Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Satyabati Swain

Romance


4.3  

Satyabati Swain

Romance


ଭାଲେଣ୍ଟାଇନ୍ ଡେ

ଭାଲେଣ୍ଟାଇନ୍ ଡେ

5 mins 208 5 mins 208


ପ୍ରେମ ପାଇଁ ବୟସ ବାଧକ ନୁହେଁ।କୌଣସି ବୟସରେ କାହାକୁ ବି ପ୍ରେମ ହୋଇ ପାରେ।ଅପ୍ରେମରେ ଜୀବନ କାହିଁ?ପ୍ରେମ ରଙ୍ଗ ନିହାତି ନିରୁତା।ସ୍ବର୍ଗୀୟ ଅନୁଭବ।ଆତ୍ମା ଓ ହୃଦର ଉଦ୍ ବେଳନ ହିଁ ପ୍ରେମ।ପ୍ରେମ ବିନା ଜୀଵ ଶକ୍ତି ଜୀଇଁବା ଅସମ୍ଭବ।ସଚରାଚର ଏଇ ପ୍ରେମ ଯାଦୁରେ ବନ୍ଧା।ପ୍ରେମ ମୟ ଜୀବନ।ଏଇ ପ୍ରେମ ପାଇଁ ତ କେତେ ଯୁଦ୍ଧ,କେତେ ଦ୍ୱନ୍ଦ,ପୁଣି କେତେ ଦୁର୍ଘଟଣା ଘଟେ ନିତି ପ୍ରତି।


ଆଉ ମୋ ଶାଶୁ ଶଶୁରଙ୍କ ପ୍ରେମ ନିହାତି ନିଆରା।

******


ବୋଉ ସବୁବେଳେ ଗେଜେରେ ଗେଜେରେ ହୁଅନ୍ତି ବାପାଙ୍କ ଉପରେ।ଯେତେବେଳେ ପ୍ରଥମେ ମୋ କୁଆଁରୀ ଜୀବନ ବ୍ରତ ଉଜେଇଁ ବୋହୂ ଧର୍ମ ନିଭାଇବାକୁ ଶାଶୁ ଘର ଆସିଲି; ସେତେବେଳେ ଦେଖିଲି ଦୁଇଟି ଅଦ୍ଭୁତ ଜୀଵ।ସ୍ୱାମୀ ସ୍ତ୍ରୀ ସେମାନେ;ମୋ ପୂଜ୍ୟ। କିନ୍ତୁ ସେମାନଙ୍କ କଥା ବାର୍ତ୍ତା,ହାବଭାଵ ମୋତେ ଖାଲି ଆଶ୍ଚର୍ଯ୍ୟ କଲାଣି ସଂଶୟରେ ପକାଇଲା ମଧ୍ୟ।ମୋ ବାପା ବୋଉ ମଧ୍ୟରେ ମୁଁ ଦେଖିଛି ସହ ଭାଗୀତା,ବୁଝାମଣା,ଶ୍ରଦ୍ଧା ସମ୍ମାନ ଓ ଭଲ ପାଇବା ଖୁନ୍ଦି ଖୁନ୍ଦି ରହିବା।କିନ୍ତୁ ମୋ ଶାଶୁ ଶଶୁର ଏହାର ବ୍ୟତିକ୍ରମ କିପରି?ମୁଁ ଶାଶୁ ଘରକୁ ଆସିଲା ଦିନୁ ଦେଖି ଆସୁଛି ସେମାନଙ୍କ ଭିତର ତିକ୍ତତା।ବେଶୀ ମୋ ଶାଶୁଙ୍କ ଉଗ୍ରଭାଵ।ପ୍ରତିଟି କଥାରେ ବୋଉ ରାଗନ୍ତି ବାପାଙ୍କ ଉପରେ।ଯେଉଁଟି ମୋର ଆଦୌ ପସନ୍ଦ ନୁହେଁ।ନୂଆ ନୂଆ ଝିଅରୁ ବୋହୂ ଖୋଳପା ପିନ୍ଧିଲା ବେଳେ ଆଶ୍ଚର୍ଯ୍ୟ ହୁଏ ବୋଉଙ୍କ ବ୍ୟବହାର ଦେଖି।ଚାଲିଗଲା ଶିରୀ ବି ଦେଖନ୍ତି ନାହିଁ ବାପାଙ୍କର ସେ।ବାପା ଖାଇ ବସିଲା ମାନେ ଆରମ୍ଭ ହୋଇଯାଏ ବୋଉଙ୍କ ଯେତେ ଅଭିଯୋଗ।ଦିନେ ଦିନେ ଅବସ୍ଥା ଏମିତି ହୁଏ ଯେ ବାପା ନ ଖାଇ ଥାଳି ପାଖରୁ ଉଠି ଯାଆନ୍ତି।ଉପାସ ରୁହନ୍ତି।ମୋତେ ଭାରି କଷ୍ଟ ଲାଗେ।ମୋ ଭିତରେ ଅସନ୍ତୁଷ୍ଟ ଭାଵ ମୋତେ ଅସୁଖୀ କରି ଦିଅନ୍ତି।ବୋଉ ବାପା ଏମିତି କାଇଁକି ହୁଅନ୍ତି ଯେତେ ଖୋଜିଲେ ବି ତାର ଖିଅ ପାଏନି।


ହଁ ଗୋଟିଏ କଥା କିନ୍ତୁ ବୁଝି ପାରେ ଯେ ବାପା ବୋଉଙ୍କୁ ଖୁବ୍ ଭଲ ପାଆନ୍ତି।ଯେତେ କଥା ବୋଉ ଝାଡ଼ି ଦେଇ ଗଲେ ବି ବାପା ସବୁବେଳେ ନିରୁତ୍ତର ରୁହନ୍ତି।କେବେ କୌଣସି ଦିନ ବୋଉଙ୍କୁ କିଛି କହିବା କି ରାଗିବା ମୁଁ ଜାଣିନି।ବୋଉ ବାପାଙ୍କୁ ତୁ ତା ବେ ବା ବି କରନ୍ତି।ବାପା ସବୁ ଶୁଣି ନ ଶୁଣିଲା ପରି ହୁଅନ୍ତି।କେବଳ ବେଳେବେଳେ ହୁଁ ଶବ୍ଦଟିଏ କରନ୍ତି ଯାହା।ଦିନେ ଦିନେ ବାପାଙ୍କ ପାଇଁ ମୁଁ ବି ଉପାସ ରୁହେ।ବାପା ଖାଉ ନାହାନ୍ତି ମୁଁ କେମିତି ଖାଇବି?ବୋଉ କିନ୍ତୁ ଖାଇ ପିଇ ଆରାମରେ ରୁହନ୍ତି।ଏମାନେ କେମିତିଆ ସ୍ୱାମୀ ସ୍ତ୍ରୀ !!ମୁଁ ଦ୍ଵନ୍ଦରେ ପଡ଼ିଯାଏ।ଆମେ, ମାନେ ମୁଁ ଓ ମୋ ମିଷ୍ଟରଙ୍କ ସମ୍ପର୍କ ପୁରୁଣା ହୋଇଗଲେ ଏମିତି ହେବୁ ନା କଣ.....


ବାପା ଅତି ସରଳ,ସାଧା ସିଧା,ନିର୍ମାୟା ବ୍ୟକ୍ତି ଅଟନ୍ତି।ଛନ୍ଦ କପଟ ଶୁନ୍ୟ।ଜଣେ ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟର।ଶୁକଦେଵ ସ୍ୱାଇଁ ଜଣେ ଜ୍ଞାନୀ,ଛାତ୍ର ବତ୍ସଳ ଶିକ୍ଷକ ଭାବେ ସେ ଅଚଂଚଳରେ ଜଣାଶୁଣା।କର୍ମଠ।ସବୁବେଳେ କିଛି ନା କିଛି କାମରେ ଲାଗିଥିବେ।ଏପରିକି ଖରା ଦିନେ ବି ଦିନରେ ବିଶ୍ରାମ ନିଅନ୍ତି ନାହିଁ। କହିଲେ କହିବେ "ଆଳସ୍ୟର ଦାସ ମାନେ ଦିନରେ ଶୁଅନ୍ତି।ଦିନ ବେଳା ଶୋଇବ କଣ? ରାତି ପରା ଶୋଇବା ପାଇଁ ହୋଇଛି।"ସେଇ ବାପାଙ୍କୁ ବୋଉ କାହିଁକି ସବୁବେଳେ ଚିଡି ବିଡ଼ି ହୁଅନ୍ତି ମୁଁ ବୁଝି ପାରେନି।ଦିନେ ସାହସ କରି ପଚାରିଲି "ବୋଉ ବାପାଙ୍କ ଉପରେ ଏମିତି କାହିଁକି ହେଉଛ?


ବୋଉ କହିଲେ "ସେ ପର ବୁଦ୍ଧିଆଟା।ଜୀବନ ତମାମ ତାଙ୍କୁ ଦୁଃଖ ହିଁ ଦେଇଛନ୍ତି।ସାନ ବାପାଙ୍କ ବୁଦ୍ଧିରେ ପଡି

ତିରିଶି ଭରିର ଗୋଟେ ହାର ଓ ଅନ୍ୟାନ୍ୟ ସୁନା ଜିନିଷ ପାଖା ପାଖି ସତୁରୀ ଭରି ଅଳଙ୍କାର ବୋଉଙ୍କର ବୋଉଙ୍କୁ ନ ଜଣାଇଁ ବିକ୍ରି କରିଦେଲା ଦିନୁ ବାପା ବୋଉଙ୍କ ପଡେନି।ସେ କି ସ୍ୱାମୀ ଯେ ସ୍ତ୍ରୀକୁ ନ କହି ସମସ୍ତ ଆଣିଥିବା ବାପ ଘର ଗହଣା ବିକ୍ରି କରିଦିଏ।ସେଇ ଗହଣା ଭିତରେ ବୋଉଙ୍କ ପୂର୍ବ ପୁରୁଷ ହାରଟି ତିରିଶି ଭରିର ଥିଲା।ତାଙ୍କୁ କୁଆଡେ ହାରଟିକୁ ଦେଇ ମୋ ଅଜାଶୁର ଶାଶୁଙ୍କ ବାପା କହିଥିଲେ" --

ମା ରେ !ଯେତେ ଅସୁବିଧା ପଡିଲେ ମଧ୍ୟ ଏ ହାର ବିକ୍ରି କରିବୁ ନାହିଁ।ଏ ବଂଶ ବୁନିଆଦି ହାର।କାହିଁ କେଉଁ ଆବାହନ କାଳରୁ ଗୋଟିଏ ପୁରୁଷରୁ ଆଉ ଗୋଟିଏ ପୁରୁଷ ଗଳାରୁ ଗଳା ଡେଇଁ ଡେଇଁ ଆସୁଛି।ମୋର ତ ପୁଅପାତି ନାହାନ୍ତି।ତୁ ତ ଏକମାତ୍ର ସନ୍ତାନ ଆମର।ଏଣୁ ଏ ହାରଟି ତୋତେ ଦେଲି।ତୁ ଦେବୁ ତୋ ବୋହୂକୁ।ତୋ ବୋହୂ ଦେବ ତା ବୋହୂକୁ।ଏପରି ଏ ହାର ପୁରୁଷ ପୁରୁଷ ଧରି ବଂଶର ପ୍ରତୀକ ହୋଇ ରହିଥିବ ତା ଅସ୍ତିତ୍ୱ ଲୋପ ହେବା ଯାଏ।"


ସବୁ ଅଳଙ୍କାର କୁ ତୁଚ୍ଛ କରିଦେଇଥିଲେ ବୋଉ।କିନ୍ତୁ ସେ ତିରିଶି ଭରି ବଂଶ ବୁନିଆଦି ହାର କଥା ମନେ ପଡିଲେ ବୋଉଙ୍କ ପ୍ରାଣ କାନ୍ଦେ।ଏ କଥା କହିଲା ବେଳେ ବୋଉଙ୍କ ଆଖିରୁ ଖସି ପଡୁଥିଲା ବର କୋଳି ଟୋପିଆ ବର୍ଷା।ସେ ଅସମର୍ଥ ହେଲେ ତାଙ୍କ ବାପା ଦେଇଥିବା ଛୋଟ ଏକ କାର୍ଯ୍ୟ ରକ୍ଷା କରିବା ପାଇଁ।ବଂଶର ହାରଟି ରଖି ପାରିଲେ ନାହିଁ ହେପାଯତରେ।ସାରା ଜୀବନଙ୍କୁ ଅବଶୋଷ ରହି ଗଲା କି ନିଭାଇ ପାରିଲେ ତାଙ୍କ ବାପା ଦେଇଥିବା କଥା।ତାଙ୍କ ବଂଶ ପରମ୍ପରାର ହାରଟିକୁ କେଉଁ ବଣିଆ ଦୋକାନୀ କଣ କରିଥିବ।ଓଃ ଏ କଥା ଭାବିଲା ବେଳକୁ ବୋଉଙ୍କ ଛାତି ଫାଟିଯାଏ।ସବୁଠୁ ଦୁଃଖ ବାପାଙ୍କ ସାନ ବାପା ବୋଉଙ୍କର ପୁକ୍ସ୍ଥାନି ହାର ଓ ଅନ୍ୟାନ୍ୟ ଅଳଙ୍କାର ବିକ୍ରି କରି ଜୁଆ ଓ ମଦରେ ଉଡାଇ ଦେଇଥିଲେ।ବିକିଥିବା ଦୋକାନୀ ପାଖକୁ ଗଲା ବେଳକୁ ସେ ହାର ଭାଙ୍ଗି ସେଥିରେ ଅନ୍ୟ ଅଳଙ୍କାର କରି ସାରିଥିଲା।ଏତେ ଦୁଃଖ ଦେଇଥିଲା ଏଇ ଘଟଣା ଯେ ବୋଉ ଚାରିଦିନ କିଛି ଖାଇ ନଥିଲେ।ସେବେ ଠାରୁ ମୋ ଶାଶୁ ଶଶୁରଙ୍କ ଶାରୀରିକ ନା ମାନସିକ କୌଣସି ସମ୍ପର୍କ ରହିଲା ନାହିଁ।ସମ୍ପର୍କ ଗୋଟେ ବିଶ୍ୱାସ ପକ୍ଷୀ।ଆଦର,ସରାଗ,ପାଇଲେ ପାଖ ଛାଡେନି।ମୋ ଶଶୁରଙ୍କ ଏପରି କାମ ଫାଟ ସୃଷ୍ଟି କରିଦେଇଥିଲା ଦୁଇଟି ପାଖାପାଖି ମଣିଷ ଭିତରେ।ସମୟ କ୍ରମେ ଫାଟ ବିରାଟ ଘାଇ ହୋଇଯାଇଥିଲା। ବୋଉ ମୋତେ ପ୍ରଶ୍ନ କରି କହିଲେ ତୁ କହ ତାଙ୍କ ପୁଅ ଯଦି ମୋ ସହ ଏପରି କରନ୍ତି ମୁଁ କଣ ତାଙ୍କ ପୁଅଙ୍କୁ ଆତ୍ମାରୁ ଭଲ ପାଇ ପାରିବି?ଜୀବନ ସାରା ଗୋଟେ ଅସନ୍ତୁଷ୍ଟ ଭାଵ ଖାଇ ଯିବା କି ନାହିଁ?


ଏସବୁ ଶୁଣି ମୁଁ ନୀରବ ରହିଲି।ସତ ତ ଏପରି ଅବିଶ୍ୱାସ କାର୍ଯ୍ୟ କଲେ ଯେ କେହି ରାଗିବ।ଲୁଚେଇ କରିଥିବା ଅଳଙ୍କାର ବିକ୍ରି କାର୍ଯ୍ୟ ପାଇଁ ବାପା ଆଜୀବନ ଦଣ୍ଡ ନିଜେ ଭୋଗିଲେ,ଭୋଗିଲେ ବି ବୋଉ।ବାପା ବୋଉଙ୍କ ଶୋଇବା ଘର ବି ଅଲଗା।ବୋଉ ଆଦୌ ବାପାଙ୍କୁ ଦି ଆଖିରେ ଦେଖି ପାରନ୍ତିନି।ଓର ଉଣ୍ଡନ୍ତି କେଉଁଠି ବାପା ଭୁଲ୍ କରିବେ ଓ ବୋଉ ମନ ଇଚ୍ଛା ବକି ଯିବେ।ବୋଉ ଗୋଟେ ଅଭିମାନ ଓ ଜିଦ୍ ରେ ନିଜ ଜୀବନର ଦାମ୍ପତ୍ୟ ଜୀବନଟି ନଷ୍ଟ କରିଦେଲେ।ବୋଧେ ସେଇଥିପାଇଁ ବାପା ବୋଉଙ୍କ ଗୋଟିଏ ମାତ୍ର ପୁଅ ବିଭୁ ଦତ୍ତ ମୋ ସ୍ୱାମୀ।ବିଭୁଙ୍କ ଜନ୍ମ ପରେ ଅଳଙ୍କାର ବିକ୍ରି କରିଥିଲେ ବାପା ବୋଉଙ୍କୁ ଲୁଚାଇ।ତା ଅର୍ଥ ବିବାହର ମାତ୍ର ପାଞ୍ଚ ବର୍ଷ ପରଠାରୁ ବାପା ବୋଉଙ୍କ ମାନସିକ ସ୍ତରରେ ବିଚ୍ଛେଦ ହୋଇଛି!!କାହିଁକିନା ବୋଉ କହୁଥିଲେ ବିଭୁଙ୍କ ଜନ୍ମ ପରେ ପରେ ଏ ଘଟଣା ଘଟିଥିଲା।


ବୋଉ ଯେ ବାପାଙ୍କୁ ଭଲ ପାଆନ୍ତି ନାହିଁ ଏକଥା ମୋ ଭିତରେ ସିନା ଥିଲା ମାତ୍ର ମୋ ବିବାହର ବର୍ଷକ ପରେଯେବେ ବାପାଙ୍କ ୟୁରିନିରୁ ସୋଡିୟମ ଫଲ୍ ହେଲା।ବାପା ପାଗଳ ପ୍ରାୟ ହେଲେ।ତା ସହ ହିମୋଗ୍ଲୋବିନ ମାତ୍ର ଚାରି ଶତକଡା ଥିଲା।ବାପା ଫୁଲି ଫାଲି ଗଲେ।ବାଉଳି ହେଲେ।ସେତିକି ବେଳେ ବୋଉଙ୍କ ଆଖିରେ ଦେଖିଲି ବାପାଙ୍କ ପ୍ରତି ସମୁଦ୍ର ଭର୍ତ୍ତୀ ଭଲ ପାଇବାର ଢେଉ।ଅଖିଆ ଅପିଆ ସେବା କଲେ।ସବୁବେଳେ କାନ୍ଦ କାନ୍ଦ ଭାଵ।ଅହରହ ରାତି ଦିନ ଜଗି ବସୁଥିଲେ।କେମିତି ଖାଇବେ,କଣ ଖାଇବେ,କେଉଁଟି ବାପାଙ୍କ ପସନ୍ଦ ସବୁ ଗୋଟି ଗୋଟି କରୁଥିଲେ।ଡାକ୍ତର ତ ଆଶା ଛାଡ଼ି ଦେଇଥିଲେ।ମାତ୍ର ବୋଉଙ୍କ ସେବା ଯତ୍ନ ବଳ ବାପାଙ୍କୁ ଯମ ମୁହଁରୁ ଛଡେଇ ଆଣିଲା ବୋଲି ସମସ୍ତେ କୁହା କୁହିଁ ହେଲେ।


ବାପା ଭଲ ହୋଇ ଗଲା ପରେ ବୋଉ ପୁଣି ଆଗ ବୋଉ ହୋଇଗଲେ।ସେଇ ଖିଚ୍ ଖିଚ୍,ସେଇ ତୁ ତା ,ସେଇ କଳି ଗୋଳ।ଏଥରକ କିନ୍ତୁ ମୋତେ ବୋଉଙ୍କର୍ ବାପାଙ୍କ ପ୍ରତି ଏପରି ବ୍ୟବହାର ବିଚଳିତ କଲା ନାହିଁ।କାରଣ ମୁଁ ଜାଣି ସାରିଥିଲି ବୋଉ କେତେ ଭଲ ପାଆନ୍ତି ବାପାଙ୍କୁ ।ଏଇ ଖିଚ୍ ଖିଚ୍ ଭିତରେ ବି ବୋଉଙ୍କ ବାପାଙ୍କ ଭଲ ପାଇବା ମୋତେ ଜଳ ଜଳ ଦେଖା ଯାଉଥିଲା। ବୋଉ ବାପାଙ୍କୁ ରାଗିଲା ବେଳେ ମୁଁ ଟିକେ ହସିଦିଏ।ବୋଉ ଲାଜେଇ ଯାଆନ୍ତି ଧରା ପଡି।ବୋଉଙ୍କ ପରିଣତ ବୟସର ଲାଜୁଆ ହସ ମୋତେ କିନ୍ତୁ ଖୁ ଖୁସି ଦିଅନ୍ତି।


ବୋଉଙ୍କୁ ମୁଁ ଯଥା ସାଧ୍ୟ ଚେଷ୍ଟା କରି ପଚିଶି ବର୍ଷର ଜୀବନ ପଚାଶ ବର୍ଷରେ ଭୋଗ ଓ ଭାଗ କରି ବଞ୍ଚିବା ପାଇଁ ବାଧ୍ୟ କଲି।ଏକାଠି ଚା ଜଳଖିଆ ,ଭାତ ଖାଇବାକୁ ଦେବା, ଗୋଟିଏ ଘରେ ଶୋଇବା ବ୍ୟବସ୍ଥା କରିବା,ପାର୍ଟି,ପିକ୍ ନିକ୍ କୁ ଦୁଇ ଜଣଙ୍କୁ ପଠେଇବା ଇତ୍ୟାଦି କଲି।ଯଥା ସମ୍ଭବ ବାପା ବୋଉ ଏକାଠି ରୁହନ୍ତୁ,ପରସ୍ପରର ଆବଶ୍ୟକତା ପୂରଣ କରନ୍ତୁ ବୋଲି ମୋର ଲକ୍ଷ୍ୟ ରହିଲା।


ଆଜିକାଲି ମୋ ଶାଶୁ ଶଶୁର ପଚାଶ ବର୍ଷରେ ନିରୁତା "ଭଲେଣ୍ଟାଇନ ଡେ" ପାଳନ୍ତି ମୋ ପ୍ରଚେଷ୍ଟାରେ।ସତରେ ପ୍ରେମ ରଙ୍ଗ ଅତି ଚମତ୍କାର!ପ୍ରେମ ପାଇଁ ବୟସର ଆବଶ୍ୟକତା ନାହିଁ ମୁଁ ନିଶ୍ଚିନ୍ତ ହୋଇଗଲି।


Rate this content
Log in

More oriya story from Satyabati Swain

Similar oriya story from Romance