Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ଏତେ ବ୍ୟସ୍ତ ?

ଏତେ ବ୍ୟସ୍ତ ?

3 mins
153



ପ୍ରାୟ ଅନେକ ସମୟରେ ମନରେ ବ୍ୟସ୍ତତା ଯୋଗୁଁ ମଣିଷଟି ଘର ଭିତରେ ହେଉ କି ବାହାରେ ହଇରାଣ ହେବାକୁ ପଡ଼ିଥାଏ, ଏହି ବ୍ୟସ୍ତତା ଯୋଗୁଁ ଅନେକ କିଛି ଘଟଣା ଘଟିଯାଏ।  

ଅମରେଶ ବାବୁ ଆଉ ତାଙ୍କ ପାଖ ପଡୋଶୀ ପ୍ରତି ଦିନ ସକାଳ ପାଞ୍ଚଟାରୁ ଉଠି ଚାଲିଯାଆନ୍ତି ରାସ୍ତାରେ ପାଞ୍ଚ କିଲୋମିଟର ଦୌଡିବା ପାଇଁ। 

ଦୌଡିବା ପାଇଁ ଘରୁ ତର ତର ହୋଇ ଚାଲି ଯାଆନ୍ତି, ଗଲାବେଳେ ଘଣ୍ଟା ତ, କେତେବେଳେ ମୋବାଇଲ, ନହେଲେ ଟୋପି ନେବାକୁ ଭୁଲି ଯାଆନ୍ତି। ପଡୋଶୀ ସୁରଜ ବାବୁ ବି ବେଳେ ବେଳେ ଜୋତା ପିନ୍ଧି ନଥାନ୍ତି , ଆଉ କେତେବେଳେ ବିନା ସକ୍ସରେ ବି ଜୋତା ପିନ୍ଧି ଜନ ପାଇଁ ଚାଲି ଯାଆନ୍ତି। ଚଲା ବାଟରେ ଦୁହେଁ ଅନେକ ସମୟ ଗପି ଗପି ଚାଲିଥାନ୍ତି। ଥରେ ଦୁହେଁ କଥାବାର୍ତ୍ତା କରିବା ଆଳରେ ଅନେକ ଦୂର ଚାଲି ଯାଇଥିଲେ, ଫେରିବା ବେଳକୁ ଅନେକ ସମୟ ଅତିବାହିତ ହୋଇଯାଇଥାଏ। ଏହି ସମୟରେ ଘରୁ ଧର୍ମପତ୍ନୀ ଫୋନ କଲେ, ହେ ତମେ କେଉଁଠି ଅଛ କି? ଆଜି ଏତେ ଡେରି କାହିଁକି? ଅମରେଶ ବାବୁ ଧର୍ମପତ୍ନୀଙ୍କୁ କହିଲେ ! ଶୁଣ ! ସୂରଜ ବାବୁ ଆଉ ମୁଁ କଥା ହେଉ ହେଉ ଟିକିଏ ଦୂରକୁ ଚାଲି ଚାଲି ପଳାଇ ଆସିଛୁ। ଏବେ ଆମେ ଫେରି ଆସୁଛ, ତମେ ଏତେ ବ୍ୟସ୍ତ ହୁଅନି !! 

ବ୍ୟସ୍ତ ହେବିନି ? ତମେ ଚାଲିବାକୁ ଯାଇ ଏ ପର୍ଯ୍ୟନ୍ତ ଫେରିନା? ଆଉ ପୁଅ ରାଜା କୁଆଡେ଼ ବାଇକ୍ ଧରି ଯାଇଛି ଏ ପର୍ଯ୍ୟନ୍ତ ଫେରିନି? ଆରେ ସେ ଏହି ସମୟରେ କୁଆଡେ଼ ବାଇକ୍ ନେଇ ବାହାରକୁ ଗଲା? ଆଜି କାଲିର ପିଲା ମାନଙ୍କୁ ବୁଝିବା ଆଉ ବୁଝେଇବା ବଡ଼ କଷ୍ଟକର ବେପାର। ହଉ ତମେ ଫୋନ ରଖ ଆମେ ଶୀଘ୍ର ଶୀଘ୍ର ଘରେ ପହଞ୍ଚି ଯିବୁ। ଧର୍ମପତ୍ନୀ ଫୋନ କାଟିଦେଲେ। ଅମରେଶ ବାବୁ ବହୁତ ବ୍ୟସ୍ତ ହେଉଥାନ୍ତି ପୁଅ ରାଜା ପାଇଁ। ବୁଝିଲେ ସୂରଜ ବାବୁ ଆଜି କାଲି ପିଲା ମାନଙ୍କୁ ଯଦି କିଛି ଟାଣ କରି ପଦେ ଅଧେ କହିଦେଲୁ , କଥା ତ ସରିଲା, ହଁ ସେକଥା ପୁରାପୁରି ଭାବରେ ଠିକ୍। ଆଜି କାଲି କିଛି ଲୋକ ଖାଲି ଖାଲି ବ୍ୟସ୍ତ ହୋଇ ପଡନ୍ତି, ଆଉ କିଛି ଲୋକ ଅଛନ୍ତି ବ୍ୟସ୍ତ ହେବାର ଅଭିନୟ ବି କରନ୍ତି, ହଁ ଆପଣ ଠିକ୍ କଥା କହି ଛନ୍ତି। ଫେରିଲା ବାଟରେ ଛକପାଖ ଦିନା ଚା ଦୋକାନୀଙ୍କ ନିକଟରେ ବହୁତ ଭିଡ଼ ଜମିଥାଏ। ଅମରେଶ ଓ ସୂରଜ ବାବୁ ଏ ଭିଡ଼ ଭିତରକୁ ପଶିଗଲେ, କ'ଣ ହୋଇଛି ? ଏତେ ଭିଡ଼ ଜମିଛି କାହିଁକି? ଶୁଣୁ ଶୁଣୁ ଜାଣିବାକୁ ପାଇଲେ ଯେ କିଛି ଅଠର ରୁ କୋଡ଼ିଏ ବର୍ଷ ବୟସର ତିନି ସାଙ୍ଗ ଅତ୍ୟଧିକ ବେଗରେ ବାଇକ୍ ଚଳାଇ ଏ ଛକ ଦେଇ ଯାଉଥିଲେ , ଆଗ ଛକରେ କୁଆଡେ଼ ସେମାନଙ୍କର ଦୁର୍ଘଟଣା ହୋଇଛି। ଏ ଦୁହେଁ ଏକଥା ଶୁଣି ମନେ ମନେ ଭାବୁଥାନ୍ତି ଯେ ସେ ରାଜା ନୁହେଁ ତ ? 

ଏମିତି ଭାବି ଭାବି ଆସି ଘରେ ପହଞ୍ଚି ଗୋଡ଼ରୁ ଜୋତା କାଢୁଥାନ୍ତି , ଧର୍ମପତ୍ନୀ ବାହାରି ଆସି ପଚାରିଲେ, ରାଜା କୁ ଦେଖିଛ ନା ଦେଖିନ ? ଅମରେଶ ବାବୁ କହିଲେ , ନା ମୁଁ ଦେଖିନାହିଁ, ରାଜା ତ ଏପର୍ଯ୍ୟନ୍ତ ଫେରି ନାହିଁ, କୁଆଡେ଼ ଗଲା ସିଏ, ଏତେ ବ୍ୟସ୍ତ ହୋଇ କୁଆଡେ଼ ଚାଲିଗଲା ଯେ , କିଛି ବି ମୋତେ ନ କହି ବାଇକ୍ ଧରି ଚାଲିଗଲା, ହଉ ତମେ ଥୟଧର ମୁଁ ବୁଝୁଛି। ସିଏ ମୋବାଇଲ ସାଙ୍ଗରେ ନେଇଛି କି? ନାଁ ଘରେ ଅଛି? ମୁଁ ଦେଖୁଛି, ଛକ ପାଖ ଦିନା ଚା ଦୋକାନ ରେ ଅମରେଶ ବାବୁ ପଚାରିଲେ, ଆଜ୍ଞା ସକାଳେ ଯେଉଁ ଦୁର୍ଘଟଣା ଘଟିଥିଲା , ସେମାନଙ୍କ ର ବେଶୀ କିଛି ହେଇ ନ ତ? ଦିନା ଦୋକାନୀ କହିଲା , ଆରେ ସେମାନେ ଯେମିତି ଗାଡ଼ି ଚଳାଇ ଯାଉଥିଲେ ଦେଖିବାକୁ ଭୟ ଲାଗିବ। ଭୟଂକର ଶବ୍ଦ ପ୍ରଦୁଷଣ ସହିତ ବେପରୁଆ ଗାଡି ଚାଳନା,ଏତେ ବ୍ୟସ୍ତ ସହ ....? ଆମେ ଯେଉଁ ସମୟରେ ସେମାନଙ୍କ ବାଇକ୍ ଚଲା ଦେଖିଲୁ ତାର ଠିକ୍ ପାଞ୍ଚ ମିନିଟ୍ ପରେ ସେ ଛକରୁ ଫୋନ ଆସିଲା ଯେ ତିନି ଜଣ ପିଲାଙ୍କ ଦୁର୍ଘଟଣା ଘଟିଛି, ମୁଁ ଭାବିଲି ସେହି ପିଲା ମାନେ ହିଁ ହୋଇଥିବେ। ତାଙ୍କ ବାଇକ୍ ଚଲା ଶୈଳୀ ରୁ ଜଣା ପଡୁଥିଲା କି ଏ ମାନେ ସତେ ଯେମିତି ଆକାଶରେ ଉଡି ଉଡି ଗଲା ପରି ଲାଗୁଥିଲା, ସମସ୍ତେ ପ୍ରାୟ ବିକ୍ରମ-ବେତାଳ ବାଇକ୍ ଚଢି ଏ ଛକ ପାଶ କରିଗଲେ। ଶୁଣିଲା ବେଳକୁ ସେମାନେ ହିଁ ଦୁର୍ଘଟଣା ର ଶିକାର ହୋଇଛନ୍ତି, ଏକଥା ଶୁଣି ଅମରେଶ ବାବୁ କିଛି ସମୟ ଅସ୍ତବ୍ୟସ୍ତ ହୋଇଗଲେ। ବୁଝାବୁଝି କରି ଖବର ପାଇଲେ ଯେ ସେମାନଙ୍କୁ ଆମ୍ବୁଲାନ୍ସ ହସ୍ପିଟାଲ ନେଇଯାଇଛି, ଅମରେଶ ବାବୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ଧର୍ମପତ୍ନୀଙ୍କ ସହ ଚାଲିଗଲେ। ମନରେ ଅନେକ ପ୍ରଶ୍ନ, କ'ଣ ହୋଇଥିବା, ହେ ପ୍ରଭୁ ଆପଣ ହିଁ ଭରସା। ରାଜା ର ମା ପୁରା ପୁରି ବିଚଳିତ, ଭଗବାନଙ୍କ କୃପାରୁ ରାଜା ର ବିଶେଷ କିଛି ହୋଇନଥାଏ, ସାମାନ୍ୟ ଗୋଡ଼ ହାତରେ ଯାହା ଆଘାତ ହୋଇଛି। କିନ୍ତୁ ତାଙ୍କ ଭିତରୁ ଜଣେ ସାଙ୍ଗ ବେଶୀ ଆଘାତ ପ୍ରାପ୍ତ ହୋଇଥାଏ, ଡକ୍ଟର କହିଲେ କିଛି ଅସୁବିଧା ନାହିଁ, ସବୁ ଠିକ୍ ହୋଇଯିବ, ବ୍ୟସ୍ତ ହୁଅନି, ଧୈର୍ଯ୍ୟ ଧର, ଭଗବାନ ଙ୍କ ଉପରେ ବିଶ୍ବାସ ରଖ, ଯାହା ହେବ ଭଲ ହେବ। କିଛି ଦିନ ପରେ ......! ରାଜା ତାର ମାକୁ ପଚାରିଲା, ମା ତମେ ବହୁତ୍ ମନ ଦୁଃଖ କରିଛ ନା? ସତରେ ମା ଏମିତି ଭୁଲ ଆଉ କେବେ ହେବନି, ଏତେ ବ୍ୟସ୍ତ ହୋଇ ମୁଁ କେବେ କୁଆଡେ଼ ଯିବିନି। ବାପା କହିଲେ! ଏତେ ବ୍ୟସ୍ତ କ'ଣ ପାଇଁ? ବ୍ୟସ୍ତ ହେବା ଏକ ପ୍ରକାର ନକରାତ୍ମକ ଚିନ୍ତା ଧାରା। ସବୁବେଳେ ସ୍ଥିର ମନରେ ସବୁ କିଛି ଭାବିବା ଅତ୍ୟନ୍ତ ଆବଶ୍ୟକ। କଥା ରେ ଅଛି ନା " ଧିର ପାଣି ପଥର କାଟେ" , ହଁ ବାପା ଆପଣଙ୍କ କଥା ସବୁ ଦିନ ପାଇଁ ମୁଁ ମନେ ରଖିବି......!!





Rate this content
Log in

Similar oriya story from Abstract