STORYMIRROR

Suniti Devi

Abstract Tragedy Others

2  

Suniti Devi

Abstract Tragedy Others

ମାଟିଦୀପ(୨)

ମାଟିଦୀପ(୨)

2 mins
3.1K


ଝୁଲୁଛି ଛାତ ଉପରୁ ମାଳମାଳ ଆଲୁଅ।ଵାଣ ଶଵଦରେ କାନ ତାଵଦା। ଵୁଢୀ ଘର ଭିତରକୁ କଣେଇ ଡୁଙ୍ଗି ଦେଇ ମାଟିଦୀପରେ ସୋରିଷ ମାଲପା ଭରିଦେଲା। ଏଣିକି ତେଣିକି ଚାହିଁ ତା ଘର ଭିତରେ ଗୋଟିଏ କଣରେ କୁଲା ଘୋଡାଇ ମାଲପା ଦୀପଟିକୁ ଲୁଚାଇ ଧାଇଁଲା ଝିପିରି ଝିପିରି ବରଷାରେ ଘନିଆ ଦୋକାନକୁ। ଏଥର ଗିରସ୍ତକୁ ବୁଝାଇ ଦଵ ଏଣ୍ଡୁରୀ କପାଳରେ ନହେଲା ନାଇଁ ଘନିଆ ଦୋକାନର ଲଡୁପାଇ ବଡ଼ବଡିଆଙ୍କ ସହ ସନ୍ତୋଷରେ ରୁହ। ଘନିଆ ତା ଘରର ଫାଳେରେ ଦୋକାନ ଖଣ୍ଡେ ଉଠାଇଛି।ତାଟି ପଡିଛି ସିନା ଦୀପଟେ ଘର ଭିତରେ ଘନିଆ ଜାଳିଲା ପରି ଲାଗୁଛି।ହଁ ମାଇପ,ପିଲା ସାଥିରେ ସୁଖରେ ବଡ଼ବଡିଆ ଡାକୁଥିବ ପରା!ବୁଢୀ ତାଟି ବାଡେଇ ଡାକଦେଲା,ଆରେ ଘନିଆ କଵାଟ ଖୋଲରେ କାଉଁରିଆ ଦିଖଣ୍ଡ ,ଲଡୁ ଦିଟଙ୍କାର ଦେ।ତୋ ଜେଜେ ପାଇବରେ।ଘନିଆ ଵୁଢୀ ଡାକରେ କବାଟ ମେଲା କଲା।ଗାଁ ସାରାର ସେ ଜେଜୀ। ଘନିଆ ଆଁ କରି ଅନେଇ ରହିଲା ତାକୁ ଆଗ ଘଡିଏ।କହିଲା ଆଲୋ ଜେଜୀ,ଏ ଝଡ଼ ବରଷାରେ ଧାଇଁଛୁ।ସଂସାର କରିଥିଲୁ କଣ ଏଇଥିପାଇଁ!ପୋଡିଯାଉ ତୋ ପୁଅବୋହୂ ନାତିନାତୁଣୀଙ୍କ ବୁଦ୍ଧି!ଏତେଵଡ଼ ଦୀପାବଳୀରେ ଘରେ ଆଲୁଅମାଳ ଝୁଲାଇ ଛଡି ଦେଖଉଛନ୍ତି,ତୋତେ ମାଲପା ଟିକେ ,କାଉଁରିଆ କାଠି ଦିଖଣ୍ଡ ଆଣି ଦେଇ ପାରିଲେନି। ଆଲୋ ଜେଜୀ ମାଲପା ରଖିଛୁ ଟି। ଦୀପ ଅଛି ଟି!ହଁରେ ପୁଅ ପେଟରାରେ ତୋ ଜେଜ ଆଣିବା ଦୀପଟି ଆଜିଯାଏଁ ସାଇତିଛି।ନ ଆଣନ୍ତୁରେ!ତୋ ଜେଜ ସୋରିଷ ମାଲପାରେ ଦୀପ ଜାଳିଲେ ବି ପାଇବରେ ।ଦେ ଦେ ଦବୁଟି।ଲୋ ଜେଜୀ ତୋ ପଇସା ରଖ ଅଣ୍ଟାରେ।ନେ ସଵୁ।ଝଅଟ ଯିବୁଟି।ଜେଜ ଅନେଇଥିବ ଆକାଶରୁ।ଘନିଆ ଏତକ କହି ଜେଜୀ ହାତକୁ ସଵୁ ଵଢାଇ ଦେଲା।ପ୍ରାଣ ତାର କାନ୍ଦି ଉଠିଲା ସେଇ ଅଶୀ ବରଷର ବୁଢୀଟା ପାଇଁ।ଭାବିଲା ଆହା କେଡେ ସୋହାଗରେ ବୁଢୀ ଜୀଉଁ ଥିଲା ସିନ୍ଦୂର ନାଇ ଦିନେ।ବୁଢୀ ହେଇ ଗିରସ୍ତ ବିନା ଜୀବନ କାଟିବା ଠିକ୍ ନିଦାଘ ପରି। ମଣିଷ ସତରେ କେଡେ କୃତଘ୍ନ।ମାଆ ହାଡ଼ରୁ ତିଆରି ହେଇ ମାଆକୁ ବେଖାତିର। ତାଟି କଵାଟଟା କିଳି ଦେଇ ଘନିଆ ତା ମାଆକୁ ଧାଇଁ ଯାଇ କେତେ ଚୁମା ଦେଇ ପକାଇଲା।

ବୁଢ଼ୀ ସଵୁ ଚିଜ ଧରି ଲସରପସର ହେଇ ବାଡି କବାଟ ଦେଇ ଘରେ ପଶିଲା।ଦୀପ ଜାଳିଲା ବାଡିପଟ ଚଉରାମୂଳେ।ନଡୁ ଦିଟା ପାଣି ଛଡାଇ ଦେଇ ଲୁହ ସିଂଘାଣୀ ଆଣ୍ଠିଏ ହେଇ କାଉଁରିଆ ଜଳାଇ ଆକାଶକୁ ଦେଖାଇ କହିଲା,ହେ ବଡ଼ବଡିଆ ତେମେ ଆଉ ରାଗିବନି।ଲଡୁରେ ଏସନ କାମ ଚଳାଇ ଦିଅ ହେ ବଡ଼ବଡିଆମାନେ।ସାନପିଲାମାନେ ମୋର ଜାଣନ୍ତିନି କିଛି,ସେମାନଙ୍କୁ କ୍ଷମା କରିଦଵ ହେ ଠାକୁରେ। ହେଇଟି ଶ୍ୟାମ ଵାପା ଏଥର ଲଡୁ ଅରପିଲି ତମକୁ।ଚୁନା ନାଇଁ କି ନଡିଆ ନାଇଁ ଘରେ।ଅଥାର ଶିଝି ପାରିଲାନି ଗୋ। ଆରସନକୁ ମୁଁ ତମପାଖକୁ ପଳାଇଥିଲେ ଏଇ ମାଟିଦୀପ ଉଠିଵ ମୋ ମଲାଶେଯରୁ।ଶୁଣୁଛଟି।ଵୁଢୀ ଏମିତି କହି ମୁଣ୍ଡିଆ ମାରିଛି, ଦାଣ୍ଡପଟେ ତା ସାନପୁଅ ଛାଡିଥିବା ଚେଙ୍ଗାବାଣଟି ବାଡିପଟେ ଆସି ବୁଢ଼ୀ ଛାତି ଭେଦ କଲା।ଶୁଖିଲା ବରଡା ପତ୍ରର ଦେହଟା ଚାହୁଁଚାହୁଁ ନିମିଷକେ ଜଳି ଅଙ୍ଗାର ହେଇଗଲା।ହେଲେ ଚଉରାମୂଳେ ଜଳୁଥିଲା

ସେଇ ସୋରିଷ ମାଲପାର ମହାଦୀପଟିକୁ ଲିଭାଇ ପାରୁ ନଥିଲା ଝଡିବରଷା। ଆଶା ଆଉ ବିଶ୍ଵାସର ଧାସରେ ଶୁଦ୍ଧ ହେଇଯାଇ ଘନ ଅନ୍ଧାରରେ ସେଇ ଦେହଟି ମୋକ୍ଷ ଲାଭ କରିଥିଲା ସତେ ଯେମିତି।

ସୁନୀତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract