STORYMIRROR

Bijoy Jena

Inspirational Others Children

3  

Bijoy Jena

Inspirational Others Children

ଧର୍ମ ଓ ଅଧର୍ମର ବିଚାର

ଧର୍ମ ଓ ଅଧର୍ମର ବିଚାର

1 min
359


ଏକଦା ଜଣେ ସାଧୁ ଥିଲେ! ସଂକଳ୍ପ କରିଥିଲେ କୌଣସି ପରିସ୍ଥିତିରେ ମିଥ୍ୟା ନ କହିବା ପାଇଁ। ଏହି ସଂକଳ୍ପକୁ ସେ ଠିକ ଭାବରେ ପାଳନ କରି ଆସୁଥିଲେ।

     ଦିନକର ଘଟଣା! କୁଟୀର ପ୍ରାଙ୍ଗଣରେ ଉପାସନାରତ ଥିବା ସମୟରେ ହଠାତ ସାଧୁ ବଞ୍ଚାଅ, ବଞ୍ଚାଅ, ବୋଲି କରୁଣ ଚିତ୍କାର ଶୁଣିଥିଲେ।ସେହି ଚିତ୍କାରରେ ତାଙ୍କର ଧ୍ୟାନ ଭଗ୍ନ ହେଲା ଆଖି ଖୋଲି ଅନାଇଥିଲେ ସେ,ଦେଖିଲେ ସ୍ତ୍ରୀ, ପୁରୁଷ ଦୁଇ ଜଣ ଜୀଵନ ବିକଳରେ ଚିତ୍କାର କରି ଧାଇଁଛନ୍ତି। ସାଧୁଙ୍କ ସାମନା ଦେଇ ଦୁହେଁ ନିକଟସ୍ଥ ଜଙ୍ଗଲ ଦିଗରେ ଚାଲି ଯାଉଥିଲେ ।

     କିଛି କ୍ଷଣ ପରେ ଜଣେ ବ୍ୟକ୍ତି ହାତରେ ତରବାରୀ ଧରି ସେହି ସାଧୁଙ୍କ ପାଖରେ ପହଂଚି ଏଇ ବାଟେ ଦୁଇ ଜଣ ଯିବାର ଦେଖିଛ କି ବୋଲି ପଚାରିଲେ।ସାଧୁ ଜାଣିଲେ ଯେ ବ୍ୟକ୍ତିଟି ହେଉଛି ଦସ୍ୟୁ।ସାଧୁ ଧର୍ମ ସଂକଟରେ ପଡ଼ି କିଛି ଭାବି ନ ପାରି ଦସ୍ୟୁକୁ ସତ କହି ବାଟ ଦେଖାଇଦେଲେ। ଫଳରେ ସେହି ଦୁଇ, ସ୍ତ୍ରୀ ଓ ପୁରୁଷ ଉଭୟ ଦସ୍ୟୁ ଦ୍ୱାରା ନିହତ ହେଲେ ଓ ସେମାନଙ୍କ ଠାରୁ ଅଳଙ୍କାର ନେଇ ସେ ଚାଲିଗଲା। ଅକାଳରେ ଦୁଇଟି ଜୀଵନ ଝଡ଼ିପଡିଲା।

      ସାଧୁଙ୍କ ମୃତ୍ୟୁ ସମୟ ଉପଗତ ହେଲା।ଧର୍ମରାଜ ଘୋର ନରକବାସର ନିଷ୍ପତି ଶୁଣାଇଥିଲେ! ଏହା ଶୁଣିଲାପରେ ସାଧୁ ବିସ୍ମିତ ହୋଇ ପଚାରିଲେ ଧର୍ମରାଜ, ମୁଁ ଜୀଵନ ସାରା ସତ୍ୟ କଥନକୁ ପ୍ରାଧାନ୍ୟ ଦେଇ ଆସିଛି। ହେଲେ ମୋତେ ଏପରି ଦଣ୍ଡାଦେଶ କାହିଁକି ଦେଲେ? ଧର୍ମରାଜଙ୍କ ଉତ୍ତର ଥିଲା, ସତ୍ୟ, ଅସତ୍ୟ, ଧର୍ମ ଅଧର୍ମ, ପାପ ପୁଣ୍ୟର ନିର୍ଣ୍ଣୟ ବିବେକ ଦ୍ୱାରା ହିଁ ହୋଇଥାଏ।ପ୍ରତ୍ୟେକ ମନୁଷ୍ୟଠାରେ ବିବେକାରୂପୀ ସମ୍ପଦ ରହିଛି।ତୁମ ଦ୍ୱାରା କଥିତ ସତ୍ୟ କାରଣରୁ ଅକାଳରେ ଦୁଇ ନିରୀହଙ୍କୁ ଜୀଵନ ହରାଇବାକୁ ପଡିଥିଲା।ତୁମର ସବୁ ପୁଣ୍ୟଫଳ ଏହି କାରଣରୁ ନିଷ୍ଫଳ ହୋଇ ଯାଇଛି।ଏ କ୍ଷେତ୍ରରେ ତୁମେ ବିବେକ ଅନୁଯାୟୀ କାର୍ଯ୍ୟ କରି ନ ଥିଲ, ତେଣୁ ତୁମକୁ ନରକ ଭୋଗ କରିବାକୁ ପଡିବ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational