STORYMIRROR

Ranjit Sahu

Abstract Others

3  

Ranjit Sahu

Abstract Others

ଗଣିତ ବହି

ଗଣିତ ବହି

2 mins
437

ଆଜି ସୁରଜ ମୁହଁ ଶୁଖେଇକି ବସିଛି I ସତରେ କଣ ସ୍କୁଲ ଯିବାକୁ ହେଲେ ଏତେ  ସବୁ ବହି ଭର୍ତ୍ତି କରି ସବୁ ଦିନେ ଯିବା ଆସିବ କରିବାକୁ ପଡିବ? ସହରରେ ବଢି ଆସିଥିବା ଟୋକାକୁ ଗାଆଁର ମନ୍ଥର ଗତିର ଜୀବନଟି ଭଲ ଲାଗିଲେ ହେଁ, ଗାଁର ସ୍କୁଲକୁ ପ୍ରତିଦିନ ଯିବା ଆସିବା କରିବା ନିହାତି ଅଡୁଆ ଲାଗୁଛି I କାହିଁକି କେଜାଣି ବାପା ସହର ସବୁ ଛାଡି ଗାଆଁକୁ ଫେରି ଆସିଛନ୍ତି I  ସହରରେ କେତେ ସୁନ୍ଦର ସ୍କୁଲ ବସ ଆସେ ଘର ପାଖକୁ ଆଉ ନେଇ ଯାଏ ଆଉ ଛାଡି ଦିଏ I ବହି ବସ୍ତାଟି ଯେତେ ଓଜନ ହେଲେ ମଧ୍ୟ ଜଣା ପଡ଼େନି I ଏଠି କିନ୍ତୁ ପୁରା ଅଲଗା I ଗାଆଁରେ ସ୍କୁଲ ଯିବାକୁ ହେଲେ ନଈଟିଏ ପାର ହେବାକୁ ପଡ଼େ I ଖରା ଦିନରେ, ମାଟି ରାସ୍ତାଟି ଦାଉ ଦାଉ ଜଳେ I ଏତେ ସବୁ ଅସୁବିଧାରେ ବୋଝ ଉପରେ ନଳିତା ବିଡ଼ା  ଭଳି ପୁଣି ଏହି ନୂଆ ବହିଟି ଧରିକି ଆସିବାକୁ କହିଛନ୍ତି ଗୁରୁଜୀ I ଏତେ ସବୁ ବହି ଥାଉ ଥାଉ ଆଉ ଗୋଟିଏ ବହି କଣ ଦରକାର କେଜାଣି ? ବାପା ସହରରୁ ଫେରୁଥିବାରୁ ଗୁରୁଜୀ କହିଥିଲେ ତାଙ୍କୁ ବହିଟିଏ ଆଣିବା ଲାଗି ଗାଁକୁ ଆସିଲା ବେଳେ I 


ବହିଟିକୁ ଖୋଲି ଦେଖିଲା ସୁରଜ I ପୁଣି  ଆଉ ଗୋଟିଏ ଗଣିତ ବହି! କିନ୍ତୁ ଏହା ତ ଆହୁରି କନିଷ୍ଠ ଶ୍ରେଣୀର I ଗତ ବର୍ଷର I ଗୁରୁଜୀ କାହିଁକି ତାକୁ ପୁଣିଥରେ  ବହିଟି ଆଣିବାକୁ କହିଲେ ! ଗୁରୁଜୀ କହିଥିଲେ ସିଏ କୁଆଡେ ବାପାଙ୍କ ସହିତ କଥା ହେଇଛନ୍ତି, ବାପା କାରଣ ଜାଣିଛନ୍ତି  I 

ଯେତେ ବେଳେ ସିଏ ତାହାର ସାଙ୍ଗ ଜିତୁକୁ କହିଲା, ଜିତୁ ଉତ୍ତର ଦେଲା, "ନିଶ୍ଚୟ ସାର କହିଥିବେ ତୋ ବାପାଙ୍କୁ, ତୁ ଦୁର୍ବଳ ବୋଲି ଆଉ ବାପା ଅନୁରୋଧ କରିଥିବେ ତୋତେ ଅଧିକ ଧ୍ୟାନ ଦେବା ଲାଗି I" ଶୁଣିକି ସୁରଜର ମୁଁହ  ଶୁଖିଗଲା  I 

ସୁରଜକୁ ଦେଖିକି ଗୁରୁଜୀ ମୁରୁକି ହସିଲେ I 


"ଚିନ୍ତା କର ନାହିଁ, ଏ ବହିଟି ମୁଁ ନିଜ ପାଇଁ ମଗେଇଛି, ମୋତେ ଲାଗିଲା, ବ୍ୟାହତ ପିଲା ମୋ ପାଠ ବୁଝି ପାରୁନାହାନ୍ତି I ମୁଁ ଏହି ଶ୍ରେଣୀକୁ ପ୍ରଥମ କରି ପଢ଼ାଉଛି, ତେଣୁ ମୁଁ ନିଜେ ତୁମର ପୂର୍ବର ଶ୍ରେଣୀର ପାଠ୍ୟ କ୍ରମ ଦେଖି ନିଜର ପଢା ଶୈଳୀ ପରିବର୍ତ୍ତନ କରିବି," ଗୁରୁଜୀ କହିଲେ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract