Krushna Chandra Dakua

Others

5.0  

Krushna Chandra Dakua

Others

ଏମିତି ବି ହୋଇପାରେ !

ଏମିତି ବି ହୋଇପାରେ !

4 mins
435


ଗୋଟଏ ଗ୍ରାମରେ ଏକ ମଧ୍ୟବିତ୍ତ ପରିବାର ରହୁଥିଲେ ।ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଦୁଇ ଝିଅ ଓ ଗୋଟଏ ପୁଅ ।ପରିବାରଟି ଯଦିଓ ବେସ୍ ହସ ଖୁସିରେ ଚଳୁଥିଲା ହେଲେ ସମୟର କରାଳ କାଳିମା ଗତିରେ ବେଳେ ବେଳେ ପାହାଡ଼ ଭଳି ବୋଝ ଘର ମୁରବିଙ୍କ ଉପରେ ଲଦି ହୋଇଯାଏ ତ କେତେବେଳେ ସଦ୍ୟ ପାହାଡ଼ଟି ଘର ଉପରେ ଢଳିପଡେ କିନ୍ତୁ ଘରର ସମସ୍ତ ସଭ୍ୟମାନେ ହସ ଖୁସି ଲୁହ ଲହୁକୁ ଜଉମୁଦ ଦେଇ ନିରବ ପୁରୁଷ ଭଳି ଜୀବନ କାଟନ୍ତି ଏବଂ ନିଜ ଜୀବନ ଈଶ୍ୱରଙ୍କ ନିକଟରେ ସମର୍ପିତ କରିଦିଅନ୍ତି । କାରଣ ସେମାନେ ଭାବନ୍ତି ଈଶ୍ୱର ହିଁ ଆମ୍ଭର ସବୁକିଛି, "କିଛି ନାହିଁ ମାନେ ଈଶ୍ୱର ଅଛି" ଏହି ମାନସିକତାରେ ସେମାନେ ଗତି କରନ୍ତି ।


ଇଏ ଦୀର୍ଘ ବର୍ଷ ତଳର କଥା, ଦିନେ ହସ ଖୁସିରେ ବିଭୋର ହୋଇ ଉଠୁଥିବା ଗୋଟିଏ ପରିବାର କ୍ୱଚିତ ଲୋକଙ୍କ ଚକ୍ରାନ୍ତରେ ଆଜି ଯେମିତି ମୁରବି ଶୂନ୍ୟ ଗୃହ ହୋଇ ଯାଇଛି ।ସ୍ୱାମୀ ସ୍ତ୍ରୀ ଦୁହେଁ ଚାକିରିଆ ଅର୍ଥାତ ସ୍ତ୍ରୀ ସରକାରୀ କର୍ମଚାରୀ ଏବଂ ସ୍ୱାମୀ ସରକାରଙ୍କ ନିୟନ୍ତ୍ରଣାଧିନ ଅନୁଷ୍ଠାନ କର୍ମଚାରୀ ।ଉଭୟଙ୍କ ପାରିଶ୍ରମିକ ଅର୍ଥରେ ଘର ବେଶ୍ ହସ ଖୁସିରେ ଚାଲୁଥାଏ ।ପିଲାମାନଙ୍କ ପାଠ ପଢା ସାଙ୍ଗକୁ ମହତ ମର୍ଯ୍ୟାଦା ଇତ୍ୟାଦି ଅନେକ ଖର୍ଚ୍ଚ ଯାଇ କିଛି ସଞ୍ଚୟ ଜମା କରନ୍ତି ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ।ଦିନ ପରେ ଦିନ ବର୍ଷ ପରେ ବର୍ଷ ଅତିକ୍ରମ କରି ଦୁଇ ଝିଅ ପ୍ରାଥମିକ ଶିକ୍ଷା ଶେଷ କରିବା ସହିତ ଉଚ୍ଚ ଶିକ୍ଷା ଦିଗରେ ମନ ବଳାଇଲେ ଓ ଶିକ୍ଷା ଆରମ୍ଭ କଲେ, ସେତେବେଳକୁ ପୁଅଟି ପ୍ରାୟତଃ ପାଖା ପାଖି ପ୍ରାଥମିକ ଶିକ୍ଷା ଶେଷ କରିବାର ଶେଷ ସୋପାନରେ ଥାଏ ଠିକ୍ ସେତିକି ବେଳକୁ ଘର ମୁରବି ଅର୍ଥାତ ପିତା କୌଣସି ମତେ ଘର ଛାଡ଼ି ଦିଅନ୍ତି । ଘର ଛାଡିବାର କାରଣ ତ ବହୁତ କିଛି କିନ୍ତୁ ସେଥି ମଧ୍ୟରୁ ସ୍ୱଳ୍ପ କାରଣ ଗୁଡ଼ିଏ ହେଲା ମଦ୍ୟପାନ, ନିଜ ରୋଜଗାର ବା ପାରିଶ୍ରମିକର କିଛି'ବି ଅଂଶ ଘରକୁ ନ ଦେବା,ପରିବାର ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଇତ୍ୟାଦି ଅନେକ । ମାଆଙ୍କ ପାରିଶ୍ରମିକରେ ଦୁଃଖ କଷ୍ଟରେ ପରିବାର ଚଳିବା ସାହିତ ଅନ୍ୟାନ ଆନୁସଙ୍ଗିକ ଆବଶ୍ୟକତା ପୂରଣ କରିବାରେ ସଫଳ ନ ହେଲେ ମଧ୍ୟ ସଫଳତାର ପାଦ ଶୀର୍ଷରେ ପହଞ୍ଚିବା ପାଈଁ ଉଦ୍ୟମ ଜାରି ରଖନ୍ତି ।


ବର୍ତ୍ତମାନ ପୁଅ'ଟି ର ପ୍ରାଥମିକ ଶିକ୍ଷା ଶେଷ ହୋଇଛି ଏବଂ ଏହା ସାଙ୍ଗକୁ ବଡ଼ ଝିଅର ଉଚ୍ଚ ଶିକ୍ଷା ମଧ୍ୟ ଶେଷ ହୋଇଛି ଝିଅଟି ଏବେ ମାଙ୍କୁ ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଉଦ୍ୟମ ଚଳାଇଛି କାରଣ ଝିଅଟି ଉଚ୍ଚ ଶିକ୍ଷିତା ହୋଇ ସାରିଲାଣି । ଏଣେ ସାନ ଝିଅଟିର ଉଚ୍ଚ ଶିକ୍ଷା ପ୍ରାୟତଃ ଶେଷ ହେବା ଉପରେ ଠିକ୍ ଏହି ସମୟ ବେଳେକୁ ମା ନିଜ କାର୍ଯ୍ୟାଳୟରୁ ଅବସର ନିଅନ୍ତି । ବର୍ତ୍ତମାନ ଘର ଚଳିବା ଯେମିତି କାଠିକର ପାଠ କାରଣ ଏବେ ସମ୍ପୁର୍ଣ୍ଣ ଘର ମୁରବିହିନ ହୋଇଯାଇଛି ।ଟଙ୍କା ଟିଏ ମଧ୍ୟ ରୋଜଗାର କରିବା ପାଇଁ କାହା ପାଖରେ ଉପାୟ ନାହିଁ ।ଏମିତି କିଛି ଦିନ ଗଲା ପରେ ସାନ ଝିଅଟିର ପାଠ ପଢା ସରିଜାଏ ଓ ସେ ନିଜ ପାଇଁ କର୍ମ ନିଯୁକ୍ତି ଅନ୍ୱେଷଣ କରି ବୁଲେ । ଏହି ସମୟ ବେଳକୁ ସାନ ଝିଅଟିର ଭାଗ୍ୟକୁ ଯେମିତି ଈଶ୍ୱର ଶୁଭ ଦୃଷ୍ଟି ଦେଇଛନ୍ତି ଅର୍ଥାତ ସରକାରୀ ଚାକିରୀ ଖଣ୍ଡେ ହୋଇଯାଇଛି ।ଏବେ ପ୍ରଥମତଃ ଘର ଚଳିବା ଯଦିଓ କଷ୍ଟକର ନୁହେଁ କିନ୍ତୁ ସମୁଦ୍ରକୁ ସଙ୍ଖେ ସଦୃଶ ।ସ୍ୱଳ୍ପ ବେତନରେ ପରିବାର ଚଳିବା ସହିତ ଅନ୍ୟାନ କାର୍ଯ୍ୟ ।ପୁଅଟି ପ୍ରାଥମିକ ଶିକ୍ଷା ଶେଷ କରି କିଛି ଦିନ ଗଲା ପରେ ଚିନ୍ତା କରେ ଏମ. ବି.ଏ ପଢ଼ିବା ପାଇଁ ।ସାନ ଝିଅର ରୋଜଗାର ଟଙ୍କା ସହିତ ମା'ଙ୍କ ପେନସନ୍ ଟଙ୍କାର ମିଳିତ ଉଦ୍ୟମରେ ନାମ ଲେଖାଇ ଶିକ୍ଷା ଆରମ୍ଭ କରିଦିଏ । ଶିକ୍ଷା ଗ୍ରହଣ କରିବା ପାଇଁ ନିଜ ଗାଁ ଛାଡ଼ି ରାଜଧାନୀକୁ ଚାଲୀ ଯାଏ ପୁଅ,ଏବେ ଘର ସମ୍ପୁର୍ଣ୍ଣ ପୁରୁଷ ଶୂନ୍ୟ ( ବର୍ତ୍ତମାନ ଘରେ କେବେଳ ମା ଓ ଦୁଇ ଝିଅ ) । 


କିଛି ଦିନ ଗଲା ପରେ ଘରକୁ ଖବର ଆସେ ପୁଅ ନିଜ ପଢା କ୍ଷେତ୍ରରେ ଉତ୍ତମ ସଫଳତା ହାସଲ କରିଛି । ଏହି ଖବର ସୁଣି ଘରର ସମସ୍ତେ ବହୁତ ଖୁସି, ଏହା ସହିତ ଖୁସିରେ ମଧ୍ୟ ଗାଁରେ କହି ବୁଲନ୍ତି ପୁଅର ସଫଳତା ମା ଓ ଦୁଇ ଭଉଣୀ ।ଗାଁ ଲୋକେ ଏହି କଥା ଶୁଣି ମଧ୍ୟ ବେସ୍ ଖୁସି ।କେହି କେହି ତ କୁହନ୍ତି ଯାହା ହେଉ ମା ଭଉଣୀର ପ୍ରଚେଷ୍ଟାରେ ପୁଅଟି ଆଜି ସଫଳତାର ଶେଷ ସୋପାନରେ । କିଛି ବର୍ଷର ଅତିକ୍ରମରେ ପୁଅର ସେହି ବିଷୟ ଅଧ୍ୟୟନ ସମୟ ଅବଧି ଶେଷ ହୋଇଯାଏ ଓ ଏକ ଘେରେଇ ଅନୁଷ୍ଠାନରେ ନିଯୁକ୍ତି ମଧ୍ୟ ପାଇଜାଏ ।ପୁଅଟି ଯେତେବେଳେ ଗାଁକୁ ଆସେ ଲୋକଙ୍କ ଭୁରି ଭୁରି ପ୍ରଶଂସା କରନ୍ତି ଯାହା ହେଉ ପୁଅ ଆଜି କିଛି ଗୋଟଏ କରି ଦେଖାଇଛି ।କିଛି ଦିନ ଗାଁରେ ରହି ପୁଅ ନିଜ କର୍ମ କ୍ଷେତ୍ରକୁ ଚାଲିଯାଏ । 


ପୁଣି ଠିକ୍ କିଛି ଦିନ ଗଲା ପରେ ପୁଅଟି କାଳକ୍ରମେ କୌଣସି କାରଣ ବଶତଃ ଭୁଲ ରାସ୍ତାରେ ଯାଇ ଘରକୁ ଖବର ଦିଏ ତୁମେ କିଏ ମୁଁ ଜାଣିନି,ତମେ ମୋ ପାଇଁ କଣ କରିଛ ଏମିତି ଅନେକ କିଛି । ଏସବୁ ସୁଣି ମା ଦୁଇ ଭଉଣୀ ବହୁତ ଦୁଃଖିତ ହୁଅନ୍ତି ଏବଂ ନିଜେ ନିଜେ ଭାବନ୍ତି ଏହା ବୋଧେ ଆମ ପ୍ରତିଦାନ ! କିଏ ଜାଣେ ପୁଅଟି ଏବେ କଣ କରିବ ।


କିଛି ଦିନ ଗଲା ପରେ ପୁଅ ଘର ସହ ଧିରେ ଧିରେ ଯୋଗାଯୋଗ କମାଇ ଦିଏ । ନିଜ କର୍ମକ୍ଷେତ୍ରକୁ ନିଜର ଭାବି ସେଠି ବସତି ସ୍ଥାପନ କରିବା ସହ ନିଜ ଗ୍ରାମ ନିକଟସ୍ଥ ଗୋଟଏ ଝିଅକୁ ପରିବାର ବ୍ୟକ୍ତି ବିଶେଷଙ୍କ ଅଜ୍ଞତାରେ ବିବାହ ମଧ୍ୟ ହୋଇଯାଏ ।ଏହା ଘରେ ମା ଭଉଣୀ ଓ ବନ୍ଧୁ ପରିଜନ ଜାଣି ବହୁତ ଦୁଃଖ ପ୍ରକାଶ କରନ୍ତି ଓ କୁହନ୍ତି ଏମିତି ଦୁଃଖ କଷ୍ଟରେ ଚଳୁଥିବା ପାରିବାର ପିଲାଟି ବଡ଼ ହୋଇ ଶେଷରେ ଏମିତି ବି କରିପାରେ ।


ସର୍ବ ଶେଷରେ ପରିବାର ସମସ୍ତ ବ୍ୟକ୍ତି ଦୁଃଖ କଷ୍ଟରେ ଭାଙ୍ଗି ପଡୁଥିବା ବେଳେ ପୁଅ,ଦୁଇ ଝିଅ ଙ୍କୁ ନାନା ଧମକ ଚମକ ଦିଏ ଓ ସିଧା ସଳଖ ଘରର ଅଂଶୀଦାର ନିଜକୁ ମନେକରି କୁହେ ଯଦିଓ " ମୋ ମା'ର କିମ୍ବା ଘରର କୌଣସି ଅଘଟଣ ଘଟେ ତେବେ ତୁମେଦୁଇ ଦୁଇ ଭଉଣୀ ସମ୍ପୁର୍ଣ୍ଣ ଦାୟୀ ରହିବ " ।ପୁଅର ଏହି କଥା ଶୁଣି ଦୁଇ ଭଉଣୀ ଚକିତ ହୋଇଯାନ୍ତି ।ଏବେ କରିବେ କଣ ଉପାୟ ଶୂନ୍ୟ ।ପୁଅ ଭଳି ଦୁଇ ଝିଅ ଯଦିଓ ମାଙ୍କୁ ଏହି ଭଳି ଦୁଃଖ କଷ୍ଟ ଦେଇ ନ ପାରନ୍ତି କିନ୍ତୁ କଥାଟି ବହୁତ ବାଧେ ।ବର୍ତ୍ତମାନ ମା'ଟିର ବୟସ ପ୍ରାୟ ସତୁରୀ ଅତିକ୍ରମ କରିସାରିଲାଣି ଓ ଘରକୁ ଅଣଦେଖା କରୁଥିବା ବାପା ମଧ୍ୟ ଆଜି ଯେମିତି ଏକ ଜରାଜୀର୍ଣ୍ଣ ମୁର୍ମ୍ମୁଷ ଅବସ୍ଥାରେ ଗାଁର କୌଣସି କୋଣେ ପଡ଼ି ରହିଛି ।ଏବେ ବାପାଟି କେବଳ ନିଜର ସେବା ସୁସୁର୍ଷା ପାଈଁ ଡହଳ ବିକଳ,କେବେ କେବେ ଘର ପାଖା ପାଖି ବସି ଘରକୁ ଚାହିଁ ରହିଥାଏ ତ କେତେବେଳେ ଗାଁର ମହାଜନଙ୍କ ନିକଟକୁ ଯାଇ ଗୁହାରି କରେ ଝିଅ ମାନଙ୍କୁ କହି ମୋର ସେବା ଶୁଶ୍ରୁଷା ବ୍ୟବସ୍ଥା ଗ୍ରହଣ କରନ୍ତୁ । 


ଏହି କାହାଣୀକୁ ଅନୁଧ୍ୟାନ କଲେ ଜଣାପଡେ କେବେଳ ଯେମିତି ବର୍ତ୍ତମାନ ଈଶ୍ୱର ହିଁ ସବୁ କିଛି ! ଈଶ୍ୱର ଯାହା ଚାହିଁବେ ତାହା ସମ୍ଭବ ହେବ । ଦେଖା ଯାଉ ଏମାନଙ୍କ ଭାଗ୍ୟରେ କଣ ଲେଖା ଅଛି !

ହେ ଈଶ୍ୱର ଏମିତି କେବେବି କାହା ଜୀବନରେ ନ'ଘଟୁ ଏହା ହିଁ ପ୍ରାର୍ଥନା ଜୟ ଜଗନ୍ନାଥ, ପ୍ରଣାମ ।।


Rate this content
Log in