STORYMIRROR

MADHU MITA

Romance Fantasy

3  

MADHU MITA

Romance Fantasy

ଦୋ ଛକିରେ

ଦୋ ଛକିରେ

4 mins
212

ଓଃ କି ସୁନ୍ଦର ଆଉ ଭାଷା ନାହିଁ ରିକି ପାଖରେ ଏତେ ସୁନ୍ଦର କଣ କିଏ ହେଇପାରେ କି । ବିଧାତା ସତେ ଯେପରି ନିଜ ସମସ୍ତ ବୁଦ୍ଧି କାରିଗରୀ ଖଟେଇ ଦେଇଛି ଏ ଅନନ୍ୟ ଅନୁପମା ସୌନ୍ଦର୍ଯ୍ୟ ତିଆରି କରିବାରେ । ପୁଣି ଥରେ ଦୀର୍ଘଶ୍ୱାସ ନେଇ ଅଭିନେତ୍ରୀ ସିମରନ୍ ର ଫଟୋକୁ ଗଭୀର ଚୁମାଟିଏ ଦେଇଦେଲା ।

"ଇୟେ ସତରେ ପାଗଳ"କହି ସାଙ୍ଗମାନେ ହସି ଉଠିଲେ । ସିମରନ୍ ଯାଦୁରେ ଦିନରାତି ଏକ କରି ଦେଉଥିବା ଏ ଯୁବଗୋଷ୍ଠୀ ଭିତରେ ରିକି କିନ୍ତୁ ବାରି ହୋଇଯାଏ । ସିମ୍ରନ୍ ର କୌଣସି ଫିଲ୍ମ୍ ସେ ନ ଦେଖି ରହି ପାରେନି । କେଜାଣି କାହିଁକି ଏ ଅହେତୁକ ଆକର୍ଷଣ । ଘରେ ଯେତେ ମନା କଲେ ମଧ୍ୟ ନୂଆ କଲେଜ୍ ଯାଇଥିବା ଏ ନବଯୁବକଟି ବାହାନା କରି ସବୁ ସିନେମା ଦେଖି ପକାଏ । ଆଉ ତା ସହ ସିମ୍ରନ୍ ର ସବୁ ଡାଏଲଗ ମଧ୍ୟ ଅନବରତ କହି ପକାଏ । ଆଉ ସେଦିନ

ନାମୀ ଦାମୀ କାର ସବୁ ଆସିଥିଲା ତାଙ୍କ ସୋସାଇଟିକୁ  । ଅଭିନେତ୍ରୀ ସିମ୍ରନ୍ ତା ଘର ସାମ୍ନା ବ୍ଲକକୁ ରହିବା ପାଇଁ ଆସିଗଲା । ଓଃରିକି ର ଖୁସି ଆଉ ଥଳକୁଳ ମାନିଲାନି ।  ସୀମରନ୍ ସତରେ ତା ସୋସାଇଟିକୁ ଆସିଛନ୍ତି । ବିଶ୍ୱାସ କରିପାରୁ ନ ଥାଏ ସେ । ସାଙ୍ଗ ମାନଙ୍କୁ ଡାକି ଦେଖାଇଲା ଓ ପାର୍ଟି ମଧ୍ୟ ଦେଇଥିଲା । ହଁଘରେ ମା ବାପାଙ୍କଠୁ କଟୁ କଥା ମଧ୍ୟ ଶୁଣିଥିଲା । ହେଲେ ସିମ୍ରନ ପାଖକୁ ଆସିବା ଖୁସି ଆଗରେ ଏ ସବୁ ତୁଚ୍ଛ ଥିଲା ।

ତା ପରଠୁ ରିକି ବେଶୀ ବେଶୀ ଘରେ ରହୁଥିଲା । କେତେବେଳେ ସାମ୍ନା ବ୍ଲକରୁ ଓହ୍ଲାଇବ ତା ମାନସ ସୁନ୍ଦରୀ । ସକାଳୁ ଉଠି ତା ବାଲକୋନୀକୁ ଚାହିଁ ରହୁଥିଲା ମୁଣ୍ଡଫଟା ଖରା ନ ଆସିବା ଯାଏଁ ।  କାଳେ ସେ ଦେଖା ଦେଇଦେବ । "ଭଗବାନଙ୍କୁ ଡାକନ୍ତୁ ରେ ଏତେ ମନ ପ୍ରାଣ ଦେଇ ତଳକୁ ଆସି ଗେଲ କରି ପକାନ୍ତେ "ଚିଲ୍ଲେଇଲେ ରିକି ର ଜେଜେମା । କିନ୍ତୁ ଅଭଦ୍ରଙ୍କ ପରି ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ହସି ଚାଲିଗଲା ରିକି ବାହାରକୁ ସିମ୍ରନ ଯେତେବେଳେ ଚାଲି ଯାଉଥିଲା ନା ଓଃ ଛାତିରେ ସତ କଣ୍ଟା ସବୁ ଫୋଡି ହୋଇ ଯାଉଥିଲା ସାମ୍ପୁଦିଆ ଓଦା ଚୁଟି ଯେତେବେଳେ ସେ ଝାଡି ଦିଏ ରିକି ଅଜଣା ରାଇଜରେ ଭାସି ବୁଲେ । ଓଃକି ବାସ୍ନା । ସିମ୍ରନ ଚାଲିଯିବା ପରେ ଅଧଘଣ୍ଟା ଯାଏଁ ତା ବାସ୍ନା ସେ ଏରିଆରେ ଭରି ରହିଥାଏ । ଆଶ୍ଚର୍ଯ୍ୟ କଥାରାତିରେ ମଧ୍ୟ ଯେତେବେଳେ ସେ ଘରକୁ ଫେରି ଆସେ ଚାରିଆଡ଼େ ତା ମହକ ଭରି ଦିଏ । ବେଳେବେଳେ ଫୋନରେ କଥା ହେଉ ହେଉ ସିମରନ ହସିଦିଏ ଅଳ୍ପ କଳା ଘନ କେଶ ଭିତରୁ ତା ଗୋଲାପି ଗାଲ ଉପରେ ଯେଉଁ ଛୋଟ ଭଅଁର ଖେଳି ଯାଏ ରିକି ଭାବେ ସେ ମୁହୂର୍ତ୍ତରେ ତା ହୃତାସ୍ପନ୍ଦନ ଆଉ ବନ୍ଦ ହୋଇଯିବାକୁ ବସିଛି କି ।

ଦି ଦିନ ତଳେ ଜେଜେମାର ଚଷମା ଭାଙ୍ଗି ଯାଇଥିଲା । ମା’ ତାକୁ ତିନି ହଜାର ଟଙ୍କା ଦେଇଛନ୍ତି ନୂଆ ଚଷମା କରେଇ ଦେବାକୁ । ସେ ଦୋକାନକୁ ଯାଉଛି ତା ସାଙ୍ଗ ପିଙ୍କୁ ଫୋନ କରି ଜଣେଇଲା ସିମ୍ରନର ନୂଆ ଫିଲ୍ମ୍ "ଗୋଲାପ" ପାଇଁ ଟିକେଟ ମିଳୁନି ।  ବ୍ଲାକ ରେ ଆଣିବାକୁ ପଡ଼ିବ । ସେ ଯାହା ବି ହେଉ ସିମରନର ଫିଲ୍ମ ଫାଷ୍ଟ୍ ଶୋ ନ ଦେଖିଲେ କଣ ଚଳିବ । ପକେଟରେ ହାତ ଭର୍ତ୍ତି କଲା ରିକି । ଆଉ ପୀଙ୍କୁ କୁ କହିଲା ମୋ ତରଫରୁ ସମସ୍ତଙ୍କ ପାଇଁ ବ୍ଲାକ ଟିକେଟ କରି ଆଣେ । ଅବଶ୍ୟ ସାଙ୍ଗ ମେଳରେ ଏମିତି ହିରୋଗିରି ଦେଖେଇବାକୁ ପଡେ ନା । ଚଷମା କଥା ପରେ ବୁଝା ଯିବ । "ଗୋଲାପ" ଦେଖା ପ୍ରଥମେ ନା ।

ଘର ବାହାରକୁ ଆସିଲା ବେଳେ ଦୃଷ୍ଟି ପକେଇଲା ସିମ୍ରନ ଘର ଆଡେଆରେ !! ଘର କବାଟ କଣ ଖୋଲା ଅଛି । ସିମ୍ରନ ବାହାରକୁ ଯାଉଛନ୍ତି ବୋଧେ । ଅପେକ୍ଷା କଲା ସେ । ଏକ ନଜର ପାଇବାକୁ । କିନ୍ତୁକିଛି ସମୟ ଧରି ସେ ନ ଆସିବାରୁ କଣ ଭାବିଲା ଆଉ ସିମରନ ଘର ଆଡ଼କୁ ଆଗେଇଗଲା ।  ଘର କବାଟ ଖୋଲା ଦେଖି ବହୁତ କିଛି ଭାବି ଗଲା ରିକି । ସିମ୍ରନ ବୋଧେ କପଡା ବଦଳାଉଥିବେ । ନ ହେଲେ ବାଥରୁମ୍ ରେ । ଛୋଟ ଦୁଷ୍ଟ ହସ ଖେଳିଗଲା ତା ଓଠ କୋଣରେ ଗେଟ୍ ସାମ୍ନାରେ ଅତି ସୁନ୍ଦର ପାଦ ଜୋତା ସବୁ ସଜ୍ଜିତ ରଖା ଦେଖି ରିକି ଆନନ୍ଦିତ ହେଲା ।  ଓଃକି ବାସ୍ନା!!ଜୋତା ମଧ୍ୟ ଏତେ ସୁନ୍ଦର ବାସ୍ନା ଦେଇପାରେ । ଆନମନା ହେଲା ରିକି । ଏତେ ବାସ୍ନା ସିମ୍ରନ୍ ପାଖରେ ଆସୁଛି କେମିତି କେଜାଣି ।  । ଭାବି ଭାବି ଘର ଭିତରକୁ ପାଦ ଦେବା ବେଳେଛିଃକି ଦୁର୍ଗନ୍ଧ । ନାକରେ ହାତ ଦେଲା ରିକି । ପେଟଟା କେମିତି ଘାଣ୍ଟି ହୋଇଗଲା ।

ପଛକୁ ବୁଲି ପଳେଇ ଯିବାକୁ ବାହାରିଛିହଠାତ୍ ଦେଖିଲା ସେପଟୁ ଆସୁଛନ୍ତି ସିମ୍ରନ୍ ବାନ୍ତି କରିସାରି । ସିମରନକୁ ଦେଖି ସେଇ ଜାଗାରେ ଠିଆ ହୋଇ ରହିଗଲା ରିକି । କ୍ଷୀଣ କଣ୍ଠରେ ଡାକିଲେ ସିମ୍ରନ୍କି ଦୁର୍ଗନ୍ଧ ଆସୁଛି ସେ ଘରୁ । ଆଉ ତାଙ୍କ ପାଖରୁ ।

" କାଲିଠାରୁ ଫୁଡ୍ ପଏଜନିଂ ହୋଇଯାଇଛି । ଭୀଷଣ ବାନ୍ତି ଆଉ ଲୁଜ ମୋସନ ସେଲିବ୍ରିଟି ମୁଁ । କାହାକୁ ଏ ପରିସ୍ଥିତିରେ ଡାକି ପାରୁନି । ତୁମକୁ ସାମ୍ନା ଘରେ ଦେଖିଛି । ତୁମେ ଦୟାକରି ମୋ ପାଇଁ କିଛି ଔଷଧ ବ୍ୟବସ୍ଥା କରିଦେବ । " ଏକ ନିଃଶ୍ୱାସରେ ଏତିକି କହି ସିମରନ୍ ହାତ ବଢ଼ାଇ ଦେଲେ ରିକିଁ ଆଡ଼କୁ"ଟିକେ ଧରଟଏଲେଟ୍ ଯାଏଁ ସାଙ୍ଗରେ ନେଇଯିବ ଆଇ ଆମ୍ ଠୁ ଉଇକ ଟୁ ଗୋ ଏଲୋନ । "

ପିଙ୍କୁ ସେପଟୁ ଫୋନ୍ କରି କହିଲା "ଆଉ ଦଶ ମିନିଟ୍ ରେ ଫିଲ୍ମ୍ ଆରମ୍ଭ ହେବ । ତୁ ଦେବା ପଇସାରେ ସମସ୍ତଙ୍କ ଟିକେଟ ଆଉ ସ୍ନାକ୍ସ୍ ଆଣି ଦେଇଛି । ଜଲଦି ଆସ । "

କାନ୍ଦୁଣୁ ମାନ୍ଦୁଣୁ ହୋଇ ଏକ ଅନାହୁତ ଦୋ ଛକିରେ ଠିଆ ହୋଇଥିଲା ରିକି । ସ୍ବପ୍ନ ନାୟିକାର ହାତ ଧରି ଦୁର୍ଗନ୍ଧ ଯୁକ୍ତ ପରିବେଶରେ ରହି ତାଙ୍କ ସେବା କରିବ । ନା ଏୟାର କଣ୍ଡିଶନିଂ ପ୍ରେକ୍ଷଳୟରେ ବସି ଜେଜେମା ଚଷମା ପଇସା ଖର୍ଚ୍ଚରେ ସ୍ବପ୍ନ ନାୟିକାର ଲସ୍ୟମୟ ଅଭିନୟ ଦେଖି ପପକର୍ନ ଖାଇ ତା ବାସ୍ନାରେ ହଜିଯିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance