Krushna Chandra Dakua

Drama Inspirational

4  

Krushna Chandra Dakua

Drama Inspirational

ଦି, ଛକିରେ ଜୀବନ

ଦି, ଛକିରେ ଜୀବନ

7 mins
705


ସତରେ ଭଗବାନଙ୍କ ସୃଷ୍ଟିଟା ବିଚିତ୍ର ! କିଏବା କେଉଁ ବେଳେ କେଉଁ ଅବସ୍ଥାରେ ଥିବ ବର୍ତମାନ ଠାରୁ କଳ୍ପନା କରିବା କଷ୍ଟ ସାଧ୍ୟ,ସେ ମଣିଷ ହେଉ ଅବା ପଶୁ । ମନେ ହେଉଛି ଯେମିତି ଜୀବନ ମାତ୍ରକେ ଜିଂବାର ସଂଘର୍ଷ । ଅନ୍ୟ ପଟେ ତ ଗୋଟିଏ ମୁଦ୍ରାର ଦୁଇ ପାର୍ଶ ସୁଖ ଦୁଃଖ ଭଳି ମନେ ହୁଏ ।


ସୃଷ୍ଟି କର୍ତ୍ତା କେତେବେଳେ କାହା ମୁଣ୍ଡରେ ସୁନା କଳସ ଢାଳି ଦିଅନ୍ତି ତ ଆଊ କାହା ମୁଣ୍ଡରେ ଫମ୍ପା କଳସ । ଉକ୍ତ କଥା ଏଠି କହିବାର ଉଦେଶ୍ୟ କିଏ ସୁଖରେ ଜୀବନ କାଟେ ତ ଅନ୍ୟ କିଏ ଦୁଃଖ ରେ ଅର୍ଥାତ ଜୀବନ ଥାଇ ମଧ୍ୟ ନଥିବା ଭଳି। ମନରେ ସର୍ବଦା ଗୋଟିଏ ପ୍ରଶ୍ନ ଉଙ୍କି ମାରେ ଏ ସବୁ କାହିଁକି,ଇଏ ଭଗବାନଙ୍କ କେଉଁ ବିଚାର ! ଏସବୁ ପୂର୍ବ ଜନ୍ମର କର୍ମ ଫଳ ନେହେଁ ତ । ୟାକୁ ବୁଝିବା କାଠି କର ପାଠ । ସାଧାରଣତଃ ଜୀବନ ବଞ୍ଚି ରହିବା ପାଇଁ ଖାଦ୍ୟ ଆବଶ୍ୟକ ଅନ୍ୟପଟେ ଯେକୌଣସି କର୍ମ କାଲେ ହେଁ ପାଟିକୁ ଦାନା ଓ ଦେହକୁ ପୋଷାକ ଖଣ୍ଡେ ହେବ । ଏମିତିରେ ତ କଥାରେ ଅଛି ଅଳସୁଆ ଦୁଃଖ ପାଏ । ଯିଏ କୌଣସି କର୍ମ କରିବା ପାଇଁ ପଛ ଘୁଞ୍ଚା ଦିଏ ସେ ତ ଅବଶ୍ୟ ଭୋକ ଉପାସରେ ରହେ ।


ଏକଦା ଗୋଟିଏ ଗ୍ରାମରେ ଜଣେ ବ୍ୟକ୍ତି ସର୍ବଦା ବେସ୍ ହସ ଖୁସିରେ ରହୁଥିଲେ । ହଟାତ ଦିନେ ଏମିତି କିଛି ଘଟିଲା ନିଜ ପରିବାର ମଧ୍ୟ ଘୃଣା କରିବାରେ ଲାଗିଲା । ଆପଣ ଭାବୁଛନ୍ତି ନା କାରଣ କଣ ହୋଇଥିବ ବୋଲି ? କହିଲେ ଦେଖିବା,ନା ମୁଁ ଜାଣେ ଆପଣ କହିପାରିବେନି କାରଣ ସେ କାହାଣୀ ସଂକ୍ଷିପ୍ତ ନଥିଲା । ଦେଖିବାରେ ବ୍ୟକ୍ତି ଜଣକ ଭଦ୍ର ଓ ସରଳ ଭଳି ଲାଗନ୍ତି କିନ୍ତୁ କିଛିଟା ଖରାପ ଗୁଣ ରହିଥିଲା ଯାହା ତାଙ୍କୁ ଦିନେ ପରିବାର ଠାରୁ ଅଲଗା କରିଲା । ପରିବାର ଲୋକେ ସେହି ଖରାପ ଗୁଣ ବା ବଦ ଅଭ୍ୟାସରୁ ବିରୁତ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇ ନଥିଲେ । ଦିନେ ସେହି ବ୍ୟକ୍ତିଙ୍କୁ ପକ୍ଷାଘାତ ବା ପାରାଲିସିସ୍ ହେଲା । ଘର ଲୋକ ସେହି ରୋଗ ଭଲ କରିବା ପାଇଁ ବହୁ ଡାକ୍ତରଖାନା ତଥା ଓଷା ଉପବାସ କଲେ ହେଲେ ସେହି ରୋଗ ଛାଡ଼ିବାରେ ନା ନେଉନଥିଲା । ସେହି ବ୍ୟକ୍ତିଙ୍କ ବ୍ୟତିତ ଆଊ ଦୁଇ ଭାଇ ତାହାଙ୍କ ଥିଲେ ଓ ସେମାନଙ୍କ ପରିବାର ମଧ୍ୟ ଥିଲା । ଏମିତିରେ ତ ସେ ଅଣରୋଜଗାରୀଆ ଥିଲେ ତେଣୁ ପରିବାର ଲୋକେ ଧୀରେ ଧୀରେ ତାଙ୍କୁ ପଚାରା ଉଚୁରା ବନ୍ଦ କରିଦେଲେ ।


ଏମିତିରେ ତ ଜୀବନ ମାତ୍ରକେ ଯନ୍ତ୍ରଣା,ବ୍ୟକ୍ତି ଜଣକ ପରିବାର ଠାରୁ ଅଲଗା ହେଲା ପରେ ନିଜ ପେଟ ପୋଷିବା ତାଙ୍କ ପାଈଁ କାଠିକର ପାଠ ହୋଇ ପଡ଼ିଲା । ଜୀବନ ବଞ୍ଚାଇବା ପାଈଁ ସେ କେତେବେଳେ ବାର ଦ୍ଵାର ସୁଣ୍ଡି ପିଣ୍ଡା ହୁଅନ୍ତି ତ କେତେବେଳେ ନିକଟରେ ଥିବା ଗ୍ରାମ ମନ୍ଦିର ରେ ଆଶ୍ରୟ ନିଅନ୍ତି । ହେଲେ କିଏ ବା କେତେ ଦିନ ଖାଇବା ପାଇଁ ଦେବ । ଦିନେ ଦିନେ ଉପବାସରେ ଜୀବନ କାଟୁଥିବା ବେଳେ କେତେବେଳେ ଚୁଡ଼ା ବିସ୍କେଟ୍ ସାହା ଭରସା ହୋଇଥାଏ। 


ଉପରିକ୍ତ କାହାଣୀ ଗୋଟିଏ ବ୍ୟକ୍ତିଙ୍କ ଥିବା ବେଳେ ଅନ୍ୟ ବ୍ୟକ୍ତିଙ୍କ କାହାଣୀ ନିମ୍ନରେ ବର୍ଣ୍ଣନା କରାଗଲା,ଯେହେତୁ ଗଳ୍ପଟିର ନାମ ଦୁଇ ଅସହାୟ ବନ୍ଧୁ -


ଗୋଟିଏ ବୃହତ ଗ୍ରାମରେ ଏକ ମାଳି ବା ମୁନି ପରିବାର ଏକଦା ବେସ୍ ହସ ଖୁସିରେ ବସବାସ କରି ଆସୁଥିଲେ । ନିଜର ପରିବାର ପେଟ ପୋଷଣ କରିବା ପାଇଁ ସେ କୌଳିକ ବୃତ୍ତି ମନ୍ଦିର ପୂଜା ଆପଣାଇ ଥିଲେ ଓ ସ୍ୱଳ୍ପ ପାଉଣା ମଧ୍ୟ ମନ୍ଦିର ପ୍ରଶାସନ ଠାରୁ ପାଉଥିଲେ । ସେତିକିରେ ସେ ପରିବାର ଚଳାଇବା ସହ ଦୁଇରୁ ତିନି ଝିଅର ବାହାଘର କରିବା ସହ ପୁଅର ମଧ୍ୟ ବାହାଘର କରିଥିଲେ । ହେଲେ ଆଜିର ମାହାଙ୍ଗା ଯୁଗରେ ମନ୍ଦିର ପ୍ରଶାସନ ଠାରୁ ପାଉଥିବା ସ୍ୱଳ୍ପ ବେତନ ପରିବାର ଚଳାଇବା ପାଇଁ କଷ୍ଟ ସାଧ୍ୟ ହୋଇପଡିଲା । ତେଣେ ପରିବାର ଚଲାଇବା ପାଈଁ ଅନ୍ୟ ଉପାୟ ତଥା ମନ୍ଦିର ପୂଜା କରିବା ପାଇଁ ନିକଟ ବର୍ତୀ ଗ୍ରାମ ମାନଙ୍କରେ ଅନୁସନ୍ଧାନ କରିବାରେ ଲାଗିଲେ ବିରୁଦ୍ଧ ଜଣକ ଲାଗିଲେ,ଏହା ପୁଅକୁ ଭଲଲାଗିଲା ନାହିଁ । ହେଲେ ରୋଜଗାରୀଆ ପୁଅ ବାପାଙ୍କ ଏହି ଅଵସ୍ଥା ଦେଖି ସେ ବିଦେଶ ଯିବା ଛାଡ଼ି ଦେଲା ଓ ନିଜ ଗ୍ରାମ ଠାରୁ ଅଳ୍ପ ଦୂରରେ ଥିବା ଏକ ଗ୍ରାମରେ ମନ୍ଦିର ସେବା କରିବା ପାଇଁ ମନ୍ଦିର ପ୍ରଶାସନ ସହ ଚୁକ୍ତିନାମା କଲା ଏବଂ ସପରିବାର ଆସି ସେହି ଗ୍ରାମରେ ବସତି ସ୍ଥାପନ କଲେ । ଦୀର୍ଘ ବର୍ଷ ସେହି ଗ୍ରାମରେ ରହି ମନ୍ଦିର ପୂଜା କରିବା ସହ ଅନ୍ୟାନ କାମ କରୁଥିଲେ । ସେହି ପୁଅର ଗୋଟଏ ପୁଅ ଓ ଝିଅ ଥିଲା,ସେମାନଙ୍କ ଭବିଷ୍ୟତର ଉଜ୍ଜ୍ୱଳ କାମନା କରି ସ୍କୁଲରେ ନାମ ଲେଖାଇଥିଲେ । ଏତିକି ବେଳକୁ ବାପାଙ୍କ ବୟସ ବଢ଼ି ଯାଇଥିଲା । 


ଦୁଃଖର ବିଷୟ ଦିନେ ପୁଅ ନିଜର ମନ୍ଦିର ପୂଜା ଶେଷ କରି ଅନ୍ୟାନ କାମ ପାଈଁ ବାହାରକୁ ଯାଇଥାଏ ହେଲେ ଏମିତି ଖବର ଆସିଲା ପୁଅର ସ୍ବାସ୍ଥ୍ୟ ଅବସ୍ଥା ଖରାପ । ଖବର ପାଇ ଘର ଲୋକେ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚିଲେ,ପହଞ୍ଚିଲା ବେଳକୁ ସେ ଗୁରୁତ୍ୱର ଏବଂ ଶେଷରେ ପ୍ରାଣ ମଧ୍ୟ ଚାଲିଗଲା । ଦୁଃଖ କଷ୍ଟରେ ଶୁଦ୍ଧିକ୍ରିୟା ସମାପ୍ତ ହେଲା,ଶେଷରେ ବୋହୂ ଘର ଲୋକେ ନିଜ ଝିଅକୁ ନିଜ ଗ୍ରାମକୁ ନେବା ସହ ତା'ର ପୁଅ ଝିଅକୁ ମଧ୍ୟ ନେଇଗଲେ । ଏଣେ ବୃଦ୍ଧ ବୟସରେ ଶଶୁର ବୁଢାଟି ଦୁଃଖ ଦୁର୍ଦିନରେ ଜୀବନ କାଟୁଥିବା ବେଳେ ସମୟେ ସମୟେ ସେ ତାର ଝିଅ ଘରକୁ ଯାଇ କିଛି ଦିନ ରହିଯାଏ । ଏମିତି କିଛି ଦିନ ଗଲା ପରେ ଗୋଟଏ ଗୋଡ଼ ଓ ହାତ ପକ୍ଷାଘାତ ଆକ୍ରମଣ ହେଲା । ଝିଅ ମାନେ ବୃଦ୍ଧ ବାପାଙ୍କୁ କିଛି ଦିନ ଦେଖା ଶୁଣା ପରେ କେହିବି ପଚାରିଲେନି । ବୃଦ୍ଧ ବୟସରେ ବ୍ୟକ୍ତି ଜଣକ ଘୋସଡି ଘୋସଡି ଯିବା ଆସିବା କରନ୍ତି ।


ଦିନେ ଉଭୟ ଦୁଇ ଅସହାୟ ଭେଟ ହୁଅନ୍ତି ଓ ଯୋଜନା କରନ୍ତି ଜୀବନ ଜିଂବା ପାଈଁ ଏବଂ ନିଷ୍ପତି ନିଅନ୍ତି ଗ୍ରାମରେ ଥିବା ଯାତ୍ରୀ ବିଶ୍ରାମଗାରରେ ରହିବା ପାଇଁ । ଏମିତିରେ ତ ଦୁହେଁ ଏକେଲା ମଣିଷ ଖାଇବା ପାଇଁ କିଏ ଦେବ ? ଯଦିଓ କେହି ସହୃଦୟ ବ୍ୟକ୍ତି ହାବୁଡ଼ରେ ପଡ଼ନ୍ତି ତେବେ ଖାଇବା ପାଇଁ ମିଳେ ନଚେତ ଭୋକ ଉପାସରେ ଜୀବନ କଟେ।


ସେହି ସମୟରେ ଗ୍ରାମର କିଛି ସଚେତନ ଯୁବକ ଓ ଲୋକମାନେ ମିଶି ଯୋଜନା କରନ୍ତି ଦୁହେଁଙ୍କ ଥଇ ଥାନ ସଂପ୍ରକେ ଏବଂ ସ୍ଥିର କରନ୍ତି ସ୍ଥାନୀୟ ପ୍ରଶାସନକୁ ଜଣାଇବା ପାଈଁ । ଏକ ଦରଖାସ୍ତ ଲେଖନ୍ତି ସ୍ଥାନୀୟ ବି.ଡି.ଓ.ଙ୍କୁ, ବି.ଡି.ଓ. ମହୋଦୟ ହଟାତ ବିନା ସୂଚନାରେ ତଦନ୍ତ ପାଇଁ ଘଟଣା ସ୍ଥଳକୁ ନିଜେ ଆସିବା ସହ କିଛି କର୍ମଚାରୀଙ୍କୁ ମଧ୍ୟ ତଦନ୍ତ କାର୍ଯ୍ୟରେ ନିୟୋଜନ କରି ଫେରନ୍ତି । ପରଦିନ ପ୍ରାୟତଃ ସମସ୍ତ ଖବର କାଗଜରେ ଏ ସମ୍ପର୍କରେ ଏକ ବିସ୍ତୃତ ଖବର ପ୍ରକାଶ ପାଏ । ଖବର ପ୍ରକାଶ ପରେ ଏହି ପଦକ୍ଷେପକୁ ପ୍ରଶଂସା କରି କିଛି ବ୍ୟକ୍ତି ବିଶେଷଙ୍କ ଗ୍ରାମକୁ ସୁଅ ଛୁଟି ଥିବା ବେଳେ କେହି କେହି ପହଞ୍ଚି ସୁସ୍ୱାଦୀ ଫଳ ମୁଳ ଆଣି ଦୁଇ ଅସହାୟଙ୍କ ହାତରେ ଦେଇ ଯିବା ସହ ଦେଖି ଯାନ୍ତି । ଏମିତିରେ କିଛି ଦିନ ବିତିଗଲା ହେଲେ ପ୍ରଶାସନ ପକ୍ଷରୁ ସେମିତି କିଛି ପଦକ୍ଷେପ ଗ୍ରହଣ କରିବାର ଜଣା ପଡ଼ିଲା ନାହିଁ । ତେଣେ ସେହି ଗୋଷ୍ଠି ବ୍ୟସ୍ତ ହୋଇ ପୁଣି ବି.ଡି.ଓ. ଙ୍କ ନିକଟକୁ ଯାଇ ଥଇ ଥାନ ସମ୍ପର୍କରେ ଖବର ନିଅନ୍ତି ଓ ସେ କୁହନ୍ତି ମୁଁ ଦିନେ ଦୁଇ ଦିନ ମଧ୍ୟରେ କଣ ଗୋଟଏ ବ୍ୟବସ୍ଥା କରୁଛି ।ତେଣେ ବି.ଡ଼ି.ଓ.ଙ୍କ ଏହି କଥା ଶୁଣି ସମସ୍ତେ ଗାଁକୁ ଫେରି ଆସନ୍ତି ।


ଦିନେ ଗାଁରେ ଝିପ୍ ଝିପ୍ ବର୍ଷା ଲାଗିଥାଏ ସମୟ ପ୍ରାୟ ପାଖାପାଖି ଦିନ ତିନିଟାରୁ ଚାରିଟା ମଧ୍ୟରେ ହେବ ଏକ ସରକାରୀ ଜିପ୍ ରେ ବୁଟ୍ ସୁଟ୍ ପିନ୍ଧା ଅଫିସର ମାନେ ଯାତ୍ରୀବିଶ୍ରାମଗାର ଠାରେ ନିଜ ଜିପ୍ ରଖୀ ବିଶ୍ରାମଗାର ଭିତରକୁ ଯାନ୍ତି ଓ ଦେଖନ୍ତି ଦୁଇ ଅସହାୟଙ୍କ ଅବସ୍ଥା ଏବଂ ପଚାରି ବୁଝନ୍ତି ଭଲ ମନ୍ଦ । ସରକାରୀ ବାବୁଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଲା ପରେ ଅସହାୟ ଦୁଇ ପଚାରନ୍ତି ଆପଣ କିଏ ? ଏତିକି ବେଳକୁ ଗାଁର କିଛି ଲୋକ ସେଠାରେ ପହଞ୍ଚି ଯାଇଥାନ୍ତି ,ସେହି ବୁଟ୍ ସୁଟ୍ ପିନ୍ଧା ବାବୁ ମାନେ ମୁରୁକି ହସନ୍ତି ଓ କୁହନ୍ତି ଆମେ ବ୍ଲକରୁ ଆସିଛୁ ଆଜ୍ଞା ଆପଣ ଦୁହେଁଙ୍କୁ ନେଇ ଯିବା ପାଇଁ ! ଏହି ସବୁ କଥୋପ କଥନ ପରେ ଖୋଜା ପଡ଼ନ୍ତି ସେହି ଯୁବ ଗୋଷ୍ଠି । କିଏ ଗାଁରେ ଥାଏ ତ ଆଊ କିଏ ବାହାରେ । ବିଶ୍ରାମଗାର ରାସ୍ତା ଦେଇ ଜଣେ ସେହି ଗୋଷ୍ଠିର ଯୁବକ ସାଇକେଲରେ ଯାଉଥାଏ । ସେତିକି ବେଳକୁ କିଛି ଲୋକ ତାଙ୍କୁ ପାଖକୁ ଡାକନ୍ତି ଓ ସେମାନଙ୍କ ସହ ଜରାଶ୍ରମକୁ ଯିବାକୁ କୁହନ୍ତି । ଏତିକିରେ ସେହି ଯୁବକ ବ୍ୟସ୍ତ ହୋଇ ଫୋନ ଲଗାନ୍ତି ଅନ୍ୟ ସାଙ୍ଗ ମାନଙ୍କ ପାଖକୁ ସେମାନେ କୁହନ୍ତି ତୁ ବ୍ୟସ୍ତ ହେବାର ନାହିଁ ସେମାନଙ୍କ ସହ ଆସେ ଆମେ ବାଟରେ ମିସିବୁ । ଦୁଇ ଜଣଙ୍କ ଲୁଗା ପଟା ପେକ୍ କରିବା ବେଳକୁ ବର୍ଷା ଛାଡ଼ି ଯାଇଥାଏ ଓ ଗାଁରେ ଭାଳେଣି ପଡ଼େ ଆଜି ଦୁଇ ଅସହାୟ ଆଶ୍ରମ ଚାଲୀ ଯାଉଛନ୍ତି । ଧୀରେ ଧୀରେ ଲୋକଙ୍କ ଗହଳି ସେଠାରେ ବଢିବାରେ ଲାଗେ କିଏ ଯୁବକଙ୍କ ପ୍ରୟାସକୁ ପ୍ରଶଂସା କରେତ ଆଊ କିଏ କୁହେ ଏମାଙ୍କ କିଛି କାମ ଧନ୍ଦା ନାହିଁ ତ ଗୋଟଏ ପ୍ରହସନ ଲଗାଇଛନ୍ତି । ଲୋକମାନଙ୍କ କଥା ଶୁଣି ସମସ୍ତ ଯୁବକଙ୍କ ଘରେ ମଧ୍ୟ ନାନା କଥା ପଡ଼େ ହେଲେ ଗାଡ଼ି ସେତିକି ବେଳେକୁ ଆଶ୍ରମ ଅଭିମୁଖେ ବାହାରି ଚାଲିଯାଏ ଏବଂ ଗାଡିରେ ବସିଥିବା ଯୁବକ ଜଣକ ବାରମ୍ବାର ଫୋନ ଲଗାଏ ଅନ୍ୟ ସାଙ୍ଗ ମାନଙ୍କୁ ତୁମେ ଜଲଦି ରେଡି ହୁଅ ଗାଡ଼ି ଏଠୁ ବାହାରିଲା । 


ଯୁବ ଗୋଷ୍ଠିର କିଛି ଅଗ୍ରଣୀ ସଭ୍ୟ କଲେଜରେ ପଢ଼ନ୍ତି ।ଗାଡ଼ିରେ ବସିଥିବା ଯୁବକଙ୍କ କଥାନୁସାରେ କଲେଜ ସମ୍ମୁଖରେ ଜିପ୍ ଅଟକି ଯାଏ ଏବଂ ସେହି ଯୁବକଙ୍କୁ ଅପେକ୍ଷା କରେ । ଯୁବକ ତିନି ଜଣ ପଢ଼ନ୍ତି କିନ୍ତୁ ଜଣେ ସାଙ୍ଗରେ ଯିବା ପାଇଁ ରାଜି ଥିବା ବେଳେ ଆଊ ଦୁଇ ଜଣ ନାରାଜ । ରାଜି ହୋଇଥିବା ଯୁବକ ଜିପ୍ ରେ ବସନ୍ତି ଓ ଗାଡି ଜରାଶ୍ରମ ଅଭିମୁଖେ ବାହାରିଯାନ୍ତି। କିଛି ସମୟ ଗଲା ପରେ ଜିପ୍ ଆଶ୍ରମ ନିକଟରେ ଲାଗେ ଓ ସମସ୍ତେ ଓଲ୍ଲାହି ପଡ଼ନ୍ତି । ଦୁହେଁ ଭଲରେ ଚଳିବା ପାଈଁ କହିଦେଇ ଲେଖା ପଢ଼ା ସାରି ବ୍ଲକ ନିକଟକୁ ଆସନ୍ତି,ବି.ଡି଼.ଓ. ତଥା ବ୍ଲକର ସମସ୍ତ କର୍ମଚାରୀ ପ୍ରଶଂସାରେ ଯୁବକ ଦୁହେଁଙ୍କୁ ପୋତି ପକାନ୍ତି । ଗାଁକୁ ସେହି ଯୁବକ ମାନେ ରାତି ପ୍ରାୟ ସାତଟା ବେଳକୁ ଆସନ୍ତି,ହେଲେ ଆସିଲା ବେଳେ କିଏ କେଉଁ କଥା କହେ ଏମିତିରେ ତ ଘର ଲୋକ ଅନ୍ୟମାନଙ୍କ କଥା ସୁଣି ବିରକ୍ତ କିଛି ପ୍ରଶଂସା ଏବଂ ଗାଳି ସୁଣି ସେହି ରାତିକଟା କଟିଯାଏ । ଏମିତିକି ଦିନେ ଦୁଇ ଦିନ ଘରେ ଲୁଚି ରହିବାକୁ ପଡ଼େ ଲୋକଙ୍କ ଗାଳି ଠାରୁ ମୁକ୍ତି ପାଇବା ସକାଶେ ।


କିଛି ଦିନ ଗଲା ପରେ ଖବର ଆସେ ସେହି ହାତ ଗୋଡ଼ ପକ୍ଷାଘାତ ଆକ୍ରାନ୍ତ ଥିବା ବୃଦ୍ଧ ଜଣକ ଅଵସ୍ଥା ଗୁରୁତ୍ୱର ଓ ସେ ଅନ୍ୟ ଏକ ଆଶ୍ରମକୁ ସ୍ଥାନାନ୍ତରିତ ହୋଇଛନ୍ତି । ଆଊ କିଛି ଦିନ ଗଲା ପରେ ପୁଣି ଏକ ଖବର ଆସେ କେବେଳ ଗୋଡ଼ ପକ୍ଷାଘାତ ଆକ୍ରାନ୍ତ ଥିବା ବ୍ୟକ୍ତି ଜଣକ ଲୁଚି ଜରାଶ୍ରମରୁ ଆସିଛନ୍ତି ! ଦିନେ ତାହାର କାରଣ ଖୋଜୁ ଖୋଜୁ ସେହି ବ୍ୟକ୍ତି ଜଣକ ଆଶ୍ରମରେ ଛାଡ଼ି ଆସିଥିବା ଜଣେ ଯୁବକଙ୍କ ହାବୁଡ଼ରେ ପଡେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅସହାୟଟି କୁହେ ମୋତେ ସେଠି ରହିବା ପାଇଁ ଭଲ ଲାଗିଲା ନାହିଁ । ଯୁବକ ଜଣକ କୁହନ୍ତି ସେଠି ତ ସବୁ ସୁବିଧା ଅଛି ତୁମର ଅବା କଣ ଅସୁବିଧା ହେଲା,ଅସହାୟଟି କିଛି ନ କହି ଚାଲିଯାଏ । ଏବେ ସେହି ଅସହାୟ ବାର ଦ୍ଵାରା ସୁଣ୍ଡି ପିଣ୍ଡା ହେଉଥିବା ବେଳେ କେତେବେଳେ କେମିତି ମନ୍ଦିର ପିଣ୍ଡାରେ ପର୍ବ ପର୍ବଣି ଦେଖି ବସେ କିଏ ଭୋଗ କିମ୍ବା ଖାଇବାକୁ ମୁଠାଏ ଦେବ । ଏହି ଜଣକ କଥା ବୁଝୁ ବୁଝୁ ପୁଣି ଖବର ଆସେ ବୃଦ୍ଧ ଜଣକ ବହୁ ଚିକିତ୍ସା ସତ୍ୟେ ମୃତ୍ୟୁବରଣ କରିଛନ୍ତି । ଏହି ଖବର ସୁଣି ଯୁବକ ମାନଙ୍କୁ ଦୁଃଖ ଲେଗେ ହେଲେ କଣ କରିବେ ଏହା ତ ସୃଷ୍ଟିର ନିୟମ ।


ଜୟ ଜଗନ୍ନାଥ, ଭଗବାନ କରନ୍ତୁ ସମସ୍ତେ ସର୍ବଦା ଭଲରେ ରୁହନ୍ତୁ ।


Rate this content
Log in

Similar oriya story from Drama