ଧାତୁ
ଧାତୁ


ଲିନା ବୋଲି ଏଗାର ବାର ବର୍ଷର ଛୋଟ ଝିଅଟିଏ ତା ବାପା ମାଆ ସହ ବମ୍ବେରେ ରହୁଥିଲା। କରୋନା ହେବାପରେ ସେମାନେ ଗାଆଁକୁ ଚାଲି ଆସିଥିଲେ।ଏବେ ସମସ୍ତେ ଗାଁ ମୁହାଁ ହେବାକୁ ଲାଗିଛନ୍ତି। ଗାଆଁର ପ୍ରାକୃତିକ ପରିବେଶ ସହରଠୁ ସୁରକ୍ଷିତ ନିଶ୍ଚୟ ଏକଥା ବୁଝି ପାରିଛନ୍ତି ସମସ୍ତେ। ଗାଁରେ ରହି ସେମାନେ ଅଫିସ କାମ କରୁଥିଲେ ଅନଲାଇନ ରେ। ଲିନା ବି ତାର ପାଠପଢା ଅନ୍ଲାଇନରେ କରୁଥିଲା। ଯେତେବେଳେ ତାକୁ କିଛି ଫୁର୍ସତ ସମୟ ମିଳୁଥିଲା ସେ ନିଜ ଜେଜେମାଠାରୁ ପ୍ରକୃତିର ପ୍ରତିଟି ଜିନିଷର ବିଷୟରେ ଟିକିନିଖି ବୁଝୁଥିଲା। ପ୍ରକୃତିର ସବୁ ଜିନିଷ ତାକୁ ଭଲ ଲାଗନ୍ତି। ଗଛପତ୍ର ଫୁଲ ଫଳ
ମାଟି, ଆକାଶ, ଜଳ, ପଶୁ ପକ୍ଷୀ। ଝରଣା ନଦୀ, ପାହାଡ, ଋତୁ, ମଳୟ ପବନ। ଆମ୍ବ ବଉଳ, କୋଇଲିର କୁହୁ, ମନ୍ଦିରର ଘଣ୍ଟି ସ୍ବନ ସବୁ ଭଲ ଲାଗେ ତାକୁ । ଆଜି ଶନିବାର ଥିବାରୁ ସେ ଜେଜୀ ଠାରୁ କିଛି ପଚାରିବ ବୋଲି ତାଙ୍କ ପାଖକୁ ଗଲା।
ଜେଜୀ ଅନେକ ଗୁଡାଏ ପୂଜା ବାସନ ବାହାର କରି ମାଜି ସଫା କରୁଥିଲେ। ଲିନା ସେଠି ପହଞ୍ଚିଗଲା।ସେ ଆଗରୁ ଏମିତି ଚମକ୍ଦାର ବାସନ ଦେଖି ନ ଥିଲା।ସେ ଜେଜୀ କୁ ପଚାରିଲା ଜେଜୀ ଏ କୋଉ ବାସନ। ଏତେ ସୁନ୍ଦର ରଙ୍ଗ ହେଇଛି। କେତେ ଚମକୁଛି ଏ ଗୁଡାକ।ଏହା ମଜବୁତ୍ ଓ ସୁନ୍ଦର ଲାଗୁଛି। ଆମେ ଘରେ କାଚ ବାସନ ଓ ଚିନାମାଟି କ୍ରାକେରି ବ୍ୟବହାର କରୁ। ସେ ଗୁଡାକ ଯତ୍ନରେ ବ୍ୟବହାର ନକଲେ ଭାଙ୍ଗି ଯାଏ। ହେଲେ ଏ ବାସନତ ମାଜିବାକୁ ଡର ନୁହଁ । ଏହା ପଡିଗଲେ ବି ଭାଙ୍ଗିବ ନାହିଁ। ମତେ ଏ ଗୁଡା କୋଉଥିରେ ତିଆରି ଟିକେ ଭଲ ଭାବେ ବୁଝାଇ କହ।ମତେ ଜାଣିବାର ଇଛା ହେଉଛି।
ଜେଜୀ ଏବେ ସେ ବାସନ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରିବାକୁ ଲାଗିଲେ। ଲିନା ଏସବୁ ଜିନିଷ
ଧାତୁରେ ତିଆରି। ତେଣୁ ଏହା ଟାଣ ମଜବୁତ୍ ଓ ଉଜ୍ବଳ ଲାଗୁଛି। ଜେଜୀ କହିଲେ।
ଲିନା ପଚାରିଲା ଏ ଧାତୁ କଣ? ମତେ ଏ ଧାତୁ ବିଷୟରେ ସବୁ ଜାଣିବାର ଅଛି। ତୁମେ ମତେ ସବୁ କୁହ ଏହା ବାବଦରେ ଯାହା ଜାଣିଛ। ଏବେ ଜେଜୀ କହିବା ଆରମ୍ଭ କଲେ।
ଧାତୁ ଏକ କଠିଣ ଜିନିଷ ଯାହା ଖଣିଜ ପଥର ସହିତ ମିଶିକି ଥାଏ।ପଥରକୁ ଗରମ କରି ତରଳାଇ ଧାତୁକୁ ଅଲଗା କରିବାକୁ ପଡେ। ଧାତୁର କେତୋଟି ଧର୍ମ ବା ଗୁଣ ଥାଏ, ସେଗୁଡିକ ହେଲା।
୧ ଧାତୁର ଔଜଲ୍ୟ ଥାଏ।ଏହା ଚକ୍ ଚକ୍ କରେ।ଏହାର ସ୍ବତନ୍ତ୍ର ରଙ୍ଗଥାଏ।
୨ ଧାତୁ ରେ ପ୍ରତିଛବି ପ୍ରତିବିମ୍ବିତ ହୁଏ ବା ରିଫ୍ଲେକ୍ସନ ହୁଏ।
୩ ଧାତୁର ଉପରି ପରସ୍ତ ସମତଳ ହେଇଥାଏ।ଏହା ଟାଣ ଓଜନିଆ,ମଜବୁତ ହେଇଥାଏ।
୪ ଏହାକୁ ଗରମ କଲେ ତରଳି ଯାଏ ଓ ଥଣ୍ଡା ହେଲେ ପୁଣି ଟାଣ ହେଇଯାଏ।ଏହା ତାପର ସୁପରିବାହୀ।ଗୋଟିଏ ଜାଗାକୁ ଗରମକଲେ ଅଣୁରୁ ଆଉ ଏକ ଅଣୁକୁ ଉତ୍ତାପ ସଂଚରି ଯାଇଥାଏ ଓ ସଂପୂର୍ଣ ଜିନିଷଟି ତାତି ଯାଇଥାଏ।
୫ ଧାତୁ ବିଦ୍ୟୁତର ବି ସୁପରିବାହୀ।
୬ ଧାତୁ କୁ ଫେବ୍ରିକେସନ କରି ହୁଏ।ମାନେ ବଙ୍କା ଟଙ୍କା କରି ମନ ମୁତାବକ ଆକାର ଦିଆଯାଇପାରେ।ଏହା ସହଜରେ ବଙ୍କା ଯାଇ ପାରେ ।ଭଙ୍ଗା ଜିନିଷକୁ ତରଲାଇ ଜୁଡା ବି ଯାଇପାରେ।ଅଧାତୁ କିନ୍ତୁ ଭାଙ୍ଗିଯାଏ।ଆଉ ଜୁଡି ହୁଏ ନାହିଁ।
୭ ଧାତୁ ସଲିଡ ବା ନିଦା ଥାଏ।
ଏବେ ଜାଣିବା ଏହାର ନାମ କଣ କଣ?
ଲୁହା,ସୁନା,ରୂପା,ପ୍ଲାଟିନମ୍,ତମ୍ବା, ପିତଳ,ବ୍ରୋଞ୍ଚ,କଂସା,
ଆଲୁମିିନା,ଜିଙ୍କ,ସୀସା,ମାଙ୍ଗାନିଜ।ପାରଦ, ମର୍କ୍ୟୁରି, ସଲ୍ଫର ଆଦି।
ହାଇଡ୍ରୋଜେନ ବା ଉଦ୍ଜାନ ନାଇଟ୍ରୋଜେନ ବା ଯବକ୍ଷାର ଜାନ, ଅକ୍ସିଜେନ୍ ବା ଅମ୍ଲଜାନ। ଏମୋନିଆଁ ଆଦି ଧାତୁ ତିଆରିରେ ଉପଯୋଗ ହୁଅନ୍ତି। ଏବେ ଜାଣିବା କୋଉ ଧାତୁରୁ କଣ କଣ ଜିନଷ ତିଆରି ହୁଏ।ଏ ଧାତୁ ଆମର କଣ କାମର ଆସେ।
ଲୁହା ଧାତୁ, ଲୁହା ଏକ ଶକ୍ତ ଧାତୁ। ଏହା ସବୁ ଜିନିଷ ପାଇଁ ବ୍ୟବହୃତ ହାେଇଥାଏ। ନଟ୍, ବୁଲଟ୍,ସ୍କୃ,ପାଇପ୍,ଗ୍ୟାସ ସିଲିଣ୍ଡର,ରେଲ ଲାଇନ, ଯାନ ବାହନର ବଡି ପାର୍ଟସ,କାର ଓ ଅନ୍ୟ ଗାଡିମାନଙ୍କର ଢାଞ୍ଚା ସବୁ ଲୁହାରେ ତିଆରି। କଳକାରଖାନାର ବଡବଡ କାମର ଜିନିଷ, ଓ୍ବାଟର ବଏଲର୍ ଆଦି ସବୁ ଜିନିଷ ଲୁହା ବା ଷ୍ଟିଲରେ ତିଆରି।ଷ୍ଟିଲ ବି ଲୁହାରୁ ହିଁ ତିଆରି। ଷ୍ଟିଲ ରୁ ଅନେକ ରକମ ବାସନ କୁସନ, ଚୌକି ଟେବୁଲ,କଇଞ୍ଚି ଛୁରୀ ଡାକ୍ତରଙ୍କ ଅପରେସନ ସାମଗ୍ରୀ ସବୁ ଏଥିରେ ତିଆରି ହୁଏ।ଘର ତିଆରି ପାଇଁ ସବୁ ଉପକରଣ ବି ଏ ଲୁହାରେ ତିଆରି। ଛଡ ବିନା ତ କୌଣସି ଘର ଢାକ୍ତରଖାନା,ମଲ,ବା କାରଖାନା ତିଆରି ଅସମ୍ଭବ।
ଆଇରନ୍ ତ ଆମ ଦେହ ଭିତରେ ବି ଅଛି।ଏହା ଆମ ଦେହ ପାଇଁ ଜରୁରୀ।ହିମୋଗ୍ଲୋବିନ ଭିତରେ ଆଇରନ ଥାଏ।ଲାଲ ରକ୍ତ କଣିକା କମ୍ ହେଲେ
ଆମକୁ ଥକ୍କା ଲାଗେ।ଦୁର୍ବଳ ଲାଗେ।ଏଥିପାଇଁ ଆଇରନ୍ ବଟିକା ଖାଇବାକୁ ପଡେ।ତା ବ୍ୟତିତ ଆମର ଦୁର୍ଘଟଣାରେ ଗୋଡ ହାତ ଭାଙ୍ଗିଲେ ଷ୍ଟିଲ ରଡ ଲଗା ଯାଏ।ହାତ ଭାଙ୍ଗିଲେ ହାତର ବୋନମେରୋ କୁ ଇଞ୍ଜେକସନ ରେ କାଢି ତା ଭିତରେ ତରଳ ଷ୍ଟିଲ ଭରିଦିଆଯାଏ ଇଞ୍ଜେକସନରେ।ତାହା ଭିତରେ ଯାଇ
ଟାଣ ହେଇଯାଏ ଓ ଭଙ୍ଗା ହାତକୁ ସାହାଯ୍ୟ ଦିଏ ଭଲ ହେବାପାଇଁ।
ସୁନାଧାତୁ, ସୁନା ହଳଦିଆ ରଙ୍ଗର ଏକ ଉଜ୍ବଳ ଧାତୁ।ଏହା ବହୁତ ମୂଲ୍ୟବାନ। ସୁନାରୁ ସବୁପ୍ରକାର ଅଳଙ୍କାର ତିଆରି ହୁଏ। ମାଳି ହାର, ମୁକୁଟ, କାନଫୁଲ, ଚୁଡି, ମୁଦି, ବ୍ରେସଲେଟ୍, ଘଡି ଚେନ୍, ଚଷମାର ଚେନ୍, ମୂର୍ତ୍ତୀ, ଥାଳି ଗିନା ଭଗବାନଙ୍କ ପୂଜା ପାତ୍ର ସବୁ ତିଆରି ହୁଏ ।ପୁରସ୍କ
ାର ପଦକ ବି ସୁନାରେ ତିଆରି ହୁଏ। ସୁନା ମୁଦ୍ରା ତିଆରି ହୁଏ ସୁନା ବିସ୍କିଟ ବି ତିଆରିହୁଏ। ବଡ ବଡ ମନ୍ଦିର ଗୁରୁଦ୍ବାର, ମସ୍ଜିଦ୍ ମାନଙ୍କରେ ମଧ୍ୟ ସୁନା ତିଆରି ପ୍ଲେଟରେ ଛାଉଣୀ ହେଇଥାଏ। ବଡବଡ ସୁନା ତିଆରି ବୁଦ୍ଧ ମୂର୍ତ୍ତୀ ଅଛି ଅନେକ ଜାଗାରେ। ଭଗବାନଙ୍କ ମୂର୍ତ୍ତୀ ବି ସୁନାରେ ତିଆରି କରିଥାନ୍ତି ରାଜା ସମ୍ରାଟ ମାନେ।
ରୂପାଧାତୁ ବା ରଜତ, ରୂପାର ରଙ୍ଗ ଧଳା ଓ ଉଜ୍ବଳ।, ଏହା ଏକ ମୂଲ୍ୟବାନ ଧାତୁ। ରୂପାରେ ଅନେକ ଅଳଙ୍କାର ତିଆରି ହୁଏ।ପତଳା ସିଲଭର୍ ଫଏଲ୍ ବି ତିଆରି ହୁଏ ଯାହା ମିଠା ମାନଙ୍କ ଉପରେ ସଜା ଯାଏ।ରୂପାରେ ବି ମୂର୍ତ୍ତୀ ଓ ପୂଜା ବାସନ ସବୁ ତିଆରି ହୁଏ । ପାଉଁଜି, ଗୁନ୍ଚି, ଚୁଡି, ପଏଁରୀ, ଖଗଲା, ଟାଡ, ବାହାସୂତା,ବଖୋଷାର ପାନପତରୀ, ଗୁଜିକାଠି, ବାଲସପଟ ଓ ରୂପାଫୁଲ ଆଦି ତିଆରି ହୁଏ। ଆଗ କାଳରେ ରୂପାର ବହୁଳ ବ୍ୟବହାର ହେଉଥିଲା। ସ୍ତ୍ରୀଲୋକେ ବଡ ବଡ ଓଜନିଆଁ ରୂପା ଅଳଙ୍କାର ପିନ୍ଧୁଥିଲେ। ରୂପାର ପଦକ ଓ ମୁଦ୍ରାବି ତିଆରି ହୁଏ।ରୂପା ତାରକସି କାମ ପାଇଁ କଟକର କାରିଗର ମାନେ ପ୍ରସିଦ୍ଧ।
ପ୍ଲାଟିନମ୍,ପ୍ଲାଟିନମ୍ ଧାତୁ ସବୁଠୁ ମୂଲ୍ୟବାନ,।ଏଥିରୁ ଅଳଙ୍କାର ବି ତିଆରି ହୁଏ। ହେଲେ ଏହାର ରଙ୍ଗ ଷ୍ଟିଲ ପରି ଧଳା ଓ ଚମକଦାର ହେଇଥାଏ।ଏହା ସବୁଠୁ ଟାଣ ଧାତୁ।
ତମ୍ବାଧାତୁ,ତମ୍ବା ଏକ ହଳଦି ଓ ଲାଲ ରଙ୍ଗର ମିଶ୍ରିତ ରଙ୍ଗ ହେଇଥାଏ।ଏହା ବି ଏକ ଉଜ୍ବଳ ଧାତୁ।ଏଥିରୁ ବିଶେଷ ଭାବେ ବିଦ୍ୟୁତ ତାର ନିର୍ମିତ ହୁଏ।ଏ ଧାତୁ ବିଦ୍ୟୁତ ସୁପରିବାହୀ ହେଇଥାଏ।ଅନ୍ୟ ଧାତୁ ତୁଳନାରେ ମୂଲ୍ୟ କମ ହେତୁ ଏହା ବିଜୁଳି ତାର ରୂପେ ବ୍ୟବହାର ହୁଏ।ଏଥିରୁ ପୂଜା ପାତ୍ର ସବୁ ତିଆରି ହୁଏ।ଶିବଙ୍କ ନାଗ ବି ତମ୍ବାରେ ତିଆରି ହୁଏ।
ଏଧାତୁରେ ତିଆରି ଜଗରେ ରାତ୍ରିରେ ପାଣି ରଖି ସକାଳୁ ପିଇଲେ ପେଟର ସବୁ ରୋଗ ଭଲ ହେଇଯାଏ।ବାୟୁ ଦୋଷ ବଦ ହଜମି ଏମିତି ଆଉ କେତେ ସମସ୍ୟା ଆପେ ଚାଲିଯାଏ।ସେଥିପାଇଁ ଏବେ ତମ୍ବା ଜଗର ଆଦର ବଢୁଛି।କଢେଇ ର ତଳରେ ଏବେ ତମ୍ବା କୋଟେଡ୍ ଦେଉଛନ୍ତି।ଯାହା ଦ୍ବାରା ଶୀଘ୍ର ଗରମ ହୁଏ।
ପିତଳଧାତୁ,ଏ ଧାତୁର ରଙ୍ଗ ବି ସୁନାପରି ହେଇଥାଏ।ଗରିବ ଲୋକେ ସୁନା ବ୍ୟବହାର ପାଇଁ ଅସମର୍ଥ ହେତୁ
ତା ବଦଳରେ ପିତଳର ଅଳଙ୍କାର ବ୍ୟବହାର କରନ୍ତି।ଯାହା ଅବିକଳ ସୁନାପରି ଦିଶେ।ହେଲେ ଖୁବ୍ ସସ୍ତା।
ପିତଳର ଭଗବାନ ମୂର୍ତ୍ତୀ ସବୁ ତିଆରି ହୁଏ।
ବଡବଡ ହଣ୍ଡା, ପରାତ,ଥାଳି, କଢେଇ, ଗରା,ଆଦି ଏ ଧାତୁରେ ତିଆରି ହୁଏ।
କଂସାଧାତୁ,କଂସା ସୁନା ପରି ମହଙ୍ଗା ନୁହେଁ।
ଏହା ପିତଳର ପରି ବ୍ୟବହାର ହୁଏ। ଏଥିରେ ବି ମୂର୍ତ୍ତୀ ଓ ବାସନ କୁସନ ତିଆରି ହୁଏ।ତାସକ ,ଖୁରି ଥାଳିଆ ଗିନା ଗିଲାସ ,ଗଡୁ ବାଲଟି ଆଦି ତିଆରି ହୁଏ।
ଆଲୁମିିନା ଧାତୁ।ଆଲୁମିନିୟମ୍ ସସ୍ତା ହେତୁ ବହୁତ କାମରେ ଲାଗେ।ବିଦ୍ୟୁତ ତାର ସବୁ ତିଆରି ହୁଏ।
ଉଡାଜାହାଜ ର ବଡି ସବୁ ବି ଏଧାତୁ ରେ ତିଆରି।ଏହା ହାଲୁକା ହେତୁ ଉଡିପାରେ।ଅନେକ ବାସନ କୁସନ,ଡେକ୍ଚି କଢେଇ,ହଣ୍ଡା,ଗରା, ଥାଳି ଗିନା ଗଡୁ ଓ ଆହୁରି ଅନେକ ଜିନିଷ ତିଆରି ହୁଏ। ଆଲୁମିନିୟମ୍
ଫଏଲ୍ ଚକଲେଟ୍ ମେଡିସିନ,ଓ ଖାଦ୍ୟ ପେକିଙ୍ଗ ବେଳେ ବ୍ୟବହାର ହୁଏ।
ବ୍ରୋଞ୍ଚ ଧାତୁ,ବ୍ରୋଞ୍ଚ ରେ ପଦକ ତିଆରି ହୁଏ ।ଏହା ଖେଳାଳି ମାନଙ୍କୁ ପୁରସ୍କାର ସ୍ବରୁପ ଦିଆଯାଏ।ମୂର୍ତ୍ତୀ ବି ତିଆରି ହୁଏ।
ସୀସାଧାତୁ,ଏଥିରେ ପେନସିଲ୍ ର ଲିଡ ତିଆରି ହୁଏ।
କାରର ବ୍ୟାଟେରି ଓ ଅନ୍ୟ ଛୋଟ ବ୍ୟାଟେରି ବି ତିଆରି ହୁଏ। ପାରଦ ବା ମର୍କ୍ୟୁରି ରୁ ଥର୍ମୋମିଟର ଭିତରେ ବ୍ୟବହୃତ ହୁଏ।
ଜିଙ୍କ ,ଲୁହା ଜିନିଷରେ ଜିଙ୍କ ର ପରସ୍ତ ଦେଲେ କଲଙ୍କି ଲାଗେ ନାହିଁ।ଜିଙ୍କ ଆମ ଇମ୍ୟୁନିଟି ବୁଷ୍ଟର ଭାବେ ବ୍ୟବହାର ହୁଏ। ଔଷଧ ରୂପେ ଏହା ବ୍ୟବହାର ହୁଏ।
ସଲ୍ଫର, ସଲ୍ଫର ଗନ୍ ପାଉଡର ଭାବେ ବ୍ୟବହାର ହୁଏ ସଲ୍ଫ୍ୟୁରିକ ଏସିଡ୍ ତିଆରି ହୁଏ।
ହାଇଡ୍ରୋଜେନ ବା ଉଦ୍ଜାନ,ଭେଜିଟେବୁଲ ତେଲ ଓ ଘିଅ ତିଆରିରେ ବ୍ୟବହାର ହୁଏ।
ଏମୋନିଆଁ ତିଆରିରେ ଏହା ବ୍ୟବହୃତ ହୁଏ।
ଏମୋନିଆଁ ସାର ରୂପେ ବ୍ୟବହାର ହୁଏ।
ନାଇଟ୍ରୋଜେନ ବା ଯବକ୍ଷାରଜାନ ଏମୋନିଆଁ ତିଆରିରେ ବ୍ୟବହାର ହୁଏ।
ଯବକ୍ଷାରଜାନ ଖାଦ୍ୟ ପ୍ରିଜର୍ଭେଟିଭ ରୂପେ ବ୍ୟବହାର ହୁଏ।ଏ ଗ୍ୟାସ ମାନେ ଧାତୁ ନହେଲେବି ଧାତୁ ତଆରିରେ ଉପଯୋଗ ହୁଅନ୍ତି।
ପ୍ରତ୍ୟେକ ଧାତୁ ଆମକୁ ନମନୀୟ ଗୁଣ ଶିକ୍ଷା ଦିଏ।
ବିପଦ ସମସ୍ୟାରେ ନ ହାରି ସୁନାପରି ଜଳି ଆହୁରି ଉଜ୍ବଳି କାଞ୍ଚନ ହେବାର ବାର୍ତ୍ତା ଦିଏ।
ଧାତୁ ବଙ୍କା ହେଇ ଯାଏ ହେଲେ ଭାଙ୍ଗେ ନାହିଁ।ମଣିଷ ବି ଏମିତି ନରମ ହେବା ଦରକାର ଯେମିତି କେହି ଭାଙ୍ଗି ପାରିବେ ନାହିପ। ନିଜର ଭଲ ଗୁଣର ପ୍ରଭାବରେ ଧାତୁପରି ନିଜ ବ୍ୟକ୍ତିତ୍ବକୁ ଉଜ୍ବଳ ଓ ଗରୀୟାନ କରିବା ଉଚିତ।
ଧାତୁ ପରି ଆମ ହୃଦୟ ସୁପରିବାହୀ ହେବାକଥା।ଫଳରେ ଜଣକର ଦରଦ ଅନ୍ୟ ପାଖକୁ ସଂଚରିତ ହେଇଯିବ।ଜଣେ ଅନ୍ୟର ଦୁଃଖକୁ ଅନୁଭବକରି ପାରିଲେ ପୃଥିବୀରୁ ଅତ୍ୟାଚାର କମିଯିବ।
ଧାତୁ କେବେ ହାର ମାନେ ନାହିଁ ଟାଣ ହେଇ ଠିଆ ରହେ।ଆମେ ବି ଆମ ଲକ୍ଷ୍ୟ ପଥରେ ଏମିତି ଅଟଳ ରହିବା ଜରୁରୀ।ତେବେ ଯାଇ ଆମେ ସଫଳ ବ୍ୟକ୍ତି ହେଇ ପାରିବା। ଲିନା ଧାତୁ ବିଷୟରେ ଅନେକ କଥା ଜେଜୀଙ୍କ ଠାରୁ ଶୁଣି ଖୁସୀ ହୋଇଗଲା।ଜେଜୀଙ୍କୁ କୃତଜ୍ଞତା ଜଣାଇଲା ତାକୁ ଏତେକଥା ଜଣାଇଥିବାରୁ।