JASBIN *SABAR *

Children Stories Comedy Fantasy

3  

JASBIN *SABAR *

Children Stories Comedy Fantasy

ସଦ୍ ବିଧାୟନା

ସଦ୍ ବିଧାୟନା

1 min
158



ବିଶେଷ ଭାବରେ ସ୍ମରଣ ରଖ

  ତୁମର ଆଦର୍ଶ ,

    ତୁମର ଧର୍ମ ,

     ତୁମର କୃଷ୍ଟିର 

ଅଭିଧ୍ୟାୟୀ ଅନୁଧ୍ୟାୟିତା ନେଇ 

  ଶ୍ରଦ୍ଧୋତ୍ସାରିଣୀ ହୃଦୟରେ 

    ଯେ-କୌଣସି ଦେଶରୁ 

     ଯେ-କେହି ଆସନ୍ତୁ ନା କାହିଁକି ,

 ତାକୁ ସଯତ୍ନ 

ପରମାତ୍ମୀୟ ଭାବରେ 

  ବିହିତ ସମ୍ଭ୍ରମାତ୍ମକ ଦୂରତ୍ବ , ବଜାୟ ରଖି 

    ସୌଜନ୍ୟ-ଆପ୍ୟାୟନାର ସହିତ 

      ଅନୁଦୀପନୀ ଅନୁପ୍ରେରଣାରେ 

 ଅନୁଶୀଳନ-ତତ୍ପର କରି ,

ଯୋଗ୍ୟତା ଓ ଜ୍ଞାନବିଶାରଦ କରି ,

   ବୋଧାୟନୀ ବର୍ଦ୍ଧନ-ତତ୍ପର କରି 

କୃଷ୍ଟି-ଯାଜ୍ଞିକତାରେ 

  ହୋମ-ଅଭିଷିକ୍ତ କରିବାକୁ ଭୁଲି ଯାଅନା ;

ତୁମର ହୃଦୟର ସ୍ପର୍ଶ 

  ତାକୁ ଯେପରି ଆଦୃତ କରେ ,

   ତା'ର ସାତ୍ତ୍ୱିକ-ସଂବେଗକୁ 

     ଅନୁପ୍ରେରିତ କରି ତୋଳେ ,

ଶ୍ରଦ୍ଧୋତ୍ସାରିଣୀ ହୃଦୟରେ 

  ସତ୍ତା-ସଂବର୍ଦ୍ଧନୀ କୃଷ୍ଟି-ଅଭିଯାତ୍ରୀ 

    ହୋଇ ଉଠନ୍ତିି ଯେପରି ସେମାନେ ;

ସେହି ହୃଦ୍ୟ-ସ୍ପର୍ଶ-ଅନ୍ଵିତ 

  ଉଦ୍-ବୁଦ୍ଧ ସାତ୍ତ୍ୱିକ ସଂବେଗହିଁ ଜାଣ 

     ତୁମର ପରମ ଦକ୍ଷିଣା ;

ପୁଣି , ସେପରି କୌଣସି ଦେଶରୁ 

  କେହି ଯଦି 

    ସୁଧୀ-ଅଭିଧାୟନା ନେଇ 

     ପ୍ରୀତି-ପ୍ରଦୀପ୍ତ ଅନ୍ତରରେ 

      ତୁମମାନଙ୍କ ସଂସ୍ରବେଚ୍ଛୁ ହୋଇ 

ଆଦର୍ଶ , ଧର୍ମ ଓ କୃଷ୍ଟିର 

  ଅନୁସାରିଣୀ ଅନୁବେଦନାରେ 

ସ୍ଫୀତ ଅଭିଧ୍ୟାୟିତାରେ ଉତ୍-ଫୁଲ୍ଲ ହୋଇ 

   ତୁମମାନଙ୍କ ଭିତରେ 

ବା ତୁମମାନଙ୍କ ଦେଶରେ ବସବାସ କରିବାକୁ ଚାହେ

  ପାଳନ , ପୋଷଣ ଓ ଆପୂରଣୀ ପ୍ରଯତ୍ନରେ ,

   ଅଧ୍ୟୟନୀ ଆବେଗ ନେଇ ,

     ସଂହତିର ସଂସ୍ରବ-ମିଳନ ଆଲିଙ୍ଗନ ନେଇ ,

   ତାକୁ ମଧ୍ୟ ବ୍ୟାହତ କର ନା ;

କିନ୍ତୁ ସେ ଯେ କେହି ହେଉ ନା ପଛେ ,

  ଏହା କରିବାକୁ ଯାଇ 

   ସନ୍ଧିତ୍ସାପୂର୍ଣ୍ଣ ଅନୁଧ୍ୟାୟୀ ଦୃଷ୍ଟିସମ୍ପନ୍ନ 

ଅନୁକମ୍ପୀ ଅସତ୍-ନିରୋଧୀ ଅନୁଦୀପନାକୁ 

   ପରିତ୍ୟାଗ ମଧ୍ୟ କର ନା ,

ମନେରଖ ----

  ସତ୍ତା ସଚ୍ଚିଦାନନ୍ଦମୟ ,

    ଅସତ୍-ନିରୋଧୀ ସ୍ଵତଃହିଁ ;

ଈଶ୍ୱର ହିଁ ସଚ୍ଚିଦାନନ୍ଦଙ୍କର ବ୍ୟକ୍ତ ପ୍ରଦୀପନା ,

ଈଶ୍ୱର ହିଁ ସଚ୍ଚିଦାନନ୍ଦଙ୍କର-ଘନବିଗ୍ରହରେ ବିସୃଷ୍ଟ ,

  ଈଶ୍ୱରହିଁ ଅସ୍ତି-ସଂବେଦନୀ

   ଅସତ୍-ନିରୋଧୀ ପରାକ୍ରମ ।


 

          


Rate this content
Log in