SACHALA GURU

Fantasy

4.0  

SACHALA GURU

Fantasy

ଗଳ୍ପ

ଗଳ୍ପ

2 mins
171



ଆମ ଜୀବନର ପ୍ରତିଟି ମୁହୂର୍ତ୍ତ ହେଉଛି ଗୋଟିଏ ଗୋଟିଏ ଗଳ୍ପ ।

ଏହିବିଶ୍ୱ ବ୍ରହ୍ମାଣ୍ଡରେ ସକଳ ପ୍ରାଣୀ ମାନଙ୍କ ମଧ୍ୟରୁ ମନୁଷ୍ୟ ହେଉଛି ଏକ ଶ୍ରେଷ୍ଠ ପ୍ରାଣୀ l ତାହାର ଜନ୍ମରୁ ମୃତ୍ୟୁ ପଯ୍ୟନ୍ତ ଗୋଟିଏ ଗୋଟିଏ ଗଳ୍ପ ଲାଗି ରହିଛି l 

  ସେହିପରି ଆମଜୀବନର ପ୍ରତିଟି ମୁହୂର୍ତ୍ତ ହେଉଛି ଗୋଟିଏ ଗୋଟିଏ ଗଳ୍ପ l ଯେପରି ଗୋଟିଏ ଦିବସର ପ୍ରଭାତ ସମୟରୁ ଆରମ୍ଭ କରି ରାତ୍ରୀର ଶଯ୍ୟାରେ ଶୟନ ପର୍ଯ୍ୟନ୍ତ ହେଉଛି ଗୋଟିଏ ଗୋଟିଏ ଗଳ୍ପ l ଅର୍ଥାତ ପ୍ରଭାତ ସମୟରେ ଶର୍ଯ୍ୟା ତ୍ୟାଗ କରି ପ୍ରଥମେ ମାଙ୍କୁ ପ୍ରଣାମ କରିଥାଉ l ଶର୍ଯ୍ୟା ତ୍ୟାଗ ପରେ ଆମେ କାହିଁକି ମାଙ୍କୁ ପ୍ରଣାମ କରିଥାଉ? କାରଣ ପ୍ରଭାତ ଆରମ୍ଭରୁ ମାଙ୍କୁ ପ୍ରଣାମ କରିବା ଅର୍ଥ ହେଉଛି ଦିନଟି ଆମପାଇଁ ମଙ୍ଗଳମୟ ହେବ l ତାପରେ ହାତ, ମୁହଁ, ପାଦ ଧୌତ କରି ଠାକୁରଙ୍କୁ ପ୍ରଣାମ କରୁ ଓ ଇଷ୍ଟଭ୍ରୁତ୍ତି କରିଥାଉ ଏବଂ ଶଙ୍ଖ ଧ୍ୱନି ଦେଇ ପ୍ରାଥନା କରିଥାଉ l ଆମେ କାହିଁକି ଇଷ୍ଟ ଭ୍ରୁତ୍ତି ଓ ପ୍ରାଥନା କରିଥାଉ? କାରଣ ଇଷ୍ଟ ଭ୍ରୁତ୍ତି ହେଉଛି ଇଷ୍ଟ ଙ୍କର ଭୋଗ ତୃପ୍ତି ପାଇଁ ଭୋଯ୍ୟାନୁକଳ୍ପ ଅର୍ଘ୍ୟ ନିବେଦନ କରିଥାଉ l ଯାହା ଫଳରେ ସେ ଇଷ୍ଟ ଭ୍ରୁତ୍ତି ପ୍ରଦାନ କରିବା ଦ୍ଵାରା ଆମେ ମଙ୍ଗଳର ଅଧିକାରିଣୀ ହୋଇଥାଉ l ସେଦିନର ଯାହା ସବୁ ବିପଦ ଆପଦ ଥାଏ ତାହାକୁ ଦୁରେଇ ଦେଇଥାଉ l କରିଲେ ଇଷ୍ଟ ଭ୍ରୁତ୍ତି କାଟଇ ମହା ଭିତ୍ତି l ପ୍ରାଥନା ଆମେ କାହିଁକି କରିଥାଉ? ପ୍ରାଥନା କରିବା ଦ୍ଵାରା ଭକ୍ତର ଭାବନା, ଭଲପାଇବା ତାଙ୍କ ସହିତ ଯୋଡି ହୋଇଯାଏ ସେଥିପାଇଁ କହୁ ଭକ୍ତ ଭଗବାନର ଓ ଭଗବାନ ଭକ୍ତ ର ମିଳନ l ଯୋଗ ବ୍ୟାୟାମ? ଯୋଗ ବ୍ୟାୟାମ କରିବା ଦ୍ଵାରା ଶରୀରର ରୋଗ ବ୍ୟାଧି ଦୂରୀକରଣ କରେ ଶରୀର ସୁସ୍ଥ ରଖେ l ତାପରେ ସ୍ନାନ ଶୌଚ ସାରି ଠାକୁର ପୂଜା କରି ଜଳଖିଆ ଖାଇ ରୋଷେଇ ଆରମ୍ଭ କରେ l ରୋଷେଇ କଲା ସମୟରେ ଭଗବାନଙ୍କ ନାମ ନେଇ ରୋଷେଇ କରିଥାଏ l ଏହା ଆମ ଜୀବନ ର ପ୍ରତିଟି ମୁହୂର୍ତ୍ତ ହେଉଛି ଗୋଟେ ଗୋଟେ ଗଳ୍ପ କେବଳ ତାକୁ କଲମରେ ଉତାରି ପାରିଲେ ହେଲା l

                               


Rate this content
Log in

Similar oriya story from Fantasy