STORYMIRROR

JASBIN *SABAR *

Inspirational Others

3  

JASBIN *SABAR *

Inspirational Others

ଗୁରୁ ଓ ସଦ୍‌ଗୁରୁ

ଗୁରୁ ଓ ସଦ୍‌ଗୁରୁ

1 min
195

ଜନନୀ ସ୍ବପ୍ନଦୃଷ୍ଟ ସଦ୍‌ଗୁରୁଙ୍କ ନିକଟରୁ ସର୍ବପ୍ରକାର ଭଜନ ସାଧନ ପଦ୍ଧତି ଶିକ୍ଷା କରିଥିଲେ । ସୁତୁରାଂ ବଂଶପରମ୍ପରା କ୍ରମିକ ଗୁରୁଙ୍କ ନିକଟରୁ ତାହାଙ୍କୁ ଆଉ ଦୀକ୍ଷା ଗ୍ରହଣ କରିବାକୁ ହୋଇନାହିଁ । ବିଶେଷତଃ ସଦ୍‌ଗୁରୁ ଲାଭ ହିଁ ଶାସ୍ତ୍ର ଓ ବିଧିସମ୍ମତ କାର୍ଯ୍ୟ । ତଥାପି ଅନେକ ସମୟରେ ଅନେକ ଆତ୍ମୀୟ–ସ୍ବଜନ ଭ୍ରମାତ୍ମକ ସଂସ୍କାର ଓ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ତାହାଙ୍କୁ କୁହନ୍ତି “ତୁମେ କୁଳଗୁରୁଙ୍କ ନିକଟରୁ ମନ୍ତ୍ର ନ ନେଇ ସ୍ବପ୍ନଦୃଷ୍ଟ ସନ୍ନ୍ୟାସୀଙ୍କ ନିକଟରୁ ମନ୍ତ୍ର ନେଇଅଛ, ସେଥିପାଇଁ ତୁମର କେତୋଟି ସନ୍ତାନ ନଷ୍ଟ ହେଲା ।" ତାହା ଶ୍ରବଣ କରି ଜନନୀ ଉତ୍ତର ଦିଅନ୍ତି— “କୁଳଗୁରୁ ଅନୁପଯୁକ୍ତ ବା ଚରିତ୍ରହୀନ, ସାଧନ–ସମ୍ପତ୍ତିହୀନ ହେଲେ ମଧ୍ୟ ତାଙ୍କ ନିକଟରୁ ଦୀକ୍ଷା ଗ୍ରହଣ କରିବାକୁ ହେବ— ଏପରି କଥା ଶାସ୍ତ୍ରରେ ନାହିଁ । ଆଉ ମଧ୍ୟ, ତାହା ବିବେକାନୁମୋଦିତ ନୁହେଁ । ଜଣେ ଅନ୍ଧ କିପରି ଆଉ ଜଣେ ଅନ୍ଧକୁ ପଥ ଦେଖାଇବ ? ଲୋକ ଦେଖାଣିଆ ଗୁରୁକରଣ କାର୍ଯ୍ୟରେ ତ ସିଦ୍ଧିଲାଭ ହୁଏନାହିଁ ।•*


  ଯଦି ପ୍ରକୃତ ଦୀକ୍ଷାଗ୍ରହଣ କରିବାକୁ ହୁଏ ତାହାହେଲେ ସଦ୍‌ଗୁରୁ ବ୍ୟତୀତ, ପ୍ରକୃତ ଗୁରୁ ବ୍ୟତୀତ, ଲଘୁତର ବ୍ୟକ୍ତି ଦ୍ଵାରା ସେ କାର୍ଯ୍ୟ ହୋଇପାରେ ନାହିଁ । ସଦ୍‌ଗୁରୁ ନ ହେଲେ ଠିକ୍ ଠିକ୍ ଆଦର୍ଶ ହୋଇ ପାରେ ନାହିଁ । ଯେଉଁବ୍ୟକ୍ତି ଲୋକଙ୍କର ଆଧ୍ୟାତ୍ମିକ ଉନ୍ନତିର ସହାୟତା କରିବାରେ ସମର୍ଥ ନୁହେଁ, ସେ ବଂଶ ହିସାବରେ ଗୁରୁବଂଶର ଲୋକ ସତ, କିନ୍ତୁ ଗୁରୁ ହୋଇପାରେ ନାହିଁ । ଯେଉଁ ଗୁରୁ ଭଗବାନ୍ ଲାଭ କରାଇ ପାରନ୍ତି ସେହି ଗୁରୁ ହିଁ ଗୁରୁ । ଆଉ ଆପଣମାନେ କୁଳଗୁରୁ ବା ବଂଶର ଗୁରୁଙ୍କ ନିକଟରୁ ଦୀକ୍ଷା ଗ୍ରହଣ କରିଅଛନ୍ତି, ତେବେ ଆପଣମାନଙ୍କର ସନ୍ତାନର ମୃତ୍ୟୁ ହୁଏ କାହିଁକି ? ଆପଣମାନଙ୍କ ମଧ୍ୟରେ ଅନେକଙ୍କର ତ ଅନେକ ସନ୍ତାନ ମୃତ୍ୟୁମୁଖରେ ପତିତ ହୋଇଛନ୍ତି । ଆପଣମାନେ କୁଳଗୁରୁ ଧରି ଶୋକଦୁଃଖରେ ଅଧୀର ହୋଇ ନିରାଦନ୍ଦରେ କାଳ କଟାଇଛନ୍ତି । ଆଉ, ସଦ୍‌ଗୁରୁ କୃପାରେ ତାଙ୍କର ଆଶ୍ରୟରେ ରହି ସନ୍ତାନ ଶୋକରେ ମୋତେ ଅଧୀର ହେବାକୁ ହେଉନାହିଁ । ନିରାନନ୍ଦରେ କାଳ କଟାଇବାକୁ ହେଉନାହିଁ । ସେ ଅନୁଗ୍ରହ ପୂର୍ବକ ଭୀଷଣ ଶୋକତାପ ସହ୍ୟ କରିବାର ଶକ୍ତିମୋତେ ପ୍ରଦାନ କରିଅଛନ୍ତି । ଆଉ, ଯଦି କୁଳଗୁରୁଙ୍କ ନିକଟରୁ ଦୀକ୍ଷା ଗ୍ରହଣ ନ କରି ସଦ୍‌ଗୁରୁଙ୍କ ନିକଟରୁ ଦୀକ୍ଷା ଗ୍ରହଣ ଅନ୍ୟାୟ ହୋଇଥାଆନ୍ତା, ତାହାହେଲେ ଭଗବାନଙ୍କ ନିକଟରେ କାତର ପ୍ରାର୍ଥନାରେ ମୋର ବାଲ୍ୟାବସ୍ଥାରେ ସେ କେତେହେଲେ ସ୍ବପ୍ନରେ ମୋତେ ଏହି ସଦ୍‌ଗୁରୁ ଲାଭ କରାଇ ଦେଇନଥାନ୍ତେ । ଅଥବା ମୋର ସ୍ବପ୍ନରେ ଏହି ମନ୍ତ୍ର, “ସତ୍ୟନାମ" ଲାଭ ହୋଇ ନଥାନ୍ତା । ଆପଣମାନଙ୍କର କି ଭ୍ରାନ୍ତ ଧାରଣା ! ସ୍ବୟଂ ଭଗବାନ୍ ହିଁ ଯେ ସଦ୍‌ଗୁରୁ ଅଥବା ସଦ୍‌ଗୁରୁ ହିଁ ଭଗବାନ୍ ।"*



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational