Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Suniti Devi

Romance

1.9  

Suniti Devi

Romance

ଏକ ନିଆରା ପ୍ରେମ କାହାଣୀ

ଏକ ନିଆରା ପ୍ରେମ କାହାଣୀ

5 mins
579



ଜଣେ ବିଵାହିତ ପୁରୁଷ ସ୍ତ୍ରୀ ଥାଉଥାଉ ଯଦି ପ୍ରେମ କରିପାରେ ଜଣେ ସ୍ତ୍ରୀଲୋକ ସ୍ଵାମୀ ଥାଇ ମଧ୍ୟ ଅନ୍ୟକୁ ପ୍ରେମ କରିପାରିବ ନାହିଁ କାହିଁକି ଶାଳିନୀ ହଁ !କାହିଁକି ନୁହେଁ,କରିପାରିଵ।ସ୍ଵାମୀ ସହିତ ଦେହର ସମ୍ପର୍କ ଗୋଟିଏ ଲୋଭରେ ସନ୍ତାନର ଉତ୍ପତ୍ତି ପାଇଁ ସରଳା ମନକୁ ସେ ଯେତେଦିନ ଅକ୍ତିଆର କରିଥିବ,ସେ ଭିତରେ ଆଉ କେହି ପଶିପାରିବେନି।ଟିକିଏ ଛିଦ୍ର ହେଲେ ଏକ କଅଁଳ ଚାରାର ଆତ୍ମପ୍ରକାଶ ଘଟେ!ତାହାରି ନାଁ ତ ପ୍ରେମ! ପ୍ରେମ ହେଲା ବୋଲି ସେ କେମିତି ଜାଣିଵ!ଗୋଟେ ଅକାଳ ଭୟ ତ ତାକୁ ଜାବୁଡ଼ି ଧରିଥିଵ।ସତ କଥା,ଗୋଟେ ପଟେ ଲୋକାଚାର,ସଂସାର ଅନ୍ୟ ପଟେ ମନର ଆକର୍ଷଣ!ମନେରଖ ସମସ୍ତ ସନ୍ତର୍ପଣ ସତ୍ତ୍ଵେ ସେ ତୋତେ ମୁଗ୍ଧ କରୁଥିବ ତୋ ଅଜାଣତରେ!ଏକ ସମ୍ଵେଦନଶୀଳ ହୃଦୟଟେ ଲୋଡାପଡେ ତୋ ପାଇଁ!ଇଏ ତୋ ହୃଦୟର ଦ୍ୟୁତି ସରଳା।ଆଖିକୋଣର ବୁଝାଵଣା।ସେଠି ଆଉ କେହି ବି ପଶିପାରିଵେନ।ଯାହା କେଵଳ ମହକିତ କରୁଥିବ ତୋତେ!ହେଲେ ଏତେ କଥା ତୁ ପଚାରୁଛୁ କାହିଁକି!କଣ ଵିନୟକୁ ଛାଡି ଆଉ କୋଉଠି।ହଁ ହେଇପାରେ ସାମୟିକ ,ସେ ତୋତେ ଆନନ୍ଦ ଦେଉଛି ମାନେ,ତୁ ତାକୁ ଭାବୁଛୁ ମାନେ ତୋର ପ୍ରେମ ହେଇଗଲା ଵୋଲି ଭାଵେ।ଶାଳିନୀ ଯଦି ଏମିତି ହେଇଥିବ,ତେଵେ ମୁଁ କଣ ପାପ କରୁଛି।ନା,କଦାପି ନୁହେଁ।ଏଠି ପାପ କାହିଁ।ଲୋକେ ଯାହା ଭାବନ୍ତି ତୁ ସେମିତି ଭାବୁଛୁ କାହିଁକି କହିଲୁ।ତୁ ଜାଣୁ ମନ ହେଲା ଉଜ୍ଜ୍ବଳ ଦର୍ପଣ,ଏଥିରେ କାହାର ଛଵି କେତେବେଳେ ପଡିବ,କିଏ କହିବ।ଶୁଣ ତୁ ବିବାହ କରିବା ପୂର୍ବରୁ କଣ କାହାର ଅନୁରାଗରେ ପଲ୍ଲବିତ ହେଇନଥିଲୁ!କେତେ ଛବି ପଡିଵ,ପୁଣି ଅପସରି ଯିଵ।ନାରୀ ମନ ତଳେ କେତେ ଛପିଲା ପ୍ରେମର ମୁଗ୍ଧ ଅନୁଭଵ ତାକୁ କେଵେ କେତେବେଳେ ବ୍ୟାକୁଳ କରିଥିବ କିଏ କହିବ ସରଳା।ତୁ ଅସୁରକ୍ଷିତ,ତ୍ରସ୍ତ ହେବା ଦରକାର ନାହିଁ।ଵରଂ ଯେତେଦିନ ପର୍ଯ୍ୟନ୍ତ ସେହି ମୁଗ୍ଧ ଅନୁଭଵଟି ତୋ ଭିତରେ ଅନୁରଣିତ ହେଉଥିବ, ସେତେଦିନ ପର୍ଯ୍ୟନ୍ତ ତୁ ନିଃସଙ୍ଗ ଅନୁଭଵ କରିବୁନି।ଶାଳିନୀ,ମୁଁ କାହିଁକି ଦେଖିବାକୁ ତାଙ୍କୁ ଆଜିକାଲି ବ୍ୟଗ୍ର ହୁଏ ଜାଣିନି।ସଵୁ ଆକସ୍ମିକ।ଏମିତି ଦିନେ ବସ୍ ପାଇଁ ଅପେକ୍ଷା କରିଛି ଅଫିସ୍ ରୁ ଫେରି ଘରକୁ ଆସିବି ବୋଲି,ମୁହଁ ସଞରେ ଗୋଟେ ସ୍କୁଟର ମୋ ପାଖର ରହିଗଲା।ଆରୋହୀ ଜଣକ ହଠାତ୍ କହିଲେ ଆପଣ ଯିବାକୁ ଚାହୁଁଛନ୍ତି ଯଦି ମୋ ସହିତ ଆସି ପାରନ୍ତି।ଆଜି ବସ୍ ଷ୍ଟ୍ରାଇକ୍।ପ୍ରାଇଭେଟ୍ ବସ୍ ଆସିବନି।ମୁଁ କଟକ ଟାଉନ୍ ଯିବି।ଆସିଵେ!ସେ ହେଲମେଟ୍ ପିନ୍ଧି ଥିବାରୁ ତାଙ୍କ ମୁହଁ ମୁଁ ପରିଷ୍କାର ଦେଖି ପାରୁନଥିଲି।କିନ୍ତୁ ଅନୁଭଵ କଲି,ସେ ଜଣେ ଯୁବକ,ଭଦ୍ର ହେଇଥିବେ।ମୁଁ କେଜାଣି କାହିଁକି ତାଙ୍କ ପଛରେ ବସିଗଲି।ତାଙ୍କଠୁ ଛାଡି,ଗାଡ଼ି ଚାଲିଲା।କହିଲେ ମୋତେ ଧରି ବସିପାରନ୍ତି,ଯଦି କିଛି ନଭାବିବେ।କାରଣ ହାତ ଛାଡି ବସିଲେ, ଚଳନ୍ତା ଗାଡିରୁ ପଡିବାର ଭୟ ଅଛି।ସେ ମୋତେ ଟାଉନ୍ ରେ ଛାଡି ଅଦୃଶ୍ୟ ହେଇଗଲେ ଚାହୁଁଚାହୁଁ।ଥାଙ୍କ ୟୁ କହିବାକୁ ଅଵସର ବି ଦେଲେନି।ତା ପରଦିନ ମୁଁ ଛକରେ ଠିଆହେଇଛି ବସ୍ କୁ ଅପେକ୍ଷା କରି,ସେ ସ୍କୁଟର ରଖିଲେ ମୋ ପାଖରେ,କହିଲେ ଅଫିସ୍ ଯିବେ ପରା ଆସନ୍ତୁ!ମୁ ତାଙ୍କ ପଛରେ ଵସିଗଲି ବିନା ଦ୍ଵିଧାରେ,ଚିନ୍ତା ନକରି ସେ କିଏ,କେଉଁଠୁ ଆସୁଛନ୍ତି,ଉଦ୍ଦେଶ୍ୟ କଣ,ମୋତେ କାହିଁକି ଲିଫ୍ଟ ଦେଉଛନ୍ତି ଇତ୍ୟାଦି।ଵାସ୍ ଆମେ ଦୁହେଁ ଚାଲିଲୁ।ସେ ପୁଣି କହିଲେ,ମୋତେ ଧରି ବସନ୍ତୁନା! ନହେଲେ ମୋ କାନ୍ଧରେ ହାତ ଥୁଅନ୍ତୁ।କିଛି ଭାବନ୍ତୁନି।ମୁଁ ଆପଣଙ୍କୁ ଅନେକ ଆଗରୁ ଜାଣିଛି।ମୋତେ ଜାଣିଛନ୍ତି!ଚମକି ପଡିଲି ମୁଁ।ପଚାରିଲି କେମିତି?ସେ କହିଲେ,ଆପଣଙ୍କ ବାପାଙ୍କ ବନ୍ଧୁଙ୍କ ଵଡ଼ଝିଅର ଝିଅକୁ ମୁଁ ବାହା ହେଇଛି।ପୁଣି ମୁଁ ଭାଵିଲି,ବାପାଙ୍କର ତ ଅନେକ ବନ୍ଧୁ ଅଛନ୍ତି,କେଉଁ ବନ୍ଧୁଙ୍କ ଝିଅର ବଡ଼ଝିଅର ସ୍ଵାମୀ!ମୋଠୁ ଯଥେଷ୍ଟ ସାନ ହେଇଥିଵେ।ସେ ଗାଡ଼ି ଚଳଉ ଚଳଉ କହିଲେ,ମନେପକାଇ ପାରୁଛନ୍ତି!ମୁଁ ମୁଣ୍ଡ ନାଡି ମନା କଲି।ସେ କହିଲେ,ଆପଣଙ୍କ ବାପା ଯାହାକୁ ମଇତ୍ର ଡାକନ୍ତି।ଜାଣିଲି,ମୁରାରୀ ମଉସାଙ୍କ ବଡ଼ ଝିଅ ଆଳପନା ଅପାଙ୍କ ବଡ଼ ଝିଅ ଶିଲୁର ସ୍ଵାମୀ।ହଁ।ଆରେ କଥାଲହସରେ ଆପଣ ଯଦି ହାତ ଛାଡିଦେବେ ,ମୁଁ ଥାନାରେ,ଆଉ ଆପଣ ମେଡିକାଲ୍ ରେ।ମୁଁ ହସି ଅତି ସନ୍ତର୍ପଣରେ ତାଙ୍କ କାନ୍ଧରେ ହାତ ରଖିଲି।କିଶୋରୀ ଝିଅଟିଏ ପ୍ରେମିକର ପ୍ରଥମ ଛୁଆଁରେ ଶିହରୀତ ହେଲା ଭଳି ମୋ ଦେହରେ ଶିହରଣ ଖେଳିଗଲା।ତାଙ୍କ ଓଭରକୋଟ ଦେଇ ମୋ ଛୁଆଁ ତାଙ୍କ ଦେହକୁ ବୋଧେ ପ୍ରସରି ଗଲା।ସେ ମୋ ହାତରେ ସ୍ପର୍ଶ ଦେଲେ।ଗାଡି ଗଡିଲା ଆମ ଅଫିସ୍ ର ଗେଟ୍ ଯାଏଁ।ଗାଡି ରଖି ହେଲମେଟ୍ ଉତ୍ତାରିଲେ।ଏକଦମ୍ ଗୋରା ଦେଖିବାକୁ।ଆଖିରେ ତାଙ୍କର ଏକ ଅନନ୍ୟ ଔଜଲ୍ୟ!ଆଖି କୋଣରେ ଅନ୍ତରଙ୍ଗ ବୁଝାଵଣା!ନିର୍ମଳ,ମଧୁର, ଶାନ୍ତ!ମୁଁ ପୁରାପୁରି ଭିଜିଗଲି,ମଜ୍ଜି ଗଲି।ଇଏ ହିଁ ଆଲୋକିତ କରେ ଅନ୍ତରକୁ।ଜଣାଦିଏ ପରସ୍ପର ପ୍ରତି ପରସ୍ପରର ଅନୁରକ୍ତି।ସେ ହସିଲେ,କହିଲେ,ଅଫିସ୍ ଵେଳ ହେଇଯାଉଛି।ଆଉ ଦିନେ ଆପଣଙ୍କ ରୁମ୍ ଦେଖି ଆସିବି।ସେଦିନ ଅଫିସରେ ଦିନ ସାରା ମୁଁ ଅନ୍ୟମନସ୍କ।କାମ କରିପାରିଲିନି।କେତେଵେଳେ ସନ୍ଧ୍ୟା ହେବ,ମୁଁ ଛକରେ ତାଙ୍କୁ ଅପେକ୍ଷା କରିବି।ମନ ଅରଣ୍ୟ ଏତେ ଘଞ୍ଚ ଯେ ସେଠି ଛବିଟିଏ ପଡିଲେ,କେହି ଜାଣନ୍ତିନି।ନାରୀ ହେଉ ବା ହେଉ ପୁରୁଷ!କେଵଳ ସେଠି କେବଳ ଭଲପାଇବାର ଘଞ୍ଚ ଛାଇ ,ଏକ ଆତ୍ମୀୟ ଶ୍ଵାସ ଅତି ସୁଗନ୍ଧମୟ।ଆମେ ଏମିତି ଆସୁ ଆଉ ଯାଉ।ଦିନେଦିନେ ମୋର ରାତି ହେଲେ,ସେ ମୋତେ ଅପେକ୍ଷା କରନ୍ତି,ଆଉ ମୁଁ ବି ତାଙ୍କୁ।ଏଵେ ବିନା ଆୟାସରେ ମୁଁ ତାଙ୍କୁ ତାଙ୍କ ମଟର ସାଇକେଲ୍ ରେ ବସି ଆସିଲାଵେଳେ କୁଣ୍ଢାଇ ଧରେ।ସେ ମୋ ହାତ ଉପରେ ଚାପ ଦିଅନ୍ତି।ସ୍ଵଇଚ୍ଛାରେ ମୁଁ ବିବଶ ହୁଏ।ମୋ ଅଫିସ୍ କୁ ସେ ଆସନ୍ତି,ନିର୍ଵିଘ୍ନରେ।ମୋ ଆଗ ଚେୟାରରେ ବସି ଚାହିଁ ରହନ୍ତି ଚକ୍ରବାକ ପକ୍ଷୀ ପରି।ବେଶି ହେଲେ ମୋ ହାତ ଧରିପକାନ୍ତି ରୁମ୍ ରେ କେହି ନଥିଲା ବେଳେ!ଅଧରରେ ମୁଁ ଦେଖେ ତୃଷ୍ଣା।ଵ୍ୟଥିତ ହୁଏ।ଇଚ୍ଛା ହୁଏ ତାଙ୍କୁ ଭିଡ଼ି ଧରି ତାଙ୍କ ଓଠରୁ ସକଳ ତୃଷ୍ଣା ଦୂର କରନ୍ତି।ହେଲେ ଆମ ମଝିରେ ଥିଲା ଏକ ଲକ୍ଷ୍ମଣ ଗାର।ସେଇଟା ଵୋଧହୁଏ,ଦୁହିଁଙ୍କ ସୀମା ନିର୍ଦ୍ଧାରିତ କଲା।ଶୀତ ଆସିଲା।ମୁଁ ତାଙ୍କ ସାଥିରେ ମଟର ସାଇକେଲ୍ ରେ ଵସି ଅଫିସ୍ ରୁ ସନ୍ଧ୍ୟାରେ ଫେରିଲା ବେଳେ ଥରିଯାଏ।ସେ ତାଙ୍କର ଓଭରକୋଟ ଖୋଲି ହାତ ପୁରାଇବାକୁ କୁହନ୍ତି।ମୁଁ ତାଙ୍କୁ ଜାବୁଡି ଧରେ।ସେ କହନ୍ତି ଭଲଲାଗୁଛି!ମୁଁ ଲାଜରେ ହୁଁ କରେ।କେବଳ ଥରେ ସେ ମୋ ହାତକୁ ଭିଡିନେଇ ଓଠରେ ଲଗାଇ 

ହାଲ୍କା ଚୁମ୍ଵନ ଦେଇଥିଲେ।ସେ ବୋଧେ ତାଙ୍କ ତୃଷିତ ପ୍ରାଣକୁ ଏମିତି ଶୀତଳ କରିବାକୁ ଚାହୁଁଥିଲେ।ମୋ ଭିତରେ ଯେମିତି ପରମାଣୁ ବୋମାର ବିଷ୍ଫୋରଣ ଘଟିଥିଲା।ଆମେ ଜାଣିନଥିଲୁ ଏ ଯାତ୍ରା ମାତ୍ର ତିରିଶ ମିନିଟର।ସେ କହିଲେ ରାସ୍ତାଟା ଏତେ ଶିଘ୍ର ସରିଯାଉଛି,ଟିକେ ଲମ୍ବା ହେଲେ ଚଳନ୍ତାନି।ମୁଁ ଠିକ୍ ସେମିତି ଭାବେ କହିପାରେନି।ଦିନେ ଦିନେ ସେ ଗୋଟେ ନୀଳ ପତର ରଙ୍ଗର ମାରୁତି ନେଇ ଆସନ୍ତି।ମୋତେ ଆଗରେ ତାଙ୍କ ନିକଟରେ ବସାଇ ଗାଡି ଡ଼୍ରାଇଭିଂ କଲାବେଳେ ପଚାରନ୍ତି,ଆପଣଙ୍କୁ କୋଉଥିରେ ବେଶି ବସିବାକୁ ଭଲଲାଗେ !ମଟର ସାଇକେଲ୍ ରେ ନା ଗାଡ଼ିରେ।ଇଚ୍ଛାହୁଏ କହିବାକୁ ମଟରସାଇକେଲ୍ ରେ ବସିଲେ,କିନ୍ତୁ କହିପାରେନା।ସେ କହନ୍ତି ମୋତେ କିନ୍ତୁ ମଟରସାଇକେଲ୍ ଭଲଲାଗେ।ମୁଁ ପଚାରେ କାହିଁକି!ମୋ ଆଖିରେ ଆଖି ମିଶାଇ ଵଞ୍ଚେଇ କହନ୍ତି ଖୋଲା ପଵନ ଯୋଗୁ।ଲାଗେ ଯେମିତି ତାଙ୍କ ପ୍ରତି ଆସକ୍ତି ମୋର ଜନ୍ମଜନ୍ମର।ଆସ୍ତେଆସ୍ତେ ମୋତେ ରାସ୍ତା ଖୁଵ୍ ଭଲଲାଗିଲା।ବରଗଛ ଛାଇରେ ଠିଆହେଇ ଘଡିଏ ତାଙ୍କୁ ପ୍ରତୀକ୍ଷା କରିଲା ବେଳେ ମନକୁମନକୁ କହିପକାଏ,ଆଉ କେତେ କଷ୍ଟ ଦଵ ମୋତେ!ପ୍ରତିଟି ମୁହୂର୍ତ୍ତ ଯେ ମୋର ଦୀର୍ଘ ମରଣ!ଯିବ ଯଦି ଯାଅ ମୋଠୁ ହେଲେ ଫେରିବାର କଥା ଦେଇ ଯାଅ!ସେ କିନ୍ତୁ କେଵେ ଭୁଲନ୍ତିନି।ଠିକ୍ ସମୟରେ ମୋ ପାଖରେ ମଟର ସାଇକେଲ୍ ରେ ବ୍ରେକ୍ ଦିଅନ୍ତି।ମୁଁ ଆସ୍ତେଆସ୍ତେ ଏମିତି ମୋହଗ୍ରସ୍ତ ହେଇପଡିଲି ଯେ ଦିନେଦିନେ ରବିବାର ଦିନ ତରତର ହେଇ ବାହାରି ଆସିଲା ବେଳେ ଘରୁ ସ୍ବାମୀ କହନ୍ତି ଆଜି ରଵିବାର!କୁଆଡେ ଯାଉଛ।ଵାଧ୍ୟ ହେଇ ମିଛ କହେ।ମିଟିଙ୍ଗ ଅଛି ,ଶିଘ୍ର ଫେରିଆସିବି।ଵାହାରିଆସେ ଘରୁ,ମୋର ନିର୍ଦ୍ଦିଷ୍ଟ ଜାଗା ବରଗଛ ତଳେ ଠିଆହୁଏ ଘଣ୍ଟେ, ଦୁଇଘଣ୍ଟା, ତିନି ଘଣ୍ଟା, ତାଙ୍କ କଥା ଭାବିଭାବି ସମୟ ଗଡିଯାଏ ।ତାପରେ ଫେରେ ଘରକୁ।ଅଥଚ କେଵେ ଫୋନ୍ କରି ତାଙ୍କୁ କହିନିକି ଅଧିକା ଶ୍ରଦ୍ଧା ତାଙ୍କଠୁ ଦାବି କରିନି।ତାଙ୍କୁ ମନେମନେ ଖୋଜେ,କିନ୍ତୁ କେଵେ ଅଭିମାନ କରିନି।ଗୋଟେ ଅନିଶ୍ଚିତତାର ଅଭିସାର!ରକ୍ତରେ ରକ୍ତିମ ପଳାଶ ଫୁଟେ।ଅନ୍ତର ତାଙ୍କୁ ନଦେଖିଲେ ଶୂନ୍ୟତାରେ ଭରି ଯାଏ।ଲୁହ ହେଇ ଆଖିବାଟେ ଵାହାରି ଆସେ।ଚାହେଁ ପ୍ରତୀକ୍ଷାର ଅନ୍ତ ଘଟୁ।କିନ୍ତୁ ସେ ଆସି ପାଖରେ ଠିଆ ହେଇଗଲେ ମୁଁ ସମ୍ଭ୍ରାନ୍ତ ହେଇଯାଏ,ହେଇଯାଏ ନିର୍ଵାକ।ସେ ଜାଣିପାରନ୍ତିକି କଣ,କୁହନ୍ତି,ଆଜି ଆପଣଙ୍କୁ କଷ୍ଟ ଦେଲି,ଟିକେ ଡେରି ହେଇଗଲା ଆସୁଆସୁ।ତାଙ୍କ ଭିତରେ ମୁଁ ହଜିଯିବାର ଆବେଗ ସୃଷ୍ଟି ହୁଏ।ତାଙ୍କ ଅଧିରତାକୁ ମୁଁ ଅନୁଭଵ କରେ।ଅଥଚ ଲାଗେ ଯେମିତି ଦୁଇ ଜଣଙ୍କ ଗୋଡ଼ରେ ବେଡି ପଡିଛି ଅତଏବ ମୁଁ ପ୍ରେମରେ ନଦୀ ହେଇପାରିବିନି କି ସେ ହେଇପାରିବେନି ନିବିଡ଼ ଅନ୍ଧାର ଦୁହିଁଙ୍କ ଭିତରେ ମୂକ ଏକ କୋଳାହଳ।ସେ ମୋର ନିଶବ୍ଦ ମୁହୂର୍ତ୍ତରେ ଉଭା ହୁଅନ୍ତି ପାଖରେ।ମୁଁ ଟିକେ ଆହୁରି ଜୀଇଁଯାଏ ତାଙ୍କ ପରଶରେ।କେଵେ କହିପାରେ ନାହିଁ ତାଙ୍କୁ ମୁଁ ତମର ପ୍ରେମିକା ବୋଲି।ତାଙ୍କୁ ହିଁ ଭଲପାଏ,ଖୋଜେ ଅହରହ,ଭାବେ ସପ୍ତାହରେ ରବିବାର ନଥାନ୍ତା କି।କିନ୍ତୁ ଯେମିତି ତାଙ୍କୁ ପାଇଥିଲି,ସେମିତି ରାସ୍ତା ଧାରରେ ଦିନେ ହଜାଇ ଦେଲି।ହଠାତ୍ ସେ ଆଉ ଆସିଲେନି।ଛାତି ଭିତରେ ଦାଉଦାଉ ହେଇ ଜଳିଲା ଦୁଃଖ।ଆଉ ସେ ଆସିଲେନି ସେ ଦୁଃଖ ଲିଭାଇବାକୁ । ଦିନେଦିନେ ରାତି ନଟାରେ ଶେଷ ବସ୍ ଧରି ଘରକୁ ଫେରେ ପଥଧାରେ ତାଙ୍କୁ ଚାହିଁଚାହିଁ। ଶେଷରେ ମୋତେ ପୁଣି ଥରେ ସ୍ଵାମୀ ମନସ୍କ ହେବାକୁ ପଡିଲା।ମୋ ସଞ୍ଚିତ ପୁଣ୍ୟରେ ସେ ବୋଧହୁଏ ପାପର ପରଶ ଥିଲେ।ଗୋଟେ ନିଶାର ପରିସମାପ୍ତି ଅଚାନକ ଘଟିଲା ଶାଳିନୀ!ସେଇ ମୋହାଚ୍ଛନ୍ନ,ଆକର୍ଷଣୀୟ ମୁହୂର୍ତ୍ତକୁ କେଜାଣି କାହିଁକି ଭୁଲିପାରୁନି ମୁଁ।ଏ ସଂପର୍କ ଏକ କାହାଣୀରେ ରହିଗଲା।ଯେଉଁଠି ତାଙ୍କୁ ପାଇଥିଲି,ଠିକ୍ ସେଇଠି ମୁଁ ହରାଇଲି ତାଙ୍କୁ।ଏଵେ ବି ସେଇ ନୀଳରଙ୍ଗର ମାରୁତି କାର୍ ଟା ରାସ୍ତାରେ ମୋତେ କାଟି ଗଲା ବେଳେ ଏଵେ ବି ଭାବେ ସେ ରହିଯିବେ,ଗାଡିରୁ ଓହ୍ଲାଇ ମୋ ହାତ ଧରି ପୁଣି ଥରେ କାର୍ ର ଡୋର୍ ଖୋଲିଦେବେ।ଖାଲି ଗୋପନରେ ମନେପକାଇବା ଵ୍ୟତିରେକେ ଆଉ ବା କଣ ଅଛି!ଏମିତି ପୁଣି ଅଚାନକ ବିଦାୟ!ଶାଳିନୀ !ଶାଳିନୀ ସରଳାର ହାତ ଧରିଲା,ଏମିତି ପ୍ରେମ ଅଚାନକ ହୁଏ ସିନା,ତାର ଶେଷ କୋଉଠି,କେଵେ କୋଉ ମୁହୂର୍ତ୍ତରେ କେହି କହିପାରିଵେନିଲୋ।ଏ ଭୁଲ୍ ତୋର ନୁହେଁ।ତୁ ତ ଦେହ ଲୋଭରେ ପ୍ରମ କରିନଥିଲୁ।ତୋ ପ୍ରେମ ଶାଶ୍ବତ!ପ୍ରତୀକ୍ଷାର ପାଲଟା ଶାଢ଼ୀ ପିନ୍ଧି ଅପେକ୍ଷା କରିଥିଲୁ।ଆକସ୍ମିକ ଭାବରେ ତୁ ହରାଇଲୁ ତାଙ୍କୁ।ଆବେଗର ମଧୁରତମ ଶବ୍ଦର ନାଁ ପ୍ରେମ।ସେଠି ପାପ କାଇଁ!ଅନୈତିକ ଭାବ କାହିଁ। ଵରଂ ଏଥର ତୁ ତାଙ୍କୁ ତୋ ସ୍ବାମୀ ଭିତରେ ଦେଖିଵାକୁ ଚେଷ୍ଟା କର।ମନେରଖ ପ୍ରେମ ଏକ ନିଃସର୍ତ୍ତ ସଂପର୍କ।ଯେଉଁଠି ଗତାନୁଗତିକ ଦେହର ନିବିଡ଼ତା ନଥାଏ।ଯା ଲୁହ ପୋଛ ଆଖିରୁ।ମୁଁ ତୋତେ କେଵେ ତାଙ୍କୁ ଭୁଲିଯିବାକୁ କହିବିନି।ତୁ ତାଙ୍କୁ ଯେତେଦିନ ମନେରଖିବୁ ସେତେଦିନ ପଲ୍ଲଵିତ ହେଉଥିବୁ।ସେଇହେବ ତୋ ଗୋପନ ଐଶ୍ବର୍ଯ୍ୟ।ସୁନୀତି


Rate this content
Log in

More oriya story from Suniti Devi

Similar oriya story from Romance