STORYMIRROR

Suniti Devi

Fantasy

3  

Suniti Devi

Fantasy

ହଂସ

ହଂସ

6 mins
15.2K


ହଂସ

        ।।୧ ।।

ସାରା ଜୀବନରେ ଯେତିକି କଳଙ୍କ

ଵହିଛି ଏ ଦେହ ଗୋପନରେ,

ଜୀଵନ ଯେଉଁଠି ସରିସରି ଆସେ

ସଵୁ ଦୁଃଖ ଗୁନ୍ଥେ ନୀରଵରେ।

       ।।୨।।

ମନ ହୁଏ ଏବେ ଅଜାଡି ଦେବାକୁ

 ମୁକୁଳାଇ ହୃଦ ଅନ୍ଧାରରେ,

ଯିଏ ବି ଶୁଣିବ ଯାତନା ମୋହର

ହସି ଉଡାଇବ ଅଦୃଶ୍ୟରେ।

       ।।୩।।

କେତେ ହାହାକାର କେତେ ଅପମାନ

କେତେ ଆଞ୍ଜୁଳା ମୋର ଲୁହ,

କେତେ ଦଂଶନ କେତେ ଯେ ଜ୍ଵଳନ

କେତେ ମୁଁ ଚାପିଛି ସତେ କୋହ।

        ।।୪।।

ସେ ସଵୁକୁ ଏଵେ ଜୀର୍ଣ ବୁକୁରୁ

ଉଖାରିବି ଆଜି ମନ ଭରି ,

ପାହାଡ଼ ଫାଟିଵ ଝରଣା ଝରିବ

ଯିବ ସିନା ଏଣେ ତେଣେ ଗଡି।

       ।।୫।।

ନଗ୍ନ ହୋଇଵ ଦେହ ମନ ପ୍ରାଣ

ମୁକୁଳିଵ ମୋର ପ୍ରାଣ ପକ୍ଷୀ,

ଯେଉଁଠୁ ଆରମ୍ଭ ଶେଷ ବି ସେଇଠି

ଜୀବନ ଥିବ ହିଁ ଏକା ସାକ୍ଷୀ।

       ।।୬।।

ଜୁଈ ଜଳୁଥିବ ଶ୍ମଶାନ ଛାତିରେ

 ପାଉଁଶ ହୋଇବ ଦେହ ମୋର

ନୂତନ ଦୁଆର ମୁକୁଳା ଥିବ ତ

ହଂସ ଉଡିଯିବ ଛାଡି ଘର।

   ସୁନୀତି/୧୩.୦୯.୧୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy