ଘର ବାହାରେ କିଏ?
ଘର ବାହାରେ କିଏ?
ବର୍ଷା ଅନ୍ଧକାର ରାତି, ପବନର ବେଗ ବଢ଼ିବାରେ ଲାଗିଥାଏ, ସୁ ସୁ ପବନ ର ଗର୍ଜନ, ବାହାରେ ଟପ୍ ଟପ୍ ଶବ୍ଦ , ଘର ଭିତରେ ମା ଓ ଛୋଟ ପୁଅ (ରାକେଶ) ଦଶ ବର୍ଷର । ମନରେ ଅନେକ ପ୍ରଶ୍ନ, ରାକେଶ ର ବାପା ଭୁବନେଶ୍ବର ରୁ ଫେରିବା କଥା, ଏ ପର୍ଯ୍ୟନ୍ତ କିଛି ଫୋନ ଖବର ନାହିଁ, ଆସିବେ କି ନାହିଁ, ମନ ପ୍ରଶ୍ନ ଭିତରେ ଘାଣ୍ଟି ହେଉଥାଏ । ଫୋନ କଲେ ବି ଫୋନ କିଛି ହେଉନାହିଁ, କ'ଣ କରିବି ଭାବି ରାକେଶ ର ମା ବାରମ୍ବାର ଝରକା ଖୋଲି ଦେଖୁଥାଏ ରାକେଶ ର ବାପା ଆସିଲେ କି? କଳା କିଟିମିଟ ଅନ୍ଧକାର, ଚାରିଆଡ଼େ ନିସ୍ତବ୍ଧ ଓ ଅନ୍ଧକାର, ଏହି ସମୟକୁ ବାହାର ରାସ୍ତାର ବିଜୁଳି ବତୀ ସବୁ ଲିଭି ଯାଇଥାଏ । ରାକେଶ ଏପଟେ ଜିଦ୍ କରୁଥାଏ ବାପା କାହିଁକି ଏପର୍ଯ୍ୟନ୍ତ ଆସିନାହାନ୍ତି? ମା ବାପା କାହିଁକି ଆସିନାହାନ୍ତି? ମୁଁ କ'ଣ ଜାଣିଛି, ତୋ ବାପା ତ ଭୁବନେଶ୍ୱର ରୁ ଆଜି ଫେରିବା କଥା, ସିଏ ତ ଏବେ ସୁଦ୍ଧା ଆସିନାହାନ୍ତି । ବାପାଙ୍କ ମୋବାଇଲ କୁ ଫୋନ କରୁନୁ, ଫୋନ ପରା ଲାଗୁନାହିଁ, ରାତି ପ୍ରାୟ ସାଢେ଼ ନଅଟା, ରାସ୍ତା ଘାଟ ସବୁ ନିଛାଟିଆ ଲାଗୁଥାଏ। ବର୍ଷା ର ରୂପ ବଦଳିବାର ନା ଧରୁ ନଥାଏ। ରମାକାନ୍ତ ବାବୁ ବସରେ ବସି ଆସୁଥିବା ସମୟରେ ଆଖିକୁ ନିଦ ଲାଗି ଯାଇଥାଏ, ଆଖିର ନିଦ ଛାଡ଼ିଲା ବେଳକୁ ବସ ଘର ପାଖାପାଖି ପହଞ୍ଚି ସାରିଥାଏ, ସେତେବେଳକୁ ସମୟ ସାଢ଼େ ଦଶଟା, ବସରୁ ଉହ୍ଲାଇ ଘର ଅଭିମୁଖେ ଚାଲିଲେ। ଘରେ ପହଞ୍ଚି କବାଟ ଠକ୍ ଠକ୍ କଲେ, କାହିଁକି ନା ବିଜୁଳି ଆଲୁଅ ନଥାଏ, କଲିଙ୍ଗ୍ ବେଲ୍ ବାଜୁ ନଥାଏ, ଘର ଭିତରୁ ଆବାଜ ଆସିଲା, ମା ମା ବାହାରେ କିଏ ଡାକୁଛି, ଝରକା ଖୋଲି ରାକେଶ ର ମା ପଚାରିଲେ , ଘର ବାହାରେ କିଏ? ଆରେ ସୁଭଦ୍ରା ମୁଁ ଏବେ ଭୁବନେଶ୍ବରରୁ ଫେରିଲି, ଓଃ ତମେ! ମୁଁ ଭାବିଲି ଆଉ କିଏ? ଏତେ ଅନ୍ଧକାର, କିଛି ଜାଣି ହେଉନି, ହଉ ଏବେ କବାଟ ଖୋଲ! ମୋତେ ଭାରି କ୍ଲାନ୍ତ ଲାଗିଲାଣି, ଭୟଙ୍କର ରାତ୍ରି ଶେଷ ଠିକଣା ମିଳିଗଲା ।
