JASBIN *SABAR *

Children Stories Inspirational

3  

JASBIN *SABAR *

Children Stories Inspirational

ରାମାୟଣ କଥା

ରାମାୟଣ କଥା

5 mins
1.5K


ଅପମାନର ପ୍ରତିଶୋଧ ନେଇ ନପାରି ଅନ୍ତର୍ଜ୍ଵଳାରେ ଅତିଷ୍ଠ ହୋଇ ରାବଣ ନିକଟକୁ ଚାଲିଗଲା ଭଗିନୀ ସୂର୍ପଣଖା ନିଜେ ।' 

  ସୂର୍ପଣଖା ଲଙ୍କାକୁ ଯାଇ ଦେଖିଲା, ଅତ୍ୟୁଚ୍ଚ ସୌଧର ଉପରି ଭାଗରେ ଦୀପ୍ତତେଜା ରାବଣ ଅମାତ୍ୟଗଣ ସହ ବସିଅଛି - ଯେପରି ମରୁତ୍‌ଗଣ ସହ ଅସିଅଛନ୍ତି ଦେବରାଜ ଇନ୍ଦ୍ର । ଦଶଟି ମୁଖ ରାବଣର, ଯେତେବେଳେ ମୁଖ ବ୍ୟାଦାନ କରେ, ଯମପରି ଭୀଷଣ ହୋଇ ଉଠେ ତା'ର ଭଙ୍ଗୀ । ବ୍ରାହ୍ମାଙ୍କ ବରରେ ମନୁଷ୍ୟ ବ୍ୟତୀତ ଅନ୍ୟ ପ୍ରାଣୀଙ୍କ ହାତରେ ଅବାଧ୍ୟ ଏଇ ରାବଣ । ପର୍ବତଶୃଙ୍ଗ ପରି ବିଶାଳ ତା'ର ବିଂଶ ବାହୁ । ଦେହରେ ନାନା ସ୍ଥାନରେ ରହିଛି ଦେବତାମାନଙ୍କ ସଙ୍ଗରେ ଯୁଦ୍ଧର କ୍ଷତ ଚିହ୍ନ । ସେ ସ୍ବର୍ଗରେ ଦେବତାମାନଙ୍କୁ ବାରମ୍ୱାର ପରାସ୍ତ କରିଛି, ପାତାଳରେ ପରାସ୍ତ କରିଛି ବାସୁକି ଓ ଦକ୍ଷକକୁ । କୈଳାସକୁ ଯାଇ ପରାଜିତ ଓ ଲୁଣ୍ଠିତ କରିଛି କୁବେରକୁ । ଆଉ ମର୍ତ୍ତ୍ୟରେ କରିଛି ସର୍ବଦା ଧର୍ମର ଉଚ୍ଛେଦ, ଯାଗ–ଯଜ୍ଞର ବ୍ୟାଘାତ ।'


 ସୂର୍ପଣଖାର ଅପମାନ ଓ ରାକ୍ଷସମାନଙ୍କର ନିଧନ–କଥା ଜାଣିପାରି ସୁଦ୍ଧା ରାବଣ ନିଶ୍ଚିନ୍ତ ଏବଂ ନିଶ୍ଚେଷ୍ଟ ହୋଇ ବସିଛି ଦେଖି ସୂର୍ପଣଖା ଜଳି ଉଠିଲା । ତୀବ୍ର ଭର୍ତ୍ସନା କରି କହିଲା ରାବଣକୁ–ତୁମେ କ'ଣ ଶୁଣିନାହିଁ ତୁମ ଭଉଣୀର ଅପମାନ କଥା ? ଶୁଣିବାକୁ ପାଇଛ କି ରାକ୍ଷସମାନଙ୍କର ନିଧନ କଥା ? ସବୁ ଶୁଣି ମଧ୍ୟ ତୁମେ ଏପରି ଆତ୍ମଭୋଗରେ ମତ୍ତ ହୋଇଅଛ ? ଶ୍ମଶାଧ ଅଗ୍ନିକୁ ଲୋକେ ଯେପରି ଅନାଦର କରନ୍ତି, ତୁମକୁମଧ୍ୟ ସେହିପରି ଘୃଣା କରିବେ ତୁମ ପ୍ରଜାମାନେ ।' 


 ବାକ୍ୟର କଶାଘାତରେ ଉତ୍ତେଜିତ ହୋଇ ଉଠି ରାକ୍ଷସଗଣ ରାବଣ କହିଲା–‘କିଏ ସେହି ରାମ–ଲକ୍ଷ୍ମଣ ? କାହିଁକି ଆସିଛନ୍ତି ସେମାନେ ବନକୁ ? କାହିଁକି କରିଛନ୍ତି ସେମାନେ ତୋତେ ଅପମାନ ? ଆଉ କାହିଁକି କରିଛନ୍ତି ଏତେ ରାକ୍ଷସବଧ ?' 


 ସୂର୍ପଣଖା ସବୁ କଥାର ଉତ୍ତର ଦେଲା ଏବଂ ଦାନ୍ତକୁ ରଗଡ଼ି କହିଲା– ତୁମ ଦେହରେ ଯଦି ବିନ୍ଦୁମାତ୍ର ତେଜ–ବୀର୍ଯ୍ୟ ଥାଏ, ତେବେ ଏହି ଅପମାନର ପ୍ରତିଶୋଧ ନେବାକୁ ହିଁ ହେବ, ତୁମେ ଭୋଗ–ବିଳାସ ପରିତ୍ୟାଗ କରି ଏହି ମୁହୂର୍ତ୍ତରେ ହିଁ ଦୃପ୍ତ ହୋଇ ଉଠ ।' 

 ରାବଣ କହିଲା—କିପରି ନେବି ପ୍ରତିଶୋଧ ? ସୂର୍ପଣଖା ଆସ୍ଫାଳନ କରି ଉତ୍ତର ଦେଲା–ତୁମେ ହରଣକରି ନେଇ ଆସ ରାବଣ ସ୍ତ୍ରୀ ସୀତାକୁ, ତାକୁ ଆଣିକରି ତୁମର ସ୍ତ୍ରୀ, ତେବେ ହିଁ ହେବ ଏହି ଅପମାନର ପ୍ରତିଶୋଧ ।' 


 ବାସ୍ତବିକ‌ ରକ୍ତରେ ପ୍ରତିହିଂସାର ଅଗ୍ନି ଜଳି ଉଠିଲା, କ୍ଷିପ୍ତ ହୋଇ ଉଠିଲା ଦଶାନନ ରାବଣ । ରଥରେ ଚଢ଼ି ଚଳିଗଲା ନଦ–ନଦୀ–ସମୁଦ୍ର ପାର ହୋଇ ମାରୀଚ ନିକଟକୁ ! ଯାଇ ତାକୁ କହିଲା—ତୁମେ କାପୁରୁଷ ପରି ପଚ୍ଛାଇଲେ ଚଳିବନାହିଁ । ମୁଁ ରାମୟ ସ୍ତ୍ରୀ ସୀତାକୁ ହୟଣ କରିବି, ତୁମକୁ ସାହାଯ୍ୟ କରିବାକୁ ପଡ଼ିବ । ତୁମେ ମାୟା ଜାଣ, ତୁମକୁ ଏକ ମାୟା-ମୃଗ ହେବାକୁ ପଡ଼ିବ । ମସୃଣ ହେବ ତୁମର ଶରୀୟ, ସେଥିରେ ରହିବ ବିଚିତ୍ର ଚକ୍ରର ଅଙ୍କନ । ଏତେ ଚପଳ ହେବ ତୁମୟ ଦୃଷ୍ଟି ଓ ଏତେ ମନୋରମ ହେବ ତୁମର ନୃତ୍ୟ ଏବଂ ଗ୍ରୀବାଭଙ୍ଗି ଯେ, ସେ ତୁମକୁ ଦେଖି ସୀତାର ଜାଗି ଉଠିବ ପ୍ରବଳ ଲୋଭ । ଲୋଭରେ ପଡ଼ି ସୀତା ରାମ–ଲକ୍ଷ୍ମଣଙ୍କୁ ପଠାଇଦେବ ତୁମକୁ ଧରିବାକୁ ! ତୁମେ ଛଳନାକରି ସେମାନଙ୍କୁ ନେଇ ଚାଲିଯିବା କୁଟିରଠାରୁ ଅନେକ ଦୂର । ସେହି ସୁଯୋଗରେ ଏକାକିନୀ ସୀତାକୁ ହରଣ କରି ନେଇ ଆସିବି ମୁଁ ମୋର ରଥରେ ଶୁଷ୍କ କଣ୍ଠରେ ମାରୀବ କହିଲା–ପ୍ରାଣରେ ଭାରି ଭୟ ଲାଗୁଛି । ବିଶ୍ଵାମିତ୍ର ମୁନିଙ୍କ ସଙ୍ଗରେ ଆସି କିଶୋର ରାମ ଥରେ ମୋର ପ୍ରାଣ ନେବାର ଉପକ୍ରମ କରିଥିଲେ । ସଂପ୍ରତି ପୂର୍ବ କ୍ରୋଧ ବଶତଃ ଦିନେ ଯାଇଥିଲା ଅତର୍କିତଭାବେ ଶୃଙ୍ଗଦ୍ଵାରା ରାମ–ଲକ୍ଷ୍ମଣ–ସୀତାଙ୍କୁ ଆଘାତ କରିବାକୁ । ସନ୍ଧାନ ପାଇ ରାମ ବଧ କରିଛି ମୋ' ସାଙ୍ଗରେ ଦୁଇଜଣ ହରିଣରୂପୀ ରାକ୍ଷସଙ୍କୁ । ମୁଁ କୈାଣସି ପ୍ରକାରେ ପ୍ରାଣ ବଞ୍ଚାଇ ପଳାଇ ଆସିଛି ଏବଂ ସେମାନଙ୍କ ଭୟରେ ଛଦ୍ମ–ତପସ୍ବୀ ବେଶରେ ବାସ କରିଛି ଏହି ବନରେ । ଆଉ ସେହି ରାମ–ବାଣର ସମନାକୁ ଯିବାକୁ ଆଦୌ ମନ ବଳୁନାହିଁ । ଭୟ କେବଳ ମୋ'ର ପ୍ରାଣନାଶ ନିମନ୍ତେ ନୁହେଁ, ଭୟ ଆପଣଙ୍କର ମଧ୍ୟ ସବଂଶ ନିଧନ ଆଶଙ୍କାରେ ।' 


 ଯାହାକୁ ମରଣ ଗ୍ରାସିଛି, ସେ ଯେପରି କୈାଣସି ମତେ ଭଲ ଔଷଧ ଖାଇବାକୁ ଚାହେଁ ନାହିଁ, ମାରୀଚର ସୁବୁଦ୍ଧିରେ ମଧ୍ୟ ସେହିପରି କାନ ଦେଲା ନାହିଁ ରାବଣ । କହିଲା—ତୁମ ନିକଟରୁ ଚାହେଁ ନାହିଁ କୈାଣସି ବୁଦ୍ଧି–ପରାମର୍ଶ ମୋର ଆଦେଶ ତୁମକୁ ପାଳନ କରିବାକୁ ହିଁ ହେବ । ମାରୀଚର ଆଉ ସମ୍ମତ ନ ହୋଇ ଉପାୟ ନଥିଲା । ସେତେବେଳେ ରାବଣ ତାହାର ବିମାନତୁଲ୍ୟ ରଥରେ ମାରୀଚକୁ ସଙ୍ଗରେ ନେଇ ପହଞ୍ଚିଲା ଯାଇ ପଞ୍ଚବଟୀ ନିକଟରେ । ରଥରୁ ଅବତାର୍ଣ୍ଣ ହୋଇ ମାରୀଚର ହାତଧରି ରାବଣ କହିଲା–କଦଳୀ–ବନ ଘେରି ରହିଛି ରାମର ପର୍ଣ୍ଣ କୁଟୀରକୁ । ତୁମେ ହରିଣ ହୋଇ ସେଠାରେ ବିଚରଣ କର । ମାରୀଚ ଧାରଣ କଲା ଅପୂର୍ବ ହରିଣରୂପ । ତାହାର ଅଙ୍କା–ବଙ୍କା ଶିଙ୍ଗ ଦୁଇଟା ମଣିପରି ଚିକ୍ ଚିକ୍ କରୁଛି । ରକ୍ତପଦ୍ମପରି ତା'ର ମୁଖ, ଇନ୍ଦ୍ରନୀଳମଣି ପରି କାନ, ଈଷତ୍ ବଙ୍କିମ ଗ୍ରୀବାର ଭଙ୍ଗି । ତାହାର କୋମର– ମସୃଣ ଚର୍ମ ଉପରେ ପଦ୍ମ କେଶରର ରଙ୍ଗ ଏବଂ ମହୁଲ ଫୁଲ ପରି କୋମଳ ତାହାର ଉଭୟ ପାର୍ଶଦେଶ ।' 


 ସୀତା ସେତେବେଳେ ଆଶ୍ରମ ପ୍ରାଙ୍ଗଣରେ ବୁଲି ବୁଲି ଫୁଲ ତୋଳୁଥିଲେ । ସେହି ଅପରୂପ ମାୟା ହରିଣ ନାନା ରଙ୍ଗ-ଭଙ୍ଗିରେ ଆକର୍ଷଣ କରିବାର ଚେଷ୍ଟା କରୁଥିଲା ସୀତାଙ୍କ ଦୃଷ୍ଟିକୁ । କେବେ ଧୀରେ ଧୀରେ, କେବେ ଚପଳ ଗତିରେ ; କେତେବେଳେ କଦଳୀ ବନୟ ଆଢୁଆଳରେ, କେତେବେଳେ କନିଅର ଫୁଲ ଗଛର ଆଢୁଆଳରେ, କେତେବେଳେ ଜଲମଲ ଆଲୋକରେ ତ ଆଉ କେତେବେଳେ ଆମ୍ର କୁଞ୍ଜର ଛାୟାରେ ବାରମ୍ବାର ଛଳନା କରି ଚାଲୁଥିଲା ହରିଣଟି ।' 

 ସୀତାଙ୍କ ଦୃଷ୍ଟି ପଡ଼ିଗଲା ସେହି ଅପରୁପ ହରିଣ ଉପରେ । ଏତେ ବନରେ ବୁଲୁଛନ୍ତି, ଏପରି ହରିଣ ପ୍ରକୃତରେ ସେ କେବେ ଆଉ ଦେଖି ନାହାନ୍ତି । ସୀତା ବ୍ୟଗ୍ରଭାବେ ରାମ–ଲକ୍ଷ୍ମଣଙ୍କୁ ଡ଼ାକି କହିଲେ— ତୁମ୍ଭେମାନେ ଶୀଘ୍ର ଆସି ଦେଖିଯାଅ ଗୋଟିଏ ଆଶ୍ଚର୍ଯ୍ୟ ଜିନିଷ । କୁଟୀରର ବାହାରକୁ ଚାଲି ଆସିଲେ ରାମ-ଲକ୍ଷ୍ମଣ, ଆସି ଦେଖିଲେ ସେହି ହରିଣକୁ–ବାସ୍ତବରେ ବିସ୍ମୟକର ! ଲକ୍ଷ୍ମଣ କହିଲେ–ଭାଇ, ଏ କ'ଣ ସତ୍ୟ ହରିଣ ନା କୈାଣସି ମାୟା ? ଆଗ୍ରହରେ ସୀତା କହିଲେ–ସତ୍ୟ ହରିଣ । ମୁଁ ଏପରି ଆଉ କେବେ ଦେଖିନି । ଏହି ହରିଣଟି ମୋତେ ଧରିବାକୁ ହେବ । ଏହାକୁ ମୁଁ ବନବାସ କାଳରେ ରଖି ପାଳିବି, ତାହାପରେ ଅଯୋଧ୍ୟାକୁ ନେଇ ଯାଇ ଦେଖାଇବି ସମସ୍ତଙ୍କୁ ।' 

 ହରିଣଟି ଦେଖି ରାମଙ୍କ ମନରେ ମଧ୍ୟ କିପରି ଲୋଭ ହେଲା । ତାହା ଉପରେ ପୁଣି ସୀତାଙ୍କ ଅଳି ଶୂଣି ସେ ଲକ୍ଷ୍ମଣଙ୍କୁ କହିଲେ–ଏପରି ସ୍ବର୍ଣ୍ଣ ବର୍ଣ୍ଣର ହରିଣ ମୁଁ ମଧ୍ୟ ଆଉ କେବେ ଦେଖିନାହିଁ । ଆଉ ସୀତାଙ୍କର ଏଇଟି ପାଇବାକୁ ଖୁବ୍ ଲୋଭ ହୋଇଛି । ମୁଁ ଶୀଘ୍ର ଧରି ଆଣୁଛି ଏହି ହରିଣଟିକୁ । ଆଉ ତୁମେ ଯାହା କହିଲ, ଏଇଟା ଯଦି ହରିଣ ନ ହୋଇ ବାସ୍ତବରେ କୈାଣସି ରାକ୍ଷସର ମାୟା ହୁଏ, ତେବେ ତ ଏହାକୁ ଏହିକ୍ଷଣ ଧରି ପକାଇବା ଉଚିତ୍ ବା ବଧ କରିବା ଉଚିତ୍ ! ତୁମେ ଖୁବ୍ ସାବଧାନ ରୁହ, ଅସ୍ତ୍ରଶସ୍ତ୍ର ଦ୍ଵାରା ସୀତାଙ୍କୁ ରକ୍ଷା କର । ମୁଁ ଯେତେବେଳେ ପର୍ଯ୍ୟନ୍ତ ହରିଣଟାକୁ ଧରି ବା ବଧ କରି କୁଟିରକୁ ଫେରି ନ ଆସିଛି, ସେତେବେଳ ପର୍ଯ୍ୟନ୍ତ ସୀତାଙ୍କୁ ଏକା ଛାଡ଼ି ତୁମେ କିନ୍ତୁ କୁଆଡ଼େ ଯିବ ନାହିଁ ।' 


 ଏହା କହି ରାମ ଧନୁ, ତୀର ଓ ଅସି ଧରି ଶୀଘ୍ର ହରିଣ ପଛରେ ବାହାରି ପଡ଼ିଲେ । ମାୟା ହରିଣ ରାମଚନ୍ଦ୍ରଙ୍କ ସଙ୍ଗରେ ଖେଳିବାକୁ ଲାଗିଲା ନାନା ଖେଳ । କେତେବେଳେ ସେ ଅନେକ ପରିମାଣରେ ଆଗକୁ ଆଗେଇ ଆସେ, ପର ମୁହୂର୍ତ୍ତରେ ପୂଣି ଦ୍ରୁତ ଲମ୍ବ ଦେଇ କଣ୍ଟା–ଝଟା ଓ ଲତା–ପତ୍ରର ଗହଳରେ ଲୁଚିଯାଏ । କେତେବେଳେ ପୁଣି ଆହ୍ଲାଦର ଭାବ ଦେଖାଇ ରାମଙ୍କ ଆଡକୁ କୈାତୁକରେ ଚାହିଁ ରହେ । ପର ପକ୍ଷରେ ଭୟରେ ପରାଇ ଯିବାର ବାହାନା କରେ ।' 

 ଏହିପରି ଭାବେ ପ୍ରଲୋଭନ ଦେଖାଇ ଦେଖାଇ ହରିଣଟି ରାମଙ୍କୁ ନେଇ ଚାଲିଲା । ଆଶ୍ରମରୁ ଅନେକ ଦୁରକୁ । ଅନେକ ସତୟ ହରିଣର ପଛେ ପଛେ ବୁଲି ବୁଲି ରାମ କ୍ଳାନ୍ତ ଓ କ୍ରୁଦ୍ଧ ହୋଇ ଉଠିଲେ । ତାକୁ ଧରି ବାର ଆଶା ତ୍ୟାଗକରି ମାରିବାପାଇଁ ଛାଡ଼ିଲେ ଦୀପ୍ତ ବ୍ରହ୍ମାସ୍ତ୍ର । ସସେ ଅସ୍ତ୍ର ମୀୟା ହରିଣର ଦେହ ଭେଦ କରି ଯାଇ ଭିତରେ ଥିବା ମାରୀଚ ରାକ୍ଷସର ହୃଦୟ ବିଦ୍ଧକଲା । ଏହିପରି ତାଳଗଛ ସଦୃଶ ଏକ ଉଚ୍ଚ ଲମ୍ପ ଦେଇ ଭୂଇଁରେ ପଡ଼ିଗଲା ସେହି ହରିଣି–ଆଉ ମରିବା ପୂର୍ବରୁ ରାମଙ୍କ କଣ୍ଠସ୍ୱର ପରି କଣ୍ଠରେ ଚିତ୍କାର କରି ଉଠିଲା–‘ହାୟ ସୀତା, ହାୟ ଲକ୍ଷ୍ମଣ !' 

 ସେହି ଆର୍ତ୍ତ ଚିତ୍କାରର ଶଦ୍ଦ ପହଞ୍ଚିଲା ଯାଇ ସୀତାଙ୍କ କାନରେ ସୀତା ଭାବିଲେ— ନିଶ୍ଚୟ ବିପଦ ହୋଇଛି କିଛି ରାମଙ୍କୟ । ତେଣୁ ଏହି କରୁଣା ଆର୍ତ୍ତନାଦ । ସୀତା ଲକ୍ଷ୍ମଣଙ୍କୁ କହିଲେ–ଲକ୍ଷ୍ମଣ, ଶୀଘ୍ର ତୀୟ–ଧନୁ ନେଇ ଛୁଟି ଯାଅ–ନିଶ୍ଚୟ କୈାଣସି ବିପଦ ଘଟିଛି ରଘୁନାଥଙ୍କର ।' 

 ବିନୀତଭାବେ ଲକ୍ଷ୍ମଣ ଉତ୍ତର ଦେଲେ–ରଘୁନାଥ ରାମଙ୍କର କେହି ବିପଦ ଘଟାଇ ପାରେ–ଏକଥା ମୁଁ ବିଶ୍ଵାସ କରେନାହିଁ । ଆଉ ଆପଣଙ୍କୁ ମୁଁ କୈାଣସି ପ୍ରକାରେ କୁଟୀରରେ ଏକା ରଖି ଯାଇ ପାରିବି ନାହିଁ ।' 

 ଭୀଷଣ ଆତଙ୍କ ଓ କ୍ରୋଧରେ ଦିଗ–ବିଦିଗ ଜ୍ଞାନଶୂନ୍ୟ ହୋଇଗଲେ ସୀତା । ଅତ୍ୟନ୍ତ ରୁକ୍ଷଭାବେ କହିଲେ ଲକ୍ଷ୍ମଣ–ଭଣ୍ଡ କାପୁରୁଷ, ଏଇ ତୁମର ଭ୍ରାତାଭକ୍ତି ? ତୁମକୁ ମୁଁ ଚିହ୍ନି ପାରୁଛି, ଭିତରେ ଭିତରେ ତୁମେ ମଧ୍ୟ ଚାହଁ ରାମଙ୍କର ସର୍ବନାଶ ! କୌଣସି ପ୍ରକାରେ ସହ୍ୟ ହେଲା ନାହିଁ ଏପରି ମିଥ୍ୟା ଅପବାଦ ଲକ୍ଷ୍ମଣଙ୍କର । ତସ୍ତ ଲୌହଶଳାକାପରି ବିଦ୍ଧ କଲା ତାଙ୍କୁ ସୀତାଙ୍କର ପ୍ରତ୍ୟେକଟି କଥା । ଲକ୍ଷ୍ମଣ କୈାଣସିରୂପେ ଆମୂସଂବରଣ କରି କହିଲେ—‘ଜନକ ନନ୍ଦିନି' ଆପଣ ମୋର ଗୁରୁଜନ । ତେଣୁ ଆପଣଙ୍କୁ ମୁଁ କିଛି କହି ପାରିଲି ନାହିଁ । ଯାଃ ଆଜି ମୁଁ କୈାଣସି ଲକ୍ଷ୍ମଣ ଭଲ ଦେଖି ପାରୁନାହିଁ । ଆପଣ ଅତି ସାବଧାନ ରହିବୃ । ସମସ୍ତ ବନଦେବତାଙ୍କ ଉପରେ ହିଁ ମୁଁ ଦେଇଗଲି ଆପଣଙ୍କୁ ୟକ୍ଷା କରିବାର ଭାର ।' ଏହା କହି ଲକ୍ଷ୍ମଣ ସୀତାଙ୍କ ପାଦରେ ପ୍ରଣାମ ଜଣାଇ ଛୁଟି ବାହାରି ପଡ଼ିଲେ ରାମଙ୍କ ସନ୍ଧାନରେ ।• 



Rate this content
Log in