ଲୋଭ ଦମନ
ଲୋଭ ଦମନ
ବାଲ୍ୟକାଳରେ ବିଦ୍ୟାଳୟରୁ ଗୃହକୁ ପ୍ରତ୍ୟାଗମନ କରିବା ସମୟରେ ଦିନେ ରସଗୋଲା ଦୋକାନ ନିକଟ ଦେଇ ଯିବା ସମୟରେ ରସଗୋଲା ଖାଇବାକୁ ବଡ଼ ଲୋଭ ହୋଇଥିଲା ।
ପ୍ରାୟଶଃ ସେ ସେହି ଦୋକାନରେ ରସଗୋଲା ଖାଉଥିଲେ । କିନ୍ତୁ ଯେତେବେଳେ ତାଙ୍କର ମନେ ହେଲା ଲୋଭ ତାଙ୍କ ଉପରେ ପ୍ରଭୁତ୍ବ ବିସ୍ତାର କରିବାକୁ ପ୍ରୟାସୀ ସେତେବେଳେ ସେ ଭାବିଲେ “ଦେଖିବା, ଲୋଭ ତୁ କିପରି ମୋତେ ରସଗୋଲା ଦୋକାନକୁ ନେଇଯାଇ ପାରୁ” - ଏହା କହି ବିସ୍ତାରେ ଶୋଇ ପଡ଼ିଲେ ।
ଏହି ବାଳକଙ୍କ ଜୀବନରେ ଆସକ୍ତି ମଧ୍ୟ ଅଲୌକିକ, ପୁନଶ୍ଚ ବୈରାଗ୍ୟ ମଧ୍ୟ ଅନନ୍ୟସାଧାରଣ । ଆସକ୍ତି ଦେଖିଲେ ମନେହୁଏ ଏତେ ଆସକ୍ତ-ପରୁଷ ଜଗତରେ ବୋଧ ହୁଏ ଆଉ ଦ୍ଵିତୀୟ ନାହିଁ । ଆଉ, ସେହି ଆସକ୍ତିର ବସ୍ତୁ ପରିତ୍ୟାଗ ବିଷୟରେ ମଧ୍ୟ ମନେହୁଏ ସେ ହିଁ ଅଦ୍ଵିତୀୟ ।ତାଙ୍କର ଭିତରେ ଦୃଷ୍ଟ ହୁଏ ଗୋଟିଏ ଅସମ୍ଭବ ମାନସିକ ଶକ୍ତିର କାର୍ଯ୍ୟକାରିତା । ଏହି ଶକ୍ତି ଯେଉଁ ଦିଗରେ ଧାବିତ ହୁଏ ସେହି ଦିଗରେ ଅନିବାଲର୍ଯ୍ୟ ବେଗରେ ଚାଲିଥାଏ ।
