Kalpana Kumari Pradhan

Fantasy

3  

Kalpana Kumari Pradhan

Fantasy

ଗ୍ରହ ତାରକା ସଙ୍ଗେ କ୍ରୀଡା

ଗ୍ରହ ତାରକା ସଙ୍ଗେ କ୍ରୀଡା

1 min
195


ନିଘୋଡ଼ ନିଦରେ ଶୋଇଥିଲା କୁନାଲ l ହଠାତ କାହାର ଡାକ:- "କୁନାଲ ଉଠ ବୁଲି ଯିବା " l ଆଖି ମଳି ମଳି ଚାହିଁଲା, ଏ କଣ ବାପା ଆଣିଥିବା ରିମୋଟ କାରଟି ଜୀବନ୍ତ ହୋଇସାରିଛି l ଆକାରଟି ତାର ବଡ଼ ହୋଇଯାଇଛି l ଝରକା ବାହାରେ ରହି ତାକୁ ଡାକୁଛି l

ମନ ତାର ଖୁସିରେ ଆତ୍ମହରା l ଯାଇ ବସିଲା ସେ କାରରେ l ନିମିଷକେ ସେ ଉଡ଼ିଗଲା ଆକାଶକୁ l ସେଠୁଁ ତା ଗାଁ, ଘର, ସ୍କୁଲ, ଖେଳ ପଡିଆ, ପୋଖରୀ ଓ ଆମ୍ବ ତୋଟା ଛୋଟ ଛୋଟ ଲାଗୁଥିଲା l ସେ ଏପରି ଦୃଶ୍ୟ କେବେ ଦେଖି ନଥିଲା l ଭାରି କୌତୁହଳ ଲାଗୁଥିଲା ତାକୁ l ଆକାଶର ମେଘ ମାଳାକୁ ଭେଦ କରି ସେ ପହଁଚିଲା ଗ୍ରହ ତାରକା ମେଳରେ l କି ଅପୂର୍ଵ ଦୀପ୍ତି l ଚିକି ମିକ ତାରା ମାନେ ଯେପରି ହାତ ଠାରି ଡାକୁଥିଲେ କୁନାଲକୁ l

ଜହ୍ନ ମାମୁଁ ବି ସୁନ୍ଦର ସ୍ୱରରେ ବଂଶୀ ବାଦନ କରୁଥିଲେ l ତାର ଯାନ୍ତ୍ରିକ ଯାଦୁଇ କାର ଚାରିପାଖରେ ଯେପରି ଗ୍ରହ ମାନେ ପରିକ୍ରମା କରୁଥିଲେ l ମହା ଜାଗତିକ ଜଗତରେ କ୍ରୀଡାରେ ମଗ୍ନ ଥାଏ ସେ l ଯାହା ସେ ବହିରେ ପଢୁଥିଲା, ଯେଉଁ ମାନେ ତା ଠାରୁ କୋଟି କୋଟି କି. ମି ଦୂରତାରେ ଥିଲେ ଏବେ ହାତ ପାହାନ୍ତାରେ l କାହାର ଗମ୍ଭିର ଡାକ l କୁନାଲ....ଉଠ ସ୍କୁଲ ଯିବୁନି କି?

ଉଠି ବସିଲା ସେ l ସକାଳ ଆଠଟା ହେଲାଣି l ତର ତର ହୋଇ ବାହାରିଲା ସ୍କୁଲ l କିନ୍ତୁ ସ୍ବପ୍ନ କଥା ତଥା ଗ୍ରହ ତାରକା ସହ ଖେଳ କଥା ଭାବି ମନେ ଭାରି ଆନନ୍ଦ ଲଭୁଥିଲା କୁନାଲ l ସୂର୍ଯ୍ୟ ଯେପରି ଆଖି ଠାର ମାରୁଥିଲେ ତାକୁ l


Rate this content
Log in

Similar oriya story from Fantasy