STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି

ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି

2 mins
205


ସମୟ ସ୍ରୋତରେ କଛି ମଣିଷ ସବୁବେଳେ ନିଜର ସୁବିଧା ସୁଯୋଗ ପଛରେ ପଡ଼ିଥାନ୍ତି। କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରି ସର୍ବ ଶେଷରେ ନିଜକୁ ଅନେକ କିଛି ଶୁଣିବାକୁ ପଡ଼ିଥାଏ। ଜୀବନ ପ୍ରତି ବିଷାକ୍ତ ଭାବନା ଭାରାକ୍ରାନ୍ତ କରିଦିଏ। କର୍ତ୍ତବ୍ୟକୁ ବିଶ୍ବାସର ସହ କରିବା ସତ୍ତ୍ୱେ ଅନ୍ୟ ମାନେ ପର ମୁହୂର୍ତ୍ତରେ ଅନେକ ଘୃଣା ଚକ୍ଷୁରେ ଦେଖନ୍ତି।ମନ ଓ ହୃଦୟରେ ବହୁତ କ୍ଷତ ସୃଷ୍ଟି ହୁଏ। ଏବେ ସେହି ଭଳି ଏକ କାହାଣୀ ଭିତରକୁ ପ୍ରବେଶ କରିବା।


ଯଦୁନାଥ ଦାସ ବୃତ୍ତିରେ ଶିକ୍ଷକ। ମଣିଷ ଜୀବନରେ ଅନେକ କିଛି ଆଶା ଥାଏ। କେବେ ସେ ଆଶା ପୁରଣ ହୁଏ ତ କେତେବେଳେ ନିରାଶ ହୋଇଯାଏ। ସମସ୍ତଙ୍କ ପାଇଁ ସବୁ କିଛି କରିବା ତାଙ୍କର ଏକ ଅଭ୍ୟାସ। ନିଜର କହିଲେ କେହି ନାହାନ୍ତି। ନିଜ ପରିବାରରେ ସେ ଏକା। ସମସ୍ତଙ୍କ ବିଶ୍ବାସକୁ ପୁର୍ଣ୍ଣ କରିବାକୁ ପ୍ରାଣପଣେ ଚେଷ୍ଟା କରନ୍ତି। ସାନ ଭାଇର ସମସ୍ତ କାର୍ଯ୍ୟ ଯଦୁନାଥ ବାବୁ ବୁଝାବୁଝି କରନ୍ତି। ସାନ ଭାଇ ବାହାରେ ଚାକିରୀ କରନ୍ତି। ଘରକଥା ବୁଝିବା ପାଇଁ ସମୟ ନଥାଏ। ଯାହା କିଛି କାମଥାଏ ବଡ଼ଭାଇଙ୍କୁ କରିବାକୁ ବାଧ୍ୟ କରିଥାଏ। ଯଦୁନାଥ ଦିନ ସାରା ସବୁ କାମ କରନ୍ତି। ସାନଭାଇ ସହରରେ ଏକ ଜମି କିଣି ଘରଟିଏ କରିବାକୁ ମନସ୍ଥ କଲେ। ତାଙ୍କ ପାଖରେ ସମୟ ନଥାଏ ଏ ସବୁ କଥା ବୁଝିବା ପାଇଁ। ଥରେ ସେ ବଡ଼ଭାଇ ଯଦୁନାଥଙ୍କୁ କହିଲେ , ଭାଇ! ମୋ ଘର ତିଆରି କରିବାରେ ସାହାଯ୍ୟ କରିବ। ଯଦୁନାଥ କହିଲେ ହଁ, ମୁଁ ସାହାଯ୍ୟ କରିବି , ସମୟ ଅନୁସାରେ ସାନ ଭାଇଙ୍କର ନୁଆ ଘର ପାଇଁ ସବୁ କାମ ଆରମ୍ଭ କରାଗଲା। ଘର ତିଆରି ପାଇଁ ,ଇଟା, ବାଲି, ସିମେଣ୍ଟ, ଲୁ‌ହାଛଡ ଏବଂ ଆଉ ଆବଶ୍ୟକୀୟ ଜିନିଷ ପତ୍ର କିଣି ନୁଆ ଜାଗାରେ ପହଞ୍ଚାଇବାକୁ ଭାରି କଷ୍ଟକର। ତଥାପି ଦାୟିତ୍ଵ ଯେତେବେଳେ ନେଇଛି ତାକୁ ସମ୍ପୁର୍ଣ୍ଣ କରିବାକୁ ପଡ଼ିବ। କାମ ତ କରି ହୁଏ କିନ୍ତୁ କାମ ପାଇଁ ଯେଉଁ କଥାସବୁ ଶୁଣିବାକୁ ପଡେ, ତାହା ହିଁ ହୃଦୟକୁ ବହୁତ ବାଧାପ୍ରାପ୍ତ କରେ। ମରିପଡି ସବୁ କାମ କରିବା ପରେ ପ୍ରଶଂସା କରିବା ତ ଦୂରର କଥା, ଖାଲି ଅପବାଦ ଶୁଣିବାକୁ ପଡେ। ଇଛା ଥାଇ ବି ଆଉ କିଛି କାହାରିକୁ ସାହାଯ୍ୟ କରିବାକୁ ମନ ଭାଙ୍ଗିଯାଏ। ଯଦୁନାଥ ସାନଭାଇର ଅନେକ କଟୁଯୁକ୍ତ କଥା ଶୁଣି ନିଜକୁ ସମ୍ଭାଳି ପାରିଲେନି। ମନେ ମନେ ନିଜ ଭାଗ୍ୟ କୁ ଦୋଷାରୋପ କରି କାନ୍ଦି ପକେଇଲେ। ସାହାଯ୍ୟ କରିବା ମନର ଏକ ସକରାତ୍ମକ ଚିନ୍ତାଧାରା। ଏସବୁ ଘଟଣା ପରେ ଯଦୁନାଥ ବହୁତ ଦୁଃଖିତ ହେଲେ। ନିଜ ବିଶ୍ବାସର ଲୋକମାନଙ୍କ ନିକଟରେ ଦୁଃଖର କଥାଚିତ୍ର ପ୍ରକାଶ କରନ୍ତି ଓ କହନ୍ତି , ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି। ସାହାଯ୍ୟର ମୁଲ୍ୟ କେହି ବୁଝି ପାରନ୍ତି ନାହିଁ। ନିଷ୍ଠାପର ଭାବରେ କାର୍ଯ୍ୟ କରିବା କ'ଣ ଭୁଲ୍..........? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract