JASBIN *SABAR *

Classics Inspirational Others

3  

JASBIN *SABAR *

Classics Inspirational Others

ଶ୍ରେୟନିବଦ୍ଧ ବ୍ୟଭିଚାରିଣୀ ନାର

ଶ୍ରେୟନିବଦ୍ଧ ବ୍ୟଭିଚାରିଣୀ ନାର

1 min
375


ଶ୍ରେୟନିବଦ୍ଧ ବ୍ୟଭିଚାରିଣୀ ନାରୀ ଓ ପ୍ରତିଲୋମ ପତି-ତପା ନାରୀ ମଧ୍ୟରେ ଶ୍ରେଷ୍ଠା କିଏ ?


ଦୁଷ୍ଟା, ବ୍ୟଭିଚାରିଣୀ ନାରୀ

କୁଳ, ଶୀଳ, ଯୋଗ୍ୟତା ଓ ମର୍ଯ୍ୟାଦାରେ ଶ୍ରେୟ

କୌଣସି ପୁରୁଷକୁ ଅବଲମ୍ବନ କରି

ଏକାନୁଧ୍ୟାୟୀ ଆବେଗ ନେଇ

ଯଦି ଜୀବନ କଟାଏ,

ଗଣ-ସମାଜରେ

ସେ-ବି ବରଂ ଗ୍ରାହ୍ୟ ହୋଇପାରେ,

କିନ୍ତୁ ପ୍ରତିଲୋମ-ପତିତପା ନାରୀ

ଯେତେ ବି ଔଜ୍ଜ୍ବଲ୍ୟମଣ୍ଡିତ ହେଉ ନା କାହିଁକି,

ସେ ଅନାଚରଣୀୟା

ସର୍ବତୋଭାବରେ ପରିତ୍ୟାଜ୍ୟା,

ଦେବସେବା,ଗଣସେବା ଓ ରାଷ୍ଟ୍ରକାର୍ଯ୍ୟ ପକ୍ଷରେ

ସେ ବିଷାକ୍ତ ବାତାବରଣ ବିଶେଷ,

ସେ ପରିବାର, ଗଣ-ସମାଜ ଓ ରାଷ୍ଟ୍ରର

ଅମର୍ଯ୍ୟାଦାବାହିନୀ ତ ନିଶ୍ଚୟ,

ତା' ଛଡ଼ା, ଏପରି ସଂକ୍ରମଣ-ସରବରାହୀ

ଅପକୃଷ୍ଟଜାତକର ପ୍ରସୂତି

ଯେଉଁମାନେ ପରିବାର,ସମାଜ,ରାଷ୍ଟ୍ର

ଆଦର୍ଶ,ଧର୍ମ୍ମ ଓ କୃଷ୍ଟିର ଅଭିଘାତ-ସ୍ବରୂପ,

ଏକ କଥାରେ,

ଧର୍ମ୍ମ, କୃଷ୍ଟି ଓ ବୈଶିଷ୍ଟ୍ୟ-ସଂଘାତୀ

ଆକ୍ରମଣକାରୀର ସୃଜୟିତ୍ରୀ ସେମାନେ ;

ସାବଧାନ ସମାଜ !

ବଞ୍ଚିବାକୁ ଯଦି ଚାହଁ,

ସନ୍ଧିତ୍ସାପୂର୍ଣ୍ଣ କୂଟ କଟାକ୍ଷରେ

ଏଇ ବିପର୍ଯ୍ୟୟ-ଅଭିଯାନକୁ ନିରୋଧ କର ।

   



Rate this content
Log in

Similar oriya story from Classics