Jasbin sabar

Fantasy Inspirational Others

3  

Jasbin sabar

Fantasy Inspirational Others

ଦୁଇଟି ଝିଟିପିଟିର ମିଳନ କାହାଣୀ

ଦୁଇଟି ଝିଟିପିଟିର ମିଳନ କାହାଣୀ

1 min
396



  ଦେଓଘର ଆଶ୍ରମରେ ଗୋଟିଏ ସାନ୍ଧ୍ୟ ସତ୍‌ସଙ୍ଗ ସଭାରେ ମଣିଲାଲ ଚକ୍ରବର୍ତ୍ତୀ ଏକ ଅପୂର୍ବ ଘଟଣାର ବର୍ଣ୍ଣନା କରିଥିଲେ— ସେଦିନ ଦି' ପହର ସମୟରୁ ଗୋଟିଏ ଝିଟିପିଟି ଠାକୁରଙ୍କ ଖଟ ନିକଟରେ ଖୁବ୍ ଚିତ୍‌କାର କରୁଥାଏ । ବେଳେବେଳେ ଖଟବାଡା଼ ଉପରକୁ ଉଠିଯାଉଥାଏତ ଠିକ୍ ତା

ପର ମୁହୂର୍ତରେ ଟିକ୍‌ଟିକ୍ ଶଦ୍ଦ କରି ତଳକୁ ଓହ୍ଲାଇ ଆସୁଥାଏ । ଉପସ୍ଥିତ ଭକ୍ତବୃନ୍ଦ ଝିଟିପିଟିର ଏପରି ଆଚରଣର କାରଣ କିଛି ବୁଝି ପାରୁନଥାନ୍ତି । ଠାକୁର ହସୁଥାନ୍ତି ଆଉ ମଝିରେ ମଝିରେ କହୁଥାନ୍ତି– ‘ଅପେକ୍ଷା କର, ସେ ଆସୁଛି, ବ୍ୟସ୍ତ ହୁଅନା ।


   ଉପରବେଳା ହେଲା । ମାଲଦହରୁ ଶ୍ରୀଶ୍ରୀଠାକୁରଙ୍କର ଜଣେ ଭକ୍ତ ଆସି ଠାକୁର– ପ୍ରଣାମ କଲେ । ସାଙ୍ଗରେ ଆଣିଥାନ୍ତି ଝୁଡ଼ିଭର୍ତ୍ତି ପାଚିଲା ଆମ୍ବ । ଯେଉଁ ମୁହୂର୍ତ୍ତରେ ଆମ୍ବ ଝୁଡି ମୁଣ୍ଡରୁ ଓହ୍ଲାଇ ଠାକୁରଙ୍କ ସମ୍ମୁଖରେ ରଖିଲେ ସଙ୍ଗେ ସଙ୍ଗେ ତା' ଭିତରୁ ଗୋଟିଏ ଝିଟିପିଟି ବାହାରି ଖୁବ୍ ଜୋରରେ ଚିତ୍କାର କରିକରି ଠାକୁରଙ୍କ ଖଟବାଡା ଉପରକୁ ଚଢ଼ିଗଲା । ଆଉ ସେଠାରେ ଥିବା ଅନ୍ୟ ଝିଟିପିଟି ସହିତ ମିଳିତ ହେଲା । ଠାକୁର ହସିହସି କହିଲେ– ‘ଆରେ, ଆଜି ସେମାନଙ୍କର ବାହାଘର । ବର ଝିଟିପିଟି ଆସିବାରେ ଡେରି ହେଉଥିବାରୁ କନ୍ୟା ଝିଟିପିଟି ସେପରି ଅସ୍ତବ୍ୟସ୍ତ ହୋଇ ଡାକି ଚାଲିଥିଲା ।'


   ଏହିପରି ଏକ ଘଟଣା ସାଇ ସତ୍‌ଚରିତ୍ର ହେମାଡ଼ପନ୍ତ ଡାଭୋଲକର

. ଗ୍ରନ୍ଥର ଫଚଦଶ ଅଧାୟର  ଶେଷାର୍ଦ୍ଧରେ ‘ଦୁଇ ଝିଟିପିଟିର ମିଳନ' ଶୀର୍ଷକ କାହାଣୀରେ ବର୍ଣ୍ଣନା କରାଯାଇଛି– ଥରେ ଶିରିଡିରେ ସାଇବାବା ମସ଼୍‌ଜିଦ୍‌ରେ ବସିଥିବା ସମୟରେ ଗୋଟିଏ ଝିଟିପିଟି ଟିକ୍‌ଟିକ୍ କରି ଡାକିବାକୁ ଲାଗିଲା । କୌତୂହଳବଶତଃ ଜନୈକ ଭକ୍ତ ବାବାଙ୍କୁ ପଚାରିଲେ– ଝିଟିପିଟି ଟିକ୍‌ଟିକ୍ କରିବା ପଶ୍ଚାତରେ କଣ କୈାଣସି ବିଶେଷ ଅର୍ଥ ରହିଛି ? ଏହା ଶୁଭ ନା ଅଶୁଭ ?  ସାଇବାବା କହିଲେ– ‘ଏଇ ଝିଟିପିଟିର ଭଉଣୀ ଆଜି ଔରଙ୍ଗାବାଦରୁ ଆସିବାର ଅଛି । ସେଥିପାଇଁ ଆନନ୍ଦରେ ଫୁଲିଉଠୁଛି' । ସେଇ ଭକ୍ତ ବାବାଙ୍କର ଏହି କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ । ତେଣୁ ସେ ଚୁପ୍‌ଚାପ୍ ସେଠାରେ ବସି ରହିଲେ । କିଛି ସମୟପରେ ଔରଙ୍ଗାବାଦରୁ ଜଣେ ବ୍ୟକ୍ତି ଘୋଡାରେ ଚଢ଼ି ବାବାଙ୍କ ଦର୍ଶନାର୍ଥେ ଆସି ପହଞ୍ଚିଲେ । ବାବାଙ୍କୁ ଦର୍ଶନ କରିବାକୁ ଯିବା ପୂର୍ବରୁ, ଘୋଡାକୁ ବାନ୍ଧିଦେଇ ଦାନା ଦେବାପାଇଁ ଗୋଟିଏ ଥଳି ବାହାର କରି ଖୋଲି ଦେବାରୁ ଗୋଟିଏ ଛୋଟ ଝିଟିପିଟି ସେଥିରୁ ଡେଇଁ ଡେଇଁ ବାହାରି ଆସିଲା ଓ ବାବା ବସିଥିବା ସ୍ଥାନର କାନ୍ଥ ଉପରକୁ ଚଢିଗଲା । ବାବା, ପ୍ରଶ୍ନ କରିଥିବା ଭକ୍ତକୁ ଏହା ଧ୍ୟାନପୂର୍ବକ ଲକ୍ଷ୍ୟ କରିବାକୁ କହିଲେ ‌। ଝିଟିପିଟି ନିଜର ଭଉଣୀ ପାଖରେ ପହଂଚିଗଲା । ଦୁଇ ଭଉଣୀ ବହୁ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଚୁମ୍ବନ ତଥା ଆଲିଙ୍ଗନ କରି ଚାରିପାଖରେ ଘୂରି ବୁଲୁଥାଆନ୍ତି । କେଉଁଠି ଶିରିଡି ଆଉ କେଉଁଠି ଔୟଙ୍ଗାବାଦ ? କିପରି ଗୋଟିଏ ବ୍ୟକ୍ତି ଘୋଡାରେ ବସି ଥଳିରେ ଝିଟିପିଟିକୁ ଆଣି ସେଠାରେ ପହଂଚିଲା ଆଉ ବାବାଙ୍କୁ ସେଇ ଦୁଇଭଉଣୀଗ୍ୟର ମିଳନ ବିବରଣୀ କିପରି ଜଣାଥିଲା– ଏସବୁ ଘଟଣା ନିଶ୍ଚୟ ଆଶ୍ଚର୍ଯ୍ୟଜନକ କିନ୍ତୁ ସତ୍ୟ ।




Rate this content
Log in

Similar oriya story from Fantasy