Krushna Chandra Dakua

Others

5.0  

Krushna Chandra Dakua

Others

ତୁମେ ଡାକିଲନି ବୋଲି

ତୁମେ ଡାକିଲନି ବୋଲି

5 mins
345


କଳା ସାହିତ୍ୟରେ ବିମଣ୍ଡିତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଠାରେ ପ୍ରତି ଦୁଇବର୍ଷରେ ଥରେ ଠାକୁରାଣି ଯାତ୍ରା ଅନୁଷ୍ଠିତ ହୁଏ ।ଯେଉଁ ସ୍ଥାନରେ ଅଞ୍ଚଳର ପଞ୍ଚ ଠାକୁରାଣୀ ମିଳନ ପର୍ବ ଅନୁଷ୍ଠିତ ହୁଏ ଓ ନାନାଦି ନୃତ୍ୟ, ସଙ୍ଗୀତ ଏବଂ ମିନି ବଜାର ସାଙ୍ଗକୁ ଦୋଳି ଖେଳରେ ଯାତ୍ରା ପଡିଆ ବେସ୍ ନିଆରା ହୋଇଥାଏ। ଥରେ ବୁଲି ଆସିବ ତ ନିତି ମନେ ପଡ଼ିବ ସେଠାକାର ବିରଳ ସଂସ୍କୃତି ସଭ୍ୟତା ଓ ସେଠାକାର ଲୋକଙ୍କ ଭଲପାଇବା । ମୋର ବହୁତ ଇଚ୍ଛାଥାଏ ପ୍ରତି ବର୍ଷ ମା'ଙ୍କ ଦର୍ଶନ କରି କରୁଣା ଲାଭ କରିବା ସହ ଯାତ୍ରା ଦେଖିବାର ମଜା ନେବା କିନ୍ତୁ ଚଳିତ ବର୍ଷ ସମ୍ପୂର୍ଣ୍ଣ ନିଆରା ହୋଇଗଲା । କାରଣ ବିଗତ ଦିନରେ ସେଠାକାର ସାଙ୍ଗ ମାନଙ୍କ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ବିରଳ ଥିଲା କିନ୍ତୁ ଆଜି ତାହା ବଦଳିଯାଇଛି ନା ଅଛି ସେଦିନ ଭଳି ଭଲପାଇବା ନା ସେ ସମୟ।


ଏକଦା ଗୋଟିଏ ପ୍ରକାର ତ ମୋ ପାଠ ପଢା ବୁଗୁଡ଼ା ପାଇଁ ସମାପ୍ତ ହୋଇଛି, ବୁଗୁଡ଼ାରେ ଥାଏ ପ୍ଳସ୍ ଥ୍ରୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା । ଆଉ ପାଠ ପଢା ସରିବା ପରେ କିଏ ବା କାହାର ସବୁତ ନିଜେ ନିଜର ମନ ମଧ୍ୟରେ ଅସମ୍ଭାଳ ପରିସ୍ଥିତିରେ ଘୁରି ବୁଲିଥାନ୍ତି ଏବେ ଅବା କିଏ ପଚାରିବ, ଦିନ ଥିଲା ସେମାନଙ୍କ ଆବଶ୍ୟକତା ଠାରୁ ଅଧିକ ଥିଲି କିନ୍ତୁ ଆଜି ଜଣେ ଅଚିହ୍ନା ମଣିଷ ! ହଁ ଇଏତ ମଣିଷ ପ୍ରକୃତି କାହାକୁ ବା ଦୋଷ ଦେବା ।


‌ଦିନ ଥିଲା ଘରୁ ବାହାରି ଯିବା ଠାରୁ ଆସିବା ପର୍ଯ୍ୟନ୍ତ ମନରେ ଥାଏ ଖୁସି ହିଁ ଖୁସି, କିନ୍ତୁ ଆଜି ନାହିଁ ସେ ସମୟ ବଦଳି ଯାଇଛି ମାନସିକତା । ଏଠି ଏମାନଙ୍କ କୃପଣତାର ଶିକାର ହୋଇ ସମ୍ପର୍କ ରଖିବା ଯାହା ନ ରଖିବା ତ ଶହେ ଗୁଣା ଭଲ । ହା ହା ଇଏ ମୁଁ ବା କଣ କହିଦେଲି ମୁଁ ତ କହିବା ପାଇଁ ଚାଂହୁଥିଲି କଅଁଳଲ ସେଇ ଯାତ୍ରା ଦେଖାର ମର୍ମ କାହାଣୀ । ବୁଗୁଡ଼ା ଠାରେ ମୋ ପାଠ ପଢା ପାଞ୍ଚ ବର୍ଷ ମଧ୍ୟରେ ମୁଁ କେଉଁଥିରେ ବି ଯାତ୍ରା ଦେଖିବା ମିସ୍ କରିନାହିଁ, ପ୍ରତି ବର୍ଷ ସମସ୍ତ ସାଙ୍ଗ ସାଥୀଙ୍କ ମେଳ ଆଉ ଯାତ୍ରା ଦେଖା । ଏମିତି ତ ମନେପଡ଼ି ଯାଉଛି ସେ ଦିନର ଯାତ୍ରା ଡାକରା କଥା।ସକାଳ ସୂର୍ଯ୍ୟଙ୍କ ହସ ହସ ସୁନେଲି କିରଣରେ ପ୍ଲାବିତ ହୋଇ ଆରମ୍ଭ ହୋଇଯାଏ ବୁଗୁଡ଼ା ଯିବା । ସେଠାରେ ଯାଇ ପହଞ୍ଚି ଦେଖିବା ବେଳକୁ ସହର ମୁହଁରେ "ଠାକୁରାଣୀ ଯାତ୍ରା"ର ସ୍ୱାଗତ ଫଳକ ଆଉ ଵାସ୍ ଟିକିଏ ବାଟ ଯିବା ପରେ ପୁଣି ଭେଟେନାରୀ ଅଫିସ୍ ପଡ଼ିଆରେ ଗହଳି । ଗହଳିର କାରଣ ହୋଇଥାଏ ସେଠାରେ ପଡିଥିବା ପସରା ଆଉ ତା ସାଙ୍ଗକୁ ସୁସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରୀର ଏକତ୍ରକରଣର ଆସରା ।


ଇଏତ ଦେଖି ସ୍ୱଳ୍ପ ବାଟ ଅତିକ୍ରମ କରିବା ପରେ ମୋ ଟିଉସନ୍ । ସେଠାରେ ଯାଇ ପହଞ୍ଚିଲା ବେଳକୁ କିଛି ସାଙ୍ଗ ସାଥୀ ଗୋଷ୍ଠି ହୋଇ ଟୁପୁରୁ ଟାପରା ଚାଲିଥାଏ । ଆଉ ମୋ ମନ ମଧ୍ୟରେ ତାହାର କାରଣ ଉଙ୍କି ମାରେ, କିଛି ସମୟ ସେମାନଙ୍କ ସହ କାଟିବା ପରେ ଉତ୍ତର ମିଳେ ଠାକୁରାଣୀ ଯାତ୍ରା ଦେଖି ଆସିବାର ଆଲୋଚନା । ମୋ ସାଙ୍ଗମାନେ କୁହନ୍ତି ନିଶ୍ଚେ ଆସି ଯାତ୍ରା ବୁଲି ଦେଖି ଯିବା କିନ୍ତୁ ମୋତେ ପଚାରିଲେ ମୁଁ ମନାକରେ ଆଉ ପାଟିରୁ ଆପେ ଆପେ ବାହାରି ଆସେ "ମୋତେ କିଏ ଡାକିନାହିଁ" ଯାତ୍ରା ଦେଖି ଆସିବ ବୋଲି ! ତେଣୁ ମୁଁ ଯାତ୍ରା ଦେଖି ଆସିବି ନାହିଁ । ସେତେବେଳକୁ ତ ମୋ କଥା ସୁଣି ଜଣେ ସାଙ୍ଗ ହସିଦିଏ ଆଉ ମୁରୁକି ହସି ହସି ଇଶାରା ଦେଇଦିଏ ଆସିବା ପାଇଁ । ସେ ତାର ଜଣେ ବନ୍ଧୁ କୁ ଦେଖେଇ ହୋଇ କୁହେ ଆସିବ, ଆଉ ନ ଆସିବ ତ ନାଇଁ । ଏତିକି ସାଙ୍ଗ ମାନଙ୍କ ସହ ବାର୍ତ୍ତାଳାପ ପରେ ସାର୍ ଆସନ୍ତି ଆଉ ପଢା ଆରମ୍ଭ ହୁଏ । ପଢା ସମୟ ଭିତରେ ଫୁସୁରୁ ଫାସର ଆଉ ତା' ପରେ ପଢ଼ା ଶେଷ ଏବଂ ସାରଙ୍କ ଆମ ମାନଙ୍କୁ ସେହି ପଢା ଯାଇଥିବା ବିଷୟ ସମ୍ପର୍କରେ ପ୍ରଶ୍ନ ଉତ୍ତର ,ଏତିକି ମଧ୍ୟରେ ଟିଉସନ ଛୁଟି ।


କୋଳାହଳ ହୋଇ କ୍ଲାସ ବାହାରକୁ ଆସିବା ପରେ ନିଜେ ନିଜ ରାସ୍ତାରେ ଅର୍ଥାତ ଯିଏ ଜାହା ଗାଁକୁ । ଆମେ ତ ଆମ ଗାଁ ରୁ ବସ୍ ରେ ଯାଇଥାଉ ଆଉ ଆଖ ପାଖ ସାଙ୍ଗ ମାନେ କିଏ ସାଇକେଲ ଆଉ କିଏ ବାଇକ ରେ । ସାଙ୍ଗମାନଙ୍କ ସାଇକେଲ ଷ୍ଟାଣ୍ଡରୁ ସାଇକେଲ ଅବା ବାଇକ୍ ବାହାର କରିବା ସମୟରେ କେଳାହଳ ଅର୍ଥାତ କାହା ପାଟିରୁ ଚାଞ୍ଚାଳି ପୁଣି କାହା ପାଟିରୁ ବିଉଟିପାରଲର ଏମିତି ଅନେକ ଟାହିଟାପେରା ବା ଆଲୋଚନା ସମାଲୋଚନା ପରେ ଯିଏ ଜାହା ଘରକୁ । ଏତିକିରେ ସମୟ ବିତିବା ପରେ ମୁଁ ଓ ମୋ ସାଙ୍ଗମାନେ ରକେଟ ଅପେକ୍ଷାରେ, ବସ୍ ଲାଗିବ ତ ଝରକା ଫାଙ୍କ ରେ ନିଜେ ନିଜ ପାଇଁ ସିଟ ରଖିବା ଆଳରେ ଆମେ ଖାତା ପକାଇ ଦେଉ ସିଟ ଉପରେ ଏବଂ କଥା ଆରମ୍ଭ ହୁଏ ଆଜି ଯାତ୍ରା ଦେଖିଯିବା କିଏ ହଁ କରେ ଆଉ କିଏ ନାହିଁ ।ଏତିକିରେ ଗାଁ ଆସିଯାଏ ଏବଂ ଆମ୍ଭେ ସବୁ ବସ୍ ରୁ ଓଲ୍ଲାହି ଥାଉ । ଠିକ୍ ସେହି ଦିନ ସୂର୍ଯ୍ୟଙ୍କ ଅସ୍ତଗାମି ସମୟ ବେଳକୁ ପୁଣି ଫୋନ ଯୋଗେ ଆରମ୍ଭ ହୋଇଯାଏ ଯାତ୍ରା ଦେଖି ଯିବା କଥା । ମନରେ ଇଛା ନଥିଲେ ବି ଉତ୍ସାହିତ ମନେ ବାହାରିପଡେ ଯାତ୍ରା ଦେଖିଯିବା ପାଇଁ, ଆଉ ବୁଗୁଡ଼ାରେ ପହଞ୍ଚି ଯାଉ ମଧ୍ୟ ।


କିଛି ସମୟର ଏପଟ ସେପଟ ଚଳପ୍ରଚଳ ପରେ ହଠାତ ସେଇ ସାଙ୍ଗମାନେ ଦେଖା ହୋଇଯାନ୍ତି ଓ ହସି ହସି କୁହନ୍ତି ଆସିବନି ବୋଲି କହୁଥିଲ ହେଲେ ଆସିଲ କଣ ଜେ । ମୁଁ ସେହି ସମୟରେ କୁହେ ଡାକରା ନଥିଲା ତେଣୁ ଯିବି ନାହିଁ ବୋଲି କହୁଥିଲି ଆଉ ଡାକରା ଆସିଲା ମୁଁ ଆସିଲି ।ଏତିକିରେ ମା ପଞ୍ଚ ଠାକୁରାଣୀଙ୍କ ଦର୍ଶନ ଲାଭ କରି ସମସ୍ତଙ୍କ ସହିତ ଆରମ୍ଭ ହୋଇଯାଏ ବୁଲା ବୁଲି । ସଭିଏଁ କୁହନ୍ତି ଚାଲ ସିଧାସଳଖ ଯାତ୍ରା ପଡିଆକୁ ଯିବା ମୁଁ କୁହେ ନାଇଁମ ଏଠାକାର ମନ୍ଦିର ସବୁ ଚାଲ ପ୍ରଥମେ ବୁଲିଦେଖିବା ଆଉ ତାପରେ ଯାତ୍ରା ପଡିଆ ଯିବା ।ସମସ୍ତ ବନ୍ଧୁ ରାଜି ହୁଅନ୍ତି ମନ୍ଦିର ଯିବା । ମନ୍ଦିର ବୁଲା ତ ଆରମ୍ଭ ହୋଇଯାଏ ପ୍ରଥମେ ଓଡିଶା ପ୍ରସିଦ୍ଧ କାଷ୍ଠ କୋଣାର୍କ ବିରଞ୍ଚି ନାରାୟଣ ସ୍ବାମୀଙ୍କ ଠାରୁ ଆଉ ପରେ ବୁଗୁଡ଼ା ସହର ପ୍ରସିଦ୍ଧ ବଳଦେବ ଜୀଉ ଠାକୁର ଦର୍ଶନ କରିସାରିବା ପରେ ଯାତ୍ରା ପଡିଆକୁ ବାଟରେ ଅନେକ ସାଙ୍ଗ ମଧ୍ୟ ଦେଖା ହୋଇଯାନ୍ତି । ସେମାନଙ୍କ ସହ କିଛି ସମୟ ଆଲୋଚନା ହୋଇ ଯାତ୍ରା ପଡ଼ିଆରେ ପହଞ୍ଚୁ ଆଉ ଯାତ୍ରା ଦେଖା ଆରମ୍ଭ କରୁ । ନାନାଦି ପସରା ଦେଖା ଓ କିଣା କରିବା ପରେ ଯାଇ ଦୋଳିରେ ବସୁ ଏବଂ କିଛି ସୁସ୍ୱାଦିଷ୍ଟ ଖାଦ୍ୟ ଖାଇ ଗାଁ କୁ ଫେରୁ ।


ଗାଁକୁ ଫେରିବା ବେଳକୁ ସମୟ ପାଖା ପାଖି ୧୨ କାରଣ ଯାତ୍ରା ଦେଖା ଓ ବୁଲା ବୁଲିରେ ସମୟ କଟିଯାଏ । ଆମେ ପୁଣି ଚକାଡ଼ୋଳା ବସ୍ ଯୋଗେ ଆସିଥାଉ । ପର ଦିନ ଟିଉସନ୍ ଆସିବା ମାତ୍ରେକେ କଥା ପଡ଼େ ଯାତ୍ରା ଦେଖା ଏବଂ ପାଇଥିବା ମଜା ସମ୍ପର୍କରେ । କାହା ପାଟିରୁ କଣ ବାହାରେ ହେଲେ ମୋ ପାଟିରୁ ବାହାରେ "ନାହିଁ ନାହିଁରେ ପ୍ରକୃତ ଖୁସି" ସବୁଦିନ ଭଳି ସେ ଦିନ ମଧ୍ୟ ଟିଉସନ୍ ସାରି ଯିଏ ଜାହା ଗାଁକୁ । ଇଏ ତ ଥିଲା ମୋ ପ୍ଳସ୍ ଟୁ ସମୟର କଥା ଠିକ୍ ସେହି ଭଳି ପ୍ଳସ୍ ଥ୍ରୀ ର ପ୍ରଥମ ବର୍ଷ ରେ ଯାତ୍ରା ଦେଖା ଆଉ ଏବେ ପଢା ସରିଛି ହେଲେ ଡାକରା ମିଳିନି ତେଣୁ ଅଭିମାନ କରି ମୋ ଯାତ୍ରା ଦେଖା ବନ୍ଦ ରଖୀଛି ।ଦେଖିବା ଆଗାମୀ ଦିନରେ କିଏ ଡାକୁ ଅବା ନ ଡାକୁ ମାଙ୍କ ଆଶୀର୍ବାଦ ଓ କରୁଣା ପାଇ ନିଶ୍ଚେ ବୁଲିଯିବି କାରଣ ଭୁଲି ହେଉନି ସେ ସବୁ ।

କହୁ କହୁ ବହୁତ କହିଦେଲି ଏବେ ଅଭିମାନ ମନରେ ଗୋଟେ ଛୋଟ କବିତା :-

ଅଭିମାନ କରିବା ଏକା

ମୋ ନିଜସ୍ୱ ଅଧିକାର

ସେଦିନ ଭଳି ମୋ ପାଖେ

ଉତ୍କଣ୍ଠା ନାହଁ ବୋଲି

ଯିବି ନାହିଁ ବୁଲି

ଯାତ୍ରା ପଡିଆକୁ

ଦେଖିବାକୁ ଭିନ୍ନ ଭିନ୍ନ

ସୁସୋଭିତ ପସରା ମାନ

ଭାବ ମୁହୂର୍ତ୍ତରେ ପଡ଼ିଗଲେ

ମନେ ପଡ଼େ ସେହି ଦିନ

ତୁମ ଉଲ୍ଲାସିତ ମନେ

ଶୁଣାଇଥିଲ

ବଂଶୀ କମ୍ପନ ସ୍ୱର

ତାହା ହିଁ ତ ଥିଲା

ବୋଧେ ମୋ ପାଇଁ

ସବୁଠାରୁ ନିଆରା ଦିନ

ଆଶା ନିରାଶାର

ବେଦନାର ସ୍ତୁପ

ଏଇ ମଣିଷ ଜୀବନ

କେତେବେଳେ ପୁଣି

ହସ ଖୁସି ଆଉ ଅଭିମାନ

ଏତିକି କରହେ ଠାକୁରେ

ସଦା ଖୁସିରେ କଟୁ ମୋ ଚିରଦିନ......!!

ଜୟ ମା ତୁମ ଆଶୀର୍ବାଦ ସଦା ରହୁ ଏ ନିର୍ବୋଧ ଭକ୍ତ ଉପରେ ।



Rate this content
Log in