Krushna Chandra Dakua

Inspirational

5.0  

Krushna Chandra Dakua

Inspirational

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

6 mins
470


ବହୁ ବର୍ଷ ପୂର୍ବେ ଏକଦା ଗୋଟିଏ ଗ୍ରାମରେ ଏକ ଗରିବ ପରିବାର ବସବାସ କରୁଥିଲେ । ସେମାନଙ୍କ ପାଇଁ ଜୀବନ ଜିଂବା କଷ୍ଟକର ବ୍ୟାପାର ହେଇପଡୁଥିଲା । ଦିନେ ଦିନେ ଏମିତିକି ଭୋକ ଉପାସରେ ଜୀବନ କାଟୁଥିଲେ । କାରଣ ପରିବାର କହିଲେ ତ ମା'ଟିଏ ପୁଅ ଟିଏ,ରୋଜଗାରୀଆ ବ୍ୟକ୍ତି ବିଶେଷ ଏହି ପରିବାର ପାଈଁ ସାତସପନ । ଏମିତି ଦୁଖଃ କଷ୍ଟରେ ଚଳି ଯାଉଥାନ୍ତି ଉଭୟେ । ଯାହାବି ହେଉ ମା'ଟିର ତା ପୁଅ ପ୍ରତି ଅଜର୍ସ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଥିଲା ଏବଂ ସେତେବେଳକୁ ପୁଅର ବୟସ ଚାରି ବର୍ଷ ହୋଇଥାଏ। ନିଜ ପୁଅକୁ ବଡ଼ ମଣିଷ କରି ଗଢି ତୋଳିବାର ଲକ୍ଷ୍ୟ ମାର ମନରେ ଥିଲା । ପୁଅଟି ସମୟ ଶ୍ରୋତରେ ସାମିଲ ହୋଇ ପାଠ ପଢିବାର ବୟସ ଶୀର୍ଷରେ ଦିନେ ପାଦ ଥାପିଲା ଓ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢା ଆରମ୍ଭ କଲା ।


ପୁଅଟି ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢା ଆରମ୍ଭ କରିଛି ସତ କିନ୍ତୁ ବିଦ୍ୟାଳୟର ଆନୁଷଙ୍ଗିକ ବିଧି ବ୍ୟବସ୍ଥା ମାନି ଚଳିବା ନିତ୍ୟାନ୍ତ ଜରୁରୀ । ଉକ୍ତ କଥାଟି କାହିଁକି ଏଠାରେ ପ୍ରକାଶ ହୋଇଛି ଭାବୁଛନ୍ତିନା,କହିଲେ ଦେଖିବା ଆପଣଙ୍କ ମନକୁ କଣ ଉତ୍ତର ଅଶୁଚି ? ନା' ଆପଣ ଉତ୍ତର ଦେଇ ପାରିବେ ନାହିଁ,ମୁଁ ଜାଣେ । ଯଦିଓ ଆପଣ ଉତ୍ତର ଦିଅନ୍ତି ତେବେ ଏହି ଗଳ୍ପର ପରିସୀମା ବାହାରେ ନିଶ୍ଚିତ ।କାହିଁକି ନା ଆପଣ ଏହି ଗଳ୍ପ ସମ୍ପର୍କରେ ଅବଗତ ନୁହନ୍ତି ।


 ଗରିବ ଘର ପିଲା ସତ କିନ୍ତୁ ପାଠ ପଢ଼ିବାର ଅଦମ୍ୟ ଇଛା । କିଛି ଦିନ ଯାଏଁ ମା' ତା ପୁଅକୁ ସାଙ୍ଗେ ଧରି ବିଦ୍ୟାଳୟ ଯିବା ଆସିବା କରେ ଏବଂ ପୁଅର ତାହା ଅଭ୍ୟାସରେ ପରିଣତ ହୋଇ ସେ ନିଜେ ନିଜେ ବିଦ୍ୟାଳୟକୁ ଯିବା ଆସିବା ଆରମ୍ଭ କଲା । ପୁଅଟି ଏକା ବିଦ୍ୟାଳୟକୁ ଯିବା ବେଳକୁ ପ୍ରାୟତଃ ତାର ପ୍ରଥମ ଶ୍ରେଣୀ ସମାପ୍ତ ହେବାକୁ ବସି ଥାଏ । ଦିନେ ପୁଅ ପାଠ ପଢା ସାରୀ ଘରକୁ ଫେରି ଥାଏ,ସେତେବେଳକୁ ମା ପଚାରେ ପୁଅକୁ କଣ ହୋଇଛି ତୋର ? ଆପଣା ଛାଏଁ ଆସି ଏଠି ଏମିତି ନିରବ ହୋଇ ବସିବାର କାରଣ କଣ ? ଏମିତି ଗୋଟିଏ ପ୍ରଶ୍ନ ପରେ ଗୋଟଏ ପ୍ରଶ୍ନ ମା ତା ପୁଅକୁ ପଚାରି ଚାଲିଥାଏ ହେଲେ କୋମଳମତି ପୁଅଟି ସମ୍ପୁର୍ଣ୍ଣ ନିରବ ! ପୁଅଟିର ପାଖକୁ ମା ଆସି ଦେହ ସାରା ହାତ ବୁଲାଇ ଦିଏ ଓ ଦୁଇ ଟୋପା ଆଖିରୁ ଲୋତକ ଝରାଇ ଦିଏ,କଣ ହୋଇଛି ଧନ ? ମୋ ସହ କଣ କଥା ହେବୁନି,ତୋତେ କିଏ ମାରିଲା ଏମିତି କେତେ କଣ ପୁଅକୁ ଗୋଟଏ ପରେ ଗୋଟଏ ପ୍ରଶ୍ନ ପଚାରେ ହେଲେ ଶେଷରେ ପୁଅ କୁହେ ମା' ସେମିତି କିଛି ହୋଇନି ତୁ ଯେମିତି ଭାବୁଛୁ । ତେଣେ ମା କହେ ତାହା ହେଲେ ତୋର କଣ ହୋଇଛି ପୁଅଟି କହେ ମା ବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀ ବିଦ୍ୟାଳୟ ଦ୍ଵାରା ପ୍ରଚଳିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ମାନି ଚଳୁଛନ୍ତି କେବେଳ ମୋ ବ୍ୟତିତ । ଏହି କଥା ଶୁଣି ମା ଦୁଃଖର ସହ ପୁଅକୁ କହେ ଧନରେ ସେମାନଙ୍କ ଆଊ ତୋ ଭିତରେ କଣ ପାର୍ଥକ୍ୟ ରହିଛି ? ପୁଅଟି କୁହେ ମା ସେମାନଙ୍କ ସ୍ୱତନ୍ତ୍ର ପୋଷାକ,ପାଠକୀୟ ଉପକରଣ ଇତ୍ୟାଦି ଅଛି ହେଲେ ମୋ ପାଖରେ ସେ ସବୁ ନାହିଁ କେବେଳ ପଟା,ଖଡି, ଆଊ ଅଖା ମୁଣି ଟିଏ । ମା ପୁଅକୁ ନାନା କଥା କହି ବୁଝେଇ ଦିଏ ଓ କୁହେ ତୋ ପାଈଁବି ମୁ ଅଳ୍ପ ଦିନ ମଧ୍ୟରେ ଏ ସବୁ ଆଣିଦେବି ।


ମା ପୁଅକୁ ଦେଇଥିବା ପ୍ରତିଶୃତି ପାଳନ କରିବାରେ ଅକ୍ଷମ ହୋଇଥାଏ କାରଣ ପରିବାରରେ ସେମିତି କେହି ତ ରୋଜଗାରିଆ ମଣିଷ ଟିଏ ନାହିଁ ଯଦିଓ ମା ଦୁଖଃ କଷ୍ଟ ପଡ଼ି ଟଙ୍କା ଦୁଇ ପଇସା ରୋଜଗାର କରେ ତାହା ତେଲ ଲୁଣକୁ ସମାନ । ଏମିତି ଦିନ ପରେ ଦିନ ବିତିଜାଏ ହେଲେ ପ୍ରତିଶୃତି ପାଳନ କରିବାରେ ମା ବିଫଳ । ଦିନେ ହଟାତ ପୂର୍ବଭଳି ପୁଅ ବିଦ୍ୟାଳୟରୁ ଫେରି ଏକ ନିର୍ଜନ ନିସବ୍ଦ ଜାଗାରେ ବସିଥାଏ ଆଊ ମା ପୁଅକୁ ଖୋଜି ଖୋଜି ପୁଅ ନିକଟରେ ପହଞ୍ଚେ । ଯେତେବେଳେ ପୁଅକୁ ମା ପଚାରେ କଣ ହେଲା କିନ୍ତୁ ପୁଅ କିଛି କୁହେ ନାହିଁ । ମା କୁହେ ମୋ କଥା ଶୁଣ ବାପା କାଲି ଦିନଟି ତୁ ବିଦ୍ୟାଳୟ ଯାଇ ଆସେ ଆସିଲା ବେଳକୁ ନିଶ୍ଚେ ତୋ ଆବଶ୍ୟକତା ପୂରଣ ହୋଇଯିବ । ମା'ଟି ପୁଅକୁ ଏମିତି କହିଲା ସତ ହେଲେ କେମିତି ପୁଅର ଆବଶ୍ୟକତା ପୂରଣ କରିବ ମନେ ମନେ ବସି ଭାଳୁଥାଏ ହେଲେ ଉତ୍ତର ମିଳେ ନା । ଏତିକି ବେଳକୁ ପୁଅ ଖୁସିରେ ହସ ହସ ବଦନରେ ଘରକୁ ବିଦ୍ୟାଳୟରୁ ଫେରି ଆସିଥାଏ । ମା ପୁଅର ହାବ ଭାବ ଦେଖି ପଚାରେ କଣ ହୋଇଛି ବାପ,ଆଜି ବହୁତ ଖୁସି ଜଣାପଡୁଛୁ ? ସେତେବେଳକୁ ପୁଅ ଉଚ୍ଚା ସ୍ୱରରେ ମାକୁ କୁହେ ମା ତୁ ମୋ ପାଈଁ ବ୍ୟସ୍ତ ହେବାର ନାହିଁ ମୋ ପାଈଁ ପୋଷାକ ସହିତ ଅନ୍ୟାନ ସମସ୍ତ ଆବଶ୍ୟକତା ସରକାର ପୂରଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ମା ମନେ ମନେ ହସେ ଓ ପୁଅକୁ ପଚାରି ବୁଝେ ଏ ସବୁ ତତେ କିଏ କହିଲା ? ପୁଅ କହେ ଆମ ଶ୍ରେଣୀ ଶିକ୍ଷକ । 


ପର ଦିନ ସେହି ପୁଅଟି ମାନସିକ ପ୍ରସ୍ତୁତ ହୋଇଯାଏ ବିଦ୍ୟାଳୟ ଯିବାକୁ ଓ ଯାଏ ମଧ୍ୟ । ବିଦ୍ୟାଳୟରେ ପହଞ୍ଚିବାର କିଛି ସମୟ ପରେ ପ୍ରାର୍ଥନା ଆରମ୍ଭ ହୁଏ,ପ୍ରାର୍ଥନା ସରିବା ପରେ ସମସ୍ତ ଛାତ୍ର ଛାତ୍ରୀ ଶ୍ରେଣୀ ଗୃହ ଭିତରକୁ ପ୍ରବେଶ କରନ୍ତି ଓ ଶିକ୍ଷକ ଆସି ପାଠପଢା ଆରମ୍ଭ କରନ୍ତି । ପାଠପଢା ଶେଷ ହେବା ପରେ ପୁଅଟି ଶିକ୍ଷକଙ୍କୁ ପଚାରେ ଗୁରୁଜୀ ମୋତେ ପୋଷାକ କେଉଁ ଦିନ ମିଳିବ ? ଗୁରୁଜୀ କୁହନ୍ତି ବାବୁରେ କିଛି ବ୍ୟସ୍ତ ହେବାର ନାହିଁ ଯଥା ଶୀଘ୍ର ତୁମକୁ ସମସ୍ତ ଉପକରଣ ପ୍ରଦାନ କରାଯିବ,ସେତେବେଳକୁ ପୁଅଟିର ମୁହଁ ଆପେ ଆପେ ମଳିନ ପଡ଼ିଯାଏ । ଶିକ୍ଷକ ପୁଅଟିର ଗାଲରେ ହାତ ମାରି ଦେଇ ଫେରି ଯାନ୍ତି । ସେହି ଦିନର କିଛି ପାଠ ପଢା ପରେ ଘରକୁ ଯିବା ସମୟରେ ଅନ୍ୟ ଜଣେ ଶିକ୍ଷକଙ୍କ ଠାରୁ ଏ ସମ୍ପର୍କରେ ପଚାରି ବୁଝେ । ଶିକ୍ଷକ ଜଣକ ପୁଅଟିକୁ ଗୋଦାମ ଗୃହ ନିକଟକୁ ଡ଼ାକି ନିଅନ୍ତି ଓ ସେ ସବୁ ଦେଖାଇ ବୁଝେଇ ଦିଅନ୍ତି ବାବୁରେ ତୁ ବ୍ୟସ୍ତ ହୁଅନା ଆଊ ମାତ୍ର କେଇଟା ଦିନ ରହିଲା ସ୍ଵାଧୀନତା ଦିବସ ସେହି ଦିନ ପୂର୍ବରୁ ତୁମକୁ ଏ ସବୁ ପ୍ରଦାନ କରାଯିବ । ଶିକ୍ଷକଙ୍କ ଠାରୁ ଏ ସବୁ ସୁଣି ପୁଅ ଟିର ଦୁଃଖ ଲାଘବ ହେଲା ଓ ଖୁସିରେ ପାଗଳ ହୋଇ ଗାଁ ସାରା ସମସ୍ତଙ୍କୁ ବୁଲି କହିଲା । ହେଲେ ଏ ସବୁ ସୁଣି ଲୋକମାନେ ଚକିତ ହୋଇ ଉଠିଲେ କାରଣ ଆଗରୁ ଏମିତି କେବେ କିଛି ଆବଶ୍ୟକୀୟ ଉପକରଣ ସରକାରଙ୍କ ପକ୍ଷରୁ ବଣ୍ଟନ ହୋଇନାହିଁ ଏଣେ ବାଳକଟି ପାଗଳ ହୋଇଯାଇ ନାହିଁ ତ ! ଏମିତିବି କେହି କେହି ଭାବନ୍ତି । ନିଜର ବୁଲା ବୁଲି ଶେଷ କରି ଯେତେବେଳେ ପୁଅଟି ଘରକୁ ଫେରି ଆସି ବସେ ସେତେବେଳେକୁ ତା ମନରେ ଗୋଟଏ ପ୍ରଶ୍ନ ଜାତ ହୁଏ " ଏ ସ୍ଵାଧୀନତା ଦିବସ କଣ ? " । ଏ ସମ୍ପର୍କରେ ପୁଅଟି ମାକୁ ପଚାରେ ମା' ସ୍ଵାଧୀନତା ଦିବସ କଣ ? ମା କହେ ସେହି ଦିନ ଆମ ଦେଶ ଭାରତ ସ୍ଵାଧୀନତା ପାଇଥିଲା । ପୁଣି ପୁଅଟିର ମନରେ ପ୍ରଶ୍ନ ଜାତ ହୁଏ ଆମ ଦେଶ କଣ ପରାଧୀନ ଥିଲା ? ମା ନିକଟକୁ ଯାଇ ଏହି ପ୍ରଶ୍ନ ପଚାରିଲା ଏବଂ ମା ତା ପୁଅକୁ କହିଲା ହଁ ଏ ସମ୍ପର୍କରେ ସମସ୍ତ ସୂଚନା ସେହି ଦିବସ ପାଳନ ଦିନ ତୁମ ଶିକ୍ଷକ ତୁମକୁ ବୁଝାଇ କହିବେ । ପର ଦିନ ବିଦ୍ୟାଳୟର ପାଠ ପଢା ଶେଷ ଶେଷ ସମୟରେ ଶିକ୍ଷକ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ କ୍ରମିକ ନଂ ଅନୁସାରେ ସରକାରୀ ଉପକରଣ ବଣ୍ଟନ କଲେ ଯଥା ପୋଷାକ,ବୁଟ୍,ବ୍ୟାକ୍,ଆସନ ଏବଂ ବହି ଇତ୍ୟାଦି । ଏ ସବୁ ପାଇ ପୁଅଟି ବହୁତ ଖୁସି ।


ସମସ୍ତ ଉପକରଣ ଧରି ବିଦ୍ୟାଳୟରୁ ଆସି ପୁଅ ମା'କୁ ଦେଖାଏ ଏଣେ ମା ବି ବହୁତ ଖୁସି ହୋଇଯାଏ ଓ କୁହେ ବାପାର ଏ ସବୁ ସତ ହେଲେ ବି ବିଶ୍ୱାସ ହେଉନାହିଁ । କାରଣ ଆମ ସମୟରେ ଭଲ ପୋଷାକ ଖଣ୍ଡେ ପିନ୍ଧି ବିଦ୍ୟାଳୟ ଯିବା କାଠିକର ପାଠ ।


ସତରେ ଏ ସରକାର ଲୋକଙ୍କ ପାଈଁ ଏ ମୁଖ୍ୟମନ୍ତ୍ରୀ ଲୋକଙ୍କର । ରାତି ପହିବାକୁ ଅଳ୍ପ ସମୟ ବାକି ଥାଏ ହେଲେ ପୁଅଟି ଆପଣାଛାଏଁ ନିଦରୁ ଉଠି ବିଦ୍ୟାଳୟ ଯିବା ପାଇଁ ପ୍ରସ୍ତୁତ ହୁଏ । ସକାଳ ପାହେ ଓ ପୁଅକୁ ମା ସଜାଇ ଦିଏ ବିଦ୍ୟାଳୟ ଯିବା ଲାଗି । ଭଲ ପୋଷାକ ଟିଏ ପିନ୍ଧିନଥିବା ପୁଅଟି ନୂତନ ପୋଷାକ ସହ ବୁଟ୍ ସୁଟ୍ ପିନ୍ଧି ବହୁତ ଖୁସି । ବିଦ୍ୟାଳୟରେ ପହଞ୍ଚି ଦେଖିଲା ବେଳକୁ ସମସ୍ତ ଛାତ୍ର ଛାତ୍ରୀ ଗୋଟିଏ ପ୍ରକାର ପୋଷାକ ପିନ୍ଧି ବେସ୍ ସୁନ୍ଦର ଦିଶୁଥାନ୍ତି ଓ ପିଇଟ୍ ଶିକ୍ଷକ ଇସାରା କରନ୍ତି ତ୍ରିରଙ୍ଗା ପତକା ଚାରି ପଟେ ଗୋଲେଇ ହୋଇ ଛିଡା ହେବାକୁ । ପିଲା ମାନେ ଗୋଲେଇ ହୋଇ ଯଥା ରୀତି ନୀତି ଅନୁସାରେ ପତକା ଉତ୍ତୋଳନ କରି ନଗର ଭ୍ରମଣ ପାଈଁ ଧାଡିରେ ଛିଡା ହୋଇ ପ୍ରସ୍ତୁତ ହୋଇଯାନ୍ତି ଏବଂ ନଗର ଭ୍ରମଣ କରନ୍ତି ମଧ୍ୟ ।


ନଗର ଭ୍ରମଣ ଶେଷ କରି ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୁଅନ୍ତି ସଭା ଗୃହରେ ସଭା ଆରମ୍ଭ କରିବା ପାଇଁ ଓ କିଛି ସମୟ ବ୍ୟବଧାନ ପରେ ଅତିଥି ମାନେ ଆସି ମଞ୍ଚାସିନ ହୁଅନ୍ତି। ତେଣେ ଏତିକି ବେଳକୁ ବୈଠକ ଆରମ୍ଭ ଆରମ୍ଭ ହୋଇଯାଏ ଓ ବୈଠକରେ ଅତିଥି ମାନେ ନିଜ ନିଜର ସ୍ଵାଧୀନତା ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରନ୍ତି । ଅତିଥିଙ୍କ ଠାରୁ ବକ୍ତବ୍ୟ ସୁଣି ଛାତ୍ର ଛାତ୍ରୀ ମାନେ ଖୁସି ହୁଅନ୍ତି ଓ ମିଷ୍ଟାନ୍ ସେବନ କରି ଘରକୁ ଫେରନ୍ତି । ସେହି ଦିନ ଠାରୁ ପିଲାଟି ମନରେ ଉତ୍ସାହ ଆସିଲା ପାଠ ପଢିବା ପାଈଁ ଏବଂ ନିୟମିତ ବିଦ୍ୟାଳୟ ଯାଇ ସେ ଦିନେ ନିଜ ଅଞ୍ଚଳର ଗୌରବ ସାଜିଲା । ମା ପୁଅର ଏହି ସମ୍ପର୍କ ଦେଖି ଲୋକ କୁହନ୍ତି ମା ପୁଅ ଦିହେଁ ପ୍ରକୃତ ବନ୍ଧୁର ପରିଚାୟକ । 


Rate this content
Log in

Similar oriya story from Inspirational