ଗୋଟିଏ ରାତିର କାହାଣୀ
ଗୋଟିଏ ରାତିର କାହାଣୀ
ଶନିବାର ରାତି ପ୍ରାୟ ସାଢେ ଏଗାର ହେବ ମୁଁ ଅଫିସରୁ ଘରକୁ ମୋର ବାଇକ ନେଇ ଫେରୁଥିଲି। କିଛି ବାଟ ଗଲାପରେ ଅଳ୍ପ ଦୂରରେ ଗୋଟିଏ ଝିଅ ଦେଖାଗଲା। ସେ ଶଲବାର ସୁଟ ପିନ୍ଧି ହାତ ହଲାଇ ସାହାଯ୍ୟ ମାଗୁଥିଲା ତେଣୁ ମୁଁ ବାଇକ ଅଟକାଇ ଦେଲି ସେତିକି ଭିତରେ ଗୋଟିଏ ଅଟୋ ଚାଲିଗଲା।
ମୁଁ କହିଲି "କୁହନ୍ତୁ କଣ ହେଲା "
ସେ ଝିଅଟି ରାଗିଯାଇ କହିଲା " ମୁଁ ଅଟୋକୁ ଅଟକାଇବା ପାଇଁ ହାତ ଦେଖାଇଥିଲି, ବହୁତ ସମୟ ପରେ ବଡ଼ କଷ୍ଟରେ ସେହି ଅଟୋଟି ମିଳିଥିଲା। ଆଉ ତୁମରି ଯୋଗୁ ସେଇଟା ମଧ୍ୟ ଚାଲିଗଲା।"
ସେ କଥା ଶୁଣି ମୋତେ ମଧ୍ୟ ବହୁତ ଖରାପ ଲାଗିଲା, ମୁଁ ଭାବିଲି ଏତେ ରାତିରେ ଗୋଟିଏ ଏକୁଟିଆ ଝିଅଟି ମୋର ଭୂଲ ହେତୁ ସିଏ ବହୁତ ଅସୁବିଧାରେ ପଡିଗଲା।
ମୁଁ ସଙ୍ଗେ ସଙ୍ଗେ ତାଙ୍କୁ କ୍ଷମା ମାଗିଲି। ଆଉ ମୁଁ ଛାଡ଼ିଦେବି କହିଲି। ସେ ସଫା ସଫା ମନା କରିଦେଲା। ମୁଁ ପୁଣି କହିଲି "ରାତି ବହୁତ ହେଇଗଲାଣି ଆଉ ଆପଣ ଏକା..."
କିନ୍ତୁ ସେ ପୁରା ରାଗିବା ଅବସ୍ଥାରେ ଥିଲା।
ମୁଁ ଚାଲିଯିବା ପାଇଁ ଚାହିଁଲି,ପୁଣି ଭାବିଲି ଏହି ନିଛାଟିଆ ରାସ୍ତା ସମୟ ରାତିଟାରେ ଗୋଟିଏ ଏକଲା ଝିଅଟା, ଭଗବାନ କେବଳ ଭରସା କେତେବେଳେ କଣ ହେବ କିଏ କହିପାରିବ। ଭଗବାନ କରନ୍ତୁ ସେ ଝିଅର କିଛି ଅସୁବିଧା ନହେଉ।
ନା ନା ମୁଁ ଯାଇପାଇବିନି ମୋତେ ତାକୁ ସାହାଯ୍ୟ କରିବାକୁ ହିଁ ପଡିବ ନଚେତ ତାର ଅସୁବିଧା ପାଇଁ ମୁଁ ହିଁ ଦୋଷୀ କାହିଁକିନା ଅଜାଣତରେ ମୋର ଭୂଲ ହେଇଗଲା, କିଏ ଜାଣେ ପୁଣି ତାକୁ ଅଟୋ କେତେବେଳେ ମିଳିବ। ମୁଁ କହିଲି "ଠିକ ଅଛି ତୁମକୁ ଯୋଉ ପର୍ଯ୍ୟନ୍ତ ଅଟୋ ନମିଳିଛି ସେ ପର୍ଯ୍ୟନ୍ତ ମୁଁ ଏହି ଟିକିଏ ଦୂରରେ ଠିଆ ହେଇଛି, କାରଣ ଭୂଲ ମୋର ହେଇଛି ତେଣୁ ଦାୟିତ୍ୱଟା ମଧ୍ୟ ମୋର "
ସେ କିଛି ବି କହିଲା ନାହିଁ, ଏମିତିରେ ପ୍ରାୟ ଅଧ ଘଣ୍ଟା ଚାଲିଗଲାଣି ଏବେ ଘଣ୍ଟାରେ ବାରଟା ବାଜିଲାଣି। ମୁଁ ପୁଣି ତାକୁ ଅନୁରୋଧ କରିକହିଲି ବାଇକରେ ନେଇ ଛାଡ଼ିଦେବି ବୋଲି, ଯାଇଥିଲେ ଏତେବେଳକୁ ଅଧା ରାସ୍ତା ପାର କରିଦେଇଥାନ୍ତି। ଏଇଠି ଏମିତି ଛିଡା ହୋଇ ରହିବାଟା କିଛି ଲାଭ ନାହିଁ ତେଣୁ ଚାଲ ମୁଁ ତୁମକୁ ତୁମ ଘରେ ନେଇ ଛାଡ଼ିଦେବି। ମୁଁ କହିବା କଥାକୁ ସେ ଶୁଣି ମଧ୍ୟ ନଶୁଣିଲା ଭଳି ରହିଲା। ସେ କଣ ଗୋଟିଏ ଅଜବ ଧାରଣର ଭାବନାରେ ଥିଲା ତାକୁ ଏକା ଛାଡି ଯିବା ପାଇଁ ମୋ ମନ କହୁନଥିଲା। ମୁଁ ବହୁତ ଦ୍ଵିଧାରେ ଥିଲି କାଳେ କଣ ଘଟିଯିବ ପୁଣି ଭାବିଲି ଯଦି ମୋ ମନ ଭିତରେ ଏତେ ଭାବନା ଆସୁଛି ତାହେଲେ ସିଏ ମଧ୍ୟ ଗୋଟିଏ ଝିଅ ପିଲାଟା ତା ମନରେ କେମିତି ବିଶ୍ୱାସ ଆସିବ ଗୋଟିଏ ଅପରିଚିତ ପୁଅ ଉପରେ। ମୁଁ ଗୋଟିଏ ପୁଅ ଆଉ ସିଏ ଗୋଟିଏ ଝିଅ ମୋଠାରୁ ଅଧିକ ସିଏ ଡରିଯାଇଥିବ ନିଶ୍ଚୟ।
ହଠାତ ମୋ ମନକୁ ଗୋଟିଏ ଉପାୟ ଆସିଲା ଆଉ ମୁଁ କହିଲି "ଦେଖ ମୋର ଘରେ ମଧ୍ୟ ତୁମ ଭଳି ଗୋଟିଏ ଭଉଣୀ ଅଛି ଆଉ ତୁମେ ମଧ୍ୟ ମୋ ଭଉଣୀ ଭଳି, ମୋ କଥା ଶୁଣ ଏଇଠି ଏତେ ରାତିରେ ରହିବାଟା ଠିକ ନାହିଁ। ଦୟାକରି ମୋ ସହିତ ମୋର ବାଇକରେ ଚାଲ ଯୋଉଠି ତୁମେ କହିବ ସେଇଠି ଛାଡ଼ିଦେବି "। ମୋ କଥା ଶୁଣି ସେ କେବଳ ଏତିକି କହିଲା "ଆପଣ ଯାଆନ୍ତୁ ମୁଁ କିଛି ନା କିଛି ଉପାୟ କରିନେବି "। ମୁଁ କହିଲି "ଦେଖ ତୁମ ପାଇଁ ମୁଁ ଏଇଠି ଗୋଟିଏ ଘଣ୍ଟା ହେଲା ରହିଲିଣି ତଥାପି କୌଣସି ଅଟୋ କଣ ଗୋଟିଏ ଲୋକ ମଧ୍ୟ ନଜରରେ ଆସୁ ନାହାନ୍ତି। ତେଣୁ ଚାଲ ମୁଁ ଛାଡ଼ିଦେବି ତୁମକୁ ଭଉଣୀ କହିଲି ନା ତଥାପି ତୁମେ ମୋ ଉପରେ ସନ୍ଦେହ କରୁଛ।" ତଥାପି ସେ ପୁରା ମନା କରିଦେଲା। ମୁଁ ମୋର ପକେଟରୁ ପର୍ସ ବାହାର କରି କହିଲି " ଦେଖ ଏଥିରେ ମୋର ଆଧାର କାର୍ଡ ଆଉ ଡ୍ରାଇଭିଙ୍ଗ ଲାଇସେନ୍ସ ଆଉ ଫୋଟ ପରିଚୟ ପତ୍ର ଅଛି ଏଇଟା ତୁମେ ନିଜ ପାଖରେ ରଖିଥାଅ ଆଉ ଯେତେବେଳେ ତୁମ ଘର ବା ତୁମ ଲକ୍ଷ ସ୍ଥଳ ଆସିଲାଗଲା ପରେ ମୋତେ ଫେରାଇଦେବ। "ସେ ପର୍ସରୁ ଆଧାର କାର୍ଡ ବାହାରକଲା ଆଉ ପଢିଲା.... ଅକ୍ଷୟ...
"ହଁ ମୋ ନା ହେଉଛି ଅକ୍ଷୟ ଏବେ ଆଉ ମନା ନ କରି ଗାଡ଼ିରେ ବସ... ତୁମ ଘରେ ତୁମ ବାପା, ମାଆ, ଭାଇ ଆଉ ଭଉଣୀ ସମସ୍ତେ ଅପେକ୍ଷା କରିଥିବେ। ଏମିତିରେ ମୋ ବାପା, ମାଆ ଭଉଣୀ ମଧ୍ୟ ମୋ ପାଇଁ ବ୍ୟସ୍ତ ହେଉଥିବେ, ଏବେ ଚାଲ...।"
ସେ ଟିକିଏ ହସିଦେଇ ବାଇକରେ ବସିଗଲା ମୁଁ ପଚାରିଲି "କୋଉଠି ଘର ତୁମର....? "
ସେ କହିଲା "ଆପଣ ଚାଲନ୍ତୁ ମୋତେ ଯୋଉଠି ରହିବାର ଅଛି ମୁଁ ସେଇଠି ରଖିବାକୁ କହିବି।"
ପ୍ରାୟ ଗୋଟିଏ ଘଣ୍ଟା ଚାଲିବା ଭିତରେ ସେ କିଛି କହିନଥିଲା ପ୍ରାୟତ ଚାଳସି କିଲୋମିଟର ଗଲା ପରେ ସେ ହଠାତ କହିଲା, "ବାସ ବାସ ଏଇଠି ରଖିଦିଅ " ଏତିକି କହି ସେ ବାଇକରୁ ଓହ୍ଲେଇ ସଙ୍ଗେ ସଙ୍ଗେ ଗୋଟିଏ ମାଟି ରାସ୍ତା ଭିତର ଦେଇ ଆଗକୁ ଦିଶୁଥିବା ଗୋଟିଏ କଲୋନୀକୁ ଯାଉଥିବା ରାସ୍ତାରେ ଦୋୖଡିକି ଚାଲିଗଲା। କିଛି କ୍ଷଣ ପରେ ସେ ମୋ ଆଖି ଆଗରୁ ଅଦୃଶ୍ୟ ହେଇଗଲା...। ମନରେ ଗୋଟିଏ ଶାନ୍ତି ଆସିଲା ଯାହେଉ ସେ ତା ଘରେ ପହଞ୍ଚି ଗଲା।
ଯେନ କେନ ପ୍ରକାରେ ମୁଁ ଘରେ ପହଞ୍ଚିଲା ବେଳକୁ ରାତି ତିନି ଘଣ୍ଟା ହେଇଥିଲା। ବାପା ବହୁତ ରାଗିଲେ, ମାଆ ଆଉ ଭଉଣୀ ମଧ୍ୟ ଏଯାଏ ଶୋଇନଥିଲେ। ସେମାନେ ସମସ୍ତେ ମୋପାଇଁ ବହୁତ ଚିନ୍ତାରେ ପଡିଯାଇଥିଲେ ଆଉ ରାଗିକି ମଧ୍ୟ ଥିଲେ। ତାଙ୍କୁ କିଛି ନକହି ମୁଁ ମୋ ରୁମକୁ ଚାଲିଗଲି....।
ତା ପରଦିନ ରବିବାର ଥିଲା ତେଣୁ ମୁଁ ଆରାମରେ ଶୋଇଥିଲି। ମୋ ଭଉଣୀ ଆସି ମୋତେ ଜବରଦସ୍ତି ଉଠାଇଲା ସେତେବେଳକୁ ଘଣ୍ଟାରେ ଦିନ ଏଗାରଟା ବାଜି ଯାଇଥିଲା। "ଭାଇ, ଉଠ କିଏ ଗୋଟିଏ ଝିଅ ଆସିଛି ଆଉ ତା ବାପା ମାଆ ମଧ୍ୟ ଆସିଛନ୍ତି। ତୁ କିଛି ଭୂଲ କରିଛୁ କି ? ବାପା ଡାକୁଛନ୍ତି ଶୀଘ୍ର ଚାଲେ " ସେ ହସୁଥିଲା।
ପାଗଳ ହେଲୁନା କଣ... ମୁଁ ଆଉରି ଭୂଲ... ବଦମାସ କୋଉଠିକାର," ଏତିକି କହି ଅଧା ନିଦରେ ହିଁ ଦେହରେ ଟିସାର୍ଟ ଟା ଗଳାଇ ଦେଇ ଚାଲିଲି।
ଦେଖିଲି ସେହି ରାତିର ଝିଅଟା ଆଉ ତା ସହିତ ତାର ବାପା ମାଆ... ମନରେ ଭାବିଲି ଏମାନେ ଏଇଠିକି କେମିତି ଆସିଲେ ମୁଁତ ତାକୁ ବହୁତ ଦୂରରେ ଛାଡ଼ି ଆସିଥିଲି, ମୋ ଘର ଠାରୁ ତାଙ୍କ ଘର ବହୁତ ଦୂର.. ଏମିତି ଭାବି ମୁଁ କିଛି ପଚାରିବି ବୋଲୁଥିଲି, ସେ ଉଠି ଆସିଲା ଆଉ କହିଲା "ଭାଇ ଆଶ୍ଚଯ୍ୟ ହେଇଗଲନା ମୁଁ ଏଠାକୁ କେମିତି ଆସିଲି। ତୁମର ଏହି ପର୍ସ.. ଯାହା ଭିତରେ ତୁମର ପାନ କାର୍ଡ, ଆଧାର କାର୍ଡ ସେଥିରୁ ତୁମର ଠିକଣା ଦେଖି ମାଆ ବାପାଙ୍କୁ ନେଇ ଆସିଲି... ଆପଣ ଗତ ରାତିରେ ମୋତେ ଏତେ ସାହାଯ୍ୟ କରିଲେ ତଥାପି ମୁଁ ତୁମକୁ ଟିକିଏ ଧନ୍ୟବାଦ ମଧ୍ୟ ଦେଇପାରିଲିନି ତାସତ୍ୱେ ତୁମର ସବୁ ଜରୁରୀ କାର୍ଡ ମଧ୍ୟ ନେଇ ଯାଇଥିଲି। ପ୍ରଥମେ ଧନ୍ୟବାଦ ଜଣାଉଛି... ତାପରେ ସୋରି.. ଯେମିତି ଆପଣ କହିଥିଲେ ମୁଁ ମଧ୍ୟ ତୁମ ଛୋଟ ଭଉଣୀ ଭଳି ବୋଲି..।"
ତାପରେ ତାଙ୍କ ବାପା ମାଆ ମୋତେ ବହୁତ ଆଶ୍ରିବାଦ ଦେଲେ ଆଉ ବହୁତ ସମୟ ପର୍ଯ୍ୟନ୍ତ ମୋର ପ୍ରଶଂସା କରିଲେ ତାପରେ ସେମାନେ ତାଙ୍କ ଘରକୁ ଯିବାପାଇଁ ନିମନ୍ତ୍ରଣ ଦେଇ ଚାଲିଗଲେ।
ସେମାନେ ଯିବାପରେ ବାପା ମୋତେ କୁଣ୍ଢାଇ ପକାଇ କହିଲେ "ମୁଁ ଆଜି ଗର୍ବ ଅନୁଭବ କରୁଛି ଅକ୍ଷୟ ଏଇଥି ପାଇଁ ଯେ ତୁ ଆଜି ଗୋଟିଏ ଭଲ ପୁଅର କର୍ତ୍ତବ୍ୟ କରିଛୁ। କିନ୍ତୁ ଏକଥା ତୁ ରାତିରେ ଆମକୁ କହି ଦେଇଥିଲେ ଭଲ ହେଇଥାନ୍ତା, ଖାଲିଟାରେ ମୁଁ ତୋ ଉପରେ ରାଗିଥିଲି।"
ମୁଁ କହିଲି "ବାପା, ଆପଣତ ମୋର ଭଲ ପାଇଁ ଚିନ୍ତା କରିଥିଲେ।" ବାପା ପୁଣି ମୋତେ କୋଳେଇ ନେଇଥିଲେ ଆଉ ମାଆ ଭଉଣୀ ମଧ୍ୟ ଆସି ମୋତେ କୋଳେଇନେଲେ। ମୋ ବାପା ମୋତେ ଗୋଟିଏ ଥର ବୁଝାଇ ଥିଲେ ଯେ "ଏକଲା ଝିଅ ମିଳିବାଟା ମୌକା ନୁହଁ, ସେଇଟା ଗୋଟିଏ ଦାୟିତ୍ୱ ହୋଇଥାଏ....।"
