବିକେ ତାହେଲେ ତାଙ୍କର ସବୁ ପରିଶ୍ରମ ପାଣିରେ ପଡିଯିବ ସେ ତ ଚାହୁଁଛନ୍ତି ସଭିଙ୍କ ଭଳି ତାଙ୍କ ପୁଅ ବି ବଡ ଚାକିରି କରୁ ଅଧିକ ପଇସା ରୋଜଗାର କରୁ ସଭିଏଁ ତାକୁ ସମ୍ମାନ ଦିଅନ୍ତୁ ନହେଲେ ଏ ଗୁପ୍ ଚୁପ୍ ବେପାର ରେ ନା ଅଛି ଭଲ ରୋଜଗାର ନା ସମ୍ମାନ ।ଏଣୁ ସେ ଭୟରେ କେବେ ବି କିଛି କରିବାକୁ ଦେଉନଥିଲେ ବିନୟକୁ ଦୂରେଇ ରଖୁଥିଲେ ବିନୟକୁ ।

  ଆଉ ସ୍କୁଲ ର ଖେଳଛୁଟିରେ ବିନୟ ଯାଇ ବାପାଙ୍କ ସାଙ୍ଗରେ ଗୁପ୍ ଚୁପ୍ ବିକ୍ରି କରିବା ରେ ସାହାଯ୍ୟ କରୁନଥିଲା ଭଲଲାଗୁନଥିଲା ତାକୁ କିଛି ସେ ବୁଝିପାରୁନଥିଲା ଦୁନିଆ ର ଏ ନିୟମକୁ ,ଯେଉଁଠି ଗୋଟିଏ କାମକୁ ଛୋଟ ଓ ଆଉ ଗୋଟେ କାମକୁ ବଡ କୁହାଯାଏ ଖାଦ୍ୟ ଦେଉଥିବା ଲୋକକୁ ସମ୍ମାନ ଦିଏ ନା ଖାଉଥିବା ଲୋକ କେବଳ ଅଛି ପଇସା ବୋଲି ।ତେବେ ସେ ପଇସାକୁ ଖାଇଦେଉ ନାହାଁନ୍ତି ଦେଖିବା କେତେ ସମ୍ମାନ ମିଳୁଛି ତାଙ୍କୁ ,ହସ ତ ଲାଗେ ଯେତେବେଳେ ଏଠି ଜଣେ କୃଷକ ଚାହିଁଥାଏ ତା ପୁଅ ଆଇଏସ୍ ଅଫିସର ବନୁ ନହେଲେ ଈଂଜିନିୟର ନହେଲେ ଡାକ୍ତର ଅବା ଶିକ୍ଷକ କିନ୍ତୁ ଦୁର୍ଭାଗ୍ୟବଶତଃ କେବେ କୃଷକ ନ ହେଉ ।ଏମିତି ଅନେକ କଥା ଆସୁଥାଏ ବିନୟର ମନକୁ .ଆଉ ବସିଥାଏ ଚୁପ୍ ଚାପ୍ ରେ .।ବିନୟକୁ ଚୁପ୍ ଚାପ୍ ବସିଥିବାର ଦେଖିଥିଲା ତାର best friend ସସ୍ମିତା ଆସି ପଚାରିଥିଲା କଣ ସବୁବେଳେ ମଜାକ୍ ରେ ହସୁଥିବା ପିଲା ଆଜି କାହିଁକି ଗୁମ୍ ସୁମ୍ ଚୁପ୍ ଚାପ୍ ?କଣ ହେଇଛି ?

  ବିନୟ କହିଥିଲା ନା କିଛି ନାହିଁ ତୁ ଯା ଏ ଠୁ ଦରକାର ନାହିଁ କିଏ କିଛି ଶୁଣିବା କି ହସିବା ମୁ ଠିକ୍ ଅଛି ।"ଓଃ ବାପ୍ ରେ ଏତେ ରାଗ କଣ ହେଇଛି ତ first କହ ?

ବିନୟ କହିଥିଲା ନିଜର ମନ କଥା ହସିଥିଲା ସସ୍ମିତା ଓଃ ବାସ୍ ଏଥିପାଇଁ ଏତେ ମନ ଦୁଃଖ ?

  ହଉ ଶୁଣ୍ ମୋର ବହୁତ ଇଛା ହେଉଛି ଖାଇବାକୁ ଗୁପ୍ ଚୁପ୍ ।"ଯା ସେଠି ବାବା ଙ୍କ ପାଖକୁ ମୋ ନାଁ କହି ଖାଇଦେବୁ " ବିନୟ କହିଲା ।

 "ନା ମୁ ତୋ ହାତରୁ ଖାଇବାକୁ ଚାହୁଁଛି " ସସ୍ମିତା କହିଲା ।ଆଚ୍ଛା ଶୁଣ ତୁ ସେଦିନ କହିଥିଲୁ ନା ତାହେଲେ ଆସେ ଆମେ ଗୋଟେ ଗେମ୍ ଖେଳିବା ।ମୋର ଜଣେ ଅଙ୍କଲ୍ ବି ଗୁପ୍ ଚୁପ୍ ବେପାର କରନ୍ତି ତାଙ୍କ ଠୁ ସବୁକିଛି ମୁ ଆଣିବି ହେରି ।ଆଉ ଦେଖିବା ତୁ କେତେ speed ରେ ମୋତେ prepare କରି ଦେଇପାରୁଛୁ ଆଉ ମୁ କେତେ speed ରେ ଖାଇପାରୁଛି।ଦେଖିବା କିଏ ଜିତୁଛି ସସ୍ମିତା କହିଲା ।

ଏହିପରି ସବୁଦିନ ଖେଳ ଛୁଟିରେ ଖେଳ ଚାଲୁଥିଲା ବିନୟ ଓ ସସ୍ମିତା ଭିତରେ ।

ବନ୍ଧୁତା ଏପରି ଏକ ସଂପର୍କ ଯେ କେବେ ବି ଆମ ସ୍ବପ୍ନ କୁ ଭାଙ୍ଗିବାକୁ ଦିଏ ନାହିଁ ଯେପରି ସେ ସ୍ବପ୍ନ ଆମର ନୁହେଁ ତାର ହିଁ ହୋଇଥାଏ .।

  ଏହିପରି ଧୀରେ ଧୀରେ ବିନୟର ସ୍କୁଲ ଲାଇଫ୍ ସରିଯାଇଥିଲା ସେ ବି ସବୁବେଳେ ସ୍କୁଲ ରେ top କରୁଥିଲା ଏପରି ହେଇଯାଇଥିଲା ଯେ ପ୍ରତି exam ପୂର୍ବ ରୁ ପିଲାମାନେ ବି ନିଜ ନିଜ ଭିତରେ କଥା ହେଉଥିଲେ ଆରେ ଏଥର ବି ସେହି "ପାନୀ ପୁରୀ " ହିଁ ଟପର ହେବ .ବେଳେ ବେଳେ ମଜାକ୍ ବି ବନିଯାଉଥିଲା ତାର passion କୁ ନେଇ ...ଯେ ସେ ଟପର ହେଲେ ବି କରିବ କଣ .ସେ ଗୁପ୍ ଚୁପ୍ ବେପାର ।

  କିନ୍ତୁ ବିନୟ ରୋକିନଥିଲା ସେ IIT exam ପାଇଁ coaching ନେଇ IIT CRACK କରିଦେଇଥିଲା ପୁଣି ALL india ରେ top 10 ଭିତରେ ଆସିଥିଲା ଏବେ ହେଇଯାଇଥିଲା ଚୁପ୍ ଏ ଦୁନିଆ ଟିଚର୍ ବି ଥିଲେ ଖୁସି .ତାର ବାପାଙ୍କୁ କହିଦେଇଥିଲେ ଏବେ ନାହିଁ କିଛି ଅସୁବିଧା .ଆଉ ବିନୟର କ୍ୟାରିୟର ପାଇଁ

 କିନ୍ତୁ ରୋକିନଥିଲା ବିନୟ .IIT ପରେ IIM ବି ସେ CRACK କରି ପଢିଥିଲା .ଏବେ ଟାର୍ଗେଟ ରେ ଥିଲା ସଭିଙ୍କର ବିନୟ ଉପରେ ସମସ୍ତେ ଭାବୁଥିଲେ ବିନୟ ନିଶ୍ଚୟ foergin JOB କରିବ life ତ ପୂରା ସେଟ୍ ।


କିନ୍ତୁ ମଣିଷ ଭୁଲିଯାଇପାରେ ନିଜର ସ୍ବପ୍ନ କୁ .କିନ୍ତୁ ଭୁଲିବ କେମିତି ନିଜର ଜୁନୁନ୍ କୁ


  ବିନୟ ସବୁକିଛି ଛାଡି ଚାଲିଆସିଥିଲା ପୁଣି ନିଜର ଗାଁ କୁ ନିଜର schlorship ପଇସାରେ ପୁଣି loan ଆଣି ବ୍ୟାଙ୍କରୁ ଆରମ୍ଭ କରିଥିଲା ନିଜର ଗୁପ୍ ଚୁପ୍ ବିଜିନେସ୍ .। 

  ସେ କିଛି ପରିବର୍ତ୍ତନ ଆଣିଥିଲା ସେ ବିଜିନେସ୍ ରେ ସେ ପ୍ରଥମେ music ର help ନେଇଥିଲା .ଯେପରି club ରେ boy bear ଦେଇଥାଏ dancing style ରେ ସେପରି ସେ ଏକ entertainment ସହ ନିଜର customer ମାନଙ୍କୁ ଗୁପ୍ ଚୁପ୍ ଦେଉଥିଲା ଧୀରେ ଧୀରେ ନିଜ area ରେ famous ହେଇଯାଇଥିଲା ନିଜର unique ପାଇଁ ଏବେ ପୁଣି ସେ technology ର use କରିଥିଲା ଚେନ୍ ସିଷ୍ଟମ ମାଧ୍ୟମରେ ବିଭିନ୍ନ କାଚ ର ଜାର୍ କୁ ଫିଟ୍ କରିଦେଇଥିଲା ପୁଣି ବିଭିନ୍ନ decorative light ସହ ଏପରିକି ସେ କାଚ ଜାର୍ ଗୁଡିକ music ସହ dance style ରେ up down ହେଉଥିଲା ଯୁବ ସମାଜକୁ ମଜା ଆସିଯାଉଥିଲା ଏହା ଦେଖି ଧୀରେ ଧୀରେ ସବୁ କ୍ଲବ ସବୁ ପାର୍ଟି ରେ ବିନୟକୁ ସୁଯୋଗ ମିଳିଥିଲା ଏପରିକି ବିନୟ ନିଜର employee ରଖି ସେପରି style ରେ ନିଜର ବିଜିନେସ୍ ର ପ୍ରସାର କରିଥିଲା । 

କେଉଁ ବି ଜିନିଷ ର value ସେତେବେଳେ ବଢିଥାଏ ଯେତେବେଳେ ସେଥିରେ math ର entry ହେଇଥାଏ ସେ ଗୁପ୍ ଚୁପ୍ ବନେଇବାର ପ୍ରତ୍ହେକ procedure କୁ ପୂରା ନିରିଖି କି ତଦାରଖ କରୁଥିଲା.ଯେପରି କି ମନେକର ସେ ଛୋଟ ଛୋଟ ପୁରୀ ବନେଇବା ପାଇଁ ପ୍ରକୃତରେ କେତେ ପରିମାଣର ସୁଜି ମଇଦା ବା ଅଟା ଦରକାର ପଡୁଛି କେତେ ପୁରୀ ବନେଇବା ପାଇଁ ସବୁକିଛି ଟିପି କି ରଖୁଥିଲା ସେ ଧୀରେ ଧୀରେ ଏପରି ଏକ calculation ଆରମ୍ଭ ସୃଷ୍ଟି କରିଥିଲା ଯେ actually perfectly କେତେ ଗ୍ରାମ୍ ଦରକାର କେବଳ ଗୋଟିଏ ପୁରୀ ବନେଇବାପାଇଁ ପୁଣି କେତେ ପରିମାଣର force apply କରିବାକୁ ପଡିଥାଏ ସେ ସବୁକିଛି math ରେ connect କରିଦେଲା .ଏପରିକି ପୁରୀ ଛାଣିବା ପାଇଁ କେତେ angle ର ଦରକାର ସବୁକିଛି ।ଟିକିଏ ଭୁଲ୍ କଲେ କଣ ଅସୁବିଧା ହେବ ସବୁକିଛି ଟିପି ରଖିଥିଲା ଏପରିକି ଯେପରି କିଏ ଜଣେ ସେ ସବୁ procedure follow କରିବ ତାହା ହେଲେ ସେ ଠିକ୍ ସେପରି ଭଲ ବନେଇପାରିବ ଯେପରି ବିନୟ ବନେଇପାରୁଛି ।ସେ ନିଜର business develop କରିବା ସହ ଟ୍ରେନିଙ୍ଗ୍ ସେଣ୍ଟର୍ ଖୋଲିଥିଲା ନିଜର employees ମାନଙ୍କୁ ଟ୍ରେନିଙ୍ଗ୍ ଦେବା ପାଇଁ .।ସେ ବି ନିଜର ଏକ research centere ଖୋଲିଥିଲା ଯାହାର କାମ ଥିଲା reserch କରିବା କିପରି ଟିକେ designing interesting ଗୁପ୍ ଚୁପ୍ ବନାଇଯାଇପାରିବ ..ଲୋକମାନଙ୍କ ମନପସନ୍ଦ ର ।

  ଏହିପରି ଧୀରେ ଧୀରେ ସେ ନିଜର restaurant ବି ଖୋଲିଥିଲା କେବଳ ଗୁପ୍ ଚୁପ୍ ନୁହେଁ ଅନ୍ବ କିଛି fast food ଏହିପରି unique style ରେ ବନେଇଥିଲା ...ସେ ନିଜର restaurant କୁ ଏପରି କରିଥିଲା ଯେ ଜଣକୁ ଲାଗୁଥିଲା ଯେପରି ସେ କୌଣସି ଏକ କ୍ଲବ କୁ ଆସିଛି party କରିବା ପାଇଁ ...ସେ ନିଜର customers ମାନଙ୍କ ର entertainment ଉପରେ ପୂରା focus କରିଥିଲା ...।ଧୀରେ ଧୀରେ ସେ ବହୁ develop କରିବା ସହ ଏକ ଭଲ businessman ବନିଯାଇଥିଲା ...।ଆଉ ସେ famous ବି ହେଇଯାଇଥିଲା ନିଜର ସେ ପୁରୁଣା ନାମରେ "ପାନୀ ପୁରୀ "


 ନିଜର ଏକ interview ରେ ସେ କହିଥିଲା "କେବେ ବି କାହାକୁ ସଫଳତାର ରାସ୍ତା ଦେଖାଅ ନାହିଁ ତାର ଜୀବିକା କୁ ଛୋଟ କରି,ସରକାର ଆଜି reservation ନାମରେ ତ ସେମାନଙ୍କୁ ଆଗକୁ ଆଣିଦେଉଛି ...କିନ୍ତୁ ସେମାନଙ୍କ ମନ ଭିତରେ ସେମାନଙ୍କ କାମ ପ୍ରତି ଘୃଣା ସୃଷ୍ଟି କରି ...।ଟିକେ ଭାବିଲେ ଯଦି ସମସ୍ତେ IAS, engineer, doctor ବନିଯିବେ ...ତେବେ sweeper କିଏ ବନିବ ...କିନ୍ତୁ ଯଦି ଗୋଟେ sweeper ନିଜର କାମକୁ ଭଲପାଏ ...ହେଇପାରେ ସେ sweeping ର କିଛି new technic ସୃଷ୍ଟି କରି scientist ବନିଯାଇପାରେ ..."


ସେ କହୁ କହୁ କାନ୍ଦିପକେଇଥିଲା ...ଝରିଯାଇଥିଲା ଲୁହ ତା ଆଖିରୁ ..."ଭାରତ ଏପରି ଏକ ଦେଶ ଯେଉଁଠି ଗୋଟେ କୃଷକ କେବେ ଚାହେଁନି ତା ପୁଅ ବା ଝିଅ ଭଲ ପାଠ ପଢି କୃଷକ ହେଉ ବୋଲି ...ବରମ୍ ସେ ଚାହେଁ କିପରି ସେ ବି ସଭିଙ୍କ ଭଳି ହାକିମ ବାବୁ ବନୁ ...."

                  



Rate this content
Log in

Similar oriya story from Fantasy