Jasbin sabar

Inspirational Others

3  

Jasbin sabar

Inspirational Others

ସୁଖ ସୂର୍ଯ୍ୟୋଦୟ

ସୁଖ ସୂର୍ଯ୍ୟୋଦୟ

2 mins
130



  *ଜନନୀଙ୍କ ପ୍ରତିଭା ଏହି ସମୟରେ ସେ ସ୍ଥାନରେ ଏତେଦୂର ପ୍ରକାଶିତ ହୋଇପଡ଼ିଲା ଯେ ରାଣୀଙ୍କ ଆଦେଶରେ ଜମିଦାରୀ ସଂକ୍ରାନ୍ତ କାର୍ଯ୍ୟବ୍ୟବସ୍ଥା ଜନନୀଙ୍କୁ ଚିକ୍ ବା ପରଦାର ଅନ୍ତରାଳରେ ରହି କରିବାକୁ ପଡୁଥିଲା । ରାଣୀ ଠାକୁରାଣୀ ତାଙ୍କ ଅତ୍ୟନ୍ତ ଭଲ ପାଉଥିଲେ ଏବଂ ବିଶ୍ଵାସ ମଧ୍ୟ କରୁଥିଲେ । ଥରେ ରାଣୀ ଠାକୁରାଣୀ ସହିତ ଏକ ବଡ଼ ଜମିଦାରଙ୍କର ମାଲିମକଦ୍ଦମା ଓ ଦଙ୍ଗା ଚାଲିଥାଏ, ସେ ସମୟରେ ରାଣୀ ଠାକୁରାଣୀ ସଦର ମ୍ୟାନେଜରଙ୍କୁ କହିଲେ, “ଏହି କାର୍ଯ୍ୟ ସମ୍ବନ୍ଧରେ ମୋତେ ପଚାରିବାର ଆବଶ୍ୟକ ନାହିଁ, ମନମୋହିନୀଙ୍କ ଆଦେଶମତେ କାର୍ଯ୍ୟ କରିବେ ।" ସେତେବେଳେ ରାଣୀ ଠାକୁରାଣୀଙ୍କ ସହିତ ଜନନୀ କାଶୀରେ ରହୁଥିଲେ ।


  ଗୁରୁଙ୍କର କୃପାରୁ ଜନନୀଙ୍କ ଅବସ୍ଥାର ଯେତେବେଳେ ପରିବର୍ତ୍ତନ ହେଲା ଏବଂ ଯଥେଷ୍ଟ ଅର୍ଥାଗମ ହେବାକୁ ଲାଗିଲା ସେତେବେଳେ √ କୈଳାସଚନ୍ଦ୍ର ରାୟ ମହାଶୟ ବହୁ ଟଙ୍କା ପ୍ରାପ୍ୟ ଥିବା ସତ୍ତ୍ବେ ମାତ୍ର ଚାରିଶହ ଟଙ୍କା ନେଇ ତାଙ୍କୁ {ଜନନୀଙ୍କୁ} ତାଙ୍କର ପୈତୃକ ସମ୍ପତ୍ତି ଫେରାଇ ଦେଲେ ।`*

  *ଦୟାଲ ଶରଣ ଥରେ କହିଥିଲେ, “ମନୋମୋହିନୀଙ୍କ ଏହି ବଡ଼ ପୁଅ ପୂର୍ଣ୍ଣାନନ୍ଦ ପ୍ରଦାନ କରିବ ।" ବଡ଼ପୁଅର ଭାଗ୍ୟ ବଳରେ ଜନନୀ ଯେ ପୂର୍ଣ୍ଣାନନ୍ଦ ପ୍ରାପ୍ତ ହେବେ ତାହାର କ'ଣ ଏହି ସୂଚନା ? ଏଇ ଏହି ଧରଣର ଆନନ୍ଦ କ'ଣ ଆହୁରି ବର୍ଦ୍ଧିତ ହେବ ? ଅଥବା ସେ ପୂର୍ଣ୍ଣାନନ୍ଦ ଏଭଳି ନୁହେଁ, ତାହା ଭିନ୍ନ ପ୍ରକାରର ଆନନ୍ଦ ! ଦେଖାଯାଉ ଏହାପରେ କ'ଣ ଘଟୁଛି ।*


  *ଯେଉଁଦିନ ଜନନୀ ଆମିରାବାଦ ଯାତ୍ରା କରନ୍ତି ସେଦିନ ଗୁରୁବାର ଥିଲା ‌ “ଆଜି ଗୁରୁବାର, ଯିବା ଭଲ ନୁହେଁ ‌।" ତାହା ଶୁଣି ଆମର ବର୍ଣ୍ଣନୀୟ ଏହି ମାତୃଭକ୍ତ ବାଳକ କହିଲେ“ତୁମେ ଗୁରୁବାୟରେ ଯାତ୍ରାର କାମ ସାରିଦେଲେ ।" ଏ କଥାର ମର୍ମ ଏହି ଯେ ତାଙ୍କ ଜନନୀଙ୍କ କଥା କେବେ ମିଥ୍ୟାହେବ ନାହିଁ । ସୁତରାଂ ଗୁରୁବାର ଦିନ ଯାତ୍ରା କଲେ ନିଶ୍‌ଚୟ ଅମଙ୍ଗଳ ହେବ । ଏହି ଆଶ୍‌ଚର୍ଯ୍ୟ ବାଳକଙ୍କ କଥା ମିଥ୍ୟା ହେଲା ନାହିଁ । ଆମିରାବାଦ ଯିବା ପରେ ଜନନୀଙ୍କର ସୁଡିଲ ନାମକ କନ୍ୟାଟିର ମୃତ୍ୟୁ ହୁଏ । ତାହାପରେ ଆଉଥରେ ସେହିପରି ଗୁରୁବାର ଦିନ ଯାତ୍ରା କରିବା ପରେ ଟ୍ୟାଂରା ନାମକ ପୁତ୍ରଟିର ମୃତ୍ୟୁ ହୁଏ । ସେହି ଦିନଠାରୁ ଜନନୀଙ୍କର ଗୁରୁବାର ଦିନଟି ଏକ ଆତଙ୍କର ବିଷୟ ହୋଇରହିଲା । ଗୁରୁବାରକୁ ଅଗ୍ରାହ୍ୟ କରି ଯାତ୍ରା କଲେ ତାଙ୍କର କୈାଣସି ନା କୈାଣସି ଦୂର୍ଘଟଣା ଘଟୁଥିଲା । ଏହିପରି ଭାବରେ ନିଜ ବାକ୍ୟ ବନ୍ଧନରେ ନିଜେ ଆବଦ୍ଧ ହୋଇଗଲେ । ବହୁଥରର ଅଭିଜ୍ଞତାଫଳରେ ତାଙ୍କୁ ଶେଷରେ ଗୁରୁବାର ଦିନ ଯାତ୍ରା କରିବା ବନ୍ଦ କରିବାକୁ ପଡ଼ିଲା ।


  ଟ୍ୟାଂରାର ମୃତ୍ୟୁ ପୂର୍ବେ ଦେଖାଗଲା ଯେ ସେ ହାରମୋନିୟମ୍ ଶୁଣିଲେ ବେଶ୍ ଶାନ୍ତି ପାଏ, ରୋଗ ଯନ୍ତ୍ରଣାର ଉପଶମ ବୋଧ ହୁଏ । ଆଉ ହାରମୋନିୟମ୍ ବନ୍ଦ କରିଦେଲେ ପୁଣି ଚିତ୍କାର କରି କାନ୍ଦେ । ତା'ର ମୃତ୍ୟୁ ହେବା ପର୍ଯ୍ୟନ୍ତ ଏହିସବୁ ହେବାକୁ ଲାଗିଲା । ସେ କେବଳ କହିବାକୁ ଲାଗିଲା— “ଦାଦା, ହା-ମୋନି ଚଲାଅ, ଦାଦା, ହା-ମୋନି ଚଲାଅ ।" ଏହିପରି ହାରମୋନିୟମ୍ ଶୁଣୁ ଶୁଣୁ ତାହାର ପ୍ରାଣବାୟ ଉଡ଼ିଗଲା । ମହାପୁରୁଷମାନେ କହନ୍ତି– “ସେ ପୂର୍ବ ଜନ୍ମରେ ଶଦ୍ଦଯୋଗୀ ଥିଲେ ।"*


  *ଈଶ୍ଵରବାବୁଙ୍କର ସ୍ତ୍ରୀଙ୍କ ନିକଟରୁ ହୁଜୁର ମହାରାଜାଙ୍କ ଛବି •{ଫଟୋ} ଦର୍ଶନର ପ୍ରାୟ ଛଅବର୍ଷ ପରେ ଜନନୀ କଲିକତାରେ ରାଣୀ ଠାକୁରାଣୀଙ୍କ ବସାଘରକୁ ଯାଇଥିଲେ । ସେଠାରେ ଶୁଣିଲେ ହୁଜୁର ମହାରାଜ କଲିକତାରେ ଶ୍ରୀଯୁକ୍ତ ନିର୍ମଳ ବାବୁଙ୍କ ଘରକୁ ଆସିଛିନ୍ତି । ରାଣୀ ଠାକୁରାଣୀ ଜନନୀଙ୍କୁ ସେ ଥର ଦେଖା କରିବାକୁ ଦେଲେ ନାହିଁ । ପରେ କାଶୀରେ ତାଙ୍କ ସହିତ ଦେଖା ହୋଇଗଲା ।•*


  *ସ୍ବପ୍ନଦୃଷ୍ଟ ଗୁରୁ ହୁଜୁର ମହାରାଜ ଜୀବିତ ଥିବା ସମୟରେ ଜନନୀଙ୍କର କୈାଣସି ସନ୍ତାନ ନଷ୍ଟ ହୋଇଥିଲା । ତତ୍‌ପରବର୍ତ୍ତୀ ସନ୍ଥ ସଦ୍‌ଗୁରୁ ମହାରାଜ ସାହେବଙ୍କ ସମୟରେ ତାଙ୍କର କେତୋଟି ସନ୍ତାନର ମୃତ୍ୟୁ ହୁଏ । ଟ୍ୟାଂରାର ମୃତ୍ୟୁ ପରେ ଜନନୀଙ୍କ ଦ୍ଵିତୀୟ ପୁତ୍ର ପ୍ରଭାସ ଅତ୍ୟନ୍ତ ପୀଡ଼ିତ ହୁଅନ୍ତି । ପ୍ରାୟ ଛଅବର୍ଷ କଲିକତା ଓ ଦେଓଘର °{ବୈଦ୍ୟନାଥଧାମ} ପ୍ରଭୂତି ନାନା ସ୍ଥାନରେ ଚିକିତ୍ସା କରାଇ ଜଳବାୟୁ ପରିବର୍ତ୍ତନ କରି ମଧ୍ୟ କୈାଣସି ଫଳ ହେଲାନାହିଁ । ତେଣୁ ଜନନୀ ସେହି ରୁଗ୍‌ଣ ପୁତ୍ରଟିକୁ ନେଇ କାଶୀରେ ମହାରାଜ ସାହେବଙ୍କ ପାଖରେ ଯାଇ ପହଞ୍ଚିଥିଲେ । ସେ କହିଲେ, “ଆହା, ତୁମର କେତୋଟି ସନ୍ତାନ ମରିଯାଇଛନ୍ତି, ଏ ବି ମୃତପ୍ରାୟ ! ଆହା, ତୁମର କେତେ ଦୁଖ ।" ଜନନୀ କହିଲେ– “ମୋ ସମ୍ମୁଖରେ ମୃତ୍ୟୁ ହେଉ– ସେଥିରେ ମୋର ଦୁଃଖ ନାହିଁ । ମୋତେ କେବଳ ଦୁଃଖ ସହ୍ୟ କରିବାର ଶକ୍ତି ଦିଅନ୍ତୁ ।" ସେ କହିଲେ, “ଏତେ ଦେଶ ବୁଲି ସନ୍ତାନ ଗୁଡ଼ିକୁ ହରାଇଲ । ଏଇଟିକୁ ନେଇ ନିଜ ଦେଶକୁ ଫେରିଯାଅ । ଯଦି ମରିବାର ଥାଏ ତ ନିଜ ମାଟିରେ ମରୁ । ନ ହେଲେ ଯା' ହେବାର ନିଜ ଘରେ ହେଉ ।"*


  *ପ୍ରଭାସର ସେତେବେଳେ ପ୍ଳିହାଜ୍ୱର । ଯକୃତରେ ସ୍ଫୋଟକ । ତାକୁ ନେଇ ଜନନୀ ନିଜ ଘରକୁ ଫେରିଲେ । ସେତେବେଳେ ପ୍ରଭାସ ହଠାତ୍ କଲେରା ରୋଗରେ ମୃତପ୍ରାୟ ହୋଇ ବଞ୍ଚିଉଠିଲେ ଏବଂ ସେଥି ସଙ୍ଗେସଙ୍ଗେ ସେ ସମସ୍ତ ରୋଗରୁ ମୁକ୍ତିଲାଭ କଲେ ।•*


  *ନିଜ ସଂସାର ରକ୍ଷଣାବେକ୍ଷଣ ପାଇଁ ଲୋକର ଅଭାବ ହେତୁ କର୍ତ୍ତା ସେତେବେଳେ ସେହି କାର୍ଯ୍ୟ ପରିତ୍ୟାଗ କରି ଦେଶକୁ ଫେରି ଆସିଲେ ‌‌ ପିଲାମାନେ ପାବନାରେ ବିଦ୍ୟାଭ୍ୟାସ କରିବାକୁ ଲାଗିଲେ ।•*


  *ଜନନୀ ପ୍ରତିଦିନ ସକାଳେ ସନ୍ତାନମାନଙ୍କ ଦ୍ଵାରା ସତ୍‌ସଙ୍ଗ ଓ କୀର୍ତ୍ତନାଦି କରାଉଥାନ୍ତି ।



Rate this content
Log in

Similar oriya story from Inspirational