ବର୍ଷା ଭୁବନେଶ୍ୱର ର
ବର୍ଷା ଭୁବନେଶ୍ୱର ର




ହଟାତ ଏମିତି ଘର ବାରଣ୍ଡାରେ ଚେୟାର ଉପରେ ବସି ଭବିଷ୍ୟତର ଅନିଶ୍ଚିତ ଇତିହାସ ମନେ ମନେ ରଚନା କରୁଥାଏ ଓ ସ୍ମିତ ହସ ଦେଉଥାଏ,ଠିକ୍ ଏତିକି ବେଳକୁ ହାତରେ ଥିବା ମୋବାଇଲ ଫୋନକୁ ଗୋଟଏ ମେସେଜ୍ ଆସେ ଜଏନ୍ ନାଓ ଆଡ଼ମିସନ ଓପେନ୍ । ମେସେଜ୍ ଟିକୁ ପଢ଼େ ଓ ଦେଖେ କିଏ କାହିଁକି ପଠାଇଛି । ମେସେଜ୍ ଟି ପଢ଼ି ସରିଲା ପରେ ସ୍ପଷ୍ଟ ହୁଏ ବ୍ରହ୍ମପୁରର ଏକ ଘରେଇ ଅନୁଷ୍ଠାନରୁ ମେସେଜ୍ ଆସିଛି ବୋଲି । ମେସେଜ୍ ରେ ଲେଖା ଥାଏ ସେହି ଅନୁଷ୍ଠାନର ଏକ ନିର୍ଦ୍ଧିଷ୍ଟ ଶ୍ରେଣୀରେ ନାମ ଲେଖାଇବା ବିଷୟରେ । ସେ ସବୁ ପଢ଼ି ହସ ମାଡେ ! ମେସେଜ୍ ଲେଖାରେ କିଛି ଭୂଲ ନଥିଲେ ମଧ୍ୟ ଏଇ ବେସାହାରା ମଣିଷଟି ତାହା ଅଧ୍ୟୟନ କରିବା ସାତ ସ୍ୱପ୍ନ ମନେ ହୁଏ।
ଏମିତି ମେସେଜ୍ ଗୋଟଏ ପାଇବା ଯଦିଓ ନୂଆଁ ନଥିଲା କିନ୍ତୁ ଏହି ମେସେଜ୍ ନିଜେ ନିଜ ଗୋଡ଼ରେ ଛିଡା ହେବାର ପ୍ରେରଣା ଯୋଗାଇଥିଲା କାରଣ ଏଇ ନିକଟ ଅତୀତରେ ଗ୍ରାଜୁଏସନ୍ ସରିଛି ଆଊ ନିଜେ ନିଜ ଗୋଡ଼ରେ ବଞ୍ଚିବାର ରାହା ଏ ମଣିଷ ଖୋଜୁଛି । କିଛି ସମୟର ଭାବନା ପରେ ମନ ହୁଅ ପରଦେଶୀ ହେବାର କିନ୍ତୁ କଣ ହେବ ଏହାତ ସହଜ କଥା ନୁହଁ, ଆଜି କାଲିର ଦିନରେ ବିନା ପରିଚୟରେ କର୍ମ ନିଯୁକ୍ତି ଖଣ୍ଡେ ପାଇବା କାଠିକର ପାଠ । ବହୁତ କିଛି ଚିନ୍ତନ କରେ ମନ କହେ - ଚାଲ୍ ଏଥର ଟିକିଏ ଭୁବନେଶ୍ୱର ଯିବା ଆଊ କଣ ଗୋଟଏ କାମ ଧନ୍ଦା ଦେଖି ବଞ୍ଚିବାର ରାହା ଖୋଜିବା !
ଏହି ଭାବନାର ଅନ୍ତ ଘଟାଇବା ପାଇଁ ଚାରିଆଡେ ବୁଲେ ଏବଂ ଖୋଜେ କେହି କାଳେ ମିଲିଯିବେ ପରା ମୋ ବାଟର ସାହାରା ବାଟୋଇଟିଏ । ସାହାରା ବାଟୋଇଟିଏ ମିଳିବା ସହ କର୍ମ ମଧ୍ୟ ମିଳେ ହେଲେ ତାହା କ୍ଷଣିକ ଅର୍ଥାତ କିଛି ଦିନ ଭଳି ଲାଗେ । ଅନେକ ସମସ୍ୟାର ସମୟ ସୂତ୍ରରେ ଗତି କରି ଗାଁକୁ ଆସେ,ଆସିବା କ୍ଷଣେ ମନ ହୁଏ ପୁଣି ଯେମିତି କିଛି ଦିନର ସ୍ଥାୟୀ ପରଦେଶୀ ହୋଇ ରହିବା ପାଇଁ ଏବଂ ପୁଣି ଚାଲୀ ଯାଏ ସେହି ଯାଗାକୁ ଅନ୍ୟ ସହଯୋଗୀଙ୍କ ସାଙ୍ଗେ ।
ମୋର ଯାହା ମନେ ଅଛି ସେ ଦିନ ଥାଏ ରଥଯାତ୍ରା । ସଖାଳୁ ସଖାଳୁ ନିତ୍ୟକର୍ମ ସାରି ପ୍ରସ୍ତୁତ ହୋଇଯାଏ ଠିକ୍ ସେହି ଜାଗାରେ ପାଦ ଥାପିବା ପାଇଁ,ଯଦିଓ ସେହି କାର୍ଯ୍ୟାଳୟ ନୁହଁ କିନ୍ତୁ ସେହି ସହର ମଧ୍ୟରେ। ବସ୍ ଆସି ଯାତ୍ରୀ ବିଶ୍ରାମଗାରରେ ଲାଗିବା କ୍ଷଣେ ହାତ ହଲାଇ ବସ୍ ଅଟକାଇବା ସହ ବସ୍ ରେ ବସି ପଡ଼େ ସେହି ଭୁବନେଶ୍ୱର ଅଭିମୁଖେ । ସମୟ ପାଖା ପାଖି ପ୍ରାୟ 12ଟା ହେବ, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବସ୍ ଅଟକି ଯାଏ କାରଣ ମୁଁ ସେଠି ଓଲ୍ଲାଇ ମୋର ସମ୍ପର୍କୀୟ ବନ୍ଧୁଙ୍କ ଘରକୁ ଯାଏ । ବସ୍ ଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ବର୍ଷାର ଆଗମନ ହୋଇଯାଏ ଓ ଟୋପେ ଟୋପେ ବିନ୍ଦୁ ଭୂପୃଷ୍ଟ ଉପରେ ପଡ଼େ। କିଛି ସମୟ ଅଟକି ଯାଇ ଅଟୋ ଯୋଗେ ସମ୍ପର୍କୀୟଙ୍କ ଘରେ ପହଞ୍ଚେ ।
ପହଞ୍ଚୁ ପହଞ୍ଚୁ ଚା' ଜଳଖିଆ ସାଙ୍ଗକୁ ସମସ୍ତେ ଖୁସିରେ ଖୁସିରେ ବାର୍ତ୍ତାଳପ ଆରମ୍ଭ କରି ଦିଅନ୍ତି ଓ ଭଲ ମନ୍ଦ ପଚାରି ବୁଝନ୍ତି ଏବଂ କିଛି ସମୟର ବ୍ୟବଧାନ ପରେ ଟିଭି ଦେଖା ସାଙ୍ଗକୁ ଆରମ୍ଭ ହୋଇଯାଏ ଖାଇବା । ଖାଇବା ସରିବା ପରେ ପୁଣି ବାର୍ତ୍ତାଳପ ଆଊ ବିଶ୍ରାମ । ବିଶ୍ରାମ ସରିବା ବେଳକୁ ପ୍ରାୟତଃ 5ଟା ବାଜି ଯାଇ ଥାଏ ତା'ପରେ ଟିକିଏ ଫ୍ରେସ ହୋଇ ସହର ଭ୍ରମଣ । ସେ ଦିନ ଏତେ ବଡ ବିଶ୍ଵ ପ୍ରସିଦ୍ଧ ପର୍ବ ଥିଲା ସତ କିନ୍ତୁ ମୁଁ ପୁରି ପରିବର୍ତେ ଭୁବନେଶ୍ୱରରେ,ଯାହା ହେଉନା କାହିଁକି ଏ ପର୍ବ ହାତ ଛଡ଼ା କେମିତି କରିବି । ଦୁଇ ବନ୍ଧୁ ବାଇକ ଯୋଗେ ବାହାରି ଯାଉ ଏହି ପର୍ବର ମଜା ନେବା ପାଇଁ ହେଲେ କିଛି ବାଟ ଅତିକ୍ରମ କରିବା ପରେ ବର୍ଷା ଆରମ୍ଭ ହୋଇଯାଏ ଏବଂ ଦୁହେଁ ବର୍ଷା ଭିଜା ଧରଣୀ ବୁକୁରେ ମୁକ୍ତ ଆକାଶର ବିହଙ୍ଗ ଭଳି ଏଇ ଜାଗାରୁ ସେଇ ଜାଗା ବୁଲି ପର୍ବ ଦେଖି ମଜା ନେବା ସହ ମୁଁ ଆସିବାର ମୂଖ୍ୟ ଉଦେଶ୍ୟରେ ଅନୁସନ୍ଧାନ ମଧ୍ୟ ଚାଲୀ ଥାଏ । ବାଇକରେ ଜିବା ସମୟରେ ଏମିତି ଅନେକ କଥା ଆଲୋଚନା ହୁଏ ହେଲେ ବନ୍ଧୁ ଜଣକ ମୋ ଠାରୁ ସେହି ଅତୀତର କର୍ମ କଥା ପଚାରି ବୁଖନ୍ତି । ସେ ସବୁ ମୋ ଠାରୁ ଶୁଣିବା ପରେ ନିଜେ ମୁରୁକି ହସନ୍ତି ଓ କୁହନ୍ତି ଆଜି କାଲିର ଦୁନିଆ କଥା ।
ଆଜି କାଲିର ଦିନରେ ଵଞ୍ଚିବା ପାଇଁ ହେଲେ ହାତେ ମାପି ଚାଖଣ୍ଡେ ଚାଲିବା ଭଲ ବୋଲି ସେ କୁହନ୍ତି କାରଣ ଅତୀତରେ ତାଙ୍କର ଜଣେ ବନ୍ଧୁ ସରଳ ବିଶ୍ୱାସରେ ନିଜ ସୁଖଦ ଜୀବନ ବର୍ବାଦ କରି ଦେଇଥିଲେ ।
ଏକଦା ସେହି ବ୍ୟକ୍ତି ଜଣକ ଗୋଟଏ ବଡ଼ ଅଫିସ୍ ରେ ଜବ୍ କରୁଥାନ୍ତି । ଅଫିସ୍ ତରଫରୁ ଘର ମିଳିଥିବା ସହ ଏକ ଜିପ୍ ମଧ୍ୟ ମିଳିଥିଲା । ସେ ନିଜର କର୍ମ କ୍ଷେତ୍ରରେ ଜଣେ ଦକ୍ଷ ସାଧକ ଥିଲେ ଏମିତି କିଛି କାମ କଲେ ସେ ଅଳ୍ପ ଦିନ ମଧ୍ୟରେ ଅନୁଷ୍ଠାନର ନାମ ଦୁଇଗୁଣିତ କରିଦେଲେ । ଏହିଭଳି କାର୍ଯ୍ୟ ଦକ୍ଷତା ଦେଖି ଅନୁଷ୍ଠାନ କର୍ତ୍ତୃପକ୍ଷରୁ ତାଙ୍କୁ ଏକ ବୃହତ ଜାଗାକୁ ପ୍ରମୋଶନ୍ କଲେ। ଏହି ସବୁ କାର୍ଯ୍ୟକ୍ରମରେ ସେ ବେସ୍ ଖୁସି ହେବା ସହ ସର୍ବଦା ଭାବନ୍ତି ତାଙ୍କ ଜୀବନ କେଵଳ ସେହି ଅନୁଷ୍ଠାନର । ଦିନେ ରାଜ୍ୟ ବାହାରୁ ଏକ ଅନୁଷ୍ଠାନ ପକ୍ଷରୁ ତାଙ୍କ ନିକଟକୁ ଫୋନ ଆସିଲା ଆଜ୍ଞା, ଆପଣ ଆମ ଅନୁଷ୍ଠାନକୁ ଆସନ୍ତା ଏହି ତାରିଖରେ ଆସି ଆୟୋଜିତ ହେଉଥିବା ତାଲିମ ଶିବିରରେ ଯୋଗ ଦେବେ ଏବଂ ମାର୍ଗ ଦର୍ଶକ ସାଜିଵେ । ସେ ଏହି ଖବର ସୁଣି ଖୁସି ହୁଅନ୍ତି । ସେହି ରାଜ୍ୟକୁ ଯିବା ପୂର୍ବରୁ ତାଙ୍କର ସମସ୍ତ ବ୍ୟବସ୍ଥା ସେହି ଅନୁଷ୍ଠାନ ପକ୍ଷରୁ ସମାପ୍ତ ହୋଇଯାଏ । ସେହି ଜାଗାକୁ ଯିବା ପୂର୍ବରୁ କିଛି ବ୍ଲାଙ୍କ ଚେକ୍ ରେ ହସ୍ତାକ୍ଷର କରି ଯାନ୍ତି କାରଣ ତାଙ୍କରି ଅନୁପସ୍ଥିତିରେ ଏହି ଅନୁଷ୍ଠାନ ଅଚଳ ହୋଇଯିବ କିନ୍ତୁ ଏହାର ସୁଯୋଗ ଜଣେ ତଳସ୍ତର କର୍ମଚାରୀ ନିଏ । ବାବୁ ଜଣଙ୍କ ସଫଳତା ସବୁକୁ ତଳସ୍ତର କର୍ମଚାରୀମାନେ ସହ୍ୟ କରି ପାରନ୍ତି ନାହିଁ । ସେହି ବ୍ଲାଙ୍କ ଚେକ୍ ରୁ ଟଙ୍କା ଉଠାଇ ଆଣି ଓ ଖର୍ଚ୍ଚ କରେ କିନ୍ତୁ ହସ୍ତାକ୍ଷର କରିଥିବା ବାବୁ ଜଣଙ୍କ ଅଜାଣନ୍ତରେ । ଏତିକି ବେଳକୁ ବାବୁ ସେ ବାହାର ରାଜ୍ୟରୁ ଫେରି ଆସି ନିଜ କର୍ମରେ ଯୋଗ ଦିଅନ୍ତି ।
ଦିନେ ହଟାତ ବିନା ସୂଚନାରେ ଅଡ଼ିଟ୍ ଅଫିସରେ ପହଁଛନ୍ତି ଏବଂ ଅଡ଼ିଟ୍ ବେଳେକୁ ଗୁମର ଫିଟେ ବ୍ଲାଙ୍କ ଚେକ୍ ର ! କିନ୍ତୁ କଣ ହେବ ବାବୁ ଜଣକ ତ ଚେକ୍ ଉପରେ ହସ୍ତାକ୍ଷର କରିଛନ୍ତି । ସେ ଯାହାବି କହିଲେ ମଧ୍ୟ ଅଫିସ୍ କର୍ତ୍ତୃପକ୍ଷ ଅବା ଅଡ଼ିଟ୍ ବୁଝିବାରେ ନାରାଜ ଏବଂ ଶେଷରେ ବିକ୍ତ୍ୟ ଜଣକ ନିଜ କାର୍ଯ୍ୟରୁ ନିଲମ୍ବିତ ହେଲେ ।
ଏଥିରୁ ସ୍ପଷ୍ଟ ପ୍ରମାଣିତ ସହଜେ ସରଳ କଥା ଅବା ସରଳ ଲୋକଙ୍କୁ ବିଶ୍ଵାସ କରିବା ଅନୁଚିତ ।